ଭିନ୍ନତାରେ ସମତା

ଏକ ମଧୁର ବନ୍ଧନର ଅନୁଭୂତି ଦେଇଥାଏ ବିବାହ। ଦୁଇଟି ପରିବାର ଭିତରେ ଗଢ଼ିହୁଏ ଏକ ମଜଭୁତ ସମ୍ପର୍କ। ହେଲେ ଭିନ୍ନ ପରମ୍ପରା ଆଉ ସଂସ୍କୃତି ଯୋଗୁଁ କେତେକ କ୍ଷେତ୍ରରେ ଖାପଖୁଆଇବାକୁ ପଡିଥାଏ। ଏଥିପାଇଁ ଲାଇଫ୍‌ଷ୍ଟାଇଲ୍‌ରେ
କିଛି ପରିବର୍ତ୍ତନକୁ ସାମ୍ନା କରିବାକୁ ପଡ଼ିଥାଏ ମହିଳାଙ୍କୁ। ଚଳଣିକୁ ଗ୍ରହଣ କରିନେଲେ ହିଁ ସମସ୍ୟା
ଆପେ ଦୂରେଇ ଯିବ…

ପାରିବାରିକ ଚାଲିଚଳନ, କଥାବାର୍ତ୍ତା ଆଉ ସଂସ୍କୃତି ସମସ୍ତଙ୍କ ପାଇଁ ଭିନ୍ନ ହୋଇଥାଏ। ତେଣୁ ବିବାହ ପରେ ନାରୀମାନଙ୍କୁ ଅନେକ କିଛି ପରିବର୍ତ୍ତନର ସାମ୍ନା କରିବାକୁ ପଡ଼ିଥାଏ। ଆଉ ସେହି ଅନୁସାରେ ନିଜ ଲାଇଫ୍‌ଷ୍ଟାଇଲ୍‌ ବଦଳାଇବାକୁ ବି ପଡ଼ିଥାଏ।
ଚାଲିଚଳନ ଓ କଥାବାର୍ତ୍ତା, ପର୍ବପର୍ବାଣି ସଂସ୍କୃତି କ୍ଷେତ୍ରରେ ଅନେକ କିଛି ଭିନ୍ନତା ରହିଥାଏ ସବୁ ପରିବାର ଭିତରେ। ସେଥିପାଇଁ ତ ବିବାହ ପରେ ଶାଶୁଘରକୁ ଯିବା ପରେ ଝିଅଟିଏ ବହୁ କିଛି ପରିବର୍ତ୍ତନକୁ ସାମ୍ନା କରିଥାଏ। ଧୀରେ ଧୀରେ ଶାଶୁଘରର ଚାଲିଚଳନକୁ ଆପଣାଇ ସେମାନଙ୍କ ପରମ୍ପରାରେ ସାମିଲହେବାର ଚେଷ୍ଟା ଚଳାଇଥାଏ। ତେବେ ବିବାହ ପରେ ନୂଆ ପରିବାରର ଲାଇଫ୍‌ଷ୍ଟାଇଲକୁ ଆପଣାଇ ସମ୍ପର୍କକୁ ନିବିଡ଼ କରିବାକୁ ଚାହୁଁଥିଲେ କିଛି ଦିଗ ପ୍ରତି ବିଶେଷଭାବରେ ଦୃଷ୍ଟିଦେବାକୁ ହେବ। ବେଳେବେଳେ ଚାଲିଚଳନଠାରୁ ଆରମ୍ଭକରି ଖାଇବା, ପିଇବାରେ ମଧ୍ୟ ଅନେକ ପ୍ରକାର ଭିନ୍ନତାକୁ ସାମ୍ନାକରିବାକୁ ପଡ଼େ ଗୃହିଣୀମାନଙ୍କୁ। ସେହି କ୍ଷେତ୍ରରେ ସାମାନ୍ୟ ଭୁଲ୍‌ ପଦକ୍ଷେପ ବି ପାରିବାରିକ ସମ୍ପର୍କରେ ବହୁ ସମସ୍ୟା ସୃଷ୍ଟି କରିଥାଏ। ଏହି କ୍ଷେତ୍ରରେ କିଭଳି ନିଜକୁ ଆଡ୍‌ଜଷ୍ଟ କରିବେ ସେନେଇ କେତେକ ଦିଗ ଉପରେ ଦୃଷ୍ଟିଦେବାକୁ ହେବ।
ଖୋଲା ଆଲୋଚନା: ନୂଆ ପରିବାରକୁ ଆସିଲେ ପ୍ରଥମେ ବୋହୂଟିଏ ସେହି ଘରର ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଠିକ୍‌ ଭାବରେ ଜାଣି ନ ଥାଏ। ତେଣୁ ସେହି କ୍ଷେତ୍ରରେ କୌଣସି ଉତ୍ସବ ଅଥବା କାର୍ଯ୍ୟକ୍ରମ ଥିଲେ ଆଗୁଆ ଘର ଲୋକଙ୍କ ସହ କଥାବାର୍ତ୍ତା ହୋଇ କ’ଣ ସବୁ କରିବାକୁ ହେବ ଜାଣିରଖିବା ଦରକାର। ବିଶେଷକରି ନିଜ ପାର୍ଟନରଙ୍କ ସହ ଏନେଇ କଥା ହୋଇ ସବୁ ବିଷୟକୁ ବୁଝିବାକୁ ହେବ। କେଉଁଭଳି ବ୍ୟବହାର କଲେ ପରିବାରରେ ସମସ୍ତେ ଖୁସି ହୋଇ ଗ୍ରହଣ କରିପାରିବେ ସେଥିପାଇଁ ନିଜକୁ ପ୍ରସ୍ତୁତ କରିବାକୁ ହେବ। ତେଣୁ ନିଜର ଅଜ୍ଞତା ବିଷୟରେ ଆଗୁଆ ଖୋଲାଖୋଲି ଆଲୋଚନା କରି କିଭଳି ପ୍ରସ୍ତୁତି କରିବେ ଜାଣିରଖନ୍ତୁ।
ସାଂସ୍କୃତିକ ଭିନ୍ନତାକୁ ଗ୍ରହଣ କରନ୍ତୁ: ବିବାହ ପରେ ଅନ୍ୟ ଏକ ପରିବାରକୁ ଆସି ସେହି ପରିବାରର ପର୍ବପର୍ବାଣି ସମ୍ପର୍କରେ କେବଳ ଜାଣିବା ଯଥେଷ୍ଟ ନୁହେଁ, ନିଜକୁ ସେହି ଅନୁସାରେ ପ୍ରସ୍ତୁତ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଅର୍ଥାତ୍‌ ଶାଶୁଘରର ପରମ୍ପରାକୁ ଆପଣାଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ଦରକାର। ଯଦି ଘରେ କୌଣସି ଉତ୍ସବ ହେଉଥାଏ ତେବେ ସେଥିରେ ନିଜକୁ ସାମିଲ କରି ଖୁସି ହୁଅନ୍ତୁ। ଏପରି ହେଲେ ନିଜେ ଖୁସିହେବା ସହ ପରିବାରର ଅନ୍ୟମାନଙ୍କୁ ମଧ୍ୟ ଖୁସି ଦେଇପାରିବେ।
ଶିଖିବାର ପ୍ରୟାସ: ସବୁ ପରିବାରରେ ଖାଦ୍ୟପେୟକୁ ନେଇ ମଧ୍ୟ କିଛି ପାର୍ଥକ୍ୟ ରହିଥାଏ। ସମାନ ଖାଦ୍ୟକୁ ହୁଏତ ସେଠାରେ ଭିନ୍ନ ଢଙ୍ଗରେ ପ୍ରସ୍ତୁତ କରାଯାଇପାରେ। ତେଣୁ ବିବାହ ପୂର୍ବରୁ ନିଜ ଘରର ରୋଷେଇ ଷ୍ଟାଇଲ୍‌କୁ ସେଠାରେ ପ୍ରୟୋଗ ନ କରିବା ଭଲ। ପର୍ବପର୍ବାଣିଗୁଡ଼ିକରେ ତିଆରି ହେଉଥିବା ପିଠାପଣା କିମ୍ବା ଅନ୍ୟ ରୋଷେଇ ସବୁ ଶିଖିବାକୁ ଚେଷ୍ଟା କରନ୍ତୁ। ଏପରି ହେଲେ ପରସ୍ପର ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବ। ଅବଶ୍ୟ ଅନ୍ୟ ଜଣଙ୍କ ଲାଇଫ୍‌ଷ୍ଟାଇଲକୁ ଏତେ ଶୀଘ୍ର ଆପଣେଇବାକୁ ବହୁ ସମୟ ଲାଗିଥାଏ। କିନ୍ତୁ ଏ ଦିଗରେ ଶିଖିବା ପାଇଁ ନିଜର ଆଗ୍ରହ ହିଁ ସମସ୍ତଙ୍କୁ ପ୍ରଭାବିତ କରିବା ସହ ଆପଣାର କରିଥାଏ।
ଧୈର୍ଯ୍ୟ ଜରୁରୀ: ଭିନ୍ନ ପରମ୍ପରାକୁ ଆପଣାଇବାକୁ ଗୃହିଣୀମାନଙ୍କର ଧୈର୍ଯ୍ୟ ରହିବା ଜରୁରୀ। ସବୁ ପରିସ୍ଥିତିରେ ନିଜକୁ ସାମିଲକରିବା ସହ ନିଜର ଇଚ୍ଛା ଓ ଅନିଚ୍ଛାକୁ ମଧ୍ୟ ଭୁଲିବାକୁ ହେବ। ଆମର ଚଳଣି ଏମିତି, ମୁଁ ଏମିତି ଶିଖିଛି ଏପରି କହି ହଠାତ୍‌ କିଛି ବଦଳାଇବାକୁ ଚେଷ୍ଟା କରନ୍ତୁ ନାହିଁ। ପରିବର୍ତ୍ତନ ବଦଳରେ ଗ୍ରହଣ କରିବା ଉପରେ ଅଧିକ ଜୋର୍‌ ଦିଅନ୍ତୁ। ଏପରି ସ୍ଥଳେ ନିଜକୁ କଷ୍ଟ ଲାଗିଲେ ବି ଧୈର୍ଯ୍ୟର ସହ ସାମ୍ନା କରିବା ଦରକାର। ଏହା ବ୍ୟତୀତ ନିଜକୁ ଶାଶୁଘରର ପରମ୍ପରାରେ ସାମିଲକରିବା ସହ ବାପଘର ଲୋକଙ୍କୁ ମଧ୍ୟ ନୂଆ ପରମ୍ପରା ସମ୍ପର୍କରେ ଜଣାନ୍ତୁ। ଦରକାର ହେଲେ ସେମାନଙ୍କୁ ମଧ୍ୟ ଶାଶୁଘରର କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ସୁଯୋଗ ଦିଅନ୍ତୁ। ଏପରି ହେଲେ ଦୁଇ ପରିବାର ମଧ୍ୟରେ ସମ୍ପର୍କ ଭଲ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

ବଲିଉଡରୁ ଆସିଲା ଦୁଃଖଦ ଖବର: ପରଲୋକରେ ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଲୋକପ୍ରିୟ ଅଭିନେତା ପ୍ରଦୀପ ରାୱତଙ୍କର ୭୪ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ଦେହାନ୍ତ ସମ୍ବନ୍ଧୀୟ ସୂଚନା ଅଭିନେତା ଯଶପାଳ ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri