ପରିବେଶ ଓ ଘୂର୍ଣ୍ଣିଝଡ଼

ଡ. ଅଜୟ କୁମାର ପାତ୍ର

ଆମ ଜୀବଲୋକକୁ ଘେରି ରହିଛି ବାୟୁମଣ୍ଡଳ। କୌଣସି କାରଣରୁ ଗୋଟିଏ ଅଞ୍ଚଳର ବାୟୁ ଅତ୍ୟଧିକ ଉତ୍ତପ୍ତ ହେଲେ ତାହା ପ୍ରସାରିତ ହୋଇ ହାଲୁକା ହୁଏ ଓ ଉପରକୁ ଉଠିଯାଏ। ସେହି ସୃଷ୍ଟ ଶୂନ୍ୟସ୍ଥାନକୁ ପୂରଣ କରିବା ନିମନ୍ତେ ଆଖପାଖ ଅଞ୍ଚଳରୁ ଅପେକ୍ଷାକୃତ ଶୀତଳ ବାୟୁ ବୋହି ଆସେ। କେତେକ ବିଶେଷ ପରିବେଶରେ ଏହା ପବନର ଭଉଁରି ସୃଷ୍ଟି କରେ ଏବଂ ଉଷ୍ମ ବାୟୁର ଶକ୍ତ ଭଉଁରି ଭୂପୃଷ୍ଠରୁ ବାଦଲ ପର୍ଯ୍ୟନ୍ତ ଲମ୍ବିଯାଏ। ଭୂଇଁ ପାଖରେ ସରୁ ହେବା ସହିତ ଉପରକୁ କ୍ରମଶଃ ଓସାରିଆ ହୋଇଥାଏ। ଦୂରରୁ ଗୋଟିଏ ଲମ୍ବା ହାତୀଶୁଣ୍ଢ ବା କାହାଳୀ ପରି ଦିଶୁଥିବା ଏହି ପ୍ରଭାବଶୀଳ ପବନ ଭଉଁରିକୁ ଘୂର୍ଣ୍ଣିଚକ୍ର ବା ‘ଟର୍ନାଡୋ’ କୁହାଯାଏ। ବାୟୁମଣ୍ଡଳର ଏହା ଏକ ଚରମ ଅବସ୍ଥା କୁହାଯାଏ। ଗଁା ଗଣ୍ଡାରେ ଖଣ୍ଡିଆଭୂତ ବୋଲି କହନ୍ତି। ମୋଟ ଉପରେ ଘୂର୍ଣ୍ଣିଝଡ଼ ହେଉଛି କାହାଳୀ ଆକୃତିର ଏକ ଶକ୍ତିଶାଳୀ ଅସ୍ଥିର ଘୂର୍ଣ୍ଣାୟମାନ ପବନ ଝଡ଼। ଏହି ଟର୍ନାଡୋ ଶବ୍ଦଟି ଲାଟିନ୍‌ ଭାଷାର ‘ଟୋନାରେ’ (Tonare) ଶବ୍ଦରୁ ଆସିଛି। ଏହାର ଅର୍ଥ ହେଲା ‘To Thunder’ା ଗମ୍ଭୀର ଶବ୍ଦ ବା ଘଡ଼ଘଡ଼ି ମାରିବା।
ଘୂର୍ଣ୍ଣିଝଡ଼ର ସୃଷ୍ଟି ବିଷୟରେ ଅନେକ ତଥ୍ୟ ଏବେ ମଧ୍ୟ ଅଜଣା। ତଥାପି ‘କପାସୀ-ବର୍ଷା’ ନାମକ କଳା ବାଦଲର ନିମ୍ନଭାଗରେ ଶୁଷ୍କ ଶୀତଳ ପବନ ସହିତ ଆର୍ଦ୍ର ଉଷ୍ମ ପବନ ମିଶିବା ଫଳରେ ଘୂର୍ଣ୍ଣିଝଡ଼ର ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହୁଏ। ‘କପାସୀ-ବର୍ଷା’ ଏକ ବୃହତ୍‌ ମେଘମାଳା ଓ ପର୍ବତ ଆକାର ଧାରଣ କରି ମୁଷଳ ଧାରାରେ ବର୍ଷା ସହିତ ଘଡ଼ଘଡ଼ିି ବିଜୁଳି ଓ କୁଆପଥର ବୃଷ୍ଟି କରିଥାଏ। ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଯେଉଁ ଘୂର୍ଣ୍ଣିଝଡ ଅନୁଭୂତ ହୁଏ, ସେଥିରେ ସାଧାରଣତଃ ଘଣ୍ଟାକଣ୍ଟାର ବିପରୀତ ଦିଗରେ ପବନର ବାମାବର୍ତ୍ତ ଭଉଁରି ସୃଷ୍ଟି ହୁଏ। ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ଯେଉଁ ଘୂର୍ଣ୍ଣିଝଡ଼ ଅନୁଭୂତ ହୁଏ, ସେଥିରେ ସାଧାରଣତଃ ଘଣ୍ଟାକଣ୍ଟା ଦିଗରେ ପବନର ଦକ୍ଷିଣାବର୍ତ୍ତ ଭଉଁରି ସୃଷ୍ଟି ହୁଏ।
ଘୂର୍ଣ୍ଣିଝଡ଼ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହେ ନାହିଁ। ଏହା ଠିକ୍‌ ହାତୀଶୁଣ୍ଢ ପରି ଆକାଶରୁ ତଳକୁ ଗତିକରେ। ଏହାର ଭଉଁରିରେ ବୁଲୁଥିବା ପବନର ବେଗ ପ୍ରାୟ ୧୨୦ ରୁ ୫୦୦ କିମି ବେଗ ଘଣ୍ଟାପ୍ରତି ଥାଏ। ବେଳେବେଳେ ଘଣ୍ଟା ପ୍ରତି ୮୦୦ କିଲୋମିଟରରେ ପହଞ୍ଚତ୍ୟାଏ, ଯାହାକି ଘଣ୍ଟା ପ୍ରତି ପ୍ରାୟ ୫୦ରୁ ୭୦ କିମି ବେଗରେ ଆଗକୁ ମାଡ଼ିଚାଲେ। ବେଳେବେଳେ ୧୧୦ କିମିକୁ ମଧ୍ୟ ଅତିକ୍ରମ କରିଥାଏ। ୧୯୨୫ ମାର୍ଚ୍ଚ ୧୮ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଭୂତ ଏକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ର ନିମ୍ନଭାଗର ଓସାର ଥିଲା ୧୬୦୦ ମିଟର ଓ ଏହା ୩୫୨ କିମି ପଥ ଅତିକ୍ରମ କରିଥିଲା।
ହିସାବର ସୁବିଧା ସକାଶେ ସାଧାରଣ ବାୟୁମଣ୍ଡଳୀୟ ଚାପକୁ ଏକ ବାର୍‌ କିମ୍ବା ୧୦୦୦ ମିଲିବାର ନିଆଯାଏ। କୌଣସି ଅଞ୍ଚଳରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବା ପୂର୍ବରୁ ସେଠାରେ ବାୟୁର ଚାପ ପ୍ରାୟ ୧୦୦ ମିଲିବାର୍‌ରୁ ଅଧିକ କମିଯାଏ। ବେଳେବେଳେ ୨୦୦ ମିଲିବାର କମିଯିବାର ଦୃଷ୍ଟାନ୍ତ ଅଛି। ଏସବୁ ପ୍ରାୟ ୩୦ ସେକେଣ୍ଡ ସମୟ ଭିତରେ ଘଟିଥାଏ। ତେଣୁ ସେଠାକାର ଚାପକୁ ସାଧାରଣ ଅବସ୍ଥାକୁ ଆଣିବା ସକାଶେ ଆଖପାଖ ଅଞ୍ଚଳରୁ କ୍ଷିପ୍ର ବେଗରେ ସେ ଦିଗରେ ପବନ ବହିଆସେ। ପରେ ତାହା ଘୂର୍ଣ୍ଣିଝଡ଼ର ରୂପ ନିଏ। ଯେମିତି ଦୂରତାକୁ ମିଟର ଓ ସମୟକୁ ସେକେଣ୍ଡରେ ମପାଯାଏ, ସେମିତି ଏହାକୁ ‘ଜୁଲ’ ଏକକରେ ମପାଯାଏ। ଏହାକୁ ଗତିଜ ଶକ୍ତି କହନ୍ତି। ଜଣେ ଲୋକ ୧୦ କିଗ୍ରା ପାଣି ବାଲ୍‌ଟିକୁ ୧୦ ମିଟର ଗଭୀର କୂଅରୁ ଉପରକୁ ଟାଣିବା ପାଇଁ ୧୦୦୦ ଜୁଲ ଶକ୍ତି ଆବଶ୍ୟକ। ସାଧାରଣ ଘୂର୍ଣ୍ଣିଝଡ଼ରେ ଯେତିକି ଶକ୍ତି ଥାଏ, ସେହି ଶକ୍ତିରେ ଜଣେ ଲୋକ କୂଅରୁ ଅତି କମ୍‌ରେ ୧୦୦୦ କୋଟି ଥର ପାଣି ଟାଣିପାରିବ। ଗୋଟିଏ ଗୋଟିଏ ଘୂର୍ଣ୍ଣିଝଡ଼ର ଶକ୍ତିକୁ ହିରୋସିମା ଉପରେ ପଡିଥିବା ପରମାଣୁ ବୋମାର ନିର୍ଗତ ସହ ତୁଳନା କରାଯାଇପାରିବ। ଏଥିରୁ ଏହାର ତୀବ୍ରତା କେତେ ଭୟଙ୍କର ତାହା ସହଜରେ ଅନୁମେୟ।
ପୃଥିବୀର ଅନେକ ଦେଶରେ ଘୂର୍ଣ୍ଣିଝଡ଼ ଅନୁଭୂତ ହୁଏ। ମାତ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସବୁଠାରୁ ଅଧିକ। ସାଧାରଣତଃ ଏଠାରେ ଏପ୍ରିଲ, ମେ, ଜୁନ୍‌, ଡିସେମ୍ବର ଓ ଜାନୁୟାରୀ ମାସରେ ଝଡ଼ ହୋଇଥାଏ। ସମ୍ପ୍ରତି ୧୨ ଡିସେମ୍ବର ୨୦୨୧ରେ ଆମେରିକାର ଦକ୍ଷିଣ ଓ ମଧ୍ୟ ପଶ୍ଚିମରେ ଥିବା କେଣ୍ଟୁକି, ମିଶୋରି, ମିସିସିପି, ଇଲିନିଲସ, ଆର୍କନସାସ, ଟେନିସ ଆଦି ରାଜ୍ୟରେ ଅକସ୍ମାତ୍‌ ଝୂର୍ଣ୍ଣିଝଡ଼ର କରାଳ ପ୍ରଭାବରେ ଶତାଧିକ ଲୋକଙ୍କ ଜୀବନ ହାନି ଘଟିଥିବା ବେଳେ ଅପୂରଣୀୟ ଧନରାଶିର କ୍ଷୟକ୍ଷତି ଘଟିଛି। ଏହି ଘୂର୍ଣ୍ଣିଝଡ଼ର ବେଗ ଥିଲା ଘଣ୍ଟା ପ୍ରତି ୨୨୭ ମାଇଲ୍‌ ଅର୍ଥାତ୍‌ ୩୬୫ କିମି। ଆମେରିକାରେ ପ୍ରତିବର୍ଷ ହାରାହାରି ପ୍ରାୟ ଛୋଟବଡ଼ ୭୦୦ ଘୂର୍ଣ୍ଣିଝଡ଼ ଘଟୁଥିବା ବେଳେ ଭାରତରେ ବା ଓଡ଼ିଶାରେ ଏଭଳି ଘୋର ବିପତ୍ତି କଁା ଭଁା ଘଟିଥାଏ। ଆମେରିକା ପଛକୁ କ୍ରମାନ୍ବୟରେ ଅଷ୍ଟ୍ରେଲିଆ, ଗ୍ରେଟବ୍ରିଟେନ, କାନାଡ଼ା, ଚାଇନା, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ହଙ୍ଗେରୀ, ଭାରତ, ଇଟାଲୀ, ଜାପାନ, ବରମୁଡା ଓ ଫିଜି ଦ୍ୱୀପ ରହିଛି। ଆମେରିକାର ଓକ୍ଳାହୋମା ଓ କାନ୍‌ସାସ୍‌ ଏବଂ ସମ୍ପ୍ରତି କେଣ୍ଟୁକି ଅଞ୍ଚଳରେ ଅଧିକ ଘୂର୍ଣ୍ଣିଝଡ଼ ହୁଏ। ଓଡ଼ିଶା ସମୁଦ୍ର ଉପକୂଳରେ ଥିବାରୁ ଏଠାରେ ଅନେକ ଥର ଘୂର୍ଣ୍ଣିଝଡ଼ ହୋଇଛି। ୧୯୭୮ ଏପ୍ରିଲ ୧୭ ରେ କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ଓ ରାମଚନ୍ଦ୍ରପୁର ବ୍ଲକରେ ଘୂର୍ଣ୍ଣିଝଡ଼ ଯୋଗୁ ୬ଟି ଗଁା ସମ୍ପୂର୍ଣ୍ଣ ଧ୍ୱଂସ ପାଇଥିଲା। ସେହିପରି ୧୯୮୮ ମାର୍ଚ୍ଚ ୨୪ ତାରିଖ, ବାଲେଶ୍ୱର ଜିଲାର ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଗୋବରଘଟା, ୨୦୦୯ ମାର୍ଚ୍ଚ ୩୧ରେ କେନ୍ଦ୍ରାପଡ଼ା ଜିଲାର ଚିରସବୁଜ ରାଜକନିକା ମାତ୍ର କେଇ ମିନିଟ୍‌ ଭିତରେ ଶ୍ରୀହୀନ ହୋଇପଡ଼ିଥିଲା। ଏହାପରେ ସେହି ବର୍ଷ ଜୁନ୍‌ ୧୯ରେ ଜଗନ୍ନାଥପ୍ରସାଦ ବ୍ଲକ୍‌ରେ ଘୂର୍ଣ୍ଣିଝଡ଼ରେ ଶହ ଶହ ଘରଦ୍ୱାର, ବୃକ୍ଷ, ବତିଖୁଣ୍ଟ ଭୂଇଁରେ ଲୋଟିଥିଲା।
ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ମଣିଷ ଯେତେ ଉନ୍ନତ ହେଲେ ମଧ୍ୟ, ଦେଶ ଯେତେ ବିକାଶଶୀଳ ହେଲେ ମଧ୍ୟ ପ୍ରକୃତି ଆଗରେ ହାର ମାନୁଛି। ଏହାର ପ୍ରତିକାର ପାଇଁ ଘୂର୍ଣ୍ଣିଝଡ଼ର ସଠିକ୍‌ ଗତିପଥ, ଅତିକ୍ରାନ୍ତ ଦୂରତା ସହିତ ଏହାର ତୀବ୍ରତା, ସମୟୋପଯୋଗୀ ସୂଚନା ଓ ସର୍ବୋପରି ରାଡାର ଓ ଉପଗ୍ରହର ଘୂର୍ଣ୍ଣିଝଡ଼ ବିଷୟରେ ସଠିକ୍‌ ତଥ୍ୟ ମିଳିବା ସହିତ ଉନ୍ନତମାନର ଜ୍ଞାନକୌଶଳ ଏବଂ ଗବେଷଣା ଜାରି ରହିବା ଖୁବ୍‌ ଜରୁରୀ। ପ୍ରାକୃତିକ ଦୁର୍ଯ୍ୟୋଗରୁ ପୃଥିବୀକୁ ବଞ୍ଚାଇବାକୁ ହେଲେ ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି, ରାସ୍ତାଘାଟ ଓ ପ୍ରତିଟି ଗୃହକୁ ସବୁଜ ବଳୟରେ ରଖିବାକୁ ହେବ। ଏଥିସହିତ ଭୂଇଁତଳେ ଘରର ଆବଶ୍ୟକତା ରହିଛି।
ପରିବେଶ ବିଜ୍ଞାନୀ
ମୋ: ୦୯୪୩୮୬୨୧୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?