ସ୍ବରୂପ ହରାଉଛି ଶିଷ୍ଟାଚାର

ଡ. ଅରୁନ୍ଧତୀ ଦେବୀ

ମଣିଷ ହେଉଛି ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ। ଏହା ନିକଟରେ ଈଶ୍ୱର ଦୟା, କ୍ଷମା, ମାନ, ସମ୍ମାନ, ମର୍ଯ୍ୟାଦା ଭଳି ଅନେକ ଦିବ୍ୟଗୁଣ ଭରି ଦେଇଛନ୍ତି। ଫଳରେ ଏହାକୁ ଅନ୍ୟକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇପାରିବା ସହିତ ସମାଜକୁ ସୁସ୍ଥ ରଖିବାରେ ଶତ ପ୍ରତିଶତ ସକ୍ଷମ ହୋଇପାରିଛି। ମଣିଷକୁ ସମାଜର ଏକ ମୁଖ୍ୟ ଅବଦାନ ହେଉଛି ସମ୍ପର୍କ ତଥା ପରିବାର। ସମ୍ପର୍କ ଏମିତି ଏକ ମାଧ୍ୟମ; ଯାହାଦ୍ୱାରା ଅନେକ ବାଟ ଯାଏ ଯାଇପାରେ ମଣିଷ। କିନ୍ତୁ ସମ୍ପର୍କ ଅନେକ କିଛି ଆଶା କରେ। ପରିବାର ବା ସମାଜ ଭିତରେ ବୟସ ନିର୍ବିଶେଷରେ ଅନେକ ମଣିଷ ବାସ କରନ୍ତି। ପରସ୍ପର ପ୍ରତି ସ୍ନେହ ସମ୍ଭାଷଣ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା। ଛୋଟ ପିଲାମାନେ ବଡ଼ମାନଙ୍କୁ ପ୍ରଣାମ କରନ୍ତି। ବଡ଼ମାନେ ସେମାନଙ୍କୁ ଆଶୀର୍ବାଦ କରି ଦୀର୍ଘ ନିରାମୟ ତଥା ଉଜ୍ଜ୍ୱଳ ଭବିଷ୍ୟତ କାମନା କରନ୍ତି। ଏମିତି ହେବା ଦ୍ୱାରା ଗୋଟିଏ କଥା ସିଦ୍ଧ ହୋଇଯାଏ ଯେ ସାମାଜିକ ସ୍ରୋତ ଏକ ସନ୍ତୁଳିତ ମାର୍ଗ ଦେଇ ଗତି କରୁଥାଏ। ଶୃଙ୍ଖଳାର ଶୃଙ୍ଖଳ ଦିନକୁ ଦିନ ଦୃଢ଼ରୁ ଦୃଢ଼ତର ହେଉଥାଏ।
ମହାଭାରତୀୟ ପରମ୍ପରା ଥିଲା ସବୁଠୁ ନିଆରା। ଏହା କେବଳ ଭାରତୀୟ ଉପମହାଦେଶରେ ସୀମିତ ରହି ନ ଥିଲା, ଅଧିକନ୍ତୁ ସାରା ବିଶ୍ୱକୁ ଆଲୋକ ପ୍ରଦାନ କରିବାରେ ଥିଲା ଅଗ୍ରଦୂତ। ଭାରତରେ ଥିଲା ଏକ ଦେବ ପରମ୍ପରା, ଯାହାର ପ୍ରତୀକ ଥିଲା ସାମାଜିକ ଶୃଙ୍ଖଳା, ପାରିବାରିକ ଦାୟିତ୍ୱବୋଧ ଆଉ ସବୁଠୁ ଊର୍ଦ୍ଧ୍ୱରେ ଥିଲା ସମ୍ମାନ ତଥା ଶିଷ୍ଟାଚାର। ଭାରତର ପରମ୍ପରାକୁ ଋଦ୍ଧିମନ୍ତ କରିଥିଲେ ମୁନି, ଋଷି, ଯୋଗସିଦ୍ଧ ତପସ୍ବୀଙ୍କ ଭଳି ଯୋଗଜନ୍ମାମାନେ। ସେମାନଙ୍କ ଦ୍ୱାରା ନିର୍ଦ୍ଧାରିତ ନୀତି ହିଁ ମହାଭାରତୀୟ ସଂସ୍କୃତିକୁ କରିଥିଲା ମହାନ୍‌। ଗୁରୁକୁଳ ଆଶ୍ରମରେ ରହି ସେତେବେଳର ଶିଶୁମାନେ ସାମାଜିକ ଜ୍ଞାନ ଆହରଣ କରୁଥିଲେ। ବ୍ୟକ୍ତିତ୍ୱକୁ ବିକାଶ କରିବାର କଳା ହାସଲ କରୁଥିଲେ। ଫଳରେ ଗୋଟିଏ ଲମ୍ବା ଜୀବନ ଅତିବାହିତ କରିବା ସେମାନଙ୍କ ପାଇଁ ଆଦୌ କଠିନ ବ୍ୟାପାର ହେଉ ନ ଥିଲା।
ମାତ୍ର ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ, ସାମାଜିକ ଶୃଙ୍ଖଳ ଦିନକୁ ଦିନ ତା’ର ଦୃଢ଼ତା ହରାଉଛି। ଅନେକ ଅନୁଶୀଳନ ପରେ ଏହାର କାରଣ ଅବଶ୍ୟ ଉଦ୍ଭାବନ କରାଯାଇଛି। କାରଣଟି ଯେତିକି ବିଷମ ସେତିକି ପରିତାପକର। ସାମାଜିକ ଶୃଙ୍ଖଳ ଶିଥିଳ ହେବାର ମୁଖ୍ୟ କାରଣ ହେଉଛି ଶିଷ୍ଟାଚାର ଅଭାବ। ଏହା କେବଳ ସାମାଜିକ ଶୃଙ୍ଖଳ ବା ବନ୍ଧନକୁ ଶିଥିଳ କରିନାହିଁ, ଅଧିକନ୍ତୁ ସାମାଜିକ ଶୃଙ୍ଖଳାକୁ ଭାଙ୍ଗିରୁଜି ଛାରଖାର କରିଦେଇଛି। କାହାରି ପ୍ରତି କାହା ଭିତରେ ମମତା ନାହିଁ, ସ୍ନେହ ନାହିଁ କି ଶ୍ରଦ୍ଧା, ଭକ୍ତି, ସମ୍ମାନ ନାହିଁ। ଯିଏ ଯାହା ଇଚ୍ଛାରେ ଜୀବନ ବଞ୍ଚତ୍ବାର ମାର୍ଗ ଖୋଜି ନେଉଛନ୍ତି। ଫଳ ଏଇଆ ହେଉଛି ଯେ, ଅଧାବାଟରେ ଅଣନିଃଶ୍ୱାସୀ ହୋଇ ଟିକିଏ ସୁସ୍ଥ ପବନ ଖୋଜିବା ବେଳକୁ ସେଇତକ ବି ମିଳୁନାହିଁ।
କ’ଣ ହୋଇପାରେ କାରଣ: ଦିନ ଥିଲା ଯେତେବେଳେ ଗୁରୁଜନଟିଏ ବସିବାର ଦେଖିଲେ ବୟସରେ ସାନ ଲୋକଟିଏ ବାଟ ଭାଙ୍ଗି ଚାଲି ଯାଉଥିଲା। କିନ୍ତୁ ଏବେ ଏହି ଦୃଶ୍ୟର ଘୋର ଅଭାବ। ସେହିଭଳି ଗୁରୁଜନମାନେ ମଧ୍ୟ ଲଘୁଜନଙ୍କ ପ୍ରତି ଥିବା ସେମାନଙ୍କର କର୍ତ୍ତବ୍ୟର ପ୍ରତିପାଳନ କରୁନାହାନ୍ତି; ଯାହାଦ୍ୱାରା ଏକ ମହାନ୍‌ ପରମ୍ପରାର ବିଲୋପ ଘଟୁଛି। କ’ଣ ହୋଇପାରେ ଏହାର କାରଣ? ଉତ୍ତର ଅତି ସହଜ। ଆମେ ପାଶ୍ଚାତ୍ୟ ପରମ୍ପରାର ଏଭଳି ଅନୁଗାମୀ ହୋଇ ଉଠିଛେ ଯେ, ଆମକୁ ଆମ ପରମ୍ପରା ଅତି ଅସଙ୍ଗତ ମନେ ହେଉଛି। ଆଜିକାର ପିଲାମାନେ ଗୁରୁଜନ କହିଲେ ଖୁବ୍‌ କମ୍‌ ବୁଝନ୍ତି। କାରଣ ସେମାନେ ରହୁଥିବା ପରିବେଶରେ ଏଭଳି ଦୃଶ୍ୟ ସେମାନେ ଦେଖିବାକୁ ପାଉନାହାନ୍ତି।
ଆମ ପରମ୍ପରାରେ ଶିଷ୍ଟାଚାରର ଏକ ଉପାଦାନ ଥିଲା ପ୍ରଣାମ। ସେଥିପାଇଁ ଆମର ଦିବ୍ୟଦ୍ରଷ୍ଟାମାନେ ସାଷ୍ଟାଙ୍ଗ, ଅଷ୍ଟାଙ୍ଗ ପ୍ରଣାମ ବା ପ୍ରଣିପାତର ତରିକା ନିର୍ଦ୍ଧାରଣ କରି ଯାଇଛନ୍ତି। ବାପା, ମା’, ଗୁରୁ, ଗୁରୁମା, ଭାଇ, ଭାଉଜ, କକେଇ ଆଦି ଗୁରୁ ସ୍ଥାନୀୟ ଲୋକଙ୍କୁ ଦେଖିବା ମାତ୍ରେ ପ୍ରଣିପାତ କରିବାର ବିଧି ରହିଥିଲା। ଏହା କେବଳ ଶିଷ୍ଟାଚାର ନ ଥିଲା, ଏଥିରେ ଯୋଗାଭ୍ୟାସର ପ୍ରଚ୍ଛନ୍ନ ବିଧି ମଧ୍ୟ ଥିଲା। ସାଷ୍ଟାଙ୍ଗ ବା ଅଷ୍ଟାଙ୍ଗ ପ୍ରଣିପାତ କରିବା ଶରୀରର ସବୁ ଅଙ୍ଗ କାର୍ଯ୍ୟରେ ଲାଗୁଥିଲା। ଫଳରେ ରକ୍ତସଞ୍ଚାଳନ ପ୍ରକ୍ରିୟାର ଉନ୍ନତି ଘଟୁଥିଲା ଏବଂ ମଣିଷ ଦୀର୍ଘାୟୁ ହେଉଥିଲା। କିନ୍ତୁ ଏବେ ସାମାନ୍ୟ ନମସ୍କାରରେ ହିଁ କାମ ଚଳିଯାଉଛି। ଏମିତି କି ନମସ୍କାର କରିବା ପାଇଁ ଅନେକଙ୍କ ନିକଟରେ ବେଳ ନାହିଁ। ଅନେକେ ଏହାକୁ ଅସଙ୍ଗତ ବୋଲି ମଧ୍ୟ ମନେକରୁଛନ୍ତି। ପୁଅ ବାପା ମା’ଙ୍କୁ ପ୍ରଣାମ କରୁନି କି ନୂଆବୋହୂଟିଏ ତା’ର କର୍ତ୍ତବ୍ୟ ପାଳନକୁ ବ୍ରତ ଭାବେ ଗ୍ରହଣ କରୁନି। ଦିନକୁ ଦିନ ସୃଷ୍ଟି ହେଉଛି ବିଶୃଙ୍ଖଳିତ ପରିସ୍ଥିତି। ତେବେ ଏକଥା ଭୁଲିଯିବା ଉଚିତ ନୁହେଁ ଯେ, ଆମ ପରମ୍ପରାରେ ନିର୍ଦ୍ଧାରିତ ହୋଇଥିବା ପ୍ରକ୍ରିୟାଗୁଡ଼ିକ କେବଳ ଗତାନୁଗତିକ ନ ଥିଲା ବରଂ କାର୍ଯ୍ୟଟି ତମାମ୍‌ ଜୀବନକୁ କିଭଳି ପ୍ରତିନିଧିତ୍ୱ କରିପାରିବ ତାହାର ତରିକା ନିର୍ଦ୍ଧାରଣ କରାଯାଇଥିଲା।
ମୋ: ୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri