ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଉ

କେନ୍ଦ୍ରାପଡ଼ା ଅଫିସ,୫।୨: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାରହାପୁରଠାରେ ଗହୀରମଥା ମେରାଇନ ଟର୍ଟଲ ପ୍ରୋଟେକଶନ ଆଣ୍ଡ ମାନଗ୍ରୁଭ କଞ୍ଜରଭେଶନ ସୋସାଇଟିର ଏକ ଆଲୋଚନାଚକ୍ର ଗୁରୁବାର ଅନୁଷ୍ଠିତ ହୋଇଥିଲା। ସୋସାଇଟି ସଭାପତି ସତ୍ୟପ୍ରକାଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି ହୋଇଛି। ଏଥିରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ପ୍ରଭୁପ୍ରସାଦ ମହାପାତ୍ର, ଆଶିଷ କୁମାର ସେନାପତି ଆଲୋଚକ ଭାବେ ଯୋଗ ଦେଇଥିଲେ। ସେମାନେ କହିଥିଲେ, ଜାତୀୟ ଉଦ୍ୟାନ ଭିତରକନିକାର ଜୈବବିବିଧତା ପରି ଏଠାରେ ଧଳା ବଉଳା କୁମ୍ଭୀର, ଡଲ୍‌ଫିନ, ଅଲିଭ୍‌ ରିଡ୍‌ଲେ, ଅକ୍ଟୋପସ୍‌, ନୀଳରକ୍ତ କଙ୍କଡ଼ା, ଶାମୁକା ଆଦି ବିଶ୍ୱ ପ୍ରସିଦ୍ଧ। ତେବେ ଏମାନଙ୍କ ଜୀବନଚର୍ଯ୍ୟା, ସ୍ଥାନୀୟ ପରିବେଶ, ଔଷଧୀୟ ଗୁଣବତ୍ତା ଆଦି ରହସ୍ୟ ଘେରରେ ଅଛି। ନିର୍ଦ୍ଦିଷ୍ଟ ସମୟରେ ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଏହି ଅଞ୍ଚଳକୁ ଆଗମନ, ଅଣ୍ଡାଦାନ ପରେ ମାଈ କଇଁଛଙ୍କ ପଳାୟନ, ଦେଢ଼ମାସ ପରେ ଶାବକଙ୍କ ପଶ୍ଚାତ୍‌ଗମନ ଆଦି ଏବେବି ରହସ୍ୟ ଘେରରେ ରହିଛି। ସେହିପରି ପୁରୀର କୋଣାର୍କ ନିକଟ ରାମଚଣ୍ଡୀ ତଟାଦେଶରେ ୨୦୧୨ରୁ ଅଦ୍ୟାବଧି ଏମାନେ ଦେଖା ନ ଦେବା କାରଣ ଖୋଜିବା ସହ ଗବେଷଣାଗାରରେ ଏହି ସାମୁଦ୍ରିକ ଜୀବର ଜୀବନଚକ୍ର ଅନୁଧ୍ୟାନ ହୋଇପାରିବ। ସେହିପରି ଏହି ଅଞ୍ଚଳର ବିରଳ ଧଳା କୁମ୍ଭୀର ଗୋରୀ ଏହାର ରଙ୍ଗ ପାଇଁ ବିଶ୍ୱ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଗୋରୀ କୁମ୍ଭୀର ଡାଙ୍ଗମାଳର ଆବଦ୍ଧ ସୀମାରେ ଥିଲେ ମଧ୍ୟ ଚଳିତବର୍ଷ ୧୬ ଧଳା କୁମ୍ଭୀରଙ୍କ ଗଣନା ହୋଇଛି, ଯାହା ଗବେଷକଙ୍କ ଗବେଷଣା ପାଇଁ ଆହ୍ବାନ କରୁଛି। ଅପରପକ୍ଷରେ ଏଠାରେ ଦେଖାଯାଉଥିବା ଜେଲିଫିସ୍‌, ଡଲ୍‌ଫିନ, ଅକ୍ଟୋପସ୍‌ ଆଦି ସାମୁଦ୍ରିକ ଜୀବ ସମ୍ପର୍କରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଅଧିକ ସଚେତନତା ସୃଷ୍ଟିର ଆବଶ୍ୟକତା ଅଛି। ସେହିପରି ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ଏଠାରେ ଏକ ଆହ୍ବାନ ହୋଇଛି। ଏହି କଙ୍କଡ଼ା ଓ ଶାମୁକାରୁ ପ୍ରସ୍ତୁତ ଔଷଧ ମାନବ ସମାଜ ପାଇଁ କେତେଦୂର ଉପଯୋଗୀ ହୋଇପାରିବ, ତାହାର ଗବେଷଣା ଜରୁରୀ ହୋଇପଡିଛି। ଅପରପକ୍ଷରେ ତଟକ୍ଷୟ ଏଠାରେ ଉଗ୍ରରୂପ ଧାରଣ କରିଛି। ଏହାର ନିରାକରଣ ସମ୍ପର୍କରେ ଗବେଷଣା ହୋଇପାରିବ। ସାମୁଦ୍ରିକ ଜୀବଙ୍କ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଜାତୀୟ ଉଦ୍ୟାନ ମଧ୍ୟରେ ଏକ ଗବେଷଣାଗାର ପ୍ରତିଷ୍ଠା ପାଇଁ ସେମାନେ ଏହି ଆଲୋଚନା ଚକ୍ରରେ ଦାବି କରିଛନ୍ତି। ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ ଏହି ପ୍ରସ୍ତାବକୁ ସ୍ବାଗତ କରିଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା: ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

ବିଞ୍ଝାରପୁର,୩୧ା୮(ଡି.ଏନ.ଏ.): ବହୁଚର୍ଚ୍ଚିତ ପିହୁ ନିଖୋଜ ଘଟଣାରେ ବିଞ୍ଝାରପୁର ପୋଲିସ ପକ୍ଷରୁ ମଙ୍ଗଳବାର ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। କୌଣସି ବ୍ୟକ୍ତି ଯଦି...

ରାସ୍ତାକୁ କେନ୍ଦ୍ର କରି ଗଣ୍ଡଗୋଳ

କୁଆମରା,୭।୧୦ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ଗ୍ରାମର ରାସ୍ତା ଓ ପାଣି ଯାତାୟାତକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ...

ଚାରାରୋପଣ ପାଇଁ ଜିଲାପାଳଙ୍କୁ ଭେଟିଲା ବରିଷ୍ଠ ନାଗରିକ ମଞ୍ଚ

କୋରେଇ,୬ା୭(ସ୍ବ.ପ୍ର.): ସାମୁଦ୍ରିକ ବାତ୍ୟା ‘ଫନୀ’ରେ ସରକାରୀ ଅନୁଷ୍ଠାନଠାରୁ ବେସରକାରୀ ଅନୁଷ୍ଠାନ ଏବଂ ସାଧାରଣ ଲୋକଙ୍କ ବହୁ ଗଛ ଭାଙ୍ଗିଯାଇଛି। ଏହାକୁ ଦୃଷ୍ଟିେରେ ରଖି ୫୦୦ ଗଛ...

ପ୍ରବାସୀ ଶ୍ରମିକଙ୍କୁ ଟଙ୍କା ନ ମିଳିବାରୁ ପଞ୍ଚାୟତ ଅଫିସରେ ଉତ୍ତେଜନା

ଚିତ୍ରଡ଼ା,୫।୬(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲାର ମୋରଡା ବ୍ଲକ ଅଧିନ ହଲଦୀପାଳ ପଞ୍ଚାୟତ ଅଫିସରେ ଶୁକ୍ରବାର ଅପରାହ୍ନରେ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଛି। ଏହି...

ବୁଡ଼ିଲା ଅଟ୍ରି ଉଷ୍ଣ ପ୍ରସ୍ରବଣ: ୫୭ ନଂ. ଏନ୍‌ଏଚ୍‌ରେ ଯୋଗାଯୋଗ ବିଚ୍ଛିନ୍ନ

ଖୋର୍ଦ୍ଧା ଅଫିସ,୧୮ା୮: ମହାନଦୀରେ ଜଳସ୍ତର ବଢୁଛି। ଫଳରେ ଶାଖା ନଦୀ ରାଜୁଆ ଓ ଦୟାର ଜଳସ୍ତର ବୃଦ୍ଧି ପାଇ ବିପଦସଙ୍କେତ ଉପରେ ରହିଛି। ଖୋର୍ଦ୍ଧା-ବଲାଙ୍ଗୀର ୫୭...

ଗଞ୍ଜାମ ଜିଲା ଟ୍ରେଜେରି ଷ୍ଟ୍ରଙ୍ଗରୁମ୍‌ ଅସୁରକ୍ଷିତ

ଛତ୍ରପୁର,୯ା୬(ଡି.ଏନ୍‌.ଏ.): ଛତ୍ରପୁରଠାରେ ଥିବା ଗଞ୍ଜାମ ଜିଲା ଟ୍ରେଜେରି ଅଫିସ ଷ୍ଟ୍ରଙ୍ଗରୁମ୍‌ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଷ୍ଟ୍ରଙ୍ଗରୁମ୍‌ର ଛାତ ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାରେ ଅଛି। ଛାତର ପ୍ଲାଷ୍ଟର ଛୋଟ...

ସଫେଇ କର୍ମଚାରୀଙ୍କୁ ଆକ୍ରମଣ ପ୍ରତିବାଦରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ବାରିପଦା ଅଫିସ,୮ା୧୦- ବାରିପଦା ପୌର ପରିଷଦର ସଫେଇ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ କର୍ମଚାରୀମାନେ ମଙ୍ଗଳବାର ସକାଳେ ପୌର କାର୍ଯ୍ୟାଳୟ ସମ୍ମୁଖରେ...

ବାଇକ୍‌ ସହ ଭାସି ଯାଇଥିବା ଯୁବକଙ୍କ ମିଳିଲା ମୃତଦେହ

ଫୁଲବାଣୀ ଅଫିସ, ୨୫ା୮: ଫୁଲବାଣୀ ଡାକପାଲା ଚେକ୍‌ ଡ୍ୟାମ ଉପର ରାସ୍ତାରେ ବୁଧବାର ରାତିରେ ଯିବାବେଳେ ବାଇକ ସହ ଜଣେ ଯୁବକ ଭାସି ଯାଇଥିଲେ। ଗୁରୁବାର...

Advertisement
Archives

Model This Week