ପରିବେଶ ଓ ଘୂର୍ଣ୍ଣିଝଡ଼

ଡ. ଅଜୟ କୁମାର ପାତ୍ର

ଆମ ଜୀବଲୋକକୁ ଘେରି ରହିଛି ବାୟୁମଣ୍ଡଳ। କୌଣସି କାରଣରୁ ଗୋଟିଏ ଅଞ୍ଚଳର ବାୟୁ ଅତ୍ୟଧିକ ଉତ୍ତପ୍ତ ହେଲେ ତାହା ପ୍ରସାରିତ ହୋଇ ହାଲୁକା ହୁଏ ଓ ଉପରକୁ ଉଠିଯାଏ। ସେହି ସୃଷ୍ଟ ଶୂନ୍ୟସ୍ଥାନକୁ ପୂରଣ କରିବା ନିମନ୍ତେ ଆଖପାଖ ଅଞ୍ଚଳରୁ ଅପେକ୍ଷାକୃତ ଶୀତଳ ବାୟୁ ବୋହି ଆସେ। କେତେକ ବିଶେଷ ପରିବେଶରେ ଏହା ପବନର ଭଉଁରି ସୃଷ୍ଟି କରେ ଏବଂ ଉଷ୍ମ ବାୟୁର ଶକ୍ତ ଭଉଁରି ଭୂପୃଷ୍ଠରୁ ବାଦଲ ପର୍ଯ୍ୟନ୍ତ ଲମ୍ବିଯାଏ। ଭୂଇଁ ପାଖରେ ସରୁ ହେବା ସହିତ ଉପରକୁ କ୍ରମଶଃ ଓସାରିଆ ହୋଇଥାଏ। ଦୂରରୁ ଗୋଟିଏ ଲମ୍ବା ହାତୀଶୁଣ୍ଢ ବା କାହାଳୀ ପରି ଦିଶୁଥିବା ଏହି ପ୍ରଭାବଶୀଳ ପବନ ଭଉଁରିକୁ ଘୂର୍ଣ୍ଣିଚକ୍ର ବା ‘ଟର୍ନାଡୋ’ କୁହାଯାଏ। ବାୟୁମଣ୍ଡଳର ଏହା ଏକ ଚରମ ଅବସ୍ଥା କୁହାଯାଏ। ଗଁା ଗଣ୍ଡାରେ ଖଣ୍ଡିଆଭୂତ ବୋଲି କହନ୍ତି। ମୋଟ ଉପରେ ଘୂର୍ଣ୍ଣିଝଡ଼ ହେଉଛି କାହାଳୀ ଆକୃତିର ଏକ ଶକ୍ତିଶାଳୀ ଅସ୍ଥିର ଘୂର୍ଣ୍ଣାୟମାନ ପବନ ଝଡ଼। ଏହି ଟର୍ନାଡୋ ଶବ୍ଦଟି ଲାଟିନ୍‌ ଭାଷାର ‘ଟୋନାରେ’ (Tonare) ଶବ୍ଦରୁ ଆସିଛି। ଏହାର ଅର୍ଥ ହେଲା ‘To Thunder’ା ଗମ୍ଭୀର ଶବ୍ଦ ବା ଘଡ଼ଘଡ଼ି ମାରିବା।
ଘୂର୍ଣ୍ଣିଝଡ଼ର ସୃଷ୍ଟି ବିଷୟରେ ଅନେକ ତଥ୍ୟ ଏବେ ମଧ୍ୟ ଅଜଣା। ତଥାପି ‘କପାସୀ-ବର୍ଷା’ ନାମକ କଳା ବାଦଲର ନିମ୍ନଭାଗରେ ଶୁଷ୍କ ଶୀତଳ ପବନ ସହିତ ଆର୍ଦ୍ର ଉଷ୍ମ ପବନ ମିଶିବା ଫଳରେ ଘୂର୍ଣ୍ଣିଝଡ଼ର ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହୁଏ। ‘କପାସୀ-ବର୍ଷା’ ଏକ ବୃହତ୍‌ ମେଘମାଳା ଓ ପର୍ବତ ଆକାର ଧାରଣ କରି ମୁଷଳ ଧାରାରେ ବର୍ଷା ସହିତ ଘଡ଼ଘଡ଼ିି ବିଜୁଳି ଓ କୁଆପଥର ବୃଷ୍ଟି କରିଥାଏ। ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଯେଉଁ ଘୂର୍ଣ୍ଣିଝଡ ଅନୁଭୂତ ହୁଏ, ସେଥିରେ ସାଧାରଣତଃ ଘଣ୍ଟାକଣ୍ଟାର ବିପରୀତ ଦିଗରେ ପବନର ବାମାବର୍ତ୍ତ ଭଉଁରି ସୃଷ୍ଟି ହୁଏ। ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ଯେଉଁ ଘୂର୍ଣ୍ଣିଝଡ଼ ଅନୁଭୂତ ହୁଏ, ସେଥିରେ ସାଧାରଣତଃ ଘଣ୍ଟାକଣ୍ଟା ଦିଗରେ ପବନର ଦକ୍ଷିଣାବର୍ତ୍ତ ଭଉଁରି ସୃଷ୍ଟି ହୁଏ।
ଘୂର୍ଣ୍ଣିଝଡ଼ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହେ ନାହିଁ। ଏହା ଠିକ୍‌ ହାତୀଶୁଣ୍ଢ ପରି ଆକାଶରୁ ତଳକୁ ଗତିକରେ। ଏହାର ଭଉଁରିରେ ବୁଲୁଥିବା ପବନର ବେଗ ପ୍ରାୟ ୧୨୦ ରୁ ୫୦୦ କିମି ବେଗ ଘଣ୍ଟାପ୍ରତି ଥାଏ। ବେଳେବେଳେ ଘଣ୍ଟା ପ୍ରତି ୮୦୦ କିଲୋମିଟରରେ ପହଞ୍ଚତ୍ୟାଏ, ଯାହାକି ଘଣ୍ଟା ପ୍ରତି ପ୍ରାୟ ୫୦ରୁ ୭୦ କିମି ବେଗରେ ଆଗକୁ ମାଡ଼ିଚାଲେ। ବେଳେବେଳେ ୧୧୦ କିମିକୁ ମଧ୍ୟ ଅତିକ୍ରମ କରିଥାଏ। ୧୯୨୫ ମାର୍ଚ୍ଚ ୧୮ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଭୂତ ଏକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ର ନିମ୍ନଭାଗର ଓସାର ଥିଲା ୧୬୦୦ ମିଟର ଓ ଏହା ୩୫୨ କିମି ପଥ ଅତିକ୍ରମ କରିଥିଲା।
ହିସାବର ସୁବିଧା ସକାଶେ ସାଧାରଣ ବାୟୁମଣ୍ଡଳୀୟ ଚାପକୁ ଏକ ବାର୍‌ କିମ୍ବା ୧୦୦୦ ମିଲିବାର ନିଆଯାଏ। କୌଣସି ଅଞ୍ଚଳରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବା ପୂର୍ବରୁ ସେଠାରେ ବାୟୁର ଚାପ ପ୍ରାୟ ୧୦୦ ମିଲିବାର୍‌ରୁ ଅଧିକ କମିଯାଏ। ବେଳେବେଳେ ୨୦୦ ମିଲିବାର କମିଯିବାର ଦୃଷ୍ଟାନ୍ତ ଅଛି। ଏସବୁ ପ୍ରାୟ ୩୦ ସେକେଣ୍ଡ ସମୟ ଭିତରେ ଘଟିଥାଏ। ତେଣୁ ସେଠାକାର ଚାପକୁ ସାଧାରଣ ଅବସ୍ଥାକୁ ଆଣିବା ସକାଶେ ଆଖପାଖ ଅଞ୍ଚଳରୁ କ୍ଷିପ୍ର ବେଗରେ ସେ ଦିଗରେ ପବନ ବହିଆସେ। ପରେ ତାହା ଘୂର୍ଣ୍ଣିଝଡ଼ର ରୂପ ନିଏ। ଯେମିତି ଦୂରତାକୁ ମିଟର ଓ ସମୟକୁ ସେକେଣ୍ଡରେ ମପାଯାଏ, ସେମିତି ଏହାକୁ ‘ଜୁଲ’ ଏକକରେ ମପାଯାଏ। ଏହାକୁ ଗତିଜ ଶକ୍ତି କହନ୍ତି। ଜଣେ ଲୋକ ୧୦ କିଗ୍ରା ପାଣି ବାଲ୍‌ଟିକୁ ୧୦ ମିଟର ଗଭୀର କୂଅରୁ ଉପରକୁ ଟାଣିବା ପାଇଁ ୧୦୦୦ ଜୁଲ ଶକ୍ତି ଆବଶ୍ୟକ। ସାଧାରଣ ଘୂର୍ଣ୍ଣିଝଡ଼ରେ ଯେତିକି ଶକ୍ତି ଥାଏ, ସେହି ଶକ୍ତିରେ ଜଣେ ଲୋକ କୂଅରୁ ଅତି କମ୍‌ରେ ୧୦୦୦ କୋଟି ଥର ପାଣି ଟାଣିପାରିବ। ଗୋଟିଏ ଗୋଟିଏ ଘୂର୍ଣ୍ଣିଝଡ଼ର ଶକ୍ତିକୁ ହିରୋସିମା ଉପରେ ପଡିଥିବା ପରମାଣୁ ବୋମାର ନିର୍ଗତ ସହ ତୁଳନା କରାଯାଇପାରିବ। ଏଥିରୁ ଏହାର ତୀବ୍ରତା କେତେ ଭୟଙ୍କର ତାହା ସହଜରେ ଅନୁମେୟ।
ପୃଥିବୀର ଅନେକ ଦେଶରେ ଘୂର୍ଣ୍ଣିଝଡ଼ ଅନୁଭୂତ ହୁଏ। ମାତ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସବୁଠାରୁ ଅଧିକ। ସାଧାରଣତଃ ଏଠାରେ ଏପ୍ରିଲ, ମେ, ଜୁନ୍‌, ଡିସେମ୍ବର ଓ ଜାନୁୟାରୀ ମାସରେ ଝଡ଼ ହୋଇଥାଏ। ସମ୍ପ୍ରତି ୧୨ ଡିସେମ୍ବର ୨୦୨୧ରେ ଆମେରିକାର ଦକ୍ଷିଣ ଓ ମଧ୍ୟ ପଶ୍ଚିମରେ ଥିବା କେଣ୍ଟୁକି, ମିଶୋରି, ମିସିସିପି, ଇଲିନିଲସ, ଆର୍କନସାସ, ଟେନିସ ଆଦି ରାଜ୍ୟରେ ଅକସ୍ମାତ୍‌ ଝୂର୍ଣ୍ଣିଝଡ଼ର କରାଳ ପ୍ରଭାବରେ ଶତାଧିକ ଲୋକଙ୍କ ଜୀବନ ହାନି ଘଟିଥିବା ବେଳେ ଅପୂରଣୀୟ ଧନରାଶିର କ୍ଷୟକ୍ଷତି ଘଟିଛି। ଏହି ଘୂର୍ଣ୍ଣିଝଡ଼ର ବେଗ ଥିଲା ଘଣ୍ଟା ପ୍ରତି ୨୨୭ ମାଇଲ୍‌ ଅର୍ଥାତ୍‌ ୩୬୫ କିମି। ଆମେରିକାରେ ପ୍ରତିବର୍ଷ ହାରାହାରି ପ୍ରାୟ ଛୋଟବଡ଼ ୭୦୦ ଘୂର୍ଣ୍ଣିଝଡ଼ ଘଟୁଥିବା ବେଳେ ଭାରତରେ ବା ଓଡ଼ିଶାରେ ଏଭଳି ଘୋର ବିପତ୍ତି କଁା ଭଁା ଘଟିଥାଏ। ଆମେରିକା ପଛକୁ କ୍ରମାନ୍ବୟରେ ଅଷ୍ଟ୍ରେଲିଆ, ଗ୍ରେଟବ୍ରିଟେନ, କାନାଡ଼ା, ଚାଇନା, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ହଙ୍ଗେରୀ, ଭାରତ, ଇଟାଲୀ, ଜାପାନ, ବରମୁଡା ଓ ଫିଜି ଦ୍ୱୀପ ରହିଛି। ଆମେରିକାର ଓକ୍ଳାହୋମା ଓ କାନ୍‌ସାସ୍‌ ଏବଂ ସମ୍ପ୍ରତି କେଣ୍ଟୁକି ଅଞ୍ଚଳରେ ଅଧିକ ଘୂର୍ଣ୍ଣିଝଡ଼ ହୁଏ। ଓଡ଼ିଶା ସମୁଦ୍ର ଉପକୂଳରେ ଥିବାରୁ ଏଠାରେ ଅନେକ ଥର ଘୂର୍ଣ୍ଣିଝଡ଼ ହୋଇଛି। ୧୯୭୮ ଏପ୍ରିଲ ୧୭ ରେ କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ଓ ରାମଚନ୍ଦ୍ରପୁର ବ୍ଲକରେ ଘୂର୍ଣ୍ଣିଝଡ଼ ଯୋଗୁ ୬ଟି ଗଁା ସମ୍ପୂର୍ଣ୍ଣ ଧ୍ୱଂସ ପାଇଥିଲା। ସେହିପରି ୧୯୮୮ ମାର୍ଚ୍ଚ ୨୪ ତାରିଖ, ବାଲେଶ୍ୱର ଜିଲାର ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଗୋବରଘଟା, ୨୦୦୯ ମାର୍ଚ୍ଚ ୩୧ରେ କେନ୍ଦ୍ରାପଡ଼ା ଜିଲାର ଚିରସବୁଜ ରାଜକନିକା ମାତ୍ର କେଇ ମିନିଟ୍‌ ଭିତରେ ଶ୍ରୀହୀନ ହୋଇପଡ଼ିଥିଲା। ଏହାପରେ ସେହି ବର୍ଷ ଜୁନ୍‌ ୧୯ରେ ଜଗନ୍ନାଥପ୍ରସାଦ ବ୍ଲକ୍‌ରେ ଘୂର୍ଣ୍ଣିଝଡ଼ରେ ଶହ ଶହ ଘରଦ୍ୱାର, ବୃକ୍ଷ, ବତିଖୁଣ୍ଟ ଭୂଇଁରେ ଲୋଟିଥିଲା।
ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ମଣିଷ ଯେତେ ଉନ୍ନତ ହେଲେ ମଧ୍ୟ, ଦେଶ ଯେତେ ବିକାଶଶୀଳ ହେଲେ ମଧ୍ୟ ପ୍ରକୃତି ଆଗରେ ହାର ମାନୁଛି। ଏହାର ପ୍ରତିକାର ପାଇଁ ଘୂର୍ଣ୍ଣିଝଡ଼ର ସଠିକ୍‌ ଗତିପଥ, ଅତିକ୍ରାନ୍ତ ଦୂରତା ସହିତ ଏହାର ତୀବ୍ରତା, ସମୟୋପଯୋଗୀ ସୂଚନା ଓ ସର୍ବୋପରି ରାଡାର ଓ ଉପଗ୍ରହର ଘୂର୍ଣ୍ଣିଝଡ଼ ବିଷୟରେ ସଠିକ୍‌ ତଥ୍ୟ ମିଳିବା ସହିତ ଉନ୍ନତମାନର ଜ୍ଞାନକୌଶଳ ଏବଂ ଗବେଷଣା ଜାରି ରହିବା ଖୁବ୍‌ ଜରୁରୀ। ପ୍ରାକୃତିକ ଦୁର୍ଯ୍ୟୋଗରୁ ପୃଥିବୀକୁ ବଞ୍ଚାଇବାକୁ ହେଲେ ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି, ରାସ୍ତାଘାଟ ଓ ପ୍ରତିଟି ଗୃହକୁ ସବୁଜ ବଳୟରେ ରଖିବାକୁ ହେବ। ଏଥିସହିତ ଭୂଇଁତଳେ ଘରର ଆବଶ୍ୟକତା ରହିଛି।
ପରିବେଶ ବିଜ୍ଞାନୀ
ମୋ: ୦୯୪୩୮୬୨୧୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri