ହିନ୍ଦୀରେ ଇଂଲିଶ୍‌ ନାମ

ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଇଂଲିଶ୍‌-ମାଧ୍ୟମ ସ୍କୁଲଗୁଡ଼ିକରେ ପ୍ରଚଳିତ ନୂଆ ପାଠ୍ୟ ପୁସ୍ତକର ହିନ୍ଦୀ ନାମକରଣ କରିଛି, ଯାହାକୁ ନେଇ ବିବାଦ ଉପୁଜିଛି। ଉଲ୍ଲେଖନୀୟ ଯେ, କେନ୍ଦ୍ର ସରକାରଙ୍କ ଅଧୀନ ଏନ୍‌ସିଇଆର୍‌ଟି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଡୁକେଶନ (ସିବିଏସ୍‌ଇ)ର ବିଭିନ୍ନ ଶ୍ରେଣୀ ପାଇଁ ପାଠ୍ୟକ୍ରମ ଏବଂ ବହି ପ୍ରସ୍ତୁତ କରିଥାଏ। ଚଳିତବର୍ଷ ଷଷ୍ଠ ଶ୍ରେଣୀର ଇଂଲିଶ୍‌ ପୁସ୍ତକର ନାମ ହନିସକଲ୍ସକୁ ବଦଳାଇ ହିନ୍ଦୀରେ ପୁର୍ବୀ ରଖାଯାଇଛି। ଏହା ଶାସ୍ତ୍ରୀୟ ସଙ୍ଗୀତର ଏକ ରାଗର ନାମ। ଏହାସହ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଇଂଲିଶ୍‌ ପୁସ୍ତକର ନାମ ହିନ୍ଦୀରେ ମୃଦଙ୍ଗ ରଖାଯାଇଛି। ଏହା ବ୍ୟତୀତ ତୃତୀୟ ଶ୍ରେଣୀ ଇଂଲିଶ୍‌ ବହିର ନାମ ସନ୍ତୁର ହୋଇଛି। ଏସବୁ ବାଦ୍ୟଯନ୍ତ୍ରର ନାମ। ସେହିପରି ଷଷ୍ଠ ଶ୍ରେଣୀ ସାମାଜିକ ବିଜ୍ଞାନ ବହିର ନାମ ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ୍‌ ବିୟଣ୍ଡ ବଦଳରେ ଏବେ ହିନ୍ଦୀରେ ‘ସମାଜ କା ଅଧ୍ୟୟନ: ଭାରତ ଔର ଉସ୍‌କେ ଆଗେ’ କରାଯାଇଛି। ତେବେ ପୁସ୍ତକର ନାମକୁ ଇଂଲିଶ୍‌ରୁ ହିନ୍ଦୀ କରାଯାଇଥିବାରୁ ତାହା ଉପରେ ଭାଷା ବିଶେଷଜ୍ଞ ଓ ଶିକ୍ଷାବିତ୍‌ମାନେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଏହି ପଦକ୍ଷେପ ଯୋଗୁ ଏନ୍‌ସିଇଆରଟି ତାହାର ଦୀର୍ଘବର୍ଷର ନିୟମାବଳୀଠାରୁ ଦୂରେଇ ଯାଇଛି। ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସ୍କୁଲରେ ତ୍ରିଭାଷୀ ନୀତି ଲାଗୁ କରି ଅଣ-ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ହିନ୍ଦୀ ଭାଷାକୁ ଜୋରଜବରଦସ୍ତି ଲଦି ଦିଆଯାଉଛି ବୋଲି ତାମିଲନାଡ଼ୁ ସମେତ ଅନେକ ରାଜ୍ୟ ବିରୋଧ କରିଆସୁଥିବାବେଳେ ଏବେ ଏନ୍‌ସିଇଆରଟିର ଏହି ପଦକ୍ଷେପ ବିବାଦକୁ ଆହୁରି ତୀବ୍ର କରିଛି।
୧ ସେପ୍ଟେମ୍ବର ୧୯୬୧ରେ ଗଠିତ ଏନ୍‌ସିଇଆର୍‌ଟି ୧୯୭୭ରୁ ପୁସ୍ତକ ପରିବର୍ତ୍ତନକୁ ନେଇ ଅଧିକାଂଶ ସମୟରେ ବିବାଦରେ ରହିଆସିଛି। ନିକଟ ଅତୀତରେ ସିଲାବସ୍‌କୁ ଅଧିକ ବଦଳାଯିବା ସହ ଓ ବିଭିନ୍ନ ଶ୍ରେଣୀର ପାଠ୍ୟ ପୁସ୍ତକରେ ବିଷୟଗୁଡ଼ିକରେ ପରିବର୍ତ୍ତନ କିମ୍ବା ସଂଶୋଧନ କରାଯାଉଛି। ଦ୍ୱାଦଶ ଇତିହାସ ବହିରୁ ଗୋଟିଏ ଅଧ୍ୟାୟରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ବିଷୟରେ ଏବଂ ସପ୍ତମ ଶ୍ରେଣୀ ଇତିହାସ ବହିରେ ମୋଗଲ ସମ୍ରାଟ୍‌ଙ୍କ ସଫଳତାର କାହାଣୀରେ ପରିବର୍ତ୍ତନ କରାଯାଇଥିଲା। ଏହା ବ୍ୟତୀତ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବହିଗୁଡ଼ିକରୁ ଗୋଧ୍ରା ଦଙ୍ଗା ବିଷୟକୁ ବାଦ ଦିଆଯାଇଥିଲା। ଏଭଳି ବ୍ୟାପକ ପରିବର୍ତ୍ତନକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ହୁଏ ଯେ, ପାଠ୍ୟ ପୁସ୍ତକରେ ଗୋଟିଏ ଗୋଷ୍ଠୀର ରାଜନୈତିକ ଦଳର ବିଚାରଧାରାକୁ ପ୍ରତିଫଳିତ କରିବାରେ ଏନ୍‌ସିଇଆର୍‌ଟିର ସକ୍ରିୟ ଭୂମିକା ରହୁଛି। ଏହା ବ୍ୟତୀତ ବାରମ୍ବାର ଇତିହାସକୁ ବଦଳାଇବା ସହିତ ପାଠ୍ୟକ୍ରମରେ ପରିବର୍ତ୍ତନ ଅଣାଯାଉଥିବାରୁ ବିଗତ ବର୍ଷର ବହି ପରବର୍ତ୍ତୀ ବର୍ଷରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ବ୍ୟବହାର କରାଯାଉନାହିଁ। ଫଳ ସ୍ବରୂପ ଯେଉଁ ପରିବାରରେ ଏକରୁ ଅଧିକ ପିଲା ଥିବେ, ସେଠାରେ ଦ୍ୱିତୀୟ ପିଲା ତା’ର ବଡ଼ ଭଉଣୀ କିମ୍ବା ଭାଇର ବହିକୁ ବ୍ୟବହାର କରିପାରିବ ନାହିଁ। ଏହାଦ୍ୱାରା ଅନେକ ପରିବାର ଉପରେ ଅର୍ଥନୈତିକ ଚାପ ମଧ୍ୟ ଲଦି ଦିଆଯାଉଛି, ଯାହା ସମ୍ପୂର୍ଣ୍ଣ ଭାବେ ଅଦରକାରୀ। ସାଧାରଣରେ ପାଠ୍ୟ ପୁସ୍ତକକୁ ଭଉଣୀ ଭାଇ ପଢ଼ୁଥିବାର ସମସ୍ତେ ଜାଣନ୍ତି। କିନ୍ତୁ ଅନିଶ୍ଚିତତା ଏବଂ ନିଜେ ଅସ୍ପଷ୍ଟ ଥିବା ଏନ୍‌ସିଇଆର୍‌ଟିର କର୍ମକର୍ତ୍ତାମାନେ ବୋଧହୁଏ ଜାଣିପାରୁନାହାନ୍ତି କେଉଁ ପ୍ରକାର ଐତିହାସିକ ବାର୍ତ୍ତାକୁ ବଦଳାଇଲେ ତାଙ୍କର ଲକ୍ଷ୍ୟ ପୂରଣ ହେବ। ଏଠାରେ ମନେରଖିବାକୁ ହେବ ଯେ, ଏନ୍‌ସିଇଆର୍‌ଟି ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଶିକ୍ଷା ମନ୍ତ୍ରଣାଳୟର ଏକ ଅଙ୍ଗ। ତାହାର ବଜେଟ ବା ବ୍ୟୟ ଅଟକଳ ସେହି ମନ୍ତ୍ରଣାଳୟରୁ ଆସିଥାଏ। ଯେତେବେଳେ ସରକାର ବଦଳିବ, ଯାହା କି ଗଣତନ୍ତ୍ରରେ ଏକ ସୁନିଶ୍ଚିତ ଘଟଣା, ସେତେବେଳେ ପୁନର୍ବାର ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବା ସେହି ସରକାରଙ୍କର ପ୍ରଥମ ଦାୟିତ୍ୱ। ଏହା ଦ୍ୱାରା ଆମେ ଭବିଷ୍ୟତ ପିଢ଼ିକୁ ଏକ ବିକୃତ ଇତିହାସ ବାଢ଼ିବା, ଯାହାକି ଏହି ଦେଶ ପାଇଁ କ୍ଷତିକାରକ ହେବ। ଏହା କହିଲାବେଳକୁ ସ୍ବୀକାର କରିବାକୁ ହେବ ଯେ, ବ୍ରିଟିଶ୍‌ ଶାସକମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଭାରତର ଇତିହାସ ଗଳ୍ପଗୁଡ଼ିକରେ ମୁସଲମାନ, ମୋଗଲ ଏବଂ ଗୋରା ଶାସକମାନଙ୍କର ଭୂମିକାକୁ ଅଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ହିନ୍ଦୁମାନଙ୍କର ଭୂମିକା ଅତ୍ୟନ୍ତ ଗୌଣ କରି ଦିଆଯାଇଥିଲା। ତେବେ ଏଭଳି ଦେଖିଲାବେଳକୁ ସବୁ ଘଟଣାରେ ପରିବର୍ତ୍ତନ ଅଣାଗଲେ ଭବିଷ୍ୟତରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ। ଉଦାହରଣ ସ୍ବରୂପ, ଯଦି କେହି କହେ ଯେ, ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡ୍‌ସେ ମରାଠୀ ନ ଥିଲେ କିମ୍ବା ତାଙ୍କର ଧର୍ମ ହିନ୍ଦୁ ନ ଥିଲା, ତେବେ ତାହା ଏକ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସମସ୍ତେ ଜାଣିବେ। ଏଭଳି ପାଠ ଯଦି ଆମ ପିଲାଙ୍କୁ ପଢ଼ାଯାଏ, ତେବେ ଭାରତୀୟ ସମାଜକୁ ଧ୍ୱଂସାଭିମୁଖୀ କରିଦେଇପାରେ।
ଶେଷରେ କୁହାଯାଇପାରେ ଯେ, ଏଭଳି ପାଠ୍ୟକ୍ରମ ପ୍ରତ୍ୟେକ ମୁହୂର୍ତ୍ତରେ ବଦଳାଇବା ଦ୍ୱାରା ଶିକ୍ଷକମାନଙ୍କର ଦକ୍ଷତା ହ୍ରାସ ପାଇବ। ଏଥିସହିତ ଏନ୍‌ସିଇଆର୍‌ଟି ଭଳି ସଂସ୍ଥା ପ୍ରତ୍ୟେକ ବର୍ଷ ଯଥେଷ୍ଟ ପରିମାଣରେ ବହି ଛପାଇ ଛାତ୍ରୀଛାତ୍ରଙ୍କୁ ଯୋଗାଇବାରେ ବିଫଳ ହେଉଥିବା କଥା ଏହି ଦଶନ୍ଧି ଭିତରେ ଶୁଣାଯାଉଛି। ଏହି ଅପାରଗତାକୁ ଆୟତ୍ତ କରି ପୂର୍ବରୁ ଛାତ୍ରୀଛାତ୍ରଙ୍କ ପାଠ୍ୟକ୍ରମ ସାଙ୍ଗରେ ଖେଳିବା ଆଦୌ ଗ୍ରହଣୀୟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?