Posted inଖେଳ

ପଡ଼ିଆରେ କେବେହେଲେ ଜାତୀୟ ସଂଗୀତ ଗାଇ ନାହାନ୍ତି ଏହି କ୍ରିକେଟର

ଯେକୌଣସି ଖେଳ ହେଉ, ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କ ପାଇଁ ସବୁଠାରୁ ଗର୍ବର ବିଷୟ ହେଉଛି ପଡ଼ିଆରେ ନିଜ ଦେଶର ଜାତୀୟ ସଂଗୀତ ଗାନ କରିବା। ଅଲମ୍ପିକରେ ହେଉ ଅବା କ୍ରିକେଟ ମ୍ୟାଚ୍‌ ପୂର୍ବରୁ, ଦଳ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯାଇଥାଏ। କିନ୍ତୁ କ୍ରିକେଟର ଜନକ ଇଂଲଣ୍ଡ ଦଳର ଜଣେ ଖେଳାଳି କେବେହେଲେ ନିଜ ଦେଶର ଜାତୀୟ ସଂଗୀତ ଗାନ କରି ନ ଥାନ୍ତି। ସେ ହେଲେ ଇଂଲଣ୍ଡ ଦଳର ଅଧିନାୟକ ଇୟନ ମୋର୍ଗାନ ।
ମୋର୍ଗାନ କେବେହେଲେ ମ୍ୟାଚ୍‌ ପୂର୍ବରୁ ନିଜ ଦେଶର ଜାତୀୟ ସଂଗୀତ ଗାନ କରି ନ ଥାନ୍ତି। ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୧୯ରେ ପ୍ରଥମ ଥର ପାଇଁ ନିଜ ଦେଶକୁ ଚାମ୍ପିିୟନ୍‌ କରାଇଥିବା ମୋର୍ଗାନ୍‌ ନିଜେ ଏ ବିଷୟରେ କହିଛନ୍ତି।
ଏକ ସାକ୍ଷାତକାରରେ ମୋର୍ଗାନ କହିଛନ୍ତି, ଏହା ଏକ ଛୋଟ କଥା। ତାହା ଇଂଲଣ୍ଡ ହେଉ କିମ୍ବା ଆୟର୍ଲାଣ୍ଡ, ମୁଁ କେବେହେଲେ ଜାତୀୟ ସଂଗୀତ ଗାନ କରିନାହିଁ। ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏହାର ଅର୍ଥ ନୁହେଁ ଯେ, ମୁଁ ଇଂଲଣ୍ଡ କ୍ରିକେଟର ହୋଇଥିବାରୁ ଗର୍ବିତ ନୁହେଁ। ମୁଁ ଯେଉଁ ସ୍ଥାନରେ ପହଞ୍ଚିପାରିଛି ସେଥିପାଇଁ ମୁଁ ବହୁତ ଗର୍ବିତ। ଏଥିସହ ଦଳର ଅଧିନାୟକ ପାଇଁ ମଧ୍ୟ ମୁଁ ଅଧିକ ଗର୍ବିତ ବୋଲି ସେ କହିଛନ୍ତି।
ମୋର୍ଗାନ ୧୦ ସେପ୍ଟେମ୍ବର, ୧୯୮୬ରେ ଡବଲିନ (ଆୟର୍ଲାଣ୍ଡ)ରେ ଜନ୍ମଗ୍ରହଣ କରିଥିଲେ। କିଛି ବର୍ଷ ସେ ଆୟର୍ଲାଣ୍ଡ କ୍ରିକେଟ ଦଳ ପାଇଁ ଖେଳିଥିଲେ ପରେ ଇଂଲଣ୍ଡ ପାଇଁ ଖେଳିବା ଆରମ୍ଭ କରିଥିଲେ। ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ଦୁଇ ଦେଶରୁ ଏକ ଦିବସୀୟ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri