Valentine week: ପ୍ରେମ ସପ୍ତାହରେ ସାଥୀଙ୍କ ମନ ଜିଣିବା ପାଇଁ..

ଫେବଆରୀ ପ୍ରଥମ ସପ୍ତାହରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଯାଏ ବୋଲି କହିଲେ ଭୁଲ ହେବ ନାହିଁ। ଫେବୃୟାରୀ ୭ ରୋଜ ଡେରୁ ଆରମ୍ଭ କରି ୨୧ ତାରିଖ ବ୍ରେକ୍‌ଅପ୍‌ ଡେ ପର୍ଯ୍ୟନ୍ତ ପ୍ରତିଟି ଦିନକୁ ପାଳନ କରିବାକୁ ଆଜିର ଯୁବପିଢ଼ି ଆଗଭର। ଅନେକେ ଏହି ଦିନକୁ ବର୍ଷ ତମାମ ଅପେକ୍ଷା କରିଥାନ୍ତି। ରୋଜ୍‌ ଡେ’ରେ ପ୍ରେମିକା ଅଥବା ପ୍ରେମିକ ନିଜର ସାଥୀଙ୍କୁ ଗୋଲାପ ଦେବା ପରେ ପ୍ରପୋଜ୍‌ ଡେ’ରେ ପ୍ରେମ ନିବେଦନ କରିଥାନ୍ତି। ଏହା ପରେ ପଛକୁ ପଛ ଥାଏ ଅନେକ ଉପହାର ଥିବା ଦିବସମାନ। ବର୍ତ୍ତମାନ ସମୟକୁ ଯଦି ଦେଖାଯାଏ ତେବେ ପ୍ରେମିକାପ୍ରେମିକଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ପାଉଛି । କେବଳ ତାହା ନୁହେଁ ସମ୍ପର୍କରେ ଛୋଟ ଛୋଟ କଥାକୁ ନେଇ ତିକ୍ତତା ଆସିବା ଦ୍ୱାରା ଏହି ସମ୍ପର୍କ ଦିନ କେତେଟାରେ ଭାଙ୍ଗୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏସବୁ ସମସ୍ୟାରୁ ଦୂରେଇ ରହି ନିଜ ସମ୍ପର୍କକୁ ମଜଭୁତ କରିବା ନିମନ୍ତେ ଜାଣନ୍ତୁ କିଛି ଟିପ୍ସ।

– ପ୍ରଥମତଃ ସାଥୀଙ୍କ ପସନ୍ଦ ନାପସନ୍ଦ ଜାଣି ରଖନ୍ତୁ। ଆପଣଙ୍କର ଯେଉଁ ସ୍ବଭାବ ସାଥୀଙ୍କୁ ବ୍ୟଥିତ କରିଥାଏ ସେଥିରୁ ନିବୃତ୍ତ ରୁହନ୍ତୁ।

– ଅନ୍ୟ କାହା ଉପରେ ଥିବା ରାଗକୁ ସାଥୀଙ୍କ ଉପରେ ଦେଖାନ୍ତୁ ନାହିଁ।

– କୌଣସି ଛୋଟ କଥାକୁ ନେଇ ଅଧିକ ଯୁକ୍ତି କରନ୍ତୁ ନାହିଁ। ସାଥୀ ବିରକ୍ତି ଅନୁଭବ କରୁଥିଲେ ଗୋଟିଏ କଥାକୁ ବାରମ୍ବାର ଦୋହରାନ୍ତୁ ନାହିଁ।

– ସ୍ବାଧୀନତାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଯଦି ସାଥୀଙ୍କ କୌଣସି ଗୁଣ ଆପଣଙ୍କୁ ଖରାପ ଲାଗୁଥାଏ ତେବେ ନମ୍ରତାର ସହ ସେ ବିଷୟରେ ସହ ଆଲୋଚନା କରନ୍ତୁ।

– କିଛିି ବି ସମସ୍ୟା ଆସିଲେ ମଧ୍ୟ ସାଥୀଙ୍କ ସହ କଥାବାର୍ତ୍ତା ବନ୍ଦ କରନ୍ତୁ ନାହିଁ। ସାଥୀଙ୍କ ସହ କଥାବାର୍ତ୍ତା ହେଉଥିଲେ ଯେକୌଣସି ସମସ୍ୟା ସହଜରେ ସମାଧାନ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ...

ଖରାଦିନେ ଚର୍ମ ସମସ୍ୟା ଦେଖାଯାଉଛି କି, ଆଲୋଭେରା ସହ ଏହି ଜିନିଷ ମିଶାଇ ଲଗାନ୍ତୁ

ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଚର୍ମ ସମସ୍ୟା ଆରମ୍ଭ ହୋଇଯାଏ। ଟାଣ ଖରା, ଝାଳ ଏବଂ ଆର୍ଦ୍ରତା ଚର୍ମକୁ ଶୁଷ୍କ କରିଥାଏ। ଯାହାଦ୍ୱାରା ଦେହ କୁଣ୍ଡାଇ...

ସାବଧାନ! ହାର୍ଟ ପାଇଁ ସବୁଠୁ ବିପଦ ବଢୁଥିବା ତାପମାତ୍ରା, ଅବଲମ୍ବନ କରନ୍ତୁ ଏହି ଉପାୟ

ଜଳବାୟୁ ପରିବର୍ତ୍ତନ ଏକ ଗମ୍ଭୀର ସମସ୍ୟା ପାଲଟିଛି। ବୃଦ୍ଧି ପାଉଥିବା ତାପମାତ୍ରା, ଅସନ୍ତୁଳିତ ପାଗ ଏବଂ ପ୍ରଦୂଷଣ କେବଳ ପରିବେଶକୁ ପ୍ରଭାବିତ କରୁନାହିଁ ବରଂ ଆମ...

ଏହି ୬ ଅଭ୍ୟାସ କରିଦେବ ଦରିଦ୍ର

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ମାଛ କଣ୍ଟା ଲାଗିଥିଲେ କ’ଣ କରିବେ

ମାଛ ଖାଇବା ସମୟରେ ଅସାବଧାନତା ବଶତଃ ବେଳେବେଳେ ତଣ୍ଟିରେ କଣ୍ଟା ଲାଗିଯାଇଥାଏ। ଏଥିପାଇଁ ଅନେ କଷ୍ଟ ହୋଇଥାଏ। ଫଳରେ ଆମକୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ।...

ଏସବୁ ଖାଇଲେ ନିିୟନ୍ତ୍ରଣରେ ରହିବ ଡାଇବେଟିସ୍‌: ସ୍ବାସ୍ଥ୍ୟ ବିଶେଷଜ୍ଞ

ଡାଇବେଟିସ୍‌ ବା ମଧୁମେହ ରୋଗୀ ଯେହେତୁ ନିଜର ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରି ନ ଥାନ୍ତି ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି...

ଭାରତ ଆସିଲା ଓଜନ କମାଇବା ଇଞ୍ଜେକ୍‌ଶନ୍‌

ନୂଆଦିଲ୍ଲୀ,୨୧ା୩: ଆମେରିକୀୟ ମଲ୍ଟି ନ୍ୟାଶନାଲ ଫାର୍ମାସ୍ୟୁଟିକାଲ କମ୍ପାନୀ ଏଲି ଲିଲୀ ପକ୍ଷରୁ ଗୁରୁବାର ଭାରତରେ ମେଦ ବହୁଳତା ଏବଂ ଟାଇପ୍‌ ୨ ମଧୁମେହ ପାଇଁ ‘ମୌନଜାରୋ’...

କେବଳ ସୌନ୍ଦର୍ଯ୍ୟ ନୁହେଁ, ଘରର ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri