୨୦୧୮ ଜୁନ୍‌ରୁ ମହଙ୍ଗା ଭତ୍ତା ସହ ମିଳିବ ବର୍ଦ୍ଧିତ ପ୍ରାପ୍ୟ

କଟକ ଅଫିସ,୧୮ା୩: ଓଡ଼ିଶା ପୋଲିସରେ କାର୍ଯ୍ୟରତ ହୋମ୍‌ଗାର୍ଡମାନଙ୍କୁ ସ୍ଥାୟୀ କନଷ୍ଟେବଲଙ୍କ ପରି ଦରମା ଓ ମହଙ୍ଗା ଭତ୍ତା ମିଳିବ। ସ୍ଥାୟୀ କନଷ୍ଟେବଲଙ୍କ ଦରମା ବଢ଼ିବା ଅନୁସାରେ ହୋମଗାର୍ଡଙ୍କ ଦରମା ବି ବଢ଼ିବ। ଏଥିସହ ରାଜ୍ୟ ସରକାର ଏହାକୁ ପିଛିଲା ଭାବେ ୨୦୧୮ ଜୁନ୍‌ରୁ ଲାଗୁ କରିବାକୁ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଏମ୍‌. ଆର୍‌.ଶାହ ଓ ବିଚାରପତି ଏମ୍‌. ଏମ୍‌. ସୁନ୍‌ଦ୍ରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି।
ହୋମ୍‌ଗାର୍ଡଙ୍କୁ ସ୍ଥାୟୀ କନଷ୍ଟେବଲଙ୍କ ଭଳି ଦରମା ଓ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରି ୨୦୧୬ରେ ରାୟ ପ୍ରଦାନ କରିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହାକୁ ପାଳନ କରିବା ପାଇଁ ୨୦୧୬ ସେପ୍ଟେମ୍ବର ୧୬ରେ ଚିଠି କରାଯାଇଥିଲା। ଅନ୍ୟ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥିବାବେଳେ ଓଡ଼ିଶାରେ କରାଗଲା ନାହିଁ। ମନ୍ତ୍ରଣାଳୟ ପକ୍ଷରୁ ଏହି ମର୍ମରେ ପୁଣି ୨୦୧୬ ଅକ୍ଟୋବର ୫ରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ସଚିବଙ୍କୁ ଚିଠି କରାଯାଇ ତୁରନ୍ତ ହୋମ୍‌ଗାର୍ଡଙ୍କ ଦରମା ବୃଦ୍ଧି ଓ ମହଙ୍ଗା ଭତ୍ତା ପ୍ରଦାନ ନେଇ ପଦକ୍ଷେପ ନେବାକୁ କୁହାଗଲା। ହେଲେ ଓଡ଼ିଶା ସରକାର ତାହା କଲେ ନାହିଁ। ଏହାକୁ ନେଇ ହୋମଗାର୍ଡମାନଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ୨୦୧୮ରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଏହି ମାମଲାର ବିଚାର କରି ୨୦୧୬ରୁ ହୋମ୍‌ଗାର୍ଡମାନଙ୍କୁ ବକେୟା ପ୍ରାପ୍ୟ ଦିନକୁ ୫୩୩ ଟଙ୍କା ଲେଖାଏ ଦରମା ହିସାବ କରି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଜଣିକିଆ ଖଣ୍ଡପୀଠଙ୍କ ରାୟ ବିରୋଧରେ ଡିଭିଜନ ବେଞ୍ଚରେ ଅପିଲ କରିଥିଲେ। ହାଇକୋର୍ଟଙ୍କ ଡିଭିଜନ ବେଞ୍ଚ ମାମଲାର ବିଚାର କରି ୨୦୧୬ ପରିବର୍ତ୍ତେ ୨୦୨୦ରୁ ବକେୟା ଦରମା ବର୍ଦ୍ଧିତ ଭାବେ ପ୍ରଦାନ କରିବାକୁ ରାୟ ପ୍ରଦାନ କରିଥିଲେ। ହାଇକୋର୍ଟ ଡିଭିଜନ ବେଞ୍ଚର ଏହି ରାୟରେ ହୋମ୍‌ଗାର୍ଡମାନେ ସନ୍ତୁଷ୍ଟ ନ ହୋଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ହୋମ୍‌ଗାର୍ଡମାନଙ୍କ ଆବେଦନର ବିଚାର କରି ଓଡ଼ିଶା ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଦେଇଥିବା ରାୟ ଅନୁସାରେ ଦିନକୁ ୫୩୩ ଟଙ୍କା ଦରମା ଓ ମହଙ୍ଗା ଭତ୍ତା ହୋମ୍‌ଗାର୍ଡଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହା ୨୦୧୮ ଜୁନ୍‌ରୁ ଲାଗୁ କରିବା ପାଇଁ ରାୟରେ ସ୍ପଷ୍ଟ କରିଛନ୍ତି। ଏଥିସହ ସ୍ଥାୟୀ କନଷ୍ଟେବଲଙ୍କ ପରି ସମୟାନୁସାରେ ବର୍ଦ୍ଧିତ ଦରମା ଓ ମହଙ୍ଗା ଭତ୍ତା ମଧ୍ୟ ହୋମଗାର୍ଡମାନଙ୍କୁ ପ୍ରଦାନ କରାଯିବ। ଆଗାମୀ ୩ ମାସ ମଧ୍ୟରେ ବକେୟା ରାଶି ପ୍ରଦାନ କରିବା ପାଇଁ ରାୟରେ ଉଲ୍ଲେଖ କରାଯାଇଛି। ଆବେଦନକାରୀ ଓଡ଼ିଶା ହ୍ୟୁମାନ ରାଇଟ୍ସ ମିଶନର ରାଜ୍ୟ ସଭାପତି ଦିଲୀପ ଧଳ ଓ ମହିଳା ସଭାପତି ଆରତୀ ମଙ୍ଗରାଜଙ୍କ ପକ୍ଷରୁ ଆଗତ ଏହି ମାମଲାକୁ ଆଇନଜୀବୀ ଶେଖର ଶ୍ରୀବାସ୍ତବ ଓ ପ୍ରେରଣା ସିଂହ ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri