Posted inଖେଳ

ନିୟମ ଭୁଲି ଗଲେ ଇଂଲଣ୍ଡ ଖେଳାଳି

ପୁଣେ,୨୬।୩ : ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପାଇଁ ଇଂଲଣ୍ଡ ଦଳକୁ ଫିଲ୍ଡ ଅମ୍ପାୟରଙ୍କ ଠାରୁ ମିଳିଛି ଚେତାବନୀ। ସେ ଭୁଲ ବଶତଃ ଭୁଲି ଯାଇଥିଲେ ଆଧୁନିକ କ୍ରିକେଟର ନିୟମ। ଭାରତୀୟ ଦଳ ବ୍ୟାଟିଂ କରୁଥିବା ବେଳେ ଷ୍ଟୋକ୍ସ ବଲରେ ଛେପ ବ୍ୟବହାର କରିଥିଲେ। ଏହି ଘଟଣା ଘଟିଥିଲା ଚତୁର୍ଥ ଓଭରରେ।

ଏହା ପରେ ଫିଲ୍ଡ ଅମ୍ପାୟର ନୀତିନ ମେନନ ଓ ବୀରେନ୍ଦ୍ର ଶର୍ମା ଇଂଲଣ୍ଡ କାମଚଳା ଅଧିନାୟକ ଜୋସ ବଟଲରଙ୍କୁ ଚେତାବନୀ ଦେଇଥିଲେ। ସେହି ଓଭରରେ ଶିଖର ଧାଓ୍ବନଙ୍କ କ୍ୟାଚ୍‌ ଧରି ଥିଲେ ସ୍ଲିପରେ ଫିଲ୍ଡିଂ କରୁଥିବା ଷ୍ଟୋକ୍ସ। ଉଲ୍ଲେଖଯୋଗ୍ୟ, କୋଭିଡ୍‌-୧୯ ପରଠାରୁ ବଲରେ ଛେପର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି ଆଇସିସି। ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର (ଏସ୍‌ଓପି) ଅନୁଯାୟୀ, ଖେଳ ଆରମ୍ଭ ହେବା ପୂର୍ବରୁ ଫିଲ୍ଡ ଅମ୍ପାୟର ବଲକୁ ସାନିଟାଇଜ କରିଥିଲେ। ତେବେ ଚଳିତ ସିରିଜ୍‌ରେ ପ୍ରଥମ ଘଟଣା ନୁହେଁ। ଅହମ୍ମଦାବାଦରେ ଖେଳାଯାଇଥିବା ପିଙ୍କ୍‌ ବଲ ଟେଷ୍ଟରେ ମଧ୍ୟ ସମାନ ଭୁଲ କରିଥିଲେ ଷ୍ଟୋକ୍ସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସ୍‌ଆର୍‌ ଅନ୍‌ଲାଇନ୍‌ ଚେସ୍‌: ଓମ୍‌ ଆଦିତ୍ୟ ଚାମ୍ପିୟନ

ଭୁବନେଶ୍ୱର,୧।୬(କ୍ରୀଡ଼ା ପ୍ରତିନିଧି): ଏସ୍‌ଆର୍‌ ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୨୯ତମ ଅନ୍‌ଲାଇନ୍‌ ଚେସ୍‌ରେ ଓମ୍‌ ଆଦିତ୍ୟ ଖାଡଙ୍ଗା ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ...

ବାପାଙ୍କଠାରୁ ମାଡ଼ ଖାଇ ଚର୍ଚ୍ଚାରେ ଧାଓ୍ବନ

ନୂଆଦିଲ୍ଲୀ,୨୬।୫: ବାପାଙ୍କଠାରୁ ମାଡ଼ ଖାଇ ଚର୍ଚ୍ଚାରେ ପଞ୍ଜାବ କିଙ୍ଗ୍ସ ଓପନର ଶିଖର ଧାଓ୍ବନ। ଆଇପିଏଲ୍‌ ପ୍ଲେଅଫ୍‌ ଲାଗି ଚୟନ ହୋଇ ନ ଥିବା ଯୋଗୁ ତାଙ୍କୁ...

ଓଡ଼ିଶାରେ ୨୦୨୩ ହକି ବିଶ୍ୱକପ

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି)- ହକି ବିଶ୍ୱକପ ଆୟୋଜନର ବର୍ଷପୂର୍ତ୍ତି ଅବସରରେ ଆସିଛି ଆଉ ଏକ ବଡ଼ ଖବର। ୨୦୨୩ ପୁରୁଷ ହକି ବିଶ୍ୱକପ ମଧ୍ୟ ଓଡ଼ିଶାରେ...

ଧୋନୀଙ୍କ ଅବସର ଘୋଷଣା ନେଇ ସାକ୍ଷୀ ଟୁଇଟ୍‌ କରିି କହିଲେ ଏପରି…

ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିବା ନେଇ ଘୋଷଣା କରିବା ପରେ...

କ୍ୟାନସର୍‌ ଆଶଙ୍କା କମ କରେ ଏହି ପରିବା

ବ୍ରୋକଲି ଏକ ଲୋକପ୍ରିୟ ପରିବା ହୋଇ ନ ଥିଲେ ମଧ୍ୟ ଶୀତଦିନେ ଏହା ବହୁଳ ମାତ୍ରାରେ ମିଳିଥାଏ। ବ୍ରୋକଲି ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ...

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଥାନ ପାଇଲା ମହିଳା କ୍ରିକେଟ

ମେଲବୋର୍ନ,୧୩।୮(ପିଟି)- ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହେବାକୁ ଯାଉଛି ମହିଳା କ୍ରିକେଟ୍‌। ୨୦୨୨ରେ ବର୍ମିଂହାମ ସଂସ୍କରଣରେ ମହିଳା ଟି୨୦ ସାମିଲ କରାଯିବା ନେଇ...

ଜାଡେଜାଙ୍କ ଉପରେ ଆସ୍ଥା ବଢ଼ିଛି

ମୁମ୍ବାଇ, ୨୪।୭-ଭାରତୀୟ କ୍ରିକେଟ ଦଳରେ ଏକଦା ଉପେକ୍ଷିତ ଥିଲେ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ମାତ୍ର ଗତ ଆଇସିସି ବିଶ୍ୱକପ ପରେ ତାଙ୍କ ଉପସ୍ଥିତିର ମୂଲ୍ୟ...

ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସ:୨୦୦ ମିଟରରେ ଦୂତୀ ୫ମ

ଭୁବନେଶ୍ୱର, ୧୨।୭(କ୍ରୀଡ଼ା ପ୍ରତିନିଧି)-ଇଟାଲିର ନାପୋଲିଠାରେ ଚାଲିଥିବା ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ମହିଳା ୨୦୦ ମିଟର ଇଭେଣ୍ଟରେ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ୫ମ ସ୍ଥାନରେ...

Advertisement
Archives

Model This Week