ଭିନ୍ନତାରେ ସମତା

ଏକ ମଧୁର ବନ୍ଧନର ଅନୁଭୂତି ଦେଇଥାଏ ବିବାହ। ଦୁଇଟି ପରିବାର ଭିତରେ ଗଢ଼ିହୁଏ ଏକ ମଜଭୁତ ସମ୍ପର୍କ। ହେଲେ ଭିନ୍ନ ପରମ୍ପରା ଆଉ ସଂସ୍କୃତି ଯୋଗୁଁ କେତେକ କ୍ଷେତ୍ରରେ ଖାପଖୁଆଇବାକୁ ପଡିଥାଏ। ଏଥିପାଇଁ ଲାଇଫ୍‌ଷ୍ଟାଇଲ୍‌ରେ
କିଛି ପରିବର୍ତ୍ତନକୁ ସାମ୍ନା କରିବାକୁ ପଡ଼ିଥାଏ ମହିଳାଙ୍କୁ। ଚଳଣିକୁ ଗ୍ରହଣ କରିନେଲେ ହିଁ ସମସ୍ୟା
ଆପେ ଦୂରେଇ ଯିବ…

ପାରିବାରିକ ଚାଲିଚଳନ, କଥାବାର୍ତ୍ତା ଆଉ ସଂସ୍କୃତି ସମସ୍ତଙ୍କ ପାଇଁ ଭିନ୍ନ ହୋଇଥାଏ। ତେଣୁ ବିବାହ ପରେ ନାରୀମାନଙ୍କୁ ଅନେକ କିଛି ପରିବର୍ତ୍ତନର ସାମ୍ନା କରିବାକୁ ପଡ଼ିଥାଏ। ଆଉ ସେହି ଅନୁସାରେ ନିଜ ଲାଇଫ୍‌ଷ୍ଟାଇଲ୍‌ ବଦଳାଇବାକୁ ବି ପଡ଼ିଥାଏ।
ଚାଲିଚଳନ ଓ କଥାବାର୍ତ୍ତା, ପର୍ବପର୍ବାଣି ସଂସ୍କୃତି କ୍ଷେତ୍ରରେ ଅନେକ କିଛି ଭିନ୍ନତା ରହିଥାଏ ସବୁ ପରିବାର ଭିତରେ। ସେଥିପାଇଁ ତ ବିବାହ ପରେ ଶାଶୁଘରକୁ ଯିବା ପରେ ଝିଅଟିଏ ବହୁ କିଛି ପରିବର୍ତ୍ତନକୁ ସାମ୍ନା କରିଥାଏ। ଧୀରେ ଧୀରେ ଶାଶୁଘରର ଚାଲିଚଳନକୁ ଆପଣାଇ ସେମାନଙ୍କ ପରମ୍ପରାରେ ସାମିଲହେବାର ଚେଷ୍ଟା ଚଳାଇଥାଏ। ତେବେ ବିବାହ ପରେ ନୂଆ ପରିବାରର ଲାଇଫ୍‌ଷ୍ଟାଇଲକୁ ଆପଣାଇ ସମ୍ପର୍କକୁ ନିବିଡ଼ କରିବାକୁ ଚାହୁଁଥିଲେ କିଛି ଦିଗ ପ୍ରତି ବିଶେଷଭାବରେ ଦୃଷ୍ଟିଦେବାକୁ ହେବ। ବେଳେବେଳେ ଚାଲିଚଳନଠାରୁ ଆରମ୍ଭକରି ଖାଇବା, ପିଇବାରେ ମଧ୍ୟ ଅନେକ ପ୍ରକାର ଭିନ୍ନତାକୁ ସାମ୍ନାକରିବାକୁ ପଡ଼େ ଗୃହିଣୀମାନଙ୍କୁ। ସେହି କ୍ଷେତ୍ରରେ ସାମାନ୍ୟ ଭୁଲ୍‌ ପଦକ୍ଷେପ ବି ପାରିବାରିକ ସମ୍ପର୍କରେ ବହୁ ସମସ୍ୟା ସୃଷ୍ଟି କରିଥାଏ। ଏହି କ୍ଷେତ୍ରରେ କିଭଳି ନିଜକୁ ଆଡ୍‌ଜଷ୍ଟ କରିବେ ସେନେଇ କେତେକ ଦିଗ ଉପରେ ଦୃଷ୍ଟିଦେବାକୁ ହେବ।
ଖୋଲା ଆଲୋଚନା: ନୂଆ ପରିବାରକୁ ଆସିଲେ ପ୍ରଥମେ ବୋହୂଟିଏ ସେହି ଘରର ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଠିକ୍‌ ଭାବରେ ଜାଣି ନ ଥାଏ। ତେଣୁ ସେହି କ୍ଷେତ୍ରରେ କୌଣସି ଉତ୍ସବ ଅଥବା କାର୍ଯ୍ୟକ୍ରମ ଥିଲେ ଆଗୁଆ ଘର ଲୋକଙ୍କ ସହ କଥାବାର୍ତ୍ତା ହୋଇ କ’ଣ ସବୁ କରିବାକୁ ହେବ ଜାଣିରଖିବା ଦରକାର। ବିଶେଷକରି ନିଜ ପାର୍ଟନରଙ୍କ ସହ ଏନେଇ କଥା ହୋଇ ସବୁ ବିଷୟକୁ ବୁଝିବାକୁ ହେବ। କେଉଁଭଳି ବ୍ୟବହାର କଲେ ପରିବାରରେ ସମସ୍ତେ ଖୁସି ହୋଇ ଗ୍ରହଣ କରିପାରିବେ ସେଥିପାଇଁ ନିଜକୁ ପ୍ରସ୍ତୁତ କରିବାକୁ ହେବ। ତେଣୁ ନିଜର ଅଜ୍ଞତା ବିଷୟରେ ଆଗୁଆ ଖୋଲାଖୋଲି ଆଲୋଚନା କରି କିଭଳି ପ୍ରସ୍ତୁତି କରିବେ ଜାଣିରଖନ୍ତୁ।
ସାଂସ୍କୃତିକ ଭିନ୍ନତାକୁ ଗ୍ରହଣ କରନ୍ତୁ: ବିବାହ ପରେ ଅନ୍ୟ ଏକ ପରିବାରକୁ ଆସି ସେହି ପରିବାରର ପର୍ବପର୍ବାଣି ସମ୍ପର୍କରେ କେବଳ ଜାଣିବା ଯଥେଷ୍ଟ ନୁହେଁ, ନିଜକୁ ସେହି ଅନୁସାରେ ପ୍ରସ୍ତୁତ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଅର୍ଥାତ୍‌ ଶାଶୁଘରର ପରମ୍ପରାକୁ ଆପଣାଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ଦରକାର। ଯଦି ଘରେ କୌଣସି ଉତ୍ସବ ହେଉଥାଏ ତେବେ ସେଥିରେ ନିଜକୁ ସାମିଲ କରି ଖୁସି ହୁଅନ୍ତୁ। ଏପରି ହେଲେ ନିଜେ ଖୁସିହେବା ସହ ପରିବାରର ଅନ୍ୟମାନଙ୍କୁ ମଧ୍ୟ ଖୁସି ଦେଇପାରିବେ।
ଶିଖିବାର ପ୍ରୟାସ: ସବୁ ପରିବାରରେ ଖାଦ୍ୟପେୟକୁ ନେଇ ମଧ୍ୟ କିଛି ପାର୍ଥକ୍ୟ ରହିଥାଏ। ସମାନ ଖାଦ୍ୟକୁ ହୁଏତ ସେଠାରେ ଭିନ୍ନ ଢଙ୍ଗରେ ପ୍ରସ୍ତୁତ କରାଯାଇପାରେ। ତେଣୁ ବିବାହ ପୂର୍ବରୁ ନିଜ ଘରର ରୋଷେଇ ଷ୍ଟାଇଲ୍‌କୁ ସେଠାରେ ପ୍ରୟୋଗ ନ କରିବା ଭଲ। ପର୍ବପର୍ବାଣିଗୁଡ଼ିକରେ ତିଆରି ହେଉଥିବା ପିଠାପଣା କିମ୍ବା ଅନ୍ୟ ରୋଷେଇ ସବୁ ଶିଖିବାକୁ ଚେଷ୍ଟା କରନ୍ତୁ। ଏପରି ହେଲେ ପରସ୍ପର ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବ। ଅବଶ୍ୟ ଅନ୍ୟ ଜଣଙ୍କ ଲାଇଫ୍‌ଷ୍ଟାଇଲକୁ ଏତେ ଶୀଘ୍ର ଆପଣେଇବାକୁ ବହୁ ସମୟ ଲାଗିଥାଏ। କିନ୍ତୁ ଏ ଦିଗରେ ଶିଖିବା ପାଇଁ ନିଜର ଆଗ୍ରହ ହିଁ ସମସ୍ତଙ୍କୁ ପ୍ରଭାବିତ କରିବା ସହ ଆପଣାର କରିଥାଏ।
ଧୈର୍ଯ୍ୟ ଜରୁରୀ: ଭିନ୍ନ ପରମ୍ପରାକୁ ଆପଣାଇବାକୁ ଗୃହିଣୀମାନଙ୍କର ଧୈର୍ଯ୍ୟ ରହିବା ଜରୁରୀ। ସବୁ ପରିସ୍ଥିତିରେ ନିଜକୁ ସାମିଲକରିବା ସହ ନିଜର ଇଚ୍ଛା ଓ ଅନିଚ୍ଛାକୁ ମଧ୍ୟ ଭୁଲିବାକୁ ହେବ। ଆମର ଚଳଣି ଏମିତି, ମୁଁ ଏମିତି ଶିଖିଛି ଏପରି କହି ହଠାତ୍‌ କିଛି ବଦଳାଇବାକୁ ଚେଷ୍ଟା କରନ୍ତୁ ନାହିଁ। ପରିବର୍ତ୍ତନ ବଦଳରେ ଗ୍ରହଣ କରିବା ଉପରେ ଅଧିକ ଜୋର୍‌ ଦିଅନ୍ତୁ। ଏପରି ସ୍ଥଳେ ନିଜକୁ କଷ୍ଟ ଲାଗିଲେ ବି ଧୈର୍ଯ୍ୟର ସହ ସାମ୍ନା କରିବା ଦରକାର। ଏହା ବ୍ୟତୀତ ନିଜକୁ ଶାଶୁଘରର ପରମ୍ପରାରେ ସାମିଲକରିବା ସହ ବାପଘର ଲୋକଙ୍କୁ ମଧ୍ୟ ନୂଆ ପରମ୍ପରା ସମ୍ପର୍କରେ ଜଣାନ୍ତୁ। ଦରକାର ହେଲେ ସେମାନଙ୍କୁ ମଧ୍ୟ ଶାଶୁଘରର କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ସୁଯୋଗ ଦିଅନ୍ତୁ। ଏପରି ହେଲେ ଦୁଇ ପରିବାର ମଧ୍ୟରେ ସମ୍ପର୍କ ଭଲ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ...

ଖରାଦିନେ ଚର୍ମ ସମସ୍ୟା ଦେଖାଯାଉଛି କି, ଆଲୋଭେରା ସହ ଏହି ଜିନିଷ ମିଶାଇ ଲଗାନ୍ତୁ

ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଚର୍ମ ସମସ୍ୟା ଆରମ୍ଭ ହୋଇଯାଏ। ଟାଣ ଖରା, ଝାଳ ଏବଂ ଆର୍ଦ୍ରତା ଚର୍ମକୁ ଶୁଷ୍କ କରିଥାଏ। ଯାହାଦ୍ୱାରା ଦେହ କୁଣ୍ଡାଇ...

ସାବଧାନ! ହାର୍ଟ ପାଇଁ ସବୁଠୁ ବିପଦ ବଢୁଥିବା ତାପମାତ୍ରା, ଅବଲମ୍ବନ କରନ୍ତୁ ଏହି ଉପାୟ

ଜଳବାୟୁ ପରିବର୍ତ୍ତନ ଏକ ଗମ୍ଭୀର ସମସ୍ୟା ପାଲଟିଛି। ବୃଦ୍ଧି ପାଉଥିବା ତାପମାତ୍ରା, ଅସନ୍ତୁଳିତ ପାଗ ଏବଂ ପ୍ରଦୂଷଣ କେବଳ ପରିବେଶକୁ ପ୍ରଭାବିତ କରୁନାହିଁ ବରଂ ଆମ...

ଏହି ୬ ଅଭ୍ୟାସ କରିଦେବ ଦରିଦ୍ର

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ମାଛ କଣ୍ଟା ଲାଗିଥିଲେ କ’ଣ କରିବେ

ମାଛ ଖାଇବା ସମୟରେ ଅସାବଧାନତା ବଶତଃ ବେଳେବେଳେ ତଣ୍ଟିରେ କଣ୍ଟା ଲାଗିଯାଇଥାଏ। ଏଥିପାଇଁ ଅନେ କଷ୍ଟ ହୋଇଥାଏ। ଫଳରେ ଆମକୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ।...

ଏସବୁ ଖାଇଲେ ନିିୟନ୍ତ୍ରଣରେ ରହିବ ଡାଇବେଟିସ୍‌: ସ୍ବାସ୍ଥ୍ୟ ବିଶେଷଜ୍ଞ

ଡାଇବେଟିସ୍‌ ବା ମଧୁମେହ ରୋଗୀ ଯେହେତୁ ନିଜର ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରି ନ ଥାନ୍ତି ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି...

ଭାରତ ଆସିଲା ଓଜନ କମାଇବା ଇଞ୍ଜେକ୍‌ଶନ୍‌

ନୂଆଦିଲ୍ଲୀ,୨୧ା୩: ଆମେରିକୀୟ ମଲ୍ଟି ନ୍ୟାଶନାଲ ଫାର୍ମାସ୍ୟୁଟିକାଲ କମ୍ପାନୀ ଏଲି ଲିଲୀ ପକ୍ଷରୁ ଗୁରୁବାର ଭାରତରେ ମେଦ ବହୁଳତା ଏବଂ ଟାଇପ୍‌ ୨ ମଧୁମେହ ପାଇଁ ‘ମୌନଜାରୋ’...

କେବଳ ସୌନ୍ଦର୍ଯ୍ୟ ନୁହେଁ, ଘରର ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri