ବାତ୍ୟା ‘ମୋନ୍ଥା’ ପ୍ରଭାବ: ପାହାଡ଼ ଘେରରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର,ରାମନଦୀରେ ବନ୍ୟା ସ୍ଥିତି, ପ୍ରଶାସନ…

ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ସାମୁଦ୍ରିକ ବାତ୍ୟା ’ ମୋନ୍ଥା’ ପ୍ରଭାବରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ ମଙ୍ଗଳବାର ଭୋରରୁ ତୁହାକୁ ତୁହା ବର୍ଷା ଲାଗିରହିଛି। ଫଳରେ ଘୋଡ଼ାହାଡ଼ ଓ ରାମନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତପ୍ତପାଣି, ଶୁଳିଆ, କରଡ଼ା, ପୋଚକା ପ୍ରଭୃତି ବୃହତ ନାଳ ଅବବାହିକା ଅନ୍ତର୍ଭୁକ୍ତ ସାନଖେମୁଣ୍ଡି ତହସିଲର ବହୁ ସଂଖ୍ୟକ ରାଜସ୍ବ ଗ୍ରାମରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ରାତି ଯାଏ ଲଗାଣ ବର୍ଷା ଲାଗିରହିଥିବା କାରଣରୁ ଭୁ – ସ୍ଖଳନ ଆଶଙ୍କା ବଢ଼ିଛି। ଏଥିଲାଗି ପାହାଡ ଉପରେ ବସବାସ କରୁଥିବା ଅନେକ ପରିବାରକୁ ସାନଖେମୁଣ୍ଡି ବ୍ଲକ ପ୍ରଶାସନ ସ୍ଥାନାନ୍ତରିତ କରି ବିଦ୍ୟାଳୟ ମାନଙ୍କରେ ରଖିଥିବା ଜଣାପଡିଛି।

ଏସ. ଗୋପାଳପୁର ପଞ୍ଚାୟତର ପ୍ରତାପଗିରି ଗ୍ରାମ ନିକଟ ପାହାଡ଼ ଉପରେ ବସବାସ କରୁଥିବା ଜଣାପଡ଼ିଛି । ସାନଖେମୁଣ୍ଡି ବ୍ଲକ ପ୍ରତ୍ୟେକ ପଞ୍ଚାୟତ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏଡିଓ, ଜିଆର୍‌ଏସ୍‌ ଏବଂ ସରପଞ୍ଚ ବୃନ୍ଦ ମାନେ ପଞ୍ଚାୟତ କାର୍ଯ୍ୟଳୟରେ ଉପସ୍ଥିତ ରହିଛନ୍ତି। ଅହୋରାତ୍ର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଖୋଲା ରଖି ମନିଟରିଂ ପାଇଁ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ମୋବାଇଲ ଟିମ ଗଠନ କରଯାଇଛି। ମୋବାଇଲ ଟିମ ସମସ୍ତ ପଞ୍ଚାୟତ ର ଗ୍ରାମ ଗୁଡିକୁ ବୁଲି ସ୍ଥିତି ତଦାରଖ କରୁଛି ।

ସାନଖେମୁଣ୍ଡି ବ୍ଲକରେ କିଛି ଗ୍ରାମ ନିକଟ ଦେଇ ଘୋଡ଼ାହାଡ ନଦୀ ପ୍ରବାହିତ ହେଉଥିବା ବେଳେ କୌଣସି ବନ୍ୟା ଆଶ୍ରୟ ସ୍ଥଳ ନ ଥିବାରୁ ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟଳୟ ଓ ବିଦ୍ୟାଳୟ ମାନଙ୍କରେ ରଖାଯିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ସେହିପରି ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତର ପାହାଡ଼ ଘେରା ରେ ଥିବା ଜନଜାତି ବହୁଳ ଦାଦୁରୁମା ଓ ଗୋଛାପାଟ ଦୁର୍ଗମ ଗ୍ରାମର ୮୮ ଜଣଙ୍କୁ ନିକଟସ୍ଥ ଘାସିଆମ୍ବ ଗାଁ ସ୍କୁଲରେ ରଖାଯାଇଥିବା ବେଳେ ପୋଡ଼ାଖାଲ ଏବଂ କନିଆ ସାହି ଗ୍ରାମର ୫୦ ଜଣଙ୍କୁ ପୋଡ଼ାଖାଲ ପ୍ରାଥମିକ ବିଦ୍ୟାଳୟରେ ରଖାଯାଇଛି।ସେମାନଙ୍କୁ ଜଳଖିଆ,ବିଶୁଦ୍ଧ ପାନୀୟଜଳ ଓ ରନ୍ଧାଖାଦ୍ୟ ଦିଆଯାଉଥିବା ବିଡ଼ିଓ ଅନାମିକା ପାଣ୍ଡେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?