EPFOର ବଡ଼ ଘୋଷଣା! PF ସଦସ୍ୟଙ୍କୁ ମାଗଣାରେ ମିଳିବ ୭ ଲକ୍ଷର ବୀମା, ଜାଣନ୍ତୁ ନୂଆ ନିୟମ… 

ନୂଆଦିଲ୍ଲୀ,୧୧।୪: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (CBT) ର ୨୩୭ତମ ବୈଠକରେ Employees’ Deposit Linked Insurance (EDLI) ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛି। ଚାକିରି ସମୟରେ ଦୁର୍ଘଟଣାଜନିତ ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କ ପରିବାରକୁ ଆର୍ଥିକ ଭାବରେ ସଶକ୍ତ କରିବା ଲକ୍ଷ୍ୟରେ ଏହି ସଂଶୋଧନ କରାଯାଇଛି।
EDLI ଯୋଜନା କ’ଣ?
EDLI ଯୋଜନା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ର ଏକ ଅଂଶ ଏବଂ ଏହାକୁ ସାମାଜିକ ସୁରକ୍ଷା ଲାଭ ଭାବରେ ଲାଗୁ କରାଯାଇଛି। ଏହି ଯୋଜନା ଅନୁଯାୟୀ, ଯଦି କୌଣସି EPF ସଦସ୍ୟ ଚାକିରି ସମୟରେ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ।
EDLI ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ
୧. ସର୍ବନିମ୍ନ ବୀମା ଲାଭ
ପୂର୍ବରୁ, ଯଦି କୌଣସି କର୍ମଚାରୀଙ୍କ ଚାକିରିର ପ୍ରଥମ ବର୍ଷ ମଧ୍ୟରେ ମୃତ୍ୟୁ ହୁଏ, ତେବେ ପରିବାରକୁ ବୀମା ରାଶି ମିଳୁ ନ ଥିଲା। କିନ୍ତୁ ନୂତନ ନିୟମ ଅନୁଯାୟୀ,
-ସର୍ବନିମ୍ନ ୫୦,୦୦୦ଟଙ୍କାର ବୀମା ଲାଭ ମିଳିବ
-ଏହା ଦ୍ୱାରା ପ୍ରତିବର୍ଷ ୫,୦୦୦ ରୁ ଅଧିକ ପରିବାର ଉପକୃତ ହେବେ
“ଯଦି ଜଣେ EPF ସଦସ୍ୟ ନିରନ୍ତର ସେବାର ଗୋଟିଏ ବର୍ଷ ପୂରଣ ନକରି ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ପରିବାରକୁ ସର୍ବନିମ୍ନ ୫୦,୦୦୦ଟଙ୍କା ବୀମା ରାଶି ଦିଆଯିବ ବୋଲି EPFO କହିଛି।
୨. ଅବଦାନ ନ ଥିବା ଅବଧି ପରେ ମଧ୍ୟ ଲାଭ ଉପଲବ୍ଧ ହେବ:
ପୂର୍ବରୁ ଯଦି ଜଣେ EPF ସଦସ୍ୟ EPFରେ ଅବଦାନ ରଖି ନଥିବା ସମୟରେ ମୃତ୍ୟୁବରଣ କରୁଥିଲେ, ତେବେ ତାଙ୍କ ପରିବାରକୁ ବୀମା ଲାଭ ମିଳୁ ନ ଥିଲା। ହେଲେ ଏବେ ନୂତନ ନିୟମ ଅନୁଯାୟୀ ଶେଷ ଅବଦାନର ଛଅ ମାସ ମଧ୍ୟରେ ଯଦି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୁଏ ଏବଂ ତାଙ୍କ ନାମ କମ୍ପାନୀର ତାଲିକାରୁ ହଟାଯାଇ ନାହିଁ, ତେବେ ତାଙ୍କ ପରିବାର EDLI ଲାଭ ପାଇବେ।
୩. ସେବା ନିରନ୍ତରତା ସମ୍ପର୍କରେ ଆଶ୍ୱସ୍ତି:
ପୂର୍ବରୁ ଚାକିରି ପରିବର୍ତ୍ତନ ସମୟରେ କିଛି ଦିନର ବ୍ୟବଧାନ ଥିଲେ ଏହାକୁ ନିରନ୍ତର ସେବା ଭାବରେ ବିବେଚନା କରାଯାଉ ନ ଥିଲା। ଏଥିଯୋଗୁ ପରିବାରଟି ସର୍ବନିମ୍ନ ୨.୫ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ସୁବିଧାରୁ ବଞ୍ଚିତ ହେଉଥିଲା। ଯଦି ଦୁଇଟି ଚାକିରି ମଧ୍ୟରେ ଦୁଇ ମାସ ପର୍ଯ୍ୟନ୍ତ ବ୍ୟବଧାନ ଥିଲେ ମଧ୍ୟ, ଏହାକୁ ନିରନ୍ତର ସେବା ଭାବରେ ବିବେଚନା କରାଯିବ ଏବଂ ପରିବାରକୁ EDLI ସୁବିଧା ମିଳିବ। ଏହି ପରିବର୍ତ୍ତନ ଦ୍ୱାରା ପ୍ରତିବର୍ଷ ୧,୦୦୦ ରୁ ଅଧିକ ପରିବାର ଉପକୃତ ହେବେ।
ନୂତନ ନିୟମ ଦ୍ୱାରା ଲକ୍ଷ ଲକ୍ଷ କର୍ମଚାରୀ ଉପକୃତ ହେବେ:
EPFO ଦ୍ୱାରା କରାଯାଇଥିବା ଏହି ପରିବର୍ତ୍ତନଗୁଡ଼ିକ କର୍ମଚାରୀଙ୍କ ପରିବାରକୁ ଅଧିକ ସୁରକ୍ଷା ପ୍ରଦାନ କରିବ। ବିଶେଷକରି ଯେଉଁ କ୍ଷେତ୍ରରେ କର୍ମଚାରୀମାନେ ଚାକିରି ପରିବର୍ତ୍ତନ କରିବା ସମୟରେ କିମ୍ବା EPF ଅବଦାନରେ ବାଧା ସୃଷ୍ଟି ହେବା ଯୋଗୁ ସୁବିଧାରୁ ବଞ୍ଚିତ ହେଉଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?