Posted inଖେଳ

୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଖେଳିବେ ଇଂଲଣ୍ଡ ଖେଳାଳି

କରାଚୀ,୧୬ା୯: ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ପହଞ୍ଚିଛି ଇଂଲଣ୍ଡ କ୍ରିକେଟ ଦଳ। ଜୋସ ବଟଲରଙ୍କ ନେତୃତ୍ୱାଧୀନ ଦଳ କରାଚୀ ବିମାନ ବନ୍ଦରରେ ଗୁରୁବାର ଅବତରଣ କରିଛି। ସୁରକ୍ଷା କାରଣରୁ କୌଣସି ଦଳ ଆସିବାକୁ ରାଜି ହେଉ ନ ଥିବା ବେଳେ ୨୦୦୫ରେ ଶେଷ ଥର ପାଇଁ ଇଂଲଣ୍ଡ ପାକିସ୍ତାନ ଗସ୍ତରେ ଆସିଥିଲା। ୨୦୨୧ରେ ମଧ୍ୟ ଇଂଲଣ୍ଡର ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଶେଷ ମୁହୂର୍ତ୍ତରେ ଇସିବି ପକ୍ଷରୁ ଏହାକୁ ରଦ୍ଦ କରି ଦିଆଯାଇଥିଲା। ସମାନ ସମୟରେ ନ୍ୟୁଜିଲାଣ୍ଡ ଦଳ ମଧ୍ୟ ପାକିସ୍ତାନ ଗସ୍ତ ବାତିଲ କରିଥିଲା। ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ସୁରକ୍ଷାର ସମସ୍ତ ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ଶେଷ ମୁହୂର୍ତ୍ତରେ ବାତିଲ କରିଥିଲେ ଉଭୟ ଦଳ। ୨୦୦୯ରେ ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ପରଠାରୁ ଏଭଳି ପରିସ୍ଥିତି ଜାରି ରହିଥିଲା।

୨୦୧୨ ଓ ୧୫ରେ ପାକିସ୍ତାନ ସହିତ ଇଂଲଣ୍ଡ ସିରିଜ ଖେଳିଥିଲେ ହେଁ ଉଭୟ ସିରିଜ ୟୁଏଇରେ ଅନୁଷ୍ଠିତ ହୋଇଥିଲା। ବିଶ୍ୱକପ ପୂର୍ବର ପ୍ରସ୍ତୁତି ପାଇଁ ଇଂଲଣ୍ଡ ଦଳ ୭ଟି ଟି୨୦ ମ୍ୟାଚ୍‌ ଖେଳିବ। କରାଚୀ ନ୍ୟାଶନାଲ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ। ମ୍ୟାଚ ସମୟରେ ଷ୍ଟାଡିୟମ ଆଖପାଖରେ ଥିବା ସମସ୍ତ ଅଫିସ ଓ ଦୋକାନ ବନ୍ଦ ରହିବ। ଅନ୍ୟପକ୍ଷରେ ଟିମ୍‌ ହୋଟେଲ ଏବଂ ଷ୍ଟାଡିୟମ ମଧ୍ୟରେ ସମ୍ପୂର୍ଣ୍ଣ ରାସ୍ତାକୁ ବନ୍ଦ କରାଯାଇ ପୋଲିସ ଛାଉଣୀ କରାଯିବ। ଏହା ସହିତ ମ୍ୟାଚ ସମୟରେ ଏକ ହେଲିକପ୍ଟର ଜରିଆରେ ପଡିଆର ଚତୁଃପାର୍ଶ୍ୱ ଉପରେ ନଜର ରଖାଯିବ ବୋଲି ପିସିବି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri