‘ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ସଜାଡ଼ିବାକୁ ପଡ଼ିବ’

କଟକ ଅଫିସ,୨୯ା୪: ସରକାର ମଧୁସୂଦନ ଆଇନ କଲେଜକୁ ବିଶ୍ୱବିଦ୍ୟାଳୟ କରି ମଧୁବାବୁଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ଏକ ବର୍ଷ ମଧ୍ୟରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (ଏମ୍‌ଏଲ୍‌ୟୁ)ରେ ଅନେକ ପରିବର୍ତ୍ତନ ଆସିଛି। ବିଶ୍ୱବିଦ୍ୟାଳୟର ନୂତନ ୧୫ଟି ଶ୍ରେଣୀଗୃହରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ। ସେଠାରେ ଅତ୍ୟାଧୁନିକ ବୋର୍ଡ, ମାଇକ୍‌ ବ୍ୟବସ୍ଥା, ଏସି ଲଗାଯିବ। ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରମାନେ ଅନ୍ତର୍ଜାତୀୟସ୍ତରର ପାଠ ପଢିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। କଟକସ୍ଥିତ ଏମ୍‌ଏଲ୍‌ୟୁର ପ୍ରଥମ ପ୍ରତିଷ୍ଠା ଦିବସ ଗୁରୁବାର ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ସାହୁ ଯୋଗଦେଇ କହିଥିଲେ, ଆମ ଶିକ୍ଷା ବ୍ୟବସ୍ଥାରେ କିଛି ତ୍ରୁଟି ରହିଛି। ତାହାକୁ ଏବେ ଆମକୁ ସୁଧାରିବାକୁ ପଡିବ। କାରଣ ଏହାକୁ ଏକ ଭଲ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭବିଷ୍ୟତକୁ ଉଜ୍ୱଳମୟ କରିବା ପାଇଁ ଆମକୁ କଠୋର ନିଷ୍ପତ୍ତି ନେବାକୁ ପଡିବ ବୋଲି ସେ କହିଛନ୍ତି।
ଏମ୍‌ଏଲ୍‌ୟୁ ପ୍ରତିଷ୍ଠା ଦିବସ ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରଶାସନିକ କୋଠା ଉଦ୍‌ଘାଟନ କରାଯାଇଛି। ଏଥିସହ ଯୋବ୍ରା କ୍ୟାମ୍ପସରେ ନୂତନ କୋଠା ଓ ବିଶ୍ୱବିଦ୍ୟାଳୟ ପରିସରରେ ପିଜି କ୍ୟାମ୍ପସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି କୋଠା ନିର୍ମାଣ କାର୍ଯ୍ୟ ଆସନ୍ତା ଦେଢବର୍ଷ ମଧ୍ୟରେ ଶେଷ ହେବ। ଏଥିସହ ଯୋବ୍ରା କ୍ୟାମ୍ପସର ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟର ସ୍ବତନ୍ତ୍ର ପାଠାଗାର ଓ ଗେଷ୍ଟ ହାଉସ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିଛି ଦିନ ମଧ୍ୟରେ ଏହାକୁ ଉଦ୍‌ଘାଟନ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ଡିନ୍‌ ଏସ୍‌. କେ. ନନ୍ଦ ଘୋଷଣା କରିଛନ୍ତି। କୁଳପତି କମଲଜିତ ସିଂ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ, ଏହି ଏକ ବର୍ଷ ମଧ୍ୟରେ ଅନେକ ଆହ୍ବାନର ସମ୍ମୁଖୀନ ହୋଇଛୁ। ରାଜ୍ୟ ସରକାର ମୋ ଉପରେ ଅନେକ ଅସ୍ଥା ଓ ବିଶ୍ୱାସ ରଖି ମତେ ଏଥିରେ ନିୟୋଜିତ କରିଛନ୍ତି। ସେଥିପାଇଁ ଏହି ବିଶ୍ୱବିଦ୍ୟାଳୟର ପ୍ରାଥମିକ ସ୍ତରରୁ ଦୃଢ ଭିତ୍ତିଭୂମି ସ୍ଥାପନ କରିବାକୁ ମୁଁ ଏବଂ ମୋ ଟିମ ସର୍ବଦା ଚେଷ୍ଟା କରିଛୁ। ଏଥିସହ ବିଶ୍ୱବିଦ୍ୟାଳୟ ପାଇଁ ଟିଚିଂ ଏବଂ ନନ୍‌ଟିଚିଂ ଷ୍ଟାପ ଲାଗି ୨୭୬ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ, ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ମନୋରଞ୍ଜନ କର, ରେଜିଷ୍ଟ୍ରାର ନିରୁପମା ସ୍ବାଇଁ, ଡିନ୍‌ ଷ୍ଟୁଡେଣ୍ଟ ୱେଲଫେୟାର ଡ. ସତ୍ୟନାରାୟଣ ମଲ୍ଲିକ, ପରୀକ୍ଷା ନିୟନ୍ତ୍ରକ ଏସ.କେ. ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ରାଇରଙ୍ଗପୁର/ବିଶୋଇ,୧୫ା୫(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ବାଜ ଗୁରୁବାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ। ଜିଲାପାଳଙ୍କ ସହିତ ଜିଲା ଚିକିତ୍ସାଧିକାରୀ ରୂପଭାନୁ ମିଶ୍ର, ଉପଜିଲାପାଳ ଧର୍ମାନନ୍ଦ ବେହେରା,...

ଶ୍ରୀମନ୍ଦିରରେ ଅକ୍ଷୟବଟ

କଳ୍ପବଟ ମଧ୍ୟ ଅକ୍ଷୟବଟ ନାମରେ ପରିଚିତ। କଳ୍ପ ହେଉଛି କଳ୍ପନା। ବଟ ହେଉଛି ବୃକ୍ଷ। ଋଷି ବଶିଷ୍ଠଙ୍କ କାମଧେନୁ ପରି ଭକ୍ତଙ୍କର ମନୋବାଞ୍ଛା ପୂର୍ଣ୍ଣ କରୁଥିବାରୁ...

୩୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ, ୩।୧୦: ଖୋର୍ଦ୍ଧା ଅବକାରୀ ବିଭାଗର କର୍ମଚାରୀମାନେ ବଡ଼ବେରଣା ଗଁାରୁ ଗୁରୁବାର ପୂର୍ବାହ୍ନରେ ଚଢ଼ାଉକରି ୩୨ ଗା୍ରମ ବ୍ରାଉନସୁଗାର ଜବତ କରିଛନ୍ତି। ଏହି ଘଟଣାରେ...

ନୂଆ ସଂସ୍କୃତି ଆପଣାଅ: ବେଦାନ୍ତ

ଯାଜପୁର ଅଫିସ,୯ା୮(ହର୍ଷବର୍ଦ୍ଧନ ବେହେରା): ଅର୍ଥ ବଳରେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ହାତରେ ରଖି କିଭଳି ଲୋକଙ୍କୁ ଦମନ କରାଯାଇପାରୁଛି ତାହାର ପଦ୍ଧତି ନିକଟରେ ବେଦାନ୍ତ କମ୍ପାନୀର...

ଧରା ପଡ଼ିଲେ ଜଣାଶୁଣା

ଝାରସୁଗୁଡା ଅଫିସ୍‌/ବ୍ରଜରାଜନଗର,୨୭।୯(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ପୋଲିସ ସୋମବାର ଏକ ଜୁଆଆଡ୍ଡା ଉପରେ ଚଢାଉ କରି ୯ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ...

ରବିଧାନର ଟାର୍ଗେଟ ହ୍ରାସ ନେଇ ତାତିଲେ ଚାଷୀ: ଜିଲା ଯୋଗାଣ ଅଧିକାରୀଙ୍କୁ ଫେରାଦ

ବଲାଙ୍ଗୀର ଅଫିସ, ୨ା୬: ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ଲୁହୁରାମୁଣ୍ଡା ପଞ୍ଚାୟତର ଲୁହୁରାମୁଣ୍ଡା ଓ ସାନଫାସଡର ଚାଷୀମାନେ ରବିଧାନର ଟାର୍ଗେଟ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ...

କରୋନା ସତର୍କତାକୁ ନେଇ ଶେରଗଡ଼ ତହସିଲଦାରଙ୍କ ଚଢ଼ାଉ: ଗାଡି ସଫା ରଖିବାକୁ ଦେଲେ ନିର୍ଦ୍ଦେଶ

ଶେରଗଡ଼,୧୮।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ ଥିବା ଜଗନ୍ନାଥ ମନ୍ଦିର, ଶୀତଲା, ହରୀକୃଷ୍ଣପୁରର ଜୟଚଣ୍ଡୀ, ରାମଚଣ୍ଡୀ ମନ୍ଦିର ଆଦି ଶୈବ ପୀଠରେ ବୁଧବାର ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା...

ଧୋଇଗଲା ଫେୟାରୱେଦର ରାସ୍ତା

ବରଗଡ଼ ଅଫିସ୍‌,୧୨।୮:ବରଗଡ଼-ଅମ୍ବାପାଲି ମଧ୍ୟରେ ଜିରା ନଦୀ ବହିଯାଇଛି। ଅମ୍ବାପାଲିକୁ ସଂଯୋଗ କରିବା ପାଇଁ ବ୍ରିଟିଶ ଅମଳରୁ ଏକ ପୋଲ ରହିଥିଲା। ବିପଦଶଙ୍କୁଳ ଅବସ୍ଥା ଯୋଗୁ ତାକୁ...

Advertisement
Archives

Model This Week