ନିର୍ଣ୍ଣୟରେ ନୈତିକ ଦାୟିତ୍ୱ

ଡ. ସତ୍ୟ ନାରାୟଣ ମିଶ୍ର

 

ମଣିଷ ସମାଜରେ ଶୃଙ୍ଖଳିତ ଭାବେ ବଞ୍ଚିବାର କୌଶଳ ଯେତେବେଳେ ସ୍ବୀକାର କରିଥାଏ, ସେତେବେଳେ ତାହାକୁ ପୂର୍ଣ୍ଣାଙ୍ଗ ରୂପରେଖ ଦେବା ପାଇଁ ଜୀବନର ଗତିପଥକୁ ନିର୍ଣ୍ଣୟର ନୈତିକ ଦାୟିତ୍ୱ ଉପରେ ନିହିତ କରିଥାଏ। ନିର୍ଣ୍ଣୟ କେତେବେଳେ ଓ କେଉଁ ପରିପ୍ରେକ୍ଷୀରେ ବ୍ୟକ୍ତି ଉଦ୍ଦିଷ୍ଟ କରିଥାଏ ତାହା ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ଜୀବନଶୈଳୀ ତଥା ବିଚାର ବ୍ୟବସ୍ଥାର ପରିପକ୍ୱତା ଉପରେ ନିର୍ଭର କରେ। ଜଣେ ବ୍ୟକ୍ତି ଯେତେବେଳେ କୌଣସି ନିର୍ଣ୍ଣୟ ପାରିବାରିକ, ସାମାଜିକ, ବ୍ୟକ୍ତିଗତ, ସାମୂହିକ, ଆନୁଷ୍ଠାନିକ, ସରକାରୀ ବା ବେସରକାରୀ କ୍ଷେତ୍ରରେ ନେଇଥାଏ, ସେତେବେଳେ ତା’ନିକଟରେ ଥିବା ନୀତି ଓ ନୈତିକ ମୂଲ୍ୟବୋଧର ଦାୟିତ୍ୱକୁ ଉପଯୋଗ କରିବା ଏକାନ୍ତ ବାଞ୍ଛନୀୟ ।
କାରଣ ନିର୍ଣ୍ଣୟର କାର୍ଯ୍ୟକାରିତା ଓ ପ୍ରୟୋଗ ଯେତେବେଳେ ହୋଇଯାଏ ସେଥିପାଇଁ ନିର୍ଣ୍ଣାୟକର୍ତ୍ତା ମଧ୍ୟ ଉତ୍ତରଦାୟୀ ରହିବା ଉଚିତ। କୌଣସି ପ୍ରସଙ୍ଗରେ ଯେତେବେଳେ ବ୍ୟକ୍ତି ନିର୍ଣ୍ଣୟ ନିଏ ସେତେବେଳେ ବ୍ୟକ୍ତି ଏହାକୁ ଏକ ନୈତିକ ଦାୟିତ୍ୱର ସୁପରିଚାଳନା ବୋଲି ହୃଦୟଙ୍ଗମ କରିବା ଉଚିତ।
ନୀତି ଓ ଦାୟିତ୍ୱ ସଦାବେଳେ ମଣିଷକୁ ଉଚିତ୍‌ ମାର୍ଗରେ ଧାବମାନ କରାଇଥାଏ। ପରିବାରରେ ଯେତେବେଳେ ବରିଷ୍ଠମାନେ କୌଣସି ବିଷୟ ଉପରେ ନିର୍ଣ୍ଣୟ ନେଇଥା’ନ୍ତି, ତାହା ଥାଏ ସୀମିତ ଉଦ୍ଦେଶ୍ୟ ସହ ଜଡ଼ିତ ଓ ସେଥିରେ ପରିବାରର ସଦସ୍ୟମାନଙ୍କର ସ୍ଥିତି ନିହିତ ଥାଏ। ତାହା ମଧ୍ୟ ନୈତିକତାର ବିଚାରଧାରା ମଧ୍ୟରେ ହେବା ଉଚିତ। ସେହିଭଳି ସାମାଜିକ କ୍ଷେତ୍ରରେ ବା ଆନୁଷ୍ଠାନିକ କ୍ଷେତ୍ର ବା ସରକାରୀ କ୍ଷେତ୍ରରେ ଯେଉଁ ନିର୍ଣ୍ଣୟ ନିଆଯାଏ, ତାହା କୌଣସି ଗୋଷ୍ଠୀ ବା ସୀମିତ ଉଦ୍ଦେଶ୍ୟରେ ହେବା ଉଚିତ ନୁହେଁ। ସୀମିତ ଉଦ୍ଦେଶ୍ୟର ନିର୍ଣ୍ଣୟ ମଣିଷର ନୈତିକ ସ୍ଖଳନ ହୋଇ ସମଗ୍ର ସାମାଜିକ ସ୍ଥିତିକୁ ଧୀରେ ଧୀରେ ଦୁର୍ବଳ କରିଥାଏ, କାରଣ ତାହା ଥାଏ ସାମୂହିକ ସ୍ବାର୍ଥର ସଙ୍କୋଚନ। ନିର୍ଣ୍ଣୟ ନେବା ଏକ ଅତ୍ୟାବଶ୍ୟକ ଦକ୍ଷତା, ଯାହା ବ୍ୟକ୍ତିଗତ ଜୀବନରେ ଆବଶ୍ୟକ। ନିର୍ଣ୍ଣୟ ନେବାର କ୍ଷମତା ହେଉଛି ଏକ ଦକ୍ଷତା, ଯାହା ପ୍ରାୟତଃ ଅଭିଜ୍ଞତା ମାଧ୍ୟମରେ ଶିଖାଯାଏ ଓ ବିବେକର ସୁ-ପ୍ରୟୋଗ ଦାରା ନିର୍ଦ୍ଧାରିତ ହୋଇଥାଏ।
ଦାୟିତ୍ୱକୁ ଗ୍ରହଣ କରିବାରେ ଯେତିକି ସାମର୍ଥ୍ୟ ଆବଶ୍ୟକ ହୋଇଥାଏ, ତାହାଠୁ ଅଧିକ ସାମର୍ଥ୍ୟ ଆବଶ୍ୟକ ହୋଇଥାଏ ତାହାକୁ ନିଷ୍ଠାର ସହ ପାଳନ କରିବା। ବ୍ୟକ୍ତି ଜାଣିବାକୁ ଚାହିଁବା ଉଚିତ ଯେ ଏକ ନିର୍ଣ୍ଣୟର କାହିଁକି ଆବଶ୍ୟକ, ଏହାଦ୍ୱାରା ଅନ୍ୟର ଜୀବନରେ କ’ଣ ପରିବର୍ତ୍ତନ ହେବ ଓ ନିର୍ଣ୍ଣୟ ବିଷୟରେ ବ୍ୟକ୍ତି ପାଇଁ ବା ସମାଜ ଲାଗି କ’ଣ ଗୁରୁତ୍ୱପୂର୍ଣ୍ଣ ନିହିତ ରହିଥାଏ। ଅତଏବ୍‌ ତର୍ଜମା ଓ ଅନୁସନ୍ଧାନ ତଥା ଅନୁଶୀଳନ ହେଉଛି ନୈତିକ ଦାୟିତ୍ୱର ମାନଦଣ୍ଡ। ଉକ୍ତ କାରଣଗୁଡ଼ିକର ସମୀକ୍ଷା କରିବା ପରେ ବ୍ୟକ୍ତି କିଛି ବିକଳ୍ପ ସହିତ ନିର୍ଣ୍ଣୟ ନେବା ଉଚିତ, ଯେଉଁଥିରେ ବ୍ୟକ୍ତିର ଉଦ୍ଦେଶ୍ୟ ନିହିତ ରହିଥାଏ ଯେ ବ୍ୟକ୍ତି କେଉଁ ଉପାୟରେ ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି ଓ ତାହାର ସକାରାତ୍ମକ ପ୍ରକ୍ରିୟା କେତେମାତ୍ରାରେ ବ୍ୟକ୍ତି ବା ସମାଜ ପାଇଁ ଉଦ୍ଦିଷ୍ଟ ହୋଇପାରିବ। ନିର୍ଣ୍ଣୟ ନେବାବେଳେ ବ୍ୟକ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଏକ ଉତ୍ତମ ନିର୍ଣ୍ଣୟ ଓ ଖରାପ ନିର୍ଣ୍ଣୟ ମଧ୍ୟରେ ପାର୍ଥକ୍ୟକୁ ଜାଣିବା ଓ ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତକୁ ଦୂରଦୃଷ୍ଟିରେ ପ୍ରକ୍ଷାଳନ କରିବା। ଏକ ଭଲ ନିର୍ଣ୍ଣୟ ଓ ଏକ ଖରାପ ନିର୍ଣ୍ଣୟ ମଧ୍ୟରେ ପ୍ରାଥମିକ ପାର୍ଥକ୍ୟ ହେଉଛି ଏହାର ପ୍ରଭାବ ବ୍ୟକ୍ତିର ଜୀବନରେ କେତେ ଓ କେଉଁ ମାତ୍ରାରେ ଉପଯୋଗ ହୋଇଥାଏ। ସେଦୃଷ୍ଟିରୁ ବିଚାରକଲେ ଏକ ଉତ୍ତମ ନିର୍ଣ୍ଣୟ ହେଉଛି ଯାହା ବ୍ୟକ୍ତିର ଜୀବନରେ ସକାରାତ୍ମକ ପ୍ରଭାବ ପକାଇଥାଏ, ଯେତେବେଳେ ଏକ ଖରାପ ନିଷ୍ପତ୍ତି ବ୍ୟକ୍ତିର ଜୀବନ ଉପରେ ନକାରାତ୍ମକ ପ୍ରଭାବ ମଧ୍ୟ ପକାଇଥାଏ। ମାତ୍ର ଉତ୍ତମ ନୈତିକ ଦାୟିତ୍ୱବୋଧ ନିର୍ଣ୍ଣୟ ସାଧାରଣତଃ ଅଧିକ ସୁଯୋଗ ଆଣିଥାଏ ଓ ତାହା ସର୍ବଜନରେ ଆଦୃତ ମଧ୍ୟ ହୋଇଥାଏ। ତଥାପି, ଅନେକ କ୍ଷେତ୍ରରେ କେତେକ ପରିସ୍ଥିତିରେ ଯେତେବେଳେ ବ୍ୟକ୍ତି କୌଣସି ନୂ୍ୟନ ନିର୍ଣ୍ଣୟ ନିଅନ୍ତି, ଏହାର ପ୍ରତିକ୍ରିୟା ସଙ୍ଗେସଙ୍ଗେ ସମାଜର କୋଣ ଅନୁକୋଣରେ ବିଛୁରିତ ହୋଇଥାଏ, ସେତେବେଳେ ତାହା ସମାଲୋଚିତ ହୋଇ ନୂ୍ୟନତାର ତୁଷ୍ଟୀକରଣକୁ ଧିକ୍କାର ଦେଇଥାଏ। ମାତ୍ର ଉପଯୁକ୍ତ ନୈତିକ ଦାୟିତ୍ୱର ନିର୍ଣ୍ଣୟ ଦୀର୍ଘସ୍ଥାୟୀ ହୋଇ ସମାଜର ହିତ ସାଧନ କରିବାରେ ସହାୟକ ହୋଇଥାଏ। ଉତ୍ତମ ନିର୍ଣ୍ଣୟ ବିବେକର ଲକ୍ଷ୍ୟ ହାସଲ କରେ ଓ ଖରାପ ନିର୍ଣ୍ଣୟ ତୁଷ୍ଟୀକରଣ କରି ଏକ ଅବାଞ୍ଛତ୍ତ ଉପାୟରେ ବଳପୂର୍ବକ ପ୍ରୟୋଗ ହୋଇଥାଏ, ଯାହା ଥାଏ ଅପରିପକ୍ୱତାର ନିଦର୍ଶନ। ମଣିଷ ଜୀବନରେ ପରିଚାଳନାରେ ଥିବା ସମସ୍ତ ସମସ୍ୟା ମଧ୍ୟରୁ ନିର୍ଣ୍ଣୟ ନେବା ସମସ୍ୟା ହେଉଛି ସବୁଠାରୁ କଷ୍ଟସାଧ୍ୟ କାର୍ଯ୍ୟ, କାରଣ ସେଥିରେ ଥାଏ ଆତ୍ମିକ ବିଚାରଧାରା। ସାଧାରଣ ଜୀବନରେ ମଧ୍ୟ ‘କରିବା ବା ନ କରିବା’ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ, ଯାହା ଜଣେ ବ୍ୟକ୍ତିର କାର୍ଯ୍ୟକୁ ତର୍ଜମା କରିଥାଏ। ଅନ୍ୟପକ୍ଷରେ ନିର୍ଣ୍ଣୟ ନେବାରେ ମଧ୍ୟ ସମୟର ସଦୁପଯୋଗ ହେବା ନିତାନ୍ତ ଆବଶ୍ୟକ, କାରଣ ଉପଯୁକ୍ତ ସମୟରେ ଉପଯୁକ୍ତ ନିର୍ଣ୍ଣୟ ନ ନେଲେ କାର୍ଯ୍ୟ ଫଳପ୍ରସୂ ହୋଇ ନ ଥାଏ ।
ଅତୀତର ପୁରାଣ, ଗ୍ରନ୍ଥ, ରାମାୟଣ, ମହାଭାରତରେ ଅନେକ ଦୃଷ୍ଟାନ୍ତ ଏ ମଣିଷ ସମାଜ ଜାଣିଛି ଓ ତଦନୁଯାୟୀ ନିର୍ଣ୍ଣୟ ନେବା ମଧ୍ୟ ଆବଶ୍ୟକ, ଯାହା ସମୟୋପଯୋଗୀ ହେବା ଉଚିତ। ସରକାରୀ, ବେସରକାରୀ କିମ୍ବା ସାର୍ବଜନୀନ ସଂଗଠନର ଅର୍ଥ ହେଉଛି ଚରମ ବିଶ୍ଳେଷଣରେ ଠିକ୍‌ ଓ ଦାୟିତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବା। ଜଣେ ଭଲ ନେତା ହେଉଛନ୍ତି ସିଏ, ଯିଏ ନିଷ୍ପତ୍ତି ନେଇପାରିବେ। କିଏ କ’ଣ କରିବ ବା ନ କରିବ ସମସ୍ୟାର ସମାଧାନ କରିପାରିବେ ଓ ନିର୍ଣ୍ଣୟର ନିଷ୍ପତ୍ତି ନେବା ପାଇଁ ଯିଏ ସ୍ବେଚ୍ଛାକୃତ ଭାବେ ଦାୟିତ୍ୱ ଗ୍ରହଣ କରିପାରିବ। ବାସ୍ତବରେ ଦାୟିତ୍ୱ ହେଉଛି ଏକ ଭାର, ଯାହା ବର୍ତ୍ତମାନର ସମାଜରେ ଅନେକଙ୍କ ମଧ୍ୟରୁ ଅଧିକାଂଶ ଭଲଭାବେ ବହନ କରନ୍ତି ନାହିଁ ଓ ଅଧିକାଂଶ ଗ୍ରହଣ କରିବାକୁ ଇଚ୍ଛୁକ ନୁହନ୍ତି। କିନ୍ତୁ ନେତୃତ୍ୱର ଅର୍ଥ ହେଉଛି ନିର୍ଣ୍ଣୟ ନିଆଯିବା ଓ ଦାୟିତ୍ୱ ଗ୍ରହଣ କରାଯିବା ଆବଶ୍ୟକ ତାହା ପୁଣି ନୈତିକ ବିଚାରଧାରା ଉପରେ ପର୍ଯ୍ୟବସିତ ହେବା ଆବଶ୍ୟକ। ଜଣେ ବ୍ୟକ୍ତି ଠିକ୍‌ ନିର୍ଣ୍ଣୟ ନେବାକୁ ହେଲେ, ସେ ତାଙ୍କ ବ୍ୟକ୍ତିତ୍ୱର କିଛି ବୈଶିଷ୍ଟ୍ୟ ଧାରଣ କରିବା ଆବଶ୍ୟକ। ଭାବନା ସହିତ ଚିନ୍ତା କରିବା ପାଇଁ ବ୍ୟକ୍ତିଙ୍କୁ ନୈତିକ ଅନୁଶାସନକୁ ପାଥେୟ କରିବା ଆବଶ୍ୟକ। ନୈତିକ ଦାୟିତ୍ୱ ଯାହା ନିଜକୁ ଏକ ଅନୁଶାସିତ ବ୍ୟବସ୍ଥା ଭାବରେ ପରିପ୍ରକାଶ କରେ, ଏକ ନୈତିକ ବିଚାରର ସ୍ବଭାବ ଓ ଏକ ଆତ୍ମସଚେତନ ନୈତିକ ଆଭିମୁଖ୍ୟ ସହିତ ନୈତିକ ଶକ୍ତି ତଥା ନୈତିକ ଭାବନା ଉପରେ କାର୍ଯ୍ୟ କରିବା, ନିଷ୍ପତ୍ତି ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସମ୍ପ୍ରତି ସମାଜରେ ସାମୂହିକ ନିର୍ଣ୍ଣୟକୁ ନିଷ୍ପତ୍ତିରେ ପରିଣତ କରିବା ପାଇଁ ଅନେକ କ୍ଷେତ୍ରରେ ଏକ ଚାପ ଗୋଷ୍ଠୀ ସକ୍ରିୟ ହେଉଅଛି, ଯାହା ନୈତିକ ନିର୍ଣ୍ଣୟ ନେବାରେ ବାଧକ ହୋଇଥାଏ ଓ ଦାୟିତ୍ୱର ସୁପ୍ରୟୋଗ ହୋଇପାରି ନ ଥାଏ। ନିର୍ଣ୍ଣୟର ନୈତିକ ଦାୟିତ୍ୱକୁ ଉପଯୁକ୍ତ ଭାବେ ପ୍ରୟୋଗ କଲେ ସମାଜରେ ଅସମାନତା ଓ ତୁଷ୍ଟୀକରଣ ବ୍ୟବସ୍ଥାର ବିଲୋପ ହୋଇପାରନ୍ତା ଓ ବିଶ୍ୱାସରୁ ଆତ୍ମବିଶ୍ୱାସର ସୃଷ୍ଟିହୋଇ ସମାଜ, ଦେଶ ଓ ଜାତିର ସମୃଦ୍ଧି ହୋଇପାରନ୍ତା।
ଅଭିଲେଖାଧିକାରୀ, ଜାତୀୟ ଅଭିଲେଖାଗାର, ଭାରତ ସରକାର
ମୋ: ୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri