Posted inଖେଳ

ପୂରା ଆଇପିଏଲ୍‌ ପାଇଁ ଉପଲବ୍ଧ ହେବେ ନାହିଁ ଇଂଲଣ୍ଡ ଖେଳାଳି

ମୁମ୍ବାଇ,୨୮।୧: ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣର ଶେଷ ଆଡ଼କୁ ଇଂଲଣ୍ଡ ଟେଷ୍ଟ ଖେଳାଳିଙ୍କୁ ସ୍ବଦେଶ ଫେରିବାକୁ ପଡ଼ିପାରେ। କାରଣ ସେହି ସମୟରେ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ହେବାର ଅଛି। ସିରିଜ୍‌ର ପ୍ରଥମ ଟେଷ୍ଟ ଜୁନ ୨ ତାରିଖରୁ ଲଡର୍‌ସଠାରେ ଖେଳାଯିବାର ଅଛି। ଯଦି ଓ ଏପର୍ଯ୍ୟନ୍ତ ଆଇପିଏଲ ଆୟୋଜନର ତାରିଖ ଘୋଷଣା କରାଯାଇ ନାହିଁ, ତେବେ ମାର୍ଚ୍ଚ ୨୭ରୁ ସମ୍ଭବତଃ ଟୁର୍ନାମେଣ୍ଟ ଆରମ୍ଭ ହୋଇ ମେ’ ଶେଷ ପର୍ଯ୍ୟନ୍ତ ଚାଲିବ। ଏହାର କିଛି ଦିନ ପରେ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ।

ଯଦି ଇଂଲଣ୍ଡ ଖେଳାଳି ପୂରା ଆଇପିଏଲ ପାଇଁ ଉପଲବ୍ଧ ରୁହନ୍ତି, ତେବେ ସେମାନେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସିରିଜ୍‌ ପୂର୍ବରୁ ଅଭ୍ୟାସ କରିବାକୁ ସମୟ ମିଳିବ ନାହିଁ। କିନ୍ତୁ ଇଂଲଣ୍ଡ ଖେଳାଳିମାନେ ଆଇପିଏଲ ଦଳ ସହ ସେମାନଙ୍କ ଉପଲବ୍ଧତା ନେଇ କୌଣସି ଯୋଗାଯୋଗ ହୋଇ ନାହିଁ।

କିନ୍ତୁ ଟେଷ୍ଟ ସିରିଜ୍‌ର ପ୍ରସ୍ତୁତି ଯୋଗୁ କେତେ ଖେଳାଳି ପ୍ରଭାବିତ ହେବେ, ତାହା ଆସନ୍ତା ମାସରେ ହେବାକୁ ଥିବା ମେଗା ଅକ୍‌ଶନରେ ଜଣାପଡ଼ିବ। କେବେ ସେମାନଙ୍କୁ ସ୍ବଦେଶ ଫେରିବାକୁ କୁହାଯିବ। ନ୍ୟୁଜିଲାଣ୍ଡ ସିରିଜ୍‌ ପୂର୍ବରୁ ଖେଳାଳିମାନେ ଚାମ୍ପିୟନଶିପ୍‌ ମ୍ୟାଚ୍‌ ଖେଳନ୍ତୁ ବୋଲି ଯଦି ଇଂଲଣ୍ଡର ମ୍ୟାନେଜମେଣ୍ଟ ଚାହେଁ, ତେବେ ସେମାନଙ୍କୁ ମେ’ ୧୯ ପୂର୍ବରୁ ସ୍ବଦେଶକୁ ଫେରିବାକୁ ପଡ଼ିବ। ମୋଟ ଉପରେ ୨୨ ଜଣ ଖେଳାଳି ଆଇପିଏଲ ଅକ୍‌ଶନ ପାଇଁ ନାମ ପଞ୍ଜୀକୃତ କରାଇଥିବା ବେଳେ ଜୋସ ବଟଲରଙ୍କୁ ରାଜସ୍ଥାନ ରୟାଲ୍ସ ରିଟେନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri