ଦୁର୍ଗମ ଗାଁରେ ପରିବେଶ ଚିନ୍ତା: ପ୍ଲାଷ୍ଟିକ୍‌ ବର୍ଜନ ପାଇଁ ନେଲେ ଶପଥ

ଦାରିଙ୍ଗବାଡ଼ି,୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଗାଁ ଓ ଏହାର ଆଖପାଖ ଅଞ୍ଚଳର ପରିବେଶକୁ ସୁରକ୍ଷା ଦେବା ଗାଁରେ ଖାଲି ପଡ଼ିଥିବା ଚାଷଜମିରେ ବ୍ୟାପକ ବୃକ୍ଷରୋପଣ କରାଇବା ଜଙ୍ଗଲକୁ ସୁରକ୍ଷା ପାଇଁ ଗାଁର ସମସ୍ତ ବ୍ୟକ୍ତି ସଚେତନ ହେବା ସହ ଏଥିପାଇଁ ଅଣ୍ଟା ଭିଡ଼ିବା ପାଇଁ ସଚେତନ କରାଯାଇଛି। ଏଥିସହ ଆସନ୍ତା ୨୦୨୭ସୁଦ୍ଧା ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକକୁ ବର୍ଜନ ପାଇଁ ଶପଥ ଗ୍ରହଣ କରିଛନ୍ତି ଦନେକବାଡ଼ି ପଞ୍ଚାୟତବାସୀ।
ପ୍ରକାଶ ଯେ, ଗୁରୁବାର ବିଶ୍ୱ ପରିବେଶ ଦିବସରେ ପରିବେଶର ସୁରକ୍ଷା ପାଇଁ ଗ୍ରାମବିକାଶ ଅନୁଷ୍ଠାନ ସମେତ ଜାଗୃତି ଏବଂ ୟୁଥ୍‌ ଫର୍‌ ଓ୍ବାଟର୍‌ର କର୍ମକର୍ତ୍ତାମାନେ ଦନେକବାଡ଼ିରେ ପହଞ୍ଚି ପରିବେଶ ଦିବସ ପାଳନ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ। ବିଶେଷକରି ଯେଉଁ ପ୍ଲାଷ୍ଟିକ ମାତ୍ର ଥରୁଟିଏ ବ୍ୟବହାର କରାଯାଉଛି ତାକୁ ବ୍ୟବହାର ନ କରିବାକୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ପ୍ଲାଷ୍ଟିକ୍‌ ବ୍ୟବହାର ଯୋଗୁ ଏକାଧିକ ଭୟଙ୍କର ରୋଗର ଶିକାର ହେବାକୁ ପଡ଼ିବ କାରଣ। ପ୍ଲାଷ୍ଟିକ ମାଟିରେ ମିଶିବାକୁ ଶହ ଶହ ବର୍ଷ ଲାଗିଯିବ ଓ ଏହା ପରିବେଶକୁ ନଷ୍ଟ କରୁଥିବା କୁହାଯାଇଥିଲା। ଏହି ଅବସରରେ ଶପଥ ପାଠରେ ପ୍ଲାଷ୍ଟିକ-ମୁକ୍ତ ପିକନିକ୍‌ ସ୍ପଟ୍‌ କରିବାକୁ ନିଷ୍ପତ୍ତି ନିଆଯିବା ସହ ଶପପାଠ କରାଯାଇଥିଲ। ୨୦୨୭ ସୁଦ୍ଧା ଦାରିଙ୍ଗବାଡ଼ି ଅଞ୍ଚଳର ପିକନିକ ସ୍ଥାନଗୁଡ଼ିକୁ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକରୁ ମୁକ୍ତ କରାଯିବା ସହ ପିକନିକ ସ୍ଥାନଗୁଡିକୁ ପରିବେଶ-ସମ୍ବେଦନଶୀଳ ଓ ପ୍ରାକୃତିକ ଉପାୟରେ ବ୍ୟବହାର କରିବା ପାଇଁ ନିଜ ପରିବାର ବର୍ଗ ଓ ବନ୍ଧୁମାନଙ୍କୁ ପଉତ୍ସାହିତ କରାଯିବା । ଭୋଜି ଶେଷ ହେବା ପରେ ପିକ୍‌ନିକ୍‌ ସ୍ଥାନକୁ ସଫା ଏବଂ ବୈଜ୍ଞାନିକ ଉପାୟରେ ଅଳିଆ ନିଷ୍କାସନ କରିବାକୁ ପ୍ରେରଣା ଦେବା ପାଇଁ ପ୍ରବାର୍ତ୍ତାଇବା, ପରିବେଶ-ଅନୁକୂଳ ପଦାର୍ଥ ଗୁଡ଼ିକର ବ୍ୟବହାର ସହିତ ସ୍ଥାନୀୟ ସ୍ତରରେ ଉତ୍ପାଦିତ ପତ୍ର-ପ୍ଲେଟ୍‌, ପତ୍ର-କପ୍‌ ଇତ୍ୟାଦିର ବ୍ୟବହାରକୁ ପ୍ରୋତ୍ସାହନ ଚକ୍ରୀୟ ଅର୍ଥନୀତିର ଚିନ୍ତାଧାରାକୁ ଗ୍ରହଣ ଏବଂ ଏହି ବିଷୟରେ ସଚେତନତା ମଧ୍ୟ ସୃଷ୍ଟି କରିବା ଆଦି ଶପଥ କରାଯାଇଥିଲା।
କାର୍ଯ୍ୟକ୍ରମରେ ସିଂ ଙ୍କ ସମେତ ନିରଞ୍ଜନ, ଅକ୍ଷୟ କୁମାର ପରିଚ୍ଛା, କୁନିତା ପ୍ରଧାନ, ଝରଣା ସାହୁ, ରାଧିକା ପ୍ରଧାନ, ସେବିକା ପ୍ରଧାନ, ଛାନିମା ପ୍ରଧାନ
ରାନୁ ପ୍ରଧାନ, ସାମୁଏଲ ପ୍ରଧାନ, ସାନ୍ତନା ପ୍ରଧାନ, ସରିତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ସଚେତନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ମୃତ୍ୟୁପରେ ପ୍ରଥମ ଥର ମୁହଁ ଖୋଲିଲେ ଲବ: କହୁକହୁ କହିଦେଲେ …

ଭୁବନେଶ୍ୱର,୨୫।୬: ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା ବାନ୍ଧବୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦ ଘେରକୁ ଆସିଥିଲେ। ବିପାଦ ପରେ ପ୍ରଥମ ଥର ସେ ମୁହଁ ଖୋଲିଛନ୍ତି। ।...

ଏଣିକି କାର୍ଯ୍ୟରେ ଅବହେଳା କଲେ ନିଆଯିବ କାର୍ଯ୍ୟନୁଷ୍ଠାନ: ଖସିପାରିବେନି ଅଭିଯୁକ୍ତ

ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ)-ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ) ବିଶ୍ୱନାଥ ନିଲାନମ୍ବର୍‌ମ ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମୁସର ଦକ୍ଷିଣ ବନଖଣ୍ଡ...

୪୦୦ କେ.ଜି. ୟୁରାନିୟମ ଗଲା କୁଆଡେ, ଏବେ ହେବ କ’ଣ: ଚିନ୍ତାରେ ଆମେରିକା

ଓ୍ବାଶିଂଟନ,୨୫ା୬:ଇରାନର ୩ ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ୬ଟି ବଙ୍କର ବଷ୍ଟର ବୋମା ପକାଇବା ପରେ ଏହାର ୪୦୦ କିଲୋଗ୍ରାମ ୟୁରାନିୟମର ହିସାବ ମିଳୁନାହିଁ। ଏହି...

ଶୌଚ ପାଇଁ ଯାଇଥିଲେ ଚାଷୀ, ବୁଦାମୂଳେ ଛକିଥିଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ମହାକାଳପଡ଼ା, ୨୫ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ଚାଷୀ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି। ଜୀବନ ବଞ୍ଚାଇବାକୁ ଯାଇ କୁମ୍ଭୀର...

ନିଟ୍‌ ପାଇଁ ହତ୍ୟା

ଭାରତରେ ପାଠପଢ଼ା ଚାପ ଯୋଗୁ ପିଲାଙ୍କ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟିଚାଲିଛି। ବିଶେଷକରି ମେଡିକାଲ ଶିକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆଶାୟୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା...

ବାସହୀନଙ୍କୁ ଜମି ଦେବେ ସରକାର: ଡିସେମ୍ବର ୩୧ ସୁଦ୍ଧା ଚିହ୍ନଟ ପାଇଁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫ା୬ (ରବିନାରାୟଣ ଜେନା):ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ଲକ୍ଷ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏବେ ସ୍ବତନ୍ତ୍ର ପଦକ୍ଷେପ...

ମୌଳିକ ସୁବିଧାରୁ ବଞ୍ଚିତ ମହୁଲପଡ଼ାବାସୀ

ନୂଆପଡ଼ା,୨୫।୬ (ମକାରୁ ବେମାଲ) : ନୂଆପଡ଼ା ଜିଲା କୋମନା ବ୍ଲକ ସିଲ୍‌ଭା ପଞ୍ଚାୟତ ପଟପରପାଲି ଗାଁର ମହୁଲପଡ଼ାବାସୀ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ...

ଜୁଲାଇ ୧ରୁ ମହଙ୍ଗା ହେବ ଟ୍ରେନ୍‌ ଯାତ୍ରା

ନୂଆଦିଲ୍ଲୀ,୨୫ା୬:ଭାରତୀୟ ରେଲ୍‌ଓ୍ବେ ଜୁଲାଇ ୧ରୁ ଏହାର ଯାତ୍ରୀଭଡ଼ା ବଢ଼ାଇବାକୁ ଯାଉଛି। ବାତାନୁକୂଳିତ, ଅଣବାତାନୁକୂଳିତ ମେଲ୍‌, ଏକ୍ସପ୍ରେସ୍‌ ଏବଂ ୨ୟ ଶ୍ରେଣୀ ଟିକେଟ ଭଡ଼ା ସାମାନ୍ୟ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri