ୟୁପିରେ ଉତ୍ସାହ, ଓଡ଼ିଶାରେ ନିରାଶା

ତାଳଚେର,୫।୩ (ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେରଠାରେ ଥିବା ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌)କୁ ଅଧିଗ୍ରହଣ କରିବାର ୫ ବର୍ଷ ପରେ ଏନ୍‌ଟିପିସି ଉତ୍ତରପ୍ରଦେଶ(ୟୁପି)ର ଟାଣ୍ଡା ଥର୍ମାଲ ପାୱାର ଷ୍ଟେଶନ (ଟିଟିପିଏସ୍‌)କୁ ଅଧିଗ୍ରହଣ କରିଥିଲା। ଏହି ଦୁଇ ପୁରୁଣା ପାଓ୍ବାର ପ୍ଲାଣ୍ଟ ସ୍ଥାନରେ ୧୩୨୦ ମେଗାୱାଟ୍‌ ବିଶିଷ୍ଟ ୨ଗୋଟି ଲେଖାଏ ନୂତନ ୟୁନିଟ୍‌ (୬୬୦x୨) ସ୍ଥାପନ ପାଇଁ ସ୍ଥିର କରାଯାଇଥିଲା। ଇତିମଧ୍ୟରେ ଏନ୍‌ଟିପିସି ଉତ୍ତରପ୍ରଦେଶର ଟାଣ୍ଡା ଥର୍ମାଲ ପାୱାର ଷ୍ଟେଶନରେ ଷ୍ଟେଜ-୩ ୟୁନିଟ୍‌ କାର୍ଯ୍ୟକ୍ଷମ ସହ ୨୦୧୮ରୁ ଉତ୍ପାଦନ ଆରମ୍ଭ କରିସାରିଲାଣି। ଏହାକୁ ନେଇ ସେଠାକାର ଶ୍ରମିକ ମହଲରେ ଉତ୍ସାହ ରହିଛି। କିନ୍ତୁ ତାଳଚେରଠାରେ ଏଯାଏ ଏହି ନୂତନ ୟୁନିଟ୍‌ ସ୍ଥାପନର ଭିତ୍ତିପ୍ରସ୍ତର ପଡ଼ିପାରି ନାହିଁ। ଏଣେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ପାଳନ କରି ନ ଥିବାରୁ ମାର୍ଚ୍ଚ ୩୧ ତାରିଖ ପରେ ପୁରୁଣା ପ୍ଲାଣ୍ଟ ଚଳାଇବାକୁ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ଅନୁମତି ନାହିଁ। ଫଳରେ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ ଚାଲୁରହିବା ଦିଗରେ ଅନିଶ୍ଚିତତା ଦେଖାଦେଇଛି। ଏଥିଯୋଗୁ ବହୁ ସଂଖ୍ୟକ ଶ୍ରମିକ, କର୍ମଚାରୀଙ୍କ ମଧ୍ୟରେ ନିରାଶା ଖେଳିଯାଇଛି। ନୂତନ ୟୁନିଟ୍‌ ସ୍ଥାପନକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ମଧ୍ୟ ଛିଣ୍ଡୁନି। ୨୦୧୮ ସେପ୍ଟେମ୍ବର ୨୨ରେ ତାଳଚେର ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଷ୍ଟେଜ-୩ ୟୁନିଟ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି (ଏଚ୍‌ଏଲ୍‌ସି)ର ଅନୁମୋଦନ ସେତେବେଳେ ମିଳିପାରି ନ ଥିବାରୁ ଶେଷ ମୁହୂର୍ତ୍ତରେ ତାହା ଅଟକିଯାଇଥିଲା ବୋଲି କୁହାଯାଉଛି। ୨ ବର୍ଷ ପରେ ଏ ଦିଗରେ କାର୍ଯ୍ୟ ଆଗେଇ ନ ଥିବା ଓ ପୁରୁଣା ପ୍ଲାଣ୍ଟ ବନ୍ଦ ଦ୍ୱାରଦେଶରେ ପହଞ୍ଚିବା ପାଇଁ ଏନ୍‌ଟିପିସିର ଅବହେଳା ଦାୟୀ ବୋଲି ଆଲୋଚନା ହେଉଛି।
ପ୍ରକାଶ ଯେ, ୫ ଜାନୁୟାରୀ ୧୯୬୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନର ଶୁଭ ଦେଇଥିଲେ। ଷ୍ଟେଜ-୧ର ୪ ୟୁନିଟ୍‌ (ପ୍ରତ୍ୟେକ ୬୦ ମେଗାୱାଟ୍‌ ବିଶିଷ୍ଟ) ମଧ୍ୟରୁ ପ୍ରଥମ ୟୁନିଟ୍‌ ୧୭ ଡିସେମ୍ବର ୧୯୬୭ରେ, ୨ୟ ୟୁନିଟ୍‌ ୨୮ ମାର୍ଚ୍ଚ ୧୯୬୮ରେ, ୩ୟ ୟୁନିଟ୍‌ ୧୧ ଜୁଲାଇ ୧୯୬୮ରେ ଓ ୪ର୍ଥ ୟୁନିଟ୍‌ ୧୧ ଏପ୍ରିଲ ୧୯୬୯ରେ କାର୍ଯ୍ୟକ୍ଷମ ହୋଇଥିଲା। ପରବର୍ତ୍ତୀ ସମୟରେ ଷ୍ଟେଜ-୨ରେ ୧୧୦ ମେଗାୱାଟ୍‌ ବିଶିଷ୍ଟ ୫ମ ୟୁନିଟ୍‌ ୨୪ ଏପ୍ରିଲ ୧୯୮୨ ଓ ୬ଷ୍ଠ ୟୁନିଟ୍‌ ୨୪ ମାର୍ଚ୍ଚ ୧୯୮୩ରେ କାର୍ଯ୍ୟକ୍ଷମ ହୋଇଥିଲା। କିନ୍ତୁ କ୍ରମାଗତ କ୍ଷତିରେ ଚାଲିବାରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାକୁ ୧୯୯୫ ଜୁନ୍‌ ୩ରେ ଏନ୍‌ଟିପିସିକୁ ହସ୍ତାନ୍ତର କରିଥିଲେ। ଏହି ପୁରୁଣା ପ୍ଲାଣ୍ଟକୁ ନବୀକରଣ କରି ଏନ୍‌ଟିପିସି ଶତପ୍ରତିଶତ ବିଜୁଳି ଉତ୍ପାଦନ ସହ ଅନେକ ପୁରସ୍କାର ପାଇଛି। ଏଠାରୁ ଉତ୍ପାଦିତ ସମସ୍ତ ବିଦ୍ୟୁତ୍‌ ରାଜ୍ୟ ସରକାରଙ୍କୁ ଯୋଗାଇ ଦିଆଯାଇଥାଏ। ହେଲେ ଏହି ପୁରୁଣା ୟୁନିଟ୍‌ଗୁଡ଼ିକ ସ୍ଥାନରେ ୭୭୩୨ କୋଟି ଟଙ୍କା ବ୍ୟୟରେ ୧୩୨୦ ମେଗାୱାଟ ବିଶିଷ୍ଟ ଷ୍ଟେଜ-୩ର ୨ଗୋଟି ନୂତନ ୟୁନିଟ୍‌ ସ୍ଥାପନ ପାଇଁ ଏନ୍‌ଟିପିସି ପକ୍ଷରୁ ଦୀର୍ଘବର୍ଷ ତଳେ ଲକ୍ଷ୍ୟ ରଖାଯାଇଥିଲା। ୨୦୧୧ରେ ଏଥିପାଇଁ ପ୍ରଥମ ଓ ଜୁଲାଇ ୨୦୧୭ରେ ଦ୍ୱିତୀୟ ଜନଶୁଣାଣି ହୋଇଥିଲା। ପ୍ଲାଣ୍ଟ ପରିସରରେ ଥିବା ବହୁ ଗଛ କଟାଯିବା ସହ ଘରଗୁଡିକୁ ଭଙ୍ଗାଯାଇଥିଲା। ପୁରୁଣା ୟୁନିଟ୍‌ ସ୍ଥାନରେ ନୂଆ ୟୁନିଟ୍‌ ସ୍ଥାପନ କରାଯିବାକୁ ଥିବାରୁ ଏଥିପାଇଁ ଜମି ଅଧିଗ୍ରହଣର ଆବଶ୍ୟକତା ନାହିଁ। ତେଣୁ ତାହାକୁ ବିଳମ୍ବର କାରଣ ଭାବେ ଏନ୍‌ଟିପିସି କର୍ତ୍ତୃପକ୍ଷ ଦର୍ଶାଇପାରିବେ ନାହିଁ। ଏ ପରିସ୍ଥିତିରେ ଆସନ୍ତା ୩୧ ତାରିଖ ପରେ ପ୍ଲାଣ୍ଟ ଚଳାଇବାକୁ କର୍ତ୍ତୃପକ୍ଷଙ୍କ ନିକଟରେ ଅନୁମତି ନ ଥିବା ଟିଟିପିଏସ୍‌କୁ ଆଶଙ୍କା ମଧ୍ୟକୁ ଠେଲିଦେଇଛି। ପ୍ଲାଣ୍ଟ ବନ୍ଦ ହେଲେ ବହୁ ସଂଖ୍ୟକ ଶ୍ରମିକ, କର୍ମଚାରୀଙ୍କ ରୋଜଗାର ବନ୍ଦ ହୋଇଯିବା ସମ୍ଭାବନା ରହିଛି। ଅପରପକ୍ଷରେ ଉତ୍ତରପ୍ରଦେଶର ଟାଣ୍ଡା ଥର୍ମାଲ ପାଓ୍ବାର ଷ୍ଟେଶନରେ ଷ୍ଟେଜ-୩ ୟୁନିଟ୍‌ ସ୍ଥାପନ ଦିଗରେ ଏନ୍‌ଟିପିସି କର୍ତ୍ତୃପକ୍ଷ ପ୍ରବଳ ଇଚ୍ଛାଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ପାଓ୍ବାର ପ୍ଲାଣ୍ଟକୁ ୟୁପିଏସ୍‌ଇବିଠାରୁ ୨୦୦୦ ମସିହା ଜାନୁୟାରୀ ୧୫ରେ ଏନ୍‌ଟିପିସିକୁ ହସ୍ତାନ୍ତର କରାଯାଇଥିଲା। ଏଠାରେ ନୂତନ ଷ୍ଟେଜ-୩ ୟୁନିଟ୍‌ ସ୍ଥାପନ ସହ ୬୬୦ ମେଗାୱାଟ୍‌ର ପ୍ରଥମ ୟୁନିଟ୍‌ ମାର୍ଚ୍ଚ ୨୦୧୮ ଏବଂ ୬୬୦ ମେଗାୱାଟ୍‌ ବିଶିଷ୍ଟ ୨ୟ ୟୁନିଟ୍‌ ନଭେମ୍ବର ୨୦୧୮ରେ କାର୍ଯ୍ୟକ୍ଷମ ହୋଇଛି। ଫଳରେ ତାଳଚେର ପ୍ରତି ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ଅବହେଳା ପଦାରେ ପଡ଼ିଯାଇଥିବା ଚର୍ଚ୍ଚା ହେଉଛି।

ବଡ଼ ଧରଣର ଆନ୍ଦୋଳନ ହେବ

ଲାଭରେ ଚାଲୁଥିବା ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନକୁ ବନ୍ଦ କରିବା ପାଇଁ ଏନ୍‌ଟିପିସି କର୍ତ୍ତୃପକ୍ଷ ଅଗ୍ରସର ହେଲେ ଏଥିପାଇଁ ଅନେକ ସଂସ୍ଥାରେ ତାଲା ପଡ଼ିଯିବ। ତାଳଚେରରେ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବା ସହ ଅର୍ଥନୈତିକ ଅବରୋଧ ଆରମ୍ଭ ହେବ।
-ମହେଶ ସାହୁ, ଏମ୍‌ପି, ଢେଙ୍କାନାଳ

ମନ୍ତ୍ରୀଙ୍କ ସହ ଆଲୋଚନା କରିଛି

ଟିଟିପିଏସ୍‌ ସମ୍ପର୍କରେ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରିବା ସହ ବିଶଦ ଭାବେ ଆଲୋଚନା କରିଛି। ପ୍ଲାଣ୍ଟ ବନ୍ଦ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସୂଚନା ଆସି ନ ଥିବା ମନ୍ତ୍ରୀ କହିଛନ୍ତି। ତେଣୁ ସମସ୍ୟା ସମାଧାନ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଛି।
-ବ୍ରଜକିଶୋର ପ୍ରଧାନ, ବିଧାୟକ, ତାଳଚେର
ନିଷ୍ଠାର ସହ ଚେଷ୍ଟା କରିବୁ
ଟିଟିପିଏସ୍‌ ସମ୍ପର୍କରେ ସଚେତନ ଅଛୁ। ଶ୍ରମିକମାନଙ୍କୁ ନେଇ କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳ ନେତା, ଦଳର ସଭାପତିଙ୍କ ସହ ଆଲୋଚନା କରିଛୁ। ଏହି ପାଓ୍ବାର ଷ୍ଟେଶନ କିପରି କାର୍ଯ୍ୟକ୍ଷମ ହୋଇପାରିବ ସେ ଦିଗରେ ନିଷ୍ଠାର ସହ ଚେଷ୍ଟା କରିବୁ।
-କାଳନ୍ଦୀ ସାମଲ, ଭାଜପା ସାଧାରଣ ସମ୍ପାଦକ, ତାଳଚେର

ନିନ୍ଦନୀୟ ଘଟଣା
ନେହେରୁଙ୍କ ଅମଳର ଏହି ପ୍ଲାଣ୍ଟ ବନ୍ଦ ହେବ। ତାଳଚେରରେ ଗୋଟିଏ ପରେ ଗୋଟିଏ ପ୍ଲାଣ୍ଟ ବନ୍ଦ ହେଉଛି। ଏଠାରୁ ଆମର କେନ୍ଦ୍ରମନ୍ତ୍ରୀ, ବିଧାୟକ, ଏମ୍‌ପିଙ୍କ ପରି ୩ଜଣ ଟାଣୁଆ ନେତା ଥାଇ ମଧ୍ୟ ଟିଟିପିଏସ୍‌ ବନ୍ଦ ଦ୍ୱାରଦେଶରେ ପହଞ୍ଚିବା ଏକ ନିନ୍ଦନୀୟ ଘଟଣା।
-ସୁରେଶ ବେହେରା, ବରିଷ୍ଠ ନେତା, କଂଗ୍ରେସ, ତାଳଚେର


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri