ୟୁରୋପର ବୃହତ୍ତମ ଇସ୍ପାତ୍‌ କାରଖାନା ଧ୍ୱଂସ କଲା ରୁଷିଆ

କ୍ୱିଭ୍‌,୨୦।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ରବିବାର ରୁଷିଆ ଏକ ସ୍କୁଲ ବିଲ୍ଡିଂକୁ ଟାର୍ଗେଟ କରିଛି। ମାରିଉପୋଲ ସହରରେ ଥିବା ଏକ ଆର୍ଟ ସ୍କୁଲ ଉପରେ ବୋମା ବର୍ଷା କରିଛି ରୁଷିଆ। ଯୁଦ୍ଧ ଲାଗି ଏହି ସ୍କୁଲରେ ୪୦୦ ଲୋକେ ଶରଣ ନେଇଥିଲେ। ଏହି ସ୍କୁଲ ଉପରେ ରୁଷିଆ ସୈନ୍ୟମାନେ ରକେଟ ମାଡ କରିଥିବା ଯୋଗୁ ସ୍କୁଲଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଯାଇଛି। ଭଗ୍ନାବଶେଷ ତଳେ ୪୦୦ ୟୁକ୍ରେନବାସୀ ଦବି ରହିଥିବା ଆଶଙ୍କା କରାଯାଉଛି। ଏହାସହ ୟୁରୋପର ବୃହତ୍ତମ ଲୁହା ଏବଂ ଇସ୍ପାତ୍‌ କାରଖାନା ‘ଅଜୋଭସ୍ତାଲ’କୁ ବୋମା ମାଡରେ ଧ୍ୱଂସ କରିଛି ରୁଷିଆ। ୟୁକ୍ରେନର ଏମ୍‌ପି ଲେସିଆ ଭାସିଲେଙ୍କୋ ଟୁଇଟ କରିଛନ୍ତି, ୟୁରୋନର ଅନ୍ୟତମ ବୃହତ୍ତମ ଇସ୍ପାତ କାରଖାନା ଧ୍ୱଂସ ହୋଇଯାଇଛି। ଏହା ୟୁକ୍ରେନ ଅର୍ଥନୀତି ପାଇଁ ବଡ଼ କ୍ଷତି। ଏହାଦ୍ୱାରା ପରିବେଶକୁ ମଧ୍ୟ ବଡ ଧରଣର କ୍ଷତି ପହଞ୍ଚିଛି। ବିସ୍ଫୋରଣରେ ଅଟ୍ଟାଳିକାରୁ ଧୂସର ଓ ଭୟଙ୍କର କଳା ଧୂଆଁ ଉଠୁଥିବା ଭିଡିଓ ମଧ୍ୟ ଭାସିଲେଙ୍କୋ ପୋଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ଆଜିକୁ ୨୫ଦିନ ହେବ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ୟୁକ୍ରେନ ରାଜଧାନୀ କ୍ୱିଭ୍‌ ଦଖଲ କରିବାକୁ ଚେଷ୍ଟା ଚଳାଇଛି ରୁଷିଆ।


Enter your email to get our daily news in your inbox.

All Right Reserved By Dharitri.Com

ବିଲ୍‌ ଗେଟ୍ସଙ୍କ ଭାରତୀୟ ଏଜେଣ୍ଡାର ପର୍ଦ୍ଦାଫାଶ

ଓ୍ବାଶିଂଟନ,୨୧ା୪: ଆମେରିକାର ବିଶିଷ୍ଟ ବ୍ୟବସାୟୀ ଓ୍ବିଲିୟମ୍‌ ବିଲ୍‌ ଗେଟ୍ସଙ୍କ ଭାରତୀୟ ଏଜେଣ୍ଡାର ପର୍ଦ୍ଦାଫାଶ ହୋଇଛି। ଭାରତରେ ଭାକ୍‌ସିନ ବେପାର କରିବା ପାଇଁ ଗେଟ୍ସଙ୍କୁ କିପରି ନିଶା...

୨୫ ବର୍ଷ ପଛକୁ ଘୁଞ୍ଚିବ ବୟସ

ଜେରୁଜେଲମ୍‌,୨୬ା୧୧: ଗଡ଼ିଗଲା ସମୟ କେବେ ଫେରେନାହିଁ କି ଢଳିଯାଇଥିବା ବୟସ ପଛକୁ ଘୁଞ୍ଚେନାହିଁ। କିନ୍ତୁ ଏହି ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ଇସ୍ରାଏଲ୍‌ର ବୈଜ୍ଞାନିକମାନେ। ସେମାନେ ଏପରି...

ଥରିଲା ଜାପାନ

ଟୋକିଓ,୫ା୫: ପଶ୍ଚିମ ଜାପାନର ଇଶିକାଓ୍ବାରେ ଶୁକ୍ରବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ଥିଲା। ଅଧିକାରୀଙ୍କ କହିବାନୁସାରେ, ଭୂକମ୍ପ ପରେ ସୁନାମୀ...

ରୁଷିଆକୁ ଲାଗିଲା ବଡ଼ ଝଟ୍‌କା

ମସ୍କୋ,୧୫।୪: ୟୁକ୍ରେନ ବିରୋଧରେ ସାମରିକ ଅପରେସନ କରୁଥିବା ବେଳେ ରୁଷିଆର ମିସାଇଲ ଗାଇଡେଡ କ୍ରୁଜ ମୋସ୍କଭା ଯୁଦ୍ଧ ଜାହାଜ ବ୍ଲାକ ସି’ରେ ବୁଡିଯାଇଛି। ଅପରେସନ ବେଳେ...

କରୋନା ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗଣମାଧ୍ୟମ ଶିଳ୍ପ: ସରକାରୀ ସହାୟତା ଅପରିହାର୍ଯ୍ୟ

ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଦେଖାଦେଇଛି ଆର୍ଥିକ ମାନ୍ଦାବସ୍ଥା। ଏହାଯୋଗୁ ବିଭିନ୍ନ ଗଣମାଧ୍ୟମ ଶିଳ୍ପ ଅଧିକ ପ୍ରଭାବିତ ହୋଇଛନ୍ତି। ୨୦୦ରୁ ଅଧିକ ଦେଶରେ କରୋନା...

ନେପାଳରେ ପୁଣି ରାଜନୈତିକ ସଙ୍କଟ

କାଠମାଣ୍ଡୁ, ୨୩।୫(ଆଇଏଏନ୍‌ଏସ୍‌): ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ସୁପାରିସକ୍ରମେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଶୁକ୍ରବାର ମଧ୍ୟରାତ୍ରରେ ପାର୍ଲାମେଣ୍ଟ ଭଙ୍ଗ କରିବା ସହ ନଭେମ୍ବର ୧୨...

ନିକୋସ ଖ୍ରୀଷ୍ଟୋଡୁଲାଇଡସ ସାଇପ୍ରସର ରାଷ୍ଟ୍ରପତି…

ନିକୋସିଆ,୧୩।୨ : ସାଇପ୍ରସର ପୂର୍ବତନ ବୈଦେଶିକ ମନ୍ତ୍ରୀ ନିକୋସ ଖ୍ରୀଷ୍ଟୋଡୁଲାଇଡସ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଆଣ୍ଡ୍ରିଆସ...

ଏସବୁ ଅପରାଧ ମୁଁ କରିଛି: ଗୋଲ୍ଡେନ ଷ୍ଟେଟ୍‌ କିଲରଙ୍କ ସ୍ବୀକାରୋକ୍ତି

ଓ୍ବାଶିଂଟନ,୪ା୭: ଆମେରିକାର କାଲିଫର୍ନିଆରେ ଅପରାଧ ପରେ ଅପରାଧ ଘଟାଇ ଆତଙ୍କ ସୃଷ୍ଟି କରିଥିବା ପୂର୍ବତନ ପୋଲିସ ଅଧିକାରୀ ଯୋସେଫ ଜେମ୍ସ ଡିଏଙ୍ଗେଲୋ ଜୁନିୟର ୧୩ ହତ୍ୟା...

Advertisement
Archives

Model This Week