Posted inଜାତୀୟ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କଲା ଇପିଏଫ୍‌ଓ: ଅଧିକ ପେନ୍‌ସନ ବିକଳ୍ପ ବାଛିପାରିବେ କର୍ମଚାରୀ

ନୂଆଦିଲ୍ଲୀ,୧।୧: ସୁପ୍ରିମକୋର୍ଟଙ୍କ ୨୦୨୨ ନଭେମ୍ବର ୪ ରାୟ ଅନୁଯାୟୀ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ)ର ଯୋଗ୍ୟ ସଦସ୍ୟମାନେ ଉଚ୍ଚତର ପେନ୍‌ସନ ବିକଳ୍ପ ବାଛିପାରିବେ। ଏଥିପାଇଁ ବିକଳ୍ପ ଯୋଗାଇଦେବାକୁ ଇପିଏଫ୍‌ଓ କର୍ତ୍ତୃପକ୍ଷ ଏହାର କ୍ଷେତ୍ରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୯ ତାରିଖରେ ପ୍ରକାଶିତ ଇପିଏଫ୍‌ଓ ସର୍କୁଲାର ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟର ପାରା ୪୪(୯)ରେ ଥିବା ନିର୍ଦ୍ଦେଶାବଳୀ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଲାଗୁ କରିବାକୁ ଫିଲ୍ଡ ଅଫିସରମାନଙ୍କୁ କୁହାଯାଇଛି। ଇପିଏଫ୍‌ଓର ଏହି ନିଷ୍ପତ୍ତିର ବ୍ୟାପକ ପ୍ରଚାର କରାଇବାକୁ ସର୍କୁଲାରରେ କୁହାଯାଇଛି।

୨୦୨୨ ନଭେମ୍ବରରେ ସୁପ୍ରିମକୋର୍ଟ କର୍ମଚାରୀ ପେନ୍‌ସନ (ସଂଶୋଧନ) ଯୋଜନା, ୨୦୧୪କୁ କାଏମ ରଖିଥିଲେ। ୨୦୧୪ ଅଗଷ୍ଟ ୨୨ରେ କାର୍ଯ୍ୟକାରୀ ହୋଇଥିବା ଇପିଏସ୍‌ ସଂଶୋଧନ ଅନୁଯାୟୀ ପେନ୍‌ସନ ଯୋଗ୍ୟ ମାସିକ ବେତନ ସୀମା ୬,୫୦୦ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। କର୍ମଚାରୀ ଏବଂ ନିଯୁକ୍ତିଦାତା ପ୍ରକୃତ ବେତନର ୮.୩୩ ପ୍ରତିଶତ ଇପିଏଫ୍‌ରେ ଯୋଗଦାନ ଲାଗି ବ୍ୟବସ୍ଥା କରାଯାଇଥିଲା। ସଂଶୋଧିତ ଯୋଜନା ଚୟନ ଲାଗି ସେତେବେଳେ ସମସ୍ତ ଇପିଏସ୍‌ ସଦସ୍ୟଙ୍କୁ ୬ ମାସ ସମୟ ଦିଆଯାଇଥିଲା। ଇପିଏସ୍‌-୯୫ ଅଧୀନରେ ଅଧିକ ପେନ୍‌ସନ ବିକଳ୍ପ ଚୟନ କରିବା ଲାଗି ସର୍ବୋଚ୍ଚ ଅଦାଲତ ଯୋଗ୍ୟ ସଦସ୍ୟମାନଙ୍କୁ ଆଉ ୪ ମାସ ସମୟ ଦେଇଥିଲେ। ସଂଶୋଧିତ ଯୋଜନା ଅନୁଯାୟୀ ମାସିକ ୧୫,୦୦୦ ଟଙ୍କା ପରେ ଅଧିକ ବେତନ ଲାଗି କର୍ମଚାରୀଙ୍କୁ ବେତନର ୧.୧୬ ପ୍ରତିଶତ ଯୋଗଦାନ ଦେବାକୁ ହେବ। ଏହାଦ୍ୱାରା ସମ୍ପୃକ୍ତ ସଦସ୍ୟ ଇପିଏଫ୍‌କୁ ଅଧିକ ଯୋଗଦାନ ଦେବା ସହ ଅଧିକ ପେନ୍‌ସନ ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଏଥିପାଇଁ ଯୋଗ୍ୟ ସଦସ୍ୟ ସେମାନଙ୍କ ନିଯୁକ୍ତିଦାତାଙ୍କ ସହ ମିଳିତ ଭାବେ ବର୍ଦ୍ଧିତ ସୁବିଧା ପାଇଁ ଆବେଦନ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଅଧରାତିରେ ଭାରତରେ ଭୂକମ୍ପ ଝଟ୍‌କା: ୨ ରାଜ୍ୟକୁ ଦୋହଲାଇଦେଲା…

ନୂଆଦିଲ୍‌ଲୀ,୪।୧୦: ଭାରତ, ଇଣ୍ଡୋନେସିଆ ଏବଂ ମିଆଁମାରର ଅନେକ ସହରରେ ଗତ ବିଳମ୍ୱିତ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ…

୧୦ରେ ସିଜେପିର ଦିଲ୍ଲୀ ବିକ୍ଷୋଭ

ନୂଆଦିଲ୍ଲୀ,୪ା୧୦(ପି.ଟି.): ମୁଖ୍ୟ ନିର୍ୱାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଯଦି ଇସ୍ତଫା ନ ଦିଅନ୍ତି, କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ଅକ୍ଟୋବର ୧୦ରେ ନୂଆଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ…

‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ!

ନୂଆଦିଲ୍ଲୀ, ୪।୧୦: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା…

ଇଣ୍ଡି ମେଣ୍ଟରେ ସାମିଲ ହେଲା ଟିଭିକେ

ଚେନ୍ନାଇ, ୪।୧୦: ଅଭିନେତା-ରାଜନେତା ବିଜୟଙ୍କ ନେତୃତ୍ୱାଧୀନ ‘ତାମିଲଗା ଭେଟ୍ରି କାଜଗମ’ (ଟିଭିକେ) ଦଳ ଇଣ୍ଡି ମେଣ୍ଟରେ ସିଇସିଙ୍କ ଇସ୍ତଫା ଦାବି ଅଭିଯାନରେ ସାମିଲ ହୋଇଛି ବୋଲି ଶନିବାର…

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?