ବୀମା କ୍ଷେତ୍ର ପ୍ରତି ଉତ୍ସାହ ବଢ଼ିଛି

ଭୁବନେଶ୍ୱର,୧୦ା୧୨: ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ (ୟୁଆଇଆଇସିଏଲ୍‌)ର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୟୁଆଇଆଇସିଏଲ୍‌ର ଚେୟାରମ୍ୟାନ କମ୍‌ ମ୍ୟାନେଜିଂ ଡାଇରେକ୍ଟର ସତ୍ୟଜିତ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୟୁଆଇଆଇସିଏଲ୍‌ର କାରବାର ଓ ଓଡ଼ିଶା ବଜାର ସମ୍ପର୍କରେ ବିସ୍ତୃତ ମତ ଉପସ୍ଥାପନ କରିଥିଲେ। ସେହିଭଳି ଓଡ଼ିଶା ଏକ ପ୍ରମୁଖ ଖୁଚୁରା ବୀମା ବଜାର ହୋଇଥିବାରୁ କମ୍ପାନୀ ମଧ୍ୟ ବେଶ୍‌ ଆଶାବାଦୀ ରହିଛି। ଏପରିକି ଗତବର୍ଷ ଅପେକ୍ଷା ଚଳିତ ବର୍ଷର ଧାର୍ଯ୍ୟଲକ୍ଷ୍ୟ ୧୩୨ କୋଟି ଟଙ୍କା ରହିଥିବା ବେଳେ ବିଭିନ୍ନ ବର୍ଗର ବୀମା ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବୀମା ଯୋଜନାର ହିତାଧିକାରୀ ସଂଖ୍ୟା ବୃଦ୍ଧିକୁ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ବେଶ୍‌ ଗୁରୁତ୍ୱାରୋପ କରାଯାଇଛି। ସେହିପରି ବିଗତ ବର୍ଷଗୁଡ଼ିକ ଅପେକ୍ଷା ବର୍ତ୍ତମାନ ବୀମା କ୍ଷେତ୍ର ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି। ବିଶେଷ କରି ମଧ୍ୟବିତ୍ତ ଶ୍ରେଣୀର ଲୋକେ ବହୁ କଷ୍ଟରେ ସମ୍ପତ୍ତି ଉର୍ପାଜନ କରିଥାନ୍ତି। ସେଥିପାଇଁ ସେସବୁର ଉପଯୁକ୍ତ ସୁରକ୍ଷା ନିମନ୍ତେ ବୀମାକୁ ହିଁ ସେମାନେ ପ୍ରାଥମିକତା ଦେଇଥାନ୍ତି। ଯଦି କୌଣସି କାରଣବଶତଃ ସେସବୁ ସମ୍ପତ୍ତିର କୌଣସି ପ୍ରକାର କ୍ଷତି ହୁଏ, ତା’ ହେଲେ ବୀମା ବାବଦକୁ ଅଧାରୁ ଅଧିକ ସମ୍ପତ୍ତିର ପୁନରୁଦ୍ଧାର ହୋଇପାରିବ ବୋଲି ସେମାନଙ୍କ ଆଶା ରହିଥାଏ। ଅପରପକ୍ଷରେ ଓଡ଼ିଶା ଏକ ପ୍ରାକୃତିକ ଦୁର୍ବିପାକପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହୋଇଥିବାରୁ କୌଣସି ସମୟରେ ମଧ୍ୟ ପ୍ରାକୃତିକ ଘଟଣା ଘଟିପାରେ ବୋଲି ଆଶଙ୍କା କରି ଲୋକେ ବୀମା କରିଥାନ୍ତି ବୋଲି ତ୍ରିପାଠୀ ମତବ୍ୟକ୍ତି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ଆଥର୍ର୍କ ବର୍ଷର ୨ୟ ତ୍ରୈମାସିକ ଶେଷ ସୁଦ୍ଧା କମ୍ପାନୀ ୨୩%ରୁ ଅଧିକ କାରବାର ବୃଦ୍ଧି କରିପାରିଛି। ଏପରିକି ଗତବର୍ଷ ଏହି ସମୟ ମଧ୍ୟରେ କମ୍ପାନୀ ପ୍ରାୟ ୪୭ (୪୬.୫୫) କୋଟି ଟଙ୍କା କାରବାର କରିଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା କମ୍ପାନୀ ୫୭ (୫୭.୩୪) କୋଟିରୁ ଅଧିକ ଟଙ୍କାର କାରବାର କରିଛି। ଅପରପକ୍ଷରେ ୟୁଆଇଆଇସିଏଲ୍‌ର ସିଆର୍‌ଏମ୍‌ ମହାଦେବ ସେଠୀ ଆଜିର କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ କମ୍ପାନୀର ଓଡ଼ିଶାର କ୍ଷେତ୍ରର କାରବାର ସମ୍ପର୍କରେ ମଧ୍ୟ ବିସ୍ତୃତ ମତ ଉପସ୍ଥାପନ କରିଥିଲେ। କମ୍ପାନୀର ଓଡ଼ିଶା ଆର୍‌ଏମ୍‌ ଚନ୍ଦ୍ରାଣୀ କୁମାରୀ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri