ଗୃହିଣୀରୁ ଉଦ୍ୟୋଗୀ

ଓଡ଼ିଆ ପରମ୍ପରାରେ ସାଧବମାନେ ବାଣିଜ୍ୟ କରିବାର ପରମ୍ପରା ଥିଲା। ଏବେ ପୂର୍ବ ଭଳି ସେହି ପରମ୍ପରା ନାହିଁ ସତ କିନ୍ତୁ ବାଣିଜ୍ୟ କ୍ଷେତ୍ର ବେଶ୍‌ ଅଗ୍ରଗତି କରିଛି। ଆଉ ପୁରୁଷମାନଙ୍କ ଭଳି ମହିଳାମାନେ ବି ବ୍ୟବସାୟ କ୍ଷେତ୍ରରେ ସଫଳ ଉଦାହରଣ ସୃଷ୍ଟି କରି ପାରିଛନ୍ତି।

ସଫଳ ଉଦ୍ୟୋଗୀ
ପରିବାର ଲୋକଙ୍କର ରକ୍ଷଣଶୀଳ ମନୋଭାବ ଯୋଗୁ ଭଲ ପାଠ ପଢି ଉଚ୍ଚଶିକ୍ଷିତା ହୋଇଥିଲେ ବି ଚାକିରି କରିପାରି ନ ଥିଲେ। କିନ୍ତୁ ବିବାହ କରି ପିଲାମାନେ ବଡ଼ ହେବା ପରେ ସେ ଆରମ୍ଭ କରିଥିଲେ ବ୍ୟବସାୟ। ଆଉ ଆଜି ସେ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ।
ଭୁବନେଶ୍ୱରର ବମିଖାଲରେ ରୁହନ୍ତି କୁକୁମିନା ପରିଜା। ଭୁବନେଶ୍ୱରର ଓଇସି (ଓଡ଼ିଶା ଇଞ୍ଜିନିୟରିଂ କଲେଜ)ରୁ ସେ ଇଲେକ୍ଟ୍ରୋନିକ୍ସରେ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିଛନ୍ତି। ବାପା ଜଣେ ସଫଳ ବ୍ୟବସାୟୀ ଓ ସ୍ବାମୀ ସୁବାଶିଷ ରାୟ କେନ୍ଦ୍ର ସରକାରଙ୍କର ଜଣେ ଉଚ୍ଚପଦସ୍ଥ ଅଧିକାରୀ। ଏହା ସତ୍ତ୍ୱେ ସେ ଆତ୍ମନିର୍ଭର ହେବା ପାଇଁ ଚିନ୍ତା କରିଥିଲେ। ତେଣୁ ପ୍ରଥମେ ଲକ୍ଷ୍ମୀସାଗରଠାରେ ତିଆରି କଲେ ‘ନିର୍ମଳା ରେସିଡେନ୍ସି ଲଜ୍‌’। ତା’ପରେ ବମିଖାଲରେ କରିଥିଲେ ‘ନିଶାମଣି ପ୍ୟାଲେସ୍‌’ ମ୍ୟାରେଜ୍‌ ମଣ୍ଡପ ଓ କ୍ୟାଟରିଂ ସର୍ଭିସ୍‌। ଏବେ ସେ ଏହି ଦୁଇ ବ୍ୟବସାୟକୁ ବେଶ୍‌ ସହଜରେ ପରିଚାଳନା କରୁଛନ୍ତି। ନିଜେ ସଫଳ ହେବା ସହ ଅନେକଙ୍କୁ ଦେଇଛନ୍ତି କର୍ମନିଯୁକ୍ତିର ସୁଯୋଗ। ସଫଳ ଉଦ୍ୟୋଗୀଭାବେ ସେ ପରିଚୟ ବି ହାସଲ କରିପାରିଛନ୍ତି। ଅବଶ୍ୟ କରୋନା ପାଇଁ
ତାଙ୍କୁ କିଛି ମାସ କ୍ଷତି ସହିବାକୁ ପଡିଥିଲା, କିନ୍ତୁ ଏବେ ପୁଣି ଥରେ ସେ ବ୍ୟବସାୟକୁ ଆଗେଇ ନେଇ ପାରିଛନ୍ତି।
-କୁକୁମିନା ପରିଜା, ଭୁବନେଶ୍ୱର

ଅନ୍‌ଲାଇନ୍‌ରେ ବ୍ୟବସାୟ
ଆତ୍ମନିର୍ଭର ହେବାର ପ୍ରବଳ ଆଗ୍ରହ ଆଜି ତାଙ୍କୁ ଦେଇଛି ସଫଳତା। ଜଣେ ଡିଜାଇନରଭାବେ ସେ ପାଇଛନ୍ତି ସ୍ବତନ୍ତ୍ର ପରିଚୟ। ଗହଣା ଡିଜାଇନ କରି ଆଜି ବ୍ୟବସାୟ ଜଗତରେ ଅଗ୍ରସର ହେବାରେ ଲାଗିଛନ୍ତି ସଙ୍ଗ୍ରିଲା ମହାନ୍ତି।
ନୟାଗଡ଼ର ମହିଳା ଡିଜାଇନର ହେଉଛନ୍ତି ସଙ୍ଗ୍ରିଲା। ନାରୀମାନଙ୍କର ସମସ୍ତ ଗହଣା ଡିଜାଇନ କରି ବେଶ୍‌ ଆକର୍ଷଣୀୟ କରିପାରନ୍ତି ସଙ୍ଗ୍ରିଲା। ଆଉ ତାଙ୍କର ଡିଜାଇନର ସମସ୍ତ ଗହଣାକୁ ସେ ‘ପ୍ରେମ୍‌ ଫ୍ୟାଶନ୍‌’ ନାଁରେ ଅନ୍‌ଲାଇନ୍‌ ମାଧ୍ୟମରେ ବିକ୍ରି କରନ୍ତି। ଚୁଡି ଠାରୁ ଆରମ୍ଭ କରି ହାର, କାନଫୁଲ କିମ୍ବା ମଥା ଟିକା ଆଦି ସବୁ ପ୍ରକାରର ଗହଣାକୁ ଆଧୁନିକ ଡିଜାଇନରେ ତିଆରି କରି ସେ ବିକ୍ରି କରୁଛନ୍ତି। ଏହି ମାଧ୍ୟମରେ ଏବେ ସେ ବେଶ୍‌ ଭଲ ରୋଜଗାର ବି କରିପାରୁଛନ୍ତି। ପରିବାର ପାଇଁ ସମୟ ବାହାର କରିବା ସହିତ ବ୍ୟବସାୟକୁ ବି ଠିକ୍‌ ଭାବେ ଚଳାଇ ଏବେ ସେ ଉଦାହରଣ ପାଲଟିଛନ୍ତି। ବଡ କଥା ହେଉଛି କି ଏସବୁ ଡିଜାଇନ ପାଇଁ ସଙ୍ଗ୍ରିଲା କେବେ କାହା ଠାରୁ ତାଲିମ୍‌ ନେଇ ନାହାନ୍ତି। ପିଲାବେଳେ ମା’ଙ୍କ କାମ ଦେଖି ଗହଣା ଡିଜାଇନ୍‌ କରିବା ପାଇଁ ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ଆଉ ଏହି କାମ ପାଇଁ ତାଙ୍କୁ ପ୍ରେରଣା ଯୋଗାଇଥିଲେ ତାଙ୍କର ଜଣେ ବାନ୍ଧବୀ ଚିନ୍ମୟୀ ସେନାପତି। ତା’ପରେ ୟୁଟ୍ୟୁବରୁ ଡିଜାଇନ୍‌ କାମ ଶିଖି ସେ ଆରମ୍ଭ କରିଥିଲେ ବ୍ୟବସାୟ। ଫେସବୁକ୍‌, ହ୍ବାଟ୍‌ସ ଆପ୍‌ ମାଧ୍ୟମରେ ସେ ଏବେ ବ୍ୟବସାୟ କରୁଛନ୍ତି। ଖାଲି ସେତିକି ନୁହେଁ ତାଙ୍କ ବ୍ୟବସାୟର ସଫଳତାକୁ ଦେଖି ଏବେ ତାଙ୍କଠାରୁ ଡିଜାଇନ୍‌ କାମର ତାଲିମ୍‌ ନେଉଛନ୍ତି ୨୦ଜଣ ପିଲା। ଭୁବନେଶ୍ୱରର ଓଲ୍‌ଡ ଟାଉନରେ ଏଥିପାଇଁ ସେ ସାଇ ଟ୍ୟୁଟୋରିଆଲ ଖୋଲିଛନ୍ତି। ନିଜେ ଆତ୍ମନିର୍ଭର ହେବା ସହିତ ଅନ୍ୟମାନଙ୍କ ପାଇଁ ରୋଜଗାରର ମାଧ୍ୟମ ସୃଷ୍ଟି କରିବା ଲାଗି ସୁଯୋଗ ଆଣି ଦେଇଛନ୍ତି ସଙ୍ଗ୍ରିଲା।

-ସଙ୍ଗ୍ରିଲା ମହାନ୍ତି, ନୟାଗଡ଼

ଡିଜିଟାଲ ମାର୍କେଟିଂ
ବ୍ୟବସାୟ କରି ନିଜେ ସଫଳ ହେବା ସହିତ ଆହୁରି ଅନେକଙ୍କୁ ସଫଳତାର ମାର୍ଗଦର୍ଶନ ନିମନ୍ତେ ଉଦ୍ୟମ ଚଳାଇଛନ୍ତି ଜଣେ ମହିଳା ଉଦ୍ୟୋଗୀ ଅନନ୍ୟା ପଟ୍ଟନାୟକ। ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ ସେ ନିଜେ ସଫଳତା ହାସଲ କରିବା ସହିତ ଅନ୍ୟମାନଙ୍କୁ ବ୍ୟବସାୟର କୌଶଳ ଶିଖାଇ ପାରୁଛନ୍ତି।
ସଫଳତାର ଏଇ ସୋପାନରେ ପହଞ୍ଚିବା ପାଇଁ ଅନନ୍ୟା ଢେର୍‌ ପରିଶ୍ରମ କରିଛନ୍ତି। ବି.ଏସ୍‌ସି. ପଢ଼ିବା ପରେ ସେ ମଲ୍ଟିମିଡିଆ କୋର୍ସ ଆଉ ତା’ପରେ ସାମ୍ବାଦିକତା କରି କ୍ୟାରିୟର ଆରମ୍ଭ କରିଥିଲେ। କଣ୍ଟେଣ୍ଟ ରାଇଟିଂ ଆଉ ଗ୍ରାଫିକ୍ସ ଡିଜାଇନ୍‌ କାମ କରି କ୍ୟାରିୟର କରିଥିଲେ ସତ କିନ୍ତୁ ଆତ୍ମସନ୍ତୋଷ ପାଇ ନ ଥିଲେ। ତେଣୁ ନିଜେ କିଛି କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ପ୍ରତିଷ୍ଠା କରିଛନ୍ତି ଅପୂର୍ବା ଡିଜାଇନ ୱେର ପ୍ରାଇଭେଟ ଲିମିଟେଡ୍‌(ADPL) ଏବଂ ବେଟର ମ୍ୟାଟର ଫାଉଣ୍ଡେଶନ୍‌। ଅନନ୍ୟା ପ୍ରଥମେ ୨୦୦୦ ମସିହାରେ ଏକ ସାଇବର କାଫେ କମ୍‌ ଡକ୍ୟୁମେଣ୍ଟେଶନ୍‌ ୟୁନିଟ୍‌ ଆରମ୍ଭ କରିଥିଲେ କିନ୍ତୁ ଅନୁଭବ କରିଥିଲେ ଯେ, ଏଥିରେ ତାଙ୍କର ବୃହତ୍ତର ସ୍ବାର୍ଥ ପୂରଣ ହେବା କଷ୍ଟ। ସିରିଏଲ ଏଣ୍ଟରପ୍ରାଇଜର ବା ମମ୍ପ୍ରେନେର୍‌ କୋଚ୍‌ ଭାବରେ ଦ୍ୱିତୀୟ ଚେଷ୍ଟା ୨୦୧୭ରେ ଆରମ୍ଭ କଲେ ଅନନ୍ୟା। ଜଣେ ମା’ ଆଉ ମାତୃ ଉଦ୍ୟୋଗୀ ମମ୍ପ୍ରେନେର ହେବାର ଏକକାଳୀନ ପ୍ରସ୍ତୁତି ସଫଳ ରୂପ ନେଲା। ତାଙ୍କ ଉଦ୍ୟୋଗୀ ଯାତ୍ରାରେ ଏକ ପରିବର୍ତ୍ତନଶୀଳ ସମୟ ହେଉଛି ତାଙ୍କର ଅନଲାଇନ୍‌ ଶିକ୍ଷା ଅନୁଷ୍ଠାନ ସକ୍ସେସ୍‌ ସର୍ଜ ଏକାଡେମୀ, ଓଡ଼ିଶାର ଉଦୀୟମାନ ଡିଜିଟାଲ ମାର୍କେଟିଂ ଟ୍ରେନିଂ ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ ଏବଂ ବର୍ତ୍ତମାନ ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ ନିଜର ପରିଚୟ ସୃଷ୍ଟି କରିବାକୁ ପ୍ରସ୍ତୁତ। ଚାଳିଶ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ଏହି ଉଦ୍ୟୋଗ ଏବେ ୫୦ ଲକ୍ଷ ଟଙ୍କାର କାରବାର କରିବାକୁ ସକ୍ଷମ ହୋଇଛି। ତାଙ୍କର ଡିଜିଟାଲ ମାର୍କେଟିଂ ଏଜେନ୍ସି (Ideazicon) ମାଧ୍ୟମରେ ବ୍ୟକ୍ତିଗତ ବ୍ରାଣ୍ଡିଂ, ଆଫିଲିଏଟ୍‌ ମାର୍କେଟିଂ ଏବଂ ଇନଫ୍ଲୁଏନ୍ସର ମାର୍କେଟିଂରେ ସେବା ପ୍ରଦାନ କରାଯାଇଥାଏ। ମାତୃତ୍ୱ ଓ ବ୍ୟବସାୟ ଉଦ୍ୟୋଗକୁ ସମାନ୍ତରାଳ ଭାବେ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ପରିବାରର ସହଯୋଗ ନିହାତି ଆବଶ୍ୟକ ବୋଲି ସେ ଅନୁଭବ କରନ୍ତି।
-ଅନନ୍ୟା ପଟ୍ଟନାୟକ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri