ଓଡ଼ିଶାରେ ନିର୍ମାଣ ହେବ ଭାରତୀୟ ବାୟୁସେନା ବିମାନର ଇଞ୍ଜିନ୍

ନୂଆଦିଲ୍ଲୀ,୯।୯: ଏସ୍‌ୟୁ-୩୦ ଏମକେଆଇ ବିମାନ ଲାଗି ୨୪୦ ଏଏଲ୍-୩୧ ଏଫପି ଏରୋ ଇଞ୍ଜିନ୍ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ସହ ୨୬,୦୦୦ କୋଟିରୁ ଅଧିକ ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ଏକ ବଡ଼ ପ୍ରୋତ୍ସାହନ ମିଳିବ । ୯ ସେପ୍ଟେମ୍ବର, ୨୦୨୪ରେ ନୂଆଦିଲ୍ଲୀରେ ପ୍ରତିରକ୍ଷା ସଚିବ ଗିରିଧର ଅରମାନେ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭିଆର ଚୌଧୁରୀଙ୍କ ଉପସ୍ଥିତିରେ ମନ୍ତ୍ରଣାଳୟ ଏବଂ ହାଲ୍ ର ବରିଷ୍ଠ ଅଧିକାରୀମାନେ ଏହି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ।

ଏହି ଏରୋଇଞ୍ଜିନ୍ ଗୁଡ଼ିକ ହାଲ୍ ର କୋରାପୁଟ ଡିଭିଜନ ଦ୍ୱାରା ନିର୍ମିତ ହେବ ଏବଂ ଦେଶର ପ୍ରତିରକ୍ଷା ପ୍ରସ୍ତୁତି ପାଇଁ ଏସ୍‌ୟୁ-୩୦ ଫ୍ଲିଟ୍ ର ପରିଚାଳନା କ୍ଷମତା ବଜାୟ ରଖିବା ପାଇଁ ଭାରତୀୟ ବାୟୁସେନାର ଆବଶ୍ୟକତା ପୂରଣ କରିବ ବୋଲି ଆଶା କରାଯାଉଛି। ଚୁକ୍ତିଭିତ୍ତିକ ହସ୍ତାନ୍ତର କାର୍ଯ୍ୟସୂଚୀ ଅନୁଯାୟୀ ହାଲ୍ ବାର୍ଷିକ ୩୦ଟି ଏରୋ ଇଞ୍ଜିନ୍ ଯୋଗାଣ କରିବ । ଆସନ୍ତା ୮ ବର୍ଷ ମଧ୍ୟରେ ସମସ୍ତ ୨୪୦ଟି ଇଞ୍ଜିନର ଯୋଗାଣ ଶେଷ ହେବ।

ଉତ୍ପାଦନ ସମୟରେ ଏମଏସଏମଇ ଏବଂ ସରକାରୀ ଓ ବେସରକାରୀ ଉଦ୍ୟୋଗଗୁଡ଼ିକୁ ସାମିଲ କରି ଦେଶର ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମର ସହାୟତା ନେବାକୁ ହାଲ୍ ଯୋଜନା କରିଛି। ହସ୍ତାନ୍ତର କାର୍ଯ୍ୟକ୍ରମ ଶେଷ ସୁଦ୍ଧା ହାଲ୍ ୫୪% ରୁ ଅଧିକ ହାରାହାରି ଲକ୍ଷ୍ୟ ହାସଲ କରିବା ଲାଗି ସ୍ୱଦେଶୀକରଣ ପରିମାଣକୁ ୬୩% ପର୍ଯ୍ୟନ୍ତ ବୃଦ୍ଧି କରିବ। ଏହା ଏରୋ-ଇଞ୍ଜିନର ମରାମତି ଏବଂ ଓଭରହୋଲ କାର୍ଯ୍ୟରେ ସ୍ୱଦେଶୀ ଉପାଦାନକୁ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଠିକାକାମକୁ ନେଇ ଗୋଷ୍ଠୀ ସଂଘର୍ଷ: ଜେଲ ଗଲେ ସରପଞ୍ଚଙ୍କ ସ୍ବାମୀ ସମେତ ଅନ୍ୟଜଣେ…

ଦିଗପହଣ୍ଡି,୧୨ା୧୧(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଠିକାକାମକୁ ନେଇ ଦୀର୍ଘଦିନ ଧରି ଭାଜପା...

ମାଁ ପଁର୍ରାପାଟ କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ: ସେମି ଫାଇନାଲରେ ପାତିକରପାଲି

ବରଗଡ଼,୧୨।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ବ୍ଲକ ଅନ୍ତର୍ଗତ ବରହାଗୋଡା ଫୁଟବଲ୍ ପଡିଆରେ ବୁଧବାର ମାଁ ପଁର୍ରାପାଟ କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ପୂର୍ବତନ ବିଧାୟକ ସାଧୁ...

ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ଖବରଦାତା ସମ୍ମିଳନୀ, ନଭେମ୍ବର ୩୦ରେ …

କେସିଙ୍ଗା,୧୨।୧୧(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସରକାରୀ ବିଦ୍ୟାପୀଠର ସଭାଗୃହରେ ଅନୁଷ୍ଠାନର ସଭାନେତ୍ରୀ ଜାଜ୍ଞସେନୀଙ୍କ...

ଜଙ୍ଗଲରେ ଚଳାଇଥିଲେ ବେଆଇନ କାରବାର, ଅତର୍କିତ ଚଢ଼ାଉ କରି ଅବକାରୀ ବିଭାଗ…

ମୋହନା, ୧୨।୧୧(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅବକାରୀ ବିଭାଗ ଅତର୍କିତ ଭାବେ ଚଢ଼ାଉ କରି ଦେଶୀ ମହୁଲି ମଦ ଓ ପୋଚ଼ ଜବତ କରିଛି।...

ଖାଇବା ଦେବାରେ ବିଳମ୍ବ ହେଲା ବୋଲି ବାପାଙ୍କ ବେକରେ ଛିଡ଼ା ହୋଇ ପଡ଼ିଲେ ପୁଅ, ଚାଲିଗଲା ଜୀବନ

କେନ୍ଦୁଝର,୧୨।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଠାକୁରପାଟଣା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଖାଇବାକୁ ନେଇ ଏକମାତ୍ର ପୁଅ...

ଭୂମିହୀନ ବୋଲି ମିଳିଥିବା ଜାଗା ଜବରଦଖଲ ଅଧୀନରେ, ଏବେ ଘର ନିର୍ମାଣକୁ ନେଇ ଦ୍ୱନ୍ଦ୍ୱରେ ଅନ୍ତୋଦୟ ହିତାଧିକାରୀ

ଖଜୁରୀପଡ଼ା,୧୨।୧୧(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଖଜୁରୀପଡ଼ା ପଞ୍ଚାୟତର ଚାରିପଡା ଗ୍ରାମରେ ରହୁଥିବା ଭୂମିହୀନ ବିଧବା ମହିଳା ଗୋଲାପ ରଣାକୁ ଆର୍ଥିକ ବର୍ଷ ୨୦୨୫-୨୬ରେ ଅନ୍ତୋଦ୍ୟାୟ...

ଫସିଗଲେ କେଶବ: ରାସ୍ତାକଡ଼ରେ ପ୍ଲାଷ୍ଟିକ୍‌ ଜାରକିନ ଧରି ବସି ବିକୁଥିଲେ…

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ପୁଟଖାଲ ଗ୍ରାମର କେଶବ ମଲ୍ଲିକଙ୍କଠାରୁ ୧୮ ଲିଟର ଦେଶୀମଦ ଜବତ କରାଯାଇଛି।...

ଭିତର ଅଞ୍ଚଳରେ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର’ ଅନୁଷ୍ଠିତ

ତୁମୁଡିବନ୍ଧ,୧୨ା୧୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଭିତର ଅଞ୍ଚଳରେ ଥିବା ଝିରିପାଣି ପଞ୍ଚାୟତ ପରିସରରେ ବୁଧବାର ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri