ସମତା ହିଁ ବୀଜମନ୍ତ୍ର

ସାଧାରଣତନ୍ତ୍ର ଦିବସ ଭାରତର ଏକ ଜାତୀୟ ଦିବସ ରୂପେ ପରିପାଳିତ ହେଉଛି। ଏହା ଦେଶବାସୀଙ୍କର ଆତ୍ମସମୀକ୍ଷା ଓ ସଂକଳ୍ପ ଦିବସ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ପରିପ୍ରେକ୍ଷୀରେ ବ୍ୟକ୍ତିବିଶେଷ ଦେଶର ଜାତୀୟ ସଂହତି ଅକ୍ଷୁଣ୍ଣ ରଖିବାକୁ ସଦାଚେଷ୍ଟିତ ହୋଇଥାଆନ୍ତି। ବିଶ୍ୱର ସର୍ବବୃହତ୍‌ ଲୋକତନ୍ତ୍ରର ଦେଶ ହେଉଛି ଭାରତବର୍ଷ। ଏହି ଦେଶରେ ଜାନୁୟାରୀ ୨୬ ତାରିଖକୁ ପ୍ରତିବର୍ଷ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ। କାରଣ ଏହି ଦିନ ଆମର ସମ୍ବିଧାନ ପ୍ରଣୟନ ହୋଇଥିଲା। ଗଣତନ୍ତ୍ର ଦିବସ ଏକ ରାଷ୍ଟ୍ରୀୟ ପର୍ବ। ଗଣତନ୍ତ୍ର ଦିବସରେ ଭାରତବାସୀ ନିଜର ଅଦ୍ୱିତୀୟ ସମ୍ବିଧାନକୁ ଅଙ୍ଗୀକୃତ, ଅଧିନିୟମିତ ଏବଂ ଆତ୍ମୋର୍ପିତ କରିଥିଲେ। ଏଥିପାଇଁ ଏହି ଦିନରେ ସମସ୍ତଙ୍କ ନିମନ୍ତେ ସମ୍ବିଧାନର ମୌଳିକ ମୂଲ୍ୟବୋଧ ସମ୍ପର୍କରେ ଗଭୀରଭାବେ ବିଚାର କରିବାର ଅବସର ଆସିଛି । ସମ୍ବିଧାନରେ ରେଖାଙ୍କିତ ନ୍ୟାୟ ସ୍ବତନ୍ତ୍ରତା, ସମତା ଏବଂ ଭ୍ରାତୃତ୍ୱର ମୂଲ୍ୟବୋଧ ଆମ ସମସ୍ତଙ୍କ ପାଇଁ ଏକ ପୁଣ୍ୟ ଆଦର୍ଶ। କେଉଁ ଅନାଦି କାଳରୁ ଏ ଭାରତ ଭୂମି ଏବଂ ଏଠାକାର ସଭ୍ୟତା ଏକ ସ୍ବତନ୍ତ୍ର ମୂଲ୍ୟବୋଧକୁ ଧରି ରଖିଛି । ଏଠାକାର ନ୍ୟାୟ, ସ୍ବତନ୍ତ୍ରତା, ସମତା ଏବଂ ଭ୍ରାତୃଭାବ ଆମର ଜୀବନ ଦର୍ଶନର ଶାଶ୍ୱତ ସିଦ୍ଧାନ୍ତ। ଏହାର ଅନବରତ ପ୍ରବାହ ଆମ ସଭ୍ୟତାର ଆରମ୍ଭରୁ ମଧ୍ୟ ରହିଆସିଛି। ଆମ ସମସ୍ତଙ୍କ ଜୀବନକୁ ସମୃଦ୍ଧ କରିଆସୁଛି, ଯାହାର ପ୍ରମାଣ ଏହି ଜନରାଜ୍ୟ ଦିବସ।
ଭାରତର ସ୍ବାଧୀନତା ପ୍ରାପ୍ତି ପରେ ରାଷ୍ଟ୍ରନାୟକ ଡ. ଆମ୍ବେଡକର ସ୍ବାଧୀନ ରାଷ୍ଟ୍ରକୁ କେତେକ ନୀତି ନିୟମରେ ଚଳାଇବା ନିମନ୍ତେ ସମ୍ବିଧାନ ପ୍ରଣୟନ କରିଥିଲେ । ସେହି ପ୍ରଣିତ ସମ୍ବିଧାନ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଗୃହୀତ ହୋଇ କାର୍ଯ୍ୟକାରୀ କରାଯାଇଥିଲା। ଆମକୁ ଏକତା ସୂତ୍ରରେ ବାନ୍ଧି ରଖିଛି ଆମ ଗଣତନ୍ତ୍ର। ଆମ ମୈତ୍ରୀ ଓ ସାମୂହିକଭାବ ଆସିଛି ଆମ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ପ୍ରଭାବରୁ ।
ସମ୍ବିଧାନର ଆଦର୍ଶକୁ ବେଦବାକ୍ୟ ପରି ସର୍ବଦା ସମସ୍ତେ ମନେରଖିବା ଉଚିତ। ସମତା ଆମ ଗଣତନ୍ତ୍ରର ମହାନ୍‌ ଯଜ୍ଞର ବୀଜମନ୍ତ୍ର। ସାମାଜିକ ସମତାର ଆଦର୍ଶ ପ୍ରତ୍ୟେକ ବ୍ୟକ୍ତିର ଗରିମା ସୁନିଶ୍ଚିତ କରିଥାଏ। ଏଣୁ ସମସ୍ତେ ସାମ୍ବିଧାନିକ ନୈତିକତା ମାର୍ଗରେ ନିରନ୍ତର ଗତି କରିବା ଉଚିତ।
-ଅମୂଲ୍ୟ କୁମାର ପଣ୍ଡା
ଅରଙ୍ଗାବାଦ, ବରୀ, ଯାଜପୁର, ମୋ: ୯୯୩୮୯୦୬୦୭୦


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri