Posted inଖେଳ

ଦିନିକିଆରେ ଇଂଲଣ୍ଡର ବିଶ୍ୱ ରେକର୍ଡ

ଆମଷ୍ଟେଲଭିନ(ନେଦରଲାଣ୍ଡ୍ସ), ୧୭।୬: ଦିନିକିଆ କ୍ରିକେଟ ଇତିହାସରେ ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର କରି ଇଂଲଣ୍ଡ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଶୁକ୍ରବାର ଅନୁଷ୍ଠିତ ନେଦରଲାଣ୍ଡ୍ସ ବିପକ୍ଷ ଦିନିକିଆରେ ଇଂଲଣ୍ଡ ୪ ଉଇକେଟ ହରାଇ ୪୯୮ ରନକରି ଏହି କୀର୍ତ୍ତିମାନ ସ୍ଥାପନ କରିଛି। ଏ କ୍ଷେତ୍ରରେ ଇଂଲଣ୍ଡ ନିଜ ରେକର୍ଡ ଭାଙ୍ଗିଛି। ୨୦୧୮ ଜୁନ୍‌ରେ ଟ୍ରେଣ୍ଟବ୍ରିଜଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୪୮୧/୬ ସ୍କୋର କରି ରେକର୍ଡର ଅଧିକାରୀ ଥିଲା।

ନେଦରଲାଣ୍ଡ୍ସ ବିପକ୍ଷରେ ଜୋସ୍‌ ବଟଲର, ଦାଓ୍ବିଦ ମଲନ ଓ ଫିଲ୍‌ ସଲ୍ଟ ଶତକ ହାସଲ କରି ଦଳର ବୃହତ୍‌ ସ୍କୋରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ବଟଲର ୪୭ ବଲ୍‌ରୁ ଶତକ ପୂରଣ କରିଥିଲେ। ଇଂଲଣ୍ଡ ପାଇଁ ଏହା ଦ୍ୱିତୀୟ ଦ୍ରୁତତମ ଶତକ। ସେ ୧୬୨ ରନ୍‌ କରି ଅପରାଜିତ ରହିଥିଲେ। ତାଙ୍କ ଇନିଂସରେ ସେ ୭ ଚୌକା ଓ ୧୪ ଛକା ମାରିଥିଲେ। ଏହାକୁ ମିଶାଇ ବଟଲର ୩ ଥର ଦ୍ରୁତ ଶତକ ହାସଲ କରିଛନ୍ତି। ପୂର୍ବରୁ ସେ ୪୬ ବଲ୍‌ରେ ଓ ୫୦ ବଲ୍‌ରେ ଶତକ ପୂରଣ କରିଥିଲେ। ସଲ୍ଟ ୯୩ ବଲ୍‌ରୁ ୧୪ ଚୌକା ଓ ୩ ଛକା ସହାୟତାରେ ୧୨୨ ଓ ମଲନ ୧୦୯ ବଲ୍‌ରୁ ୯ ଚୌକା ଓ ୩ ଛକା ସହ ୧୨୫ ରନ କରିଥିଲେ। ଲିଆମ ଲିଭିଂଷ୍ଟୋନ ୨୨ଟି ବଲ୍‌ର ସମ୍ମୁଖୀନ ହୋଇ ୬ଟି ଲେଖାଏ ଚୌକା ଓ ଛକା ସହାୟତାରେ ୬୬ ରନ୍‌ କରି ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚୟନ ପାଇଁ ୟୋ ୟୋ, ଡେକ୍ସା ବାଧ୍ୟତାମୂଳକ : ଅଧିନାୟକ ରହିବେ ରୋହିତ ଶର୍ମା

ମୁମ୍ବାଇ,୨ା୧(ପି.ଟି.): ବିସିସିଆଇ ପକ୍ଷରୁ ଏହାର ଖେଳାଳି ଚୟନ ନିୟମରେ କରାଯାଇଛି ବଡ଼ ପରିବର୍ତ୍ତନ। ରବିବାରର ସମୀକ୍ଷା ବୈଠକ ପରେ ୟୋ ୟୋ ଟେଷ୍ଟ ଓ ଡେକ୍ସା(ବୋନ୍‌...

ଆକ୍ସନ ପ୍ଲାନ୍‌ ଆରମ୍ଭ କରିବ ହକି ଇଣ୍ଡିଆ

ନୂଆଦିଲ୍ଲୀ, ୩୧।୩- ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି(ଆଇଓସି) ପକ୍ଷରୁ ଟୋକିଓ ଅଲିମ୍ପିକ୍ସ ପାଇଁ ନୂଆ ତାରିଖ ଘୋଷଣା ପରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ...

ଏହି ଭାରତୀୟ କ୍ରିକେଟରଙ୍କ ନାମରେ ରହିଛି ଏକ ଲଜ୍ଜାଜନକ ରେକର୍ଡ: ଗୋଟିଏ ଭୁଲ୍‌ ଯୋଗୁ ଐତିହାସିକ ରନ୍‌ କରିଥିଲେ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୯।୧: ଭାରତୀୟ କ୍ରିକେଟ ଟିମ ଏବେ ଉନ୍ନତମାନର ଫିଲ୍ଡିଂ ପାଇଁ ଜଣାଣୁଣା। ହେଲେ ଏପରି ଏକ ସମୟ ଥିଲା ଯେତେବେଳେ ଦଳ ଭଲ ଫିଲ୍ଡିଂ କରୁ...

୫୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟରେ ଘର ବିକିବେ ଓ୍ବର୍ନ

ନୂଆଦିଲ୍ଲୀ, ୧୯।୩- ପୁରା ବିଶ୍ୱ ଯେତେବେଳେ ପ୍ରାଣଘାତୀ କରୋନା ଭାଇରସ୍‌ର ପ୍ରକୋପରେ ଥରହର ହେଉଛନ୍ତି ସେତେବେଳେ କିମ୍ବଦନ୍ତୀ ଅଷ୍ଟ୍ରେଲିଆ ସ୍ପିନର ସେନ ଓ୍ବର୍ନ ଏକ ବଡ଼...

ପଦ୍ମଶ୍ରୀ ପାଇଁ ବିଜୟନଙ୍କ ନାମ ସୁପାରିସ କଲା ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ, ୧୮ା୬ (ପି.ଟି.)- ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଶ୍ରୀ ପାଇଁ ପୂର୍ବତନ ଅଧିନାୟକ ଆଇଏମ୍‌ ବିଜୟନଙ୍କ ନାମ...

ଟେଷ୍ଟ ଦଳରେ ରୋହିତ ସାମିଲ

ନୂଆଦିଲ୍ଲୀ, ୧୦ା୧୧ (ପି.ଟି.):ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ଅଧିନାୟକ ବିରାଟ କୋହଲିଙ୍କୁ ପିତୃତ୍ୱ ଛୁଟି ମଞ୍ଜୁର କରିଛି। ଆସନ୍ତା ମାସରେ ଅଷ୍ଟ୍ରେଲିଆ ବିପକ୍ଷ...

ମହିଳା ବିଶ୍ୱକପ୍‌ ଇତିହାସରେ ଝୁଲଣ ଗୋସ୍ବାମୀ

ହାମିଲଟନ,୧୦।୩: ଭେଟେରାନ ଭାରତୀୟ ପେସର ଝୁଲଣ ଗୋସ୍ବାମୀ ଗୁରୁବାର ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ସହ ସମକକ୍ଷ ହୋଇଛନ୍ତି।...

ଶୁଭମନଙ୍କ ଦ୍ୱିଶତକ

ଖ୍ରୀଷ୍ଟଚର୍ଚ୍ଚ,୨।୨(ପି.ଟି.)- ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଥିବା ଶୁବମନ ଗିଲ ୪ ଦିନିଆ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିଛନ୍ତି।...

Advertisement
Archives

Model This Week