Posted inଫୁରସତ

ପରିବେଶ ବନ୍ଧୁ ମନୋରଞ୍ଜନ ମିଶ୍ର

ନିଜେ ସୁରକ୍ଷିତ ରହିବାକୁ ଚାହଁ ତ ତୁମ ଚାରିପାଖକୁ ସୁରକ୍ଷା ଦିଅ ବୋଲି କଥା ଅଛି। କ୍ଷୟ ହୋଇ ଚାଲିଥିବା ପରିବେଶ ପରିପ୍ରେକ୍ଷୀରେ ଏ ବିଚାର ବେଶ୍‌ ଗୁରୁତ୍ୱ ବହନ କରେ। ପ୍ରକୃତି ବିନା ଆମ ପାଇଁ ବଞ୍ଚତ୍ବା ଅସମ୍ଭବ କିନ୍ତୁ ସଭ୍ୟତାର ବିକାଶ ନଁାରେ ଆମେ ପ୍ରତିମୁହୂର୍ତ୍ତରେ ନଷ୍ଟ କରିଚାଲିଛୁ ପ୍ରକୃତିକୁ। ହେଲେ, ଏଭଳି ଏକ ସମୟରେ ଏମିତି ଜଣେ ମଣିଷ ଅଛନ୍ତି ଯିଏ ନିଜ ଜୀବନକୁ ପ୍ରକୃତିର ଋଣ ବୋଲି ମନେକରନ୍ତି। ଯନ୍ତ୍ରପାତି ସହ କାମ କରିବା ଭିତରେ ପ୍ରକୃତିର ଋଣ ପରିଶୋଧ କରିବାର ଇଚ୍ଛା ପୋଷଣ କରନ୍ତି। ଆଉ ସେହି ଆଗ୍ରହରୁ ପାଲଟିଯାନ୍ତି ପରିବେଶ କର୍ମୀ। ସୃଷ୍ଟି କରନ୍ତି କୃତି୍ରିମ ଅରଣ୍ୟ, ସବୁଜିମା। ଇଏ ହେଲେ ମନୋରଞ୍ଜନ ମିଶ୍ର। ପେସାରେ ମେକାନିକାଲ ଇଞ୍ଜିନିୟର, ହେଲେ ପରିବେଶ ସୁରକ୍ଷା ଚିନ୍ତାରେ ଲଗାଇ ସାରିଲେଣି ଶତାଧିକ ଗଛ। କେବଳ ନିଜେ ଗଛ ଲଗାଉନାହାନ୍ତି, ସ୍କୁଲ କଲେଜଠାରୁ ଆରମ୍ଭ କରି ବିଭିନ୍ନ ଗଁାକୁ ଯାଇ ଗଛ ଲଗାଇବା ଓ ପରିବେଶକୁ ସୁସ୍ଥ ସୁନ୍ଦର କରିବା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି। ତାଙ୍କ ମତରେ ପ୍ରକୃତିର ଋଣ କେହି କେବେ ହେଲେ ଶୁଝିପାରିବେନି। କିନ୍ତୁ ଆମ ପାଖରେ ଥିବା ସୀମିତ ସମ୍ବଳର ଆମେ ସର୍ବାଧିକ ଉପଯୋଗ କରିବା ଦରକାର। ମନୋରଞ୍ଜନଙ୍କ ଜନ୍ମ ପୁରୀ ଜିଲା ଶ୍ରୀରାମଚନ୍ଦ୍ରପୁରରେ। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଓ ପରେ ବୁର୍ଲା ଇଞ୍ଜିନିୟରିଂ କଲେଜରୁ ପାସ୍‌ କରିବା ପରେ ସେ ଚାକିରି ଜୀବନ ଆରମ୍ଭ କରନ୍ତି ଓ ଏସ୍‌ଏମ୍‌ଏସ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଭାଇସ ପ୍ରେସିଡେଣ୍ଟ ଭାବରେ ୨୦୧୯ ମସିହାରେ ଅବସର ନିଅନ୍ତି।

ମନୋରଞ୍ଜନ କୁହନ୍ତି, ”ଅବସର ଗ୍ରହଣ କରିବା ପୂର୍ବରୁ ଅର୍ଥାତ୍‌ ୨୦୧୮ ମସିହା ନଭେମ୍ବର ମାସରେ ଦିନେ ମୁଁ ଚିନ୍ତା କଲି ଅବସର ପରେ କ’ଣ କରିବି। ଏଇ ଚିନ୍ତା ପ୍ରାୟ ସମସ୍ତଙ୍କର। କିନ୍ତୁ ମୁଁ ସବୁବେଳେ ଭାବୁଥିଲି ମୁଁ ଯେଉଁଠି ରହୁଛି ସେଇଟା ମୋ ପରିବେଶ ଆଉ ତା’ ପାଇଁ ମୋର କିଛି କରିବାର ଅଛି। ନଚେତ୍‌ ମୋ ଜୀବନର କିଛି ମୂଲ୍ୟ ନାହିଁ।’ ନିଜ ସହଧର୍ମିଣୀ ସୁଜାତା ମିଶ୍ରଙ୍କ ସହ ମିଶି ମନୋରଞ୍ଜନ ୫-୬ ଜଣ ବାଳିକାଙ୍କ ପାଠପଢାର ଦାୟିତ୍ୱ ହାତକୁ ନେଇଛନ୍ତି ଓ କିଛି ନିମ୍ନ ଆୟ ବର୍ଗର ଲୋକଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଉଛନ୍ତି। ସେ ସବୁବେଳେ ଭାବନ୍ତି- ‘କେବଳ ସରକାରଙ୍କ ଉପରେ ଦୋଷ ଦେଇ ଚୁପ୍‌ ହୋଇ ବସିଗଲେ ଚଳିବନି। ବରଂ ପ୍ରତ୍ୟେକଙ୍କୁ ନିଜ ସାଧ୍ୟମତେ ପାଦ ବଢ଼େଇବାକୁ ହେବ।’ ସେ କୁହନ୍ତି, ”୬୦ ବର୍ଷ ଯାଏ ମୁଁ ଯେତିକି ଅମ୍ଳଜାନ ନେଇଛି, ପାଣି ପିଇଛି ଭଗବାନ ପ୍ରଶ୍ନ କରିନାହାନ୍ତି ମୁଁ କାହିଁକି ନେଲି ବୋଲି। ତେଣୁ ଭାବିଲି ଯାହା କରିବି ଏବେଠାରୁ କରିବି। ଏଥିପାଇଁ ମଁୁ ଗୋଟେ ମାଧ୍ୟମର ସାହାରା ନେଲି। ତା’ର ନଁା ହେଲା ‘ଓଡ଼ିଶା ଏନଭାଇରନମେଣ୍ଟାଲ ସୋସାଇଟି’; ଯାହାର ମୁଁ ଆଜୀବନ ସଦସ୍ୟ । ସେଠାରେ ଆମେ ‘କ୍ଲିନ୍‌ ଆଣ୍ଡ ଗ୍ରୀନ୍‌’ ପ୍ରୋଜେକ୍ଟ ଆରମ୍ଭ କଲୁ, ଯେଉଁଥିରେ ଡକ୍ଟର ପ୍ରଦୀପ ରଥ ରଘୁନାଥ ପୃଷ୍ଟି, ଡକ୍ଟର କଲ୍ୟାଣୀ ମହାନ୍ତି ପ୍ରମୁଖ ମୋ ସହ ସାମିଲ ଅଛନ୍ତି। ପ୍ରଥମେ ଭୁବନେଶ୍ୱର ମୁନିସିପାଲିଟି କର୍ପୋରେସନ (ବିଏମ୍‌ସି)ର ଅନୁମତି ନେଇ ବିଏମ୍‌ସି କମିଶନର, ଆର୍କୋଲୋଜି ସର୍ଭେ ଅଫ୍‌ ଇଣ୍ଡିଆର ସୁପରିଣ୍ଟେଣ୍ଡେଣ୍ଟ, କର୍ପୋରେଟରଙ୍କୁ ନେଇ ଗୋଟେ ପ୍ରୋଗ୍ରାମ କଲୁ। ଖଣ୍ଡଗିରି ଓ ଉଦୟଗିରିରେ ପ୍ରଥମେ କାମ ଆରମ୍ଭ କଲୁ। ସେଠାରେ ପ୍ଲାଷ୍ଟିକ ଅଳିଆ ଆବର୍ଜନା ସଫା କରିବା ସହ ଗଛ ଲଗେଇଲୁ। ଆମେ ତିନି-ଚାରି ଜଣ ସକାଳ ସାତଟାରେ ପହଞ୍ଚତ୍ ଝାଡ଼ୁ କରୁ। ୩୭ ଦିନ ଯାଇଛୁ ତା’ ପରେ ଫନୀ ଆସିଗଲା। କିନ୍ତୁ ସେତେବେଳକୁ ଗଛସବୁ ବଞ୍ଚତ୍ସାରିଥାଏ। ଆମେ ନିୟମ କରିଥାଉ ‘ଯେଉଁଠି ସଫା କରି ଗଛ ଲଗାଇବୁ। ସେଠାକୁ ଆମେ ପ୍ରତିଦିନ ଅତିକମରେ ଗୋଟେ ମାସେ ଯାଏ ଯାଇ କାମ କରିବୁ। ତା’ ପରେ ମଝିରେ ମଝିରେ ଯାଇ ଦେଖି ଆସୁଥିବୁ। ତା’ପରେ ଆମେ କ୍ୟାପିଟାଲ ହସ୍ପିଟାଲ ପରିସରରେ କାମ ଆରମ୍ଭ କଲୁ। ହସ୍ପିଟାଲ ଆବର୍ଜନା ସଫା ସହ କିଛି ଗଛ ବି ଲଗେଇଲୁ। ସେଠାକାର ଦୋକାନୀ ଓ ବୁଲା ବିକାଳିଙ୍କୁ ସଚେତନ କଲୁ ଡଷ୍ଟବିନ୍‌ ରଖିବା ପାଇଁ। ତା’ପରେ ଆମେ ବିଭିନ୍ନ ସ୍କୁଲ କଲେଜକୁ ଯାଇ ଆଓ୍ବାରନେସ୍‌ ପ୍ରୋଗ୍ରାମ କଲୁ। ଏଥିରେ ପିଲାମାନଙ୍କ ପାଇଁ ବିଭିନ୍ନ କୁଇଜ୍‌ କାର୍ଯ୍ୟକ୍ରମ କରିବା ସହ ପରିବେଶ ସଚେତନତା ସମ୍ପର୍କରେ ସେମାନଙ୍କୁ ବୁଝାଇବା ସହିତ ଗଛ ଲଗାଇବା ପାଇଁ ପ୍ରବର୍ତ୍ତାଉ। ଏହାଛଡା ବିଭିନ୍ନ ଗଁାକୁ ଯାଇ ଗଛ ଲଗାଇବା ସହ ଲୋକଙ୍କୁ ସଚେତନ କରାଉଛୁ। ୨୦୧୮ ଓ ୨୦୧୯ ମସିହା ଭିତରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗଁାକୁ ମିଶାଇ ଆମେ ୪୮ଟି ଜାଗାକୁ ଯାଇ ଗଛ ଲଗାଇବା ସହ ଲୋକଙ୍କୁ ସଚେତନ କରାଇଛୁ। ଏଥିରେ ୫୯୮୦ ଜଣଙ୍କୁ ଆମର ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିଛୁ। ୧୧୫୦ଟି ଗଛ ଲଗାଇ ବଡ଼ କରିଛୁ। ବିଶେଷକରି ଯେଉଁ ଗଁା ବା ସ୍କୁଲ କଲେଜ ଆମ ସହିତ ମିଶି କାମ କରିବାର ପ୍ରତିଶ୍ରୁତି ଦିଅନ୍ତି ଆମେ ସେଠାକୁ ଯାଇ କାମ କରିଥାଉ। କାରଣ କେବଳ ଗଛ ଲଗେଇଦେଲେ ହେବ ନାହିଁ ତା’ର ଦେଖାଶୁଣା କରିବା ଦରକାର। ସେଥିପାଇଁ ଆମେ ଲଗାଉଥିବା ଅଧିକାଂଶ ଗଛ ବଞ୍ଚତ୍ଥାଏ। ଆମେ ଯେଉଁ ଜାଗାରେ ଗଛ ଲଗେଇଥାଉ ସେଠାକାର ଲୋକଙ୍କ ଫୋନ୍‌ ନମ୍ବର ଆଣି ତାଙ୍କ ସହିତ ଯୋଗାଯୋଗ ବି ରଖିଥାଉ। ଗାଁ ମାନଙ୍କରେ ପ୍ରତି ଘର ଘର ଯାଇ ଗଛ ଲଗାଉ। ମନ୍ଦିର ପ୍ରାଙ୍ଗଣରେ ସଭା କରି ଲୋକଙ୍କୁ ପରିବେଶ ସମ୍ପର୍କରେ ବୁଝେଇଥାଉ। ଏହାପରେ ଆମେ ପ୍ଲାଷ୍ଟିକ କିପରି ପରିବେଶକୁ ନଷ୍ଟ କରୁଛି ସେକଥା ଚିନ୍ତା କରି ତା’ ଉପରେ କାମ କଲୁ। ଆଗରୁ ପ୍ଲାଷ୍ଟିକକୁ ନେଇ କେବଳ ଲୋକଙ୍କୁ ସଚେତନ କରାଉଥିଲୁ। କିନ୍ତୁ ୨୦୨୦ ମାର୍ଚ୍ଚ ୧୩ ତାରିଖରୁ ସିଙ୍ଗଲ ୟୁଜଡ୍‌ ପ୍ଲାଷ୍ଟିକ ବ୍ୟବହାର ନେଇ ବିଧିବଦ୍ଧ କାମ ଆରମ୍ଭ କଲୁ। ଶନି ମନ୍ଦିର, ଗଣେଶ ମନ୍ଦିର, ସନ୍ତୋଷୀ ମା’ଙ୍କ ମନ୍ଦିରରେ ଆମେ ବ୍ୟାନର ଧରି ଛିଡା ହୋଇ ଲୋକଙ୍କୁ ସଚେତନ କଲୁ। ବିଏମ୍‌ସି କମିଶନରଙ୍କ ପାଖକୁ ଯାଇ ଏ ବିଷୟରେ ଆଲୋଚନା ମଧ୍ୟ କରିଛୁ। ଏହାପରେ ଆମେ ବର୍ଷା ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇ ବଡ଼ ବଡ଼ ହସ୍‌ପିଟାଲ ଓ ଇନଷ୍ଟିଚ୍ୟୁଟ୍‌ ଆଦି ୩୭ଟି ଜାଗାକୁ ଯାଇଥିଲୁ। ସେଥିମଧ୍ୟରୁ ୧୦-୧୧ଟି ସରକାରୀ କାର୍ଯ୍ୟାଳୟରେ ବର୍ଷା ଜଳ ସଂରକ୍ଷଣର ସୁବିଧା ଅଛି ଏବଂ ସେଗୁଡିକ ଠିକ୍‌ ଭାବରେ କାର୍ଯ୍ୟ କରୁଛି। ସବୁ ଜାଗାରେ କିପରି ଏହା କାର୍ଯ୍ୟକ୍ଷମ ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଛି। ଏହାଛଡା ଆମେ ଗଜପତି ଜିଲାର ମହେନ୍ଦ୍ରଗିରି ପର୍ବତମାଳାର, ସୁରକ୍ଷା ପାଇଁ ଓଇଏସ୍‌

ଡକ୍ଟର ଏସଏନ୍‌ ପାତ୍ରଙ୍କ ମାର୍ଗଦର୍ଶନରେ ମନ୍ଦେନ୍ଦ୍ରଗିରି ସମନ୍ବିତ ବିକାଶ କର୍ମଶାଳାର ଆୟୋଜନ କରିଥିଲୁ।
ଭାବେ ଯେ ଗତ ୧୫୦ ବର୍ଷ ଭିତରେ ଆମେ ଯେତିକି ଗଛ ନଷ୍ଟ କରିଛୁ, ପରିବେଶର କ୍ଷତି କରିଛୁ, ତା’ ପାଇଁ ଆମକୁ ଆମ ଜୀବନକାଳ ଭିତରେ ବହୁତକିଛି ପରିଶୋଧ କରିବାର ଅଛି। ମୋର ଅନୁରୋଧ, ପ୍ରତ୍ୟେକେ ନିଜ ଜୀବନକାଳ ଭିତରେ ଅତିକମରେ ୬ଟି ବଡ ଗଛ ଲଗାନ୍ତୁ, ଯେମିତି କି ଭଗବାନଙ୍କ ପାଖରେ ଦୋଷୀ ହେବେ ନାହିଁ ଆଉ ନିଜର ପିଲାମାନଙ୍କୁ ପରିବେଶ ସୁରକ୍ଷାକୁ ନେଇ ଯେତେସମ୍ଭବ ସାମିଲ କରନ୍ତୁ। ଏସବୁ କରିପାରିଲେ ହିଁ ଆମେ ପରବର୍ତ୍ତୀ ପିଢ଼ିଙ୍କ ପାଇଁ କିଛି କରିପାରିଲୁ ବୋଲି ଭାବିବା।

– ରୋଜାଲିନ୍‌ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?