ହିନ୍ଦୀରେ ଇଂଲିଶ୍‌ ନାମ

ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଇଂଲିଶ୍‌-ମାଧ୍ୟମ ସ୍କୁଲଗୁଡ଼ିକରେ ପ୍ରଚଳିତ ନୂଆ ପାଠ୍ୟ ପୁସ୍ତକର ହିନ୍ଦୀ ନାମକରଣ କରିଛି, ଯାହାକୁ ନେଇ ବିବାଦ ଉପୁଜିଛି। ଉଲ୍ଲେଖନୀୟ ଯେ, କେନ୍ଦ୍ର ସରକାରଙ୍କ ଅଧୀନ ଏନ୍‌ସିଇଆର୍‌ଟି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଡୁକେଶନ (ସିବିଏସ୍‌ଇ)ର ବିଭିନ୍ନ ଶ୍ରେଣୀ ପାଇଁ ପାଠ୍ୟକ୍ରମ ଏବଂ ବହି ପ୍ରସ୍ତୁତ କରିଥାଏ। ଚଳିତବର୍ଷ ଷଷ୍ଠ ଶ୍ରେଣୀର ଇଂଲିଶ୍‌ ପୁସ୍ତକର ନାମ ହନିସକଲ୍ସକୁ ବଦଳାଇ ହିନ୍ଦୀରେ ପୁର୍ବୀ ରଖାଯାଇଛି। ଏହା ଶାସ୍ତ୍ରୀୟ ସଙ୍ଗୀତର ଏକ ରାଗର ନାମ। ଏହାସହ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଇଂଲିଶ୍‌ ପୁସ୍ତକର ନାମ ହିନ୍ଦୀରେ ମୃଦଙ୍ଗ ରଖାଯାଇଛି। ଏହା ବ୍ୟତୀତ ତୃତୀୟ ଶ୍ରେଣୀ ଇଂଲିଶ୍‌ ବହିର ନାମ ସନ୍ତୁର ହୋଇଛି। ଏସବୁ ବାଦ୍ୟଯନ୍ତ୍ରର ନାମ। ସେହିପରି ଷଷ୍ଠ ଶ୍ରେଣୀ ସାମାଜିକ ବିଜ୍ଞାନ ବହିର ନାମ ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ୍‌ ବିୟଣ୍ଡ ବଦଳରେ ଏବେ ହିନ୍ଦୀରେ ‘ସମାଜ କା ଅଧ୍ୟୟନ: ଭାରତ ଔର ଉସ୍‌କେ ଆଗେ’ କରାଯାଇଛି। ତେବେ ପୁସ୍ତକର ନାମକୁ ଇଂଲିଶ୍‌ରୁ ହିନ୍ଦୀ କରାଯାଇଥିବାରୁ ତାହା ଉପରେ ଭାଷା ବିଶେଷଜ୍ଞ ଓ ଶିକ୍ଷାବିତ୍‌ମାନେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଏହି ପଦକ୍ଷେପ ଯୋଗୁ ଏନ୍‌ସିଇଆରଟି ତାହାର ଦୀର୍ଘବର୍ଷର ନିୟମାବଳୀଠାରୁ ଦୂରେଇ ଯାଇଛି। ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସ୍କୁଲରେ ତ୍ରିଭାଷୀ ନୀତି ଲାଗୁ କରି ଅଣ-ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ହିନ୍ଦୀ ଭାଷାକୁ ଜୋରଜବରଦସ୍ତି ଲଦି ଦିଆଯାଉଛି ବୋଲି ତାମିଲନାଡ଼ୁ ସମେତ ଅନେକ ରାଜ୍ୟ ବିରୋଧ କରିଆସୁଥିବାବେଳେ ଏବେ ଏନ୍‌ସିଇଆରଟିର ଏହି ପଦକ୍ଷେପ ବିବାଦକୁ ଆହୁରି ତୀବ୍ର କରିଛି।
୧ ସେପ୍ଟେମ୍ବର ୧୯୬୧ରେ ଗଠିତ ଏନ୍‌ସିଇଆର୍‌ଟି ୧୯୭୭ରୁ ପୁସ୍ତକ ପରିବର୍ତ୍ତନକୁ ନେଇ ଅଧିକାଂଶ ସମୟରେ ବିବାଦରେ ରହିଆସିଛି। ନିକଟ ଅତୀତରେ ସିଲାବସ୍‌କୁ ଅଧିକ ବଦଳାଯିବା ସହ ଓ ବିଭିନ୍ନ ଶ୍ରେଣୀର ପାଠ୍ୟ ପୁସ୍ତକରେ ବିଷୟଗୁଡ଼ିକରେ ପରିବର୍ତ୍ତନ କିମ୍ବା ସଂଶୋଧନ କରାଯାଉଛି। ଦ୍ୱାଦଶ ଇତିହାସ ବହିରୁ ଗୋଟିଏ ଅଧ୍ୟାୟରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ବିଷୟରେ ଏବଂ ସପ୍ତମ ଶ୍ରେଣୀ ଇତିହାସ ବହିରେ ମୋଗଲ ସମ୍ରାଟ୍‌ଙ୍କ ସଫଳତାର କାହାଣୀରେ ପରିବର୍ତ୍ତନ କରାଯାଇଥିଲା। ଏହା ବ୍ୟତୀତ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବହିଗୁଡ଼ିକରୁ ଗୋଧ୍ରା ଦଙ୍ଗା ବିଷୟକୁ ବାଦ ଦିଆଯାଇଥିଲା। ଏଭଳି ବ୍ୟାପକ ପରିବର୍ତ୍ତନକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ହୁଏ ଯେ, ପାଠ୍ୟ ପୁସ୍ତକରେ ଗୋଟିଏ ଗୋଷ୍ଠୀର ରାଜନୈତିକ ଦଳର ବିଚାରଧାରାକୁ ପ୍ରତିଫଳିତ କରିବାରେ ଏନ୍‌ସିଇଆର୍‌ଟିର ସକ୍ରିୟ ଭୂମିକା ରହୁଛି। ଏହା ବ୍ୟତୀତ ବାରମ୍ବାର ଇତିହାସକୁ ବଦଳାଇବା ସହିତ ପାଠ୍ୟକ୍ରମରେ ପରିବର୍ତ୍ତନ ଅଣାଯାଉଥିବାରୁ ବିଗତ ବର୍ଷର ବହି ପରବର୍ତ୍ତୀ ବର୍ଷରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ବ୍ୟବହାର କରାଯାଉନାହିଁ। ଫଳ ସ୍ବରୂପ ଯେଉଁ ପରିବାରରେ ଏକରୁ ଅଧିକ ପିଲା ଥିବେ, ସେଠାରେ ଦ୍ୱିତୀୟ ପିଲା ତା’ର ବଡ଼ ଭଉଣୀ କିମ୍ବା ଭାଇର ବହିକୁ ବ୍ୟବହାର କରିପାରିବ ନାହିଁ। ଏହାଦ୍ୱାରା ଅନେକ ପରିବାର ଉପରେ ଅର୍ଥନୈତିକ ଚାପ ମଧ୍ୟ ଲଦି ଦିଆଯାଉଛି, ଯାହା ସମ୍ପୂର୍ଣ୍ଣ ଭାବେ ଅଦରକାରୀ। ସାଧାରଣରେ ପାଠ୍ୟ ପୁସ୍ତକକୁ ଭଉଣୀ ଭାଇ ପଢ଼ୁଥିବାର ସମସ୍ତେ ଜାଣନ୍ତି। କିନ୍ତୁ ଅନିଶ୍ଚିତତା ଏବଂ ନିଜେ ଅସ୍ପଷ୍ଟ ଥିବା ଏନ୍‌ସିଇଆର୍‌ଟିର କର୍ମକର୍ତ୍ତାମାନେ ବୋଧହୁଏ ଜାଣିପାରୁନାହାନ୍ତି କେଉଁ ପ୍ରକାର ଐତିହାସିକ ବାର୍ତ୍ତାକୁ ବଦଳାଇଲେ ତାଙ୍କର ଲକ୍ଷ୍ୟ ପୂରଣ ହେବ। ଏଠାରେ ମନେରଖିବାକୁ ହେବ ଯେ, ଏନ୍‌ସିଇଆର୍‌ଟି ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଶିକ୍ଷା ମନ୍ତ୍ରଣାଳୟର ଏକ ଅଙ୍ଗ। ତାହାର ବଜେଟ ବା ବ୍ୟୟ ଅଟକଳ ସେହି ମନ୍ତ୍ରଣାଳୟରୁ ଆସିଥାଏ। ଯେତେବେଳେ ସରକାର ବଦଳିବ, ଯାହା କି ଗଣତନ୍ତ୍ରରେ ଏକ ସୁନିଶ୍ଚିତ ଘଟଣା, ସେତେବେଳେ ପୁନର୍ବାର ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବା ସେହି ସରକାରଙ୍କର ପ୍ରଥମ ଦାୟିତ୍ୱ। ଏହା ଦ୍ୱାରା ଆମେ ଭବିଷ୍ୟତ ପିଢ଼ିକୁ ଏକ ବିକୃତ ଇତିହାସ ବାଢ଼ିବା, ଯାହାକି ଏହି ଦେଶ ପାଇଁ କ୍ଷତିକାରକ ହେବ। ଏହା କହିଲାବେଳକୁ ସ୍ବୀକାର କରିବାକୁ ହେବ ଯେ, ବ୍ରିଟିଶ୍‌ ଶାସକମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଭାରତର ଇତିହାସ ଗଳ୍ପଗୁଡ଼ିକରେ ମୁସଲମାନ, ମୋଗଲ ଏବଂ ଗୋରା ଶାସକମାନଙ୍କର ଭୂମିକାକୁ ଅଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ହିନ୍ଦୁମାନଙ୍କର ଭୂମିକା ଅତ୍ୟନ୍ତ ଗୌଣ କରି ଦିଆଯାଇଥିଲା। ତେବେ ଏଭଳି ଦେଖିଲାବେଳକୁ ସବୁ ଘଟଣାରେ ପରିବର୍ତ୍ତନ ଅଣାଗଲେ ଭବିଷ୍ୟତରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ। ଉଦାହରଣ ସ୍ବରୂପ, ଯଦି କେହି କହେ ଯେ, ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡ୍‌ସେ ମରାଠୀ ନ ଥିଲେ କିମ୍ବା ତାଙ୍କର ଧର୍ମ ହିନ୍ଦୁ ନ ଥିଲା, ତେବେ ତାହା ଏକ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସମସ୍ତେ ଜାଣିବେ। ଏଭଳି ପାଠ ଯଦି ଆମ ପିଲାଙ୍କୁ ପଢ଼ାଯାଏ, ତେବେ ଭାରତୀୟ ସମାଜକୁ ଧ୍ୱଂସାଭିମୁଖୀ କରିଦେଇପାରେ।
ଶେଷରେ କୁହାଯାଇପାରେ ଯେ, ଏଭଳି ପାଠ୍ୟକ୍ରମ ପ୍ରତ୍ୟେକ ମୁହୂର୍ତ୍ତରେ ବଦଳାଇବା ଦ୍ୱାରା ଶିକ୍ଷକମାନଙ୍କର ଦକ୍ଷତା ହ୍ରାସ ପାଇବ। ଏଥିସହିତ ଏନ୍‌ସିଇଆର୍‌ଟି ଭଳି ସଂସ୍ଥା ପ୍ରତ୍ୟେକ ବର୍ଷ ଯଥେଷ୍ଟ ପରିମାଣରେ ବହି ଛପାଇ ଛାତ୍ରୀଛାତ୍ରଙ୍କୁ ଯୋଗାଇବାରେ ବିଫଳ ହେଉଥିବା କଥା ଏହି ଦଶନ୍ଧି ଭିତରେ ଶୁଣାଯାଉଛି। ଏହି ଅପାରଗତାକୁ ଆୟତ୍ତ କରି ପୂର୍ବରୁ ଛାତ୍ରୀଛାତ୍ରଙ୍କ ପାଠ୍ୟକ୍ରମ ସାଙ୍ଗରେ ଖେଳିବା ଆଦୌ ଗ୍ରହଣୀୟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri