Posted inଖେଳ

ପଡ଼ିଆରେ କେବେହେଲେ ଜାତୀୟ ସଂଗୀତ ଗାଇ ନାହାନ୍ତି ଏହି କ୍ରିକେଟର

ଯେକୌଣସି ଖେଳ ହେଉ, ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କ ପାଇଁ ସବୁଠାରୁ ଗର୍ବର ବିଷୟ ହେଉଛି ପଡ଼ିଆରେ ନିଜ ଦେଶର ଜାତୀୟ ସଂଗୀତ ଗାନ କରିବା। ଅଲମ୍ପିକରେ ହେଉ ଅବା କ୍ରିକେଟ ମ୍ୟାଚ୍‌ ପୂର୍ବରୁ, ଦଳ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯାଇଥାଏ। କିନ୍ତୁ କ୍ରିକେଟର ଜନକ ଇଂଲଣ୍ଡ ଦଳର ଜଣେ ଖେଳାଳି କେବେହେଲେ ନିଜ ଦେଶର ଜାତୀୟ ସଂଗୀତ ଗାନ କରି ନ ଥାନ୍ତି। ସେ ହେଲେ ଇଂଲଣ୍ଡ ଦଳର ଅଧିନାୟକ ଇୟନ ମୋର୍ଗାନ ।
ମୋର୍ଗାନ କେବେହେଲେ ମ୍ୟାଚ୍‌ ପୂର୍ବରୁ ନିଜ ଦେଶର ଜାତୀୟ ସଂଗୀତ ଗାନ କରି ନ ଥାନ୍ତି। ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୧୯ରେ ପ୍ରଥମ ଥର ପାଇଁ ନିଜ ଦେଶକୁ ଚାମ୍ପିିୟନ୍‌ କରାଇଥିବା ମୋର୍ଗାନ୍‌ ନିଜେ ଏ ବିଷୟରେ କହିଛନ୍ତି।
ଏକ ସାକ୍ଷାତକାରରେ ମୋର୍ଗାନ କହିଛନ୍ତି, ଏହା ଏକ ଛୋଟ କଥା। ତାହା ଇଂଲଣ୍ଡ ହେଉ କିମ୍ବା ଆୟର୍ଲାଣ୍ଡ, ମୁଁ କେବେହେଲେ ଜାତୀୟ ସଂଗୀତ ଗାନ କରିନାହିଁ। ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏହାର ଅର୍ଥ ନୁହେଁ ଯେ, ମୁଁ ଇଂଲଣ୍ଡ କ୍ରିକେଟର ହୋଇଥିବାରୁ ଗର୍ବିତ ନୁହେଁ। ମୁଁ ଯେଉଁ ସ୍ଥାନରେ ପହଞ୍ଚିପାରିଛି ସେଥିପାଇଁ ମୁଁ ବହୁତ ଗର୍ବିତ। ଏଥିସହ ଦଳର ଅଧିନାୟକ ପାଇଁ ମଧ୍ୟ ମୁଁ ଅଧିକ ଗର୍ବିତ ବୋଲି ସେ କହିଛନ୍ତି।
ମୋର୍ଗାନ ୧୦ ସେପ୍ଟେମ୍ବର, ୧୯୮୬ରେ ଡବଲିନ (ଆୟର୍ଲାଣ୍ଡ)ରେ ଜନ୍ମଗ୍ରହଣ କରିଥିଲେ। କିଛି ବର୍ଷ ସେ ଆୟର୍ଲାଣ୍ଡ କ୍ରିକେଟ ଦଳ ପାଇଁ ଖେଳିଥିଲେ ପରେ ଇଂଲଣ୍ଡ ପାଇଁ ଖେଳିବା ଆରମ୍ଭ କରିଥିଲେ। ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ଦୁଇ ଦେଶରୁ ଏକ ଦିବସୀୟ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଭାସ୍କରଙ୍କ ଆଇପିଏଲ ଏକାଦଶର ଅଧିନାୟକ ଧୋନୀ

ନୂଆଦିଲ୍ଲୀ, ୮।୪(ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ପୂର୍ବରୁ କିମ୍ବଦନ୍ତୀ ଭାରତୀୟ ଟେଷ୍ଟ ଓପନର ସୁନୀଲ ଗାଭାସ୍କର ସର୍ବକାଳୀନ ଆଇପିଏଲ ଏକାଦଶ ଚୟନ କରିଛନ୍ତି।...

ଆଶ୍‌ଲେଙ୍କୁ ଟପିଲେ ଗୁପଟିଲ

ମାଉଣ୍ଟ ମାଙ୍ଗନୁଇ,୧୧।୨- ଭାରତୀୟ ଦଳ ବିପକ୍ଷରେ ଏଠାରେ ଅନୁଷ୍ଠିତ ତୃତୀୟ ଦିନିକଆ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳର ଓପନର ମାର୍ଟିନ ଗୁପଟିଲ ୬୬ ରନ୍‌ କରିଥିଲେ। ଏଥି...

୨୦୨୧ରେ ଚେନ୍ନାଇ ଦଳର ନେତୃତ୍ୱ କିଏ ନେବ, ସିଇଓ ଦେଲେ ଏମିତି ଉତ୍ତର

ଆଇପିଏଲ ୨୦୨୦ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଖରାପ ପ୍ରଦର୍ଶନ କରିଛି। ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ଦଳ ପ୍ଲେ...

ପ୍ରଥମ ଟି୨୦: ନ୍ୟୁଜିଲାଣ୍ଡ ୫ ଉଇକେଟରେ ବିଜୟୀ

ଅକଲାଣ୍ଡ,୨୮।୧୧(ଏପି): ସ୍ଥାନୀୟ ଇଡେନ ପାର୍କ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଡକ୍‌ଓ୍ବର୍ଥ- ଲୁଇସ୍‌ ନିୟମରେ...

ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହେଁ: ରାହାନେ

ନୂଆଦିଲ୍ଲୀ,୧୧।୭(ପି.ଟି.): ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଆଜିଙ୍କ ରାହାନେ ଦିନିକିଆ ଫର୍ମାଟକୁ ଫେରିବାକୁ ଇଚ୍ଛା ଜାହିର କରିଛନ୍ତି। ଶେଷଥର ପାଇଁ ୨୦୧୮ ଫେବୃୟାରୀରେ ଦିନିକିଆ ଖେଳିଥିଲେ। ପ୍ରତ୍ୟାବର୍ତ୍ତନ...

ହାଇଦ୍ରାବାଦ ଆଗରେ ୨୦୮ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୫।୫: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୫୦ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ ଓ୍ବିଲିୟମନ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି...

ଖେଳାଳିଙ୍କୁ ବକେୟା ପାଉଣା ଦେଲା ମୋହନବାଗାନ

କୋଲକାତା, ୮ା୭ (ପି.ଟି.)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଦଳ ଏଟିକେ ସହିତ ବିଧିବଦ୍ଧ ମିଶ୍ରଣର ୩ ଦିନ ପୂର୍ବରୁ ସହରର ଅନ୍ୟତମ ଶକ୍ତିଶାଳୀ ଫୁଟ୍‌ବଲ କ୍ଲବ...

ଆସିଫଙ୍କ ବଡ଼ ଖୁଲାସା: ନିଜକୁ ୧୭-୧୮ ବର୍ଷ କହୁଥିବା ପାକିସ୍ତାନର ବୋଲର୍‌ ବାସ୍ତବରେ ୨୭-୨୮ ବର୍ଷ ବୟସ୍କ

କରାଚି,୨।୧: କ୍ରିକେଟରେ ଖେଳାଳିଙ୍କ ବୟସଜନିତ ଠକେଇ ବେଶ ଚିନ୍ତାର ବିଷୟ ପାଲଟେ। ବର୍ତ୍ତମାନ ସମୟରେ ପାକିସ୍ତାନ କ୍ରିକେଟର ଅନେକ ଖେଳାଳି ବୟସକୁ ନେଇ ରାଡାରରେ ଅଛନ୍ତି।...

Advertisement
Archives

Model This Week