Posted inଖେଳ

ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ

ଧର୍ମଶାଳା, ୧୦।୧୦: ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହେବା ପରେ ଇଂଲଣ୍ଡ ଦୃଢ଼ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି। ଧର୍ମଶାଳାରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଏହାର ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ। ନ୍ୟୁଜିଲାଣ୍ଡ ବିପକ୍ଷ ଅପ୍ରତ୍ୟାଶିତ ପରାଜୟ ଇଂଲଣ୍ଡ ପାଇଁ ସତର୍କ ଘଣ୍ଟି ଥିଲା। ଇଂଲଣ୍ଡ ବାଜ୍‌ବଲ୍‌ କ୍ରିକେଟ ଖେଳୁଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ରାଚିନ୍‌ ରବୀନ୍ଦ୍ର ଓ ଡେଭନ୍‌ କନ୍‌ଓ୍ବେ ଦ୍ରୁତ ବ୍ୟାଟିଂ କରି ସମସ୍ତଙ୍କୁ ଚକିତ କରିଥିଲେ। ୨୮୨ ରନ୍‌ ସ୍କୋର ହୋଇଥିବା ବେଳେ ଇଂଲଣ୍ଡର ବୋଲର ମାନେ ୩୭ ଓଭରରେ ଏହି ରନ୍‌ ବ୍ୟୟ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍‌, ଜନି ବେୟାରଷ୍ଟୋ ଓ ଅଧିନାୟକ ଜୋସ୍‌ ବଟଲର ଭଲ ବ୍ୟାଟିଂ କରିଥିଲେ। ଏହି ଖେଳାଳିଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ ବ୍ୟାଟର ବିଫଳ ହୋଇଥିଲେ। ତେବେ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡର ବୋଲିଂ ଅତ୍ୟନ୍ତ ସାଧାରଣ ସାବ୍ୟସ୍ତ ହୋଇଥିଲା। କ୍ରିସ୍‌ ଓକ୍ସ, ମାର୍କ ଉଡ୍‌ ଓ ସାମ୍‌ କୁରାନ ପ୍ରଭାବହୀନ ରହିଥିଲେ। ଇଂଲଣ୍ଡର ଏହି ଦୁର୍ବଳତାର ଫାଇଦା ଉଠାଇବାକୁ ପ୍ରୟାସ କରିବ ବାଂଲାଦେଶ।
ଉଭୟ ଦଳ ଧର୍ମଶାଳାରେ ପ୍ରଥମ ଥର ଖେଳୁଥିବା ବେଳେ ଏଠାରେ ସ୍ପିନରଙ୍କ ସାମାନ୍ୟ ଅଧିକ ସହାୟତା ମିଳିଥାଏ। ବାଂଲାଦେଶ ଏହାର ଫାଇଦା ଉଠାଇ ଇଂଲଣ୍ଡକୁ ଅସୁବିଧାରେ ପକାଇବାକୁ ଚାହିଁବ। ପ୍ରଥମ ମ୍ୟାଚ୍‌ ପରେ ଆଫଗାନିସ୍ତାନ କୋଚ୍‌ ଜୋନାଥନ୍‌ ଟ୍ରଟ୍‌ ଏହି ଷ୍ଟାଡିୟମର ଆଉଟଫିଲ୍ଡକୁ ନେଇ ପ୍ରଶ୍ନ ଉଠାଇଥିଲେ। ଫିଲ୍ଡିଂ କରୁଥିବା ସମୟରେ ଏକାଧିକ ଆଫଗାନ ଖେଳାଳି ଆହତ ହୋଇଥିଲେ। ତେଣୁ ଇଂଲଣ୍ଡ ଓ ବାଂଲାଦେଶର ଖେଳାଳିଙ୍କୁ କ୍ଷେତ୍ରରକ୍ଷଣ ସମୟରେ ସତର୍କତା ଅବଲମ୍ବନ କରିବାକୁ ହେବ। ଉଭୟ ଦଳ ନିକଟରେ କ୍ୱାଲିଟି ଖେଳାଳି ରହିଥିବା ବେଳେ ସ୍ପିନ୍‌ ବିଭାଗରେ ବାଂଲାଦେଶ ସାମାନ୍ୟ ଶକ୍ତିଶାଳୀ ମନେ ହେଉଛି। ଇଂଲଣ୍ଡ ପକ୍ଷରୁ ଆଦିଲ ରଶିଦ୍‌ ପ୍ରଥମ ମ୍ୟାଚରେ ଟାଇଟ୍‌ ବୋଲିଂ କରିଥିଲେ ମଧ୍ୟ ଉଇକେଟ ଶୂନ୍ୟ ରହିଥିଲେ। ଏହା ବ୍ୟତୀତ ପାର୍ଟ ଟାଇମର ଭାବରେ ଦଳ ନିକଟରେ ମୋଇନ୍‌ ଅଲୀ ଓ ଲିଆମ୍‌ ଲିଭିଙ୍ଗଷ୍ଟୋନଙ୍କ ଉପରେ ମଧ୍ୟ ନଜର ରହିବ। ତେବେ ବାଂଲାଦେଶ ନିକଟରେ ସାକିବ୍‌ ଅଲ ହସନଙ୍କ ସହିତ ମେହିଦୀ ହସନ ମିରାଜ ଓ ହସନ ମହମୁଦଙ୍କ ପରି ସ୍ପିନର ରହିଛନ୍ତି। ସେହିଭଳି ବ୍ୟାଟିଂରେ ମିରାଜ ଓ ନଜମୁଲ ହୋସେନ୍‌ ଶନ୍ତୋ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି। ଏହି ମ୍ୟାଚ୍‌ ପାଇଁ ଇଂଲଣ୍ଡ ଫେଭରିଟ୍‌ ରହିଥିଲେ ହେଁ ଅତୀତରେ ବାଂଲାଦେଶ ଅନେକ ଶକ୍ତିଶାଳୀ ଦଳଙ୍କୁ ପରାସ୍ତ କରିବାର ରେକର୍ଡ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ, ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ ଗିରଫ

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri