ଏହି ସୁପରଷ୍ଟାରଙ୍କ ଘରେ ବମ୍‌ ପକାଇ ଉଡ଼ାଇ ଦେବାକୁ ମିଳିଲା ଧମକ

ସାଉଥ୍‌ ଫିଲ୍ମର ସୁପରଷ୍ଟାର ଚିୟାନ୍‌ ବିକ୍ରମଙ୍କ ଘର ଉପରେ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ ପୋଲିସ ପହଞ୍ଚି ବିକ୍ରମଙ୍କ ଘରେ ଖୋଜାଖୋଜି ଚଲାଇଥିଲା।
ବିକ୍ରମ ଚେନ୍ନାଇର ବେସାନ୍ତ ନଗରରେ ରୁହନ୍ତି। ସୋମବାର ସକାଳେ ପୋଲିସ କଣ୍ଟ୍ରୋ ରୁମ୍‌କୁ ଏକ ଅଜଣା ବ୍ୟକ୍ତିଙ୍କ ଫୋନ୍‌ କଲ୍‌ ଆସିଲା। ସେ ବିକ୍ରମଙ୍କ ଘରକୁ ବମ୍‌ରେ ଉଡାଇଦେବେ ବୋଲି କହିଥିଲେ। ଏହାପରେ ତୁରୁଭାନମିୟୁର ଥାନା ପୋଲିିସ ସନ୍ଧାନୀ କୁକୁର ସହ ପହଞ୍ଚି ବିକ୍ରମଙ୍କ ଘରେ ଖୋଜାଖୋଜି କରିଥିଲେ ମଧ୍ୟ କିଛି ପାଇ ନ ଥିଲେ। ଅନୁସନ୍ଧାନ ପରେ ପୋଲିସ ଏହାକୁ ବିଭ୍ରାନ୍ତିକର ବୋଲି କହିଛି। ଏଥିସହ ପୋଲିସ ବିକ୍ରମଙ୍କ ଫୋନ୍‌ କଲ୍‌ ଟ୍ରାକ୍‌ କରିବାକୁ ନିର୍ଦ୍ଦେଶ ଦେଇଛି। ତେବେ ବିକ୍ରମଙ୍କ ପୂର୍ବରୁ ଅଭିନେତା ବିଜୟ, ଅଜିତ, ସୂର୍ଯ୍ୟ, ବିଜୟକାନ୍ତ ଏବଂ ରଜନୀକାନ୍ତଙ୍କୁ ମଧ୍ୟ ଏପରି କଲ୍‌ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ରଜନୀକାନ୍ତଙ୍କ ଲୁକ୍ସକୁ ପସନ୍ଦ କରୁଛନ୍ତି ଦର୍ଶକେ

ମୁମ୍ବାଇ,୧୦।୩: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ୬୯ ବର୍ଷ ବୟସରେ ବି ପ୍ରଶଂସକଙ୍କ ମନରେ ଘର କରି ରହିଛନ୍ତି। ଏବେବି ଦର୍ଶକେ ତାଙ୍କୁ ସେହି ସୁପରଷ୍ଟାର ବୋଲି...

ସୁସ୍ଥ ହେଲେ ରେମୋ

ମୁମ୍ବାଇ: ବଲିଉଡ୍ କୋରିଓଗ୍ରାଫର ରେମୋ ଡିସୁଜାଙ୍କୁ କୋକିଳାବେନ ହସ୍ପିଟାଲରୁ ଛୁଟି ମିଳିଯାଇଛି । ହାର୍ଟ ଆଟାକ କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ପୂର୍ବାପେକ୍ଷା...

ସଲମାନ୍‌ଙ୍କ ସହ ରୋମାଣ୍ଟିକ୍‌ ଦୃଶ୍ୟ ପରେ ଭୋ ଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ଅଭିିନେତ୍ରୀ

ବଲିଉଡ୍‌ରେ ବୋଲ୍ଡ ଏବଂ ରୋମାଣ୍ଟିକ୍‌ ଦୃଶ୍ୟ ସାଧାରଣ। ହେଲେ ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ଖୁବ୍‌ କମ୍‌ ଫିଲ୍ମରେ ରୋମାଣ୍ଟିକ୍‌ ଦୃଶ୍ୟ କରିଥାନ୍ତି। ତେବେ ସଲମାନ୍‌ଙ୍କର...

ୟାମିଙ୍କ ଅବସ୍ଥା ଦେଖି ପ୍ରଶଂସକ ଚକିତ

ବଲିଉଡର ଅନ୍ୟତମ ସୁନ୍ଦର ଅଭିନେତ୍ରୀ ୟାମି ଗୌତମ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ଲୁଚିଛପି ବିବାହ ଏବଂ ଏବଂ ନିଜ ଫିଲ୍ମ ‘ଭୂତ ପୋଲିସ’କୁ ୟାମି...

କ୍ୟାଟ୍ରିନା-ଭିକିଙ୍କ ପାଇଁ ଉପହାର ପଠାଇଲେ ସଲମାନ୍‌: ଦାମ୍‌ ଜାଣିଲେ…

ଡିସେମ୍ବର ୯ରେ ବଲିଉଡ୍‌ ଅଭିନେତଈ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପରେ ଏବେ ଉପହାର ଦେବା ନେବା...

ଜୁନ ୮ରେ ଗୋଆରେ ନିର୍ବନ୍ଧ

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଟେଲି ଅଭିନେତା ମନିଷ ନାଗଦେବ। ଖୁବ୍‌ଶୀଘ୍ର ସେ ପ୍ରେମିକା ମଲିକା ଜୁନେଜାଙ୍କ ସହ ଆଉ ପାଦେ ଆଗକୁ ବଢ଼ିବେ।...

ଆଇସିୟୁରେ ଭର୍ତ୍ତି ହେଲେ ଏହି ଅଭିନେତା: ଆର୍ଥିକ ସହାୟତା ମାଗିଲେ ଭାଇ

ଟିଭି ଶୋ’ ‘ମନ୍‌ କି ଆଓ୍ବାଜ୍‌ ପ୍ରତିଜ୍ଞା’ରେ ଅଭିନୟ କରି ଘରେ ଘରେ ପରିଚିତ ଅଭିନେତା ଅନୁପମ ଶ୍ୟାମ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମୁମ୍ବାଇସ୍ଥିତ...

ସ୍ତ୍ରୀଙ୍କ ଓଜନକୁ ନେଇ ଏମିତି କହିଲେ କରଣବୀର

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତା କରଣବୀର ବୋହରା ଏବେ ସ୍ତ୍ରୀ ଏବଂ ତିନି ପିଲାଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ...

Advertisement
Archives

Model This Week