ଭାରତର ଦୃଢ଼ ପ୍ରତିକ୍ରିୟା: ରୁଷିଆ ତୈଳ ବାଣିଜ୍ୟ ଉପରେ ନାଟୋ ପ୍ରଧାନଙ୍କ ନିଷେଧାଜ୍ଞା ଧମକକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୧୭।୭: ଗୁରୁବାର ଭାରତ ନାଟୋ ପ୍ରଧାନ ମାର୍କ ରୁଟ୍ଟେଙ୍କ ରୁଷିଆ ସହ ତୈଳ ଓ ଗ୍ୟାସ ବାଣିଜ୍ୟ କରୁଥିବା ଦେଶମାନଙ୍କ ବିରୁଦ୍ଧରେ “୧୦୦% ଅତିରିକ୍ତ କଟକଣା” ଲଗାଇବା ଧମକକୁ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ ଦେଶର ଶକ୍ତି ଆବଶ୍ୟକତା ପୂରଣ ହିଁ ଏହାର “ପ୍ରମୁଖ ଅଗ୍ରାଧିକାର”।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଏହି ବିଷୟରେ ମନ୍ତବ୍ୟ ଦେଇ କହିଛନ୍ତି, “ଆମେ ଏହି ବିଷୟ ସମ୍ପର୍କିତ ରିପୋର୍ଟ ଦେଖିଛୁ ଏବଂ ଘଟଣାକ୍ରମକୁ ନିକଟରୁ ଅନୁସରଣ କରୁଛୁ। ଆମ ଜନସାଧାରଣଙ୍କ ଶକ୍ତି ଆବଶ୍ୟକତା ପୂରଣ ଆମ ପାଇଁ ଅଗ୍ରାଧିକାର। ଏଥିପାଇଁ ଆମେ ବଜାରରେ ଉପଲବ୍ଧ ସମ୍ଭାବନା ଓ ବିଶ୍ୱ ପରିସ୍ଥିତି ଅନୁଯାୟୀ ନିଷ୍ପତ୍ତି ନେଉଛୁ। ଏହି ବିଷୟରେ ଦ୍ୱିମୁଖୀ ନୀତି ଗ୍ରହଣ ନକରିବା ପାଇଁ ଆମେ ସତର୍କ କରୁଛୁ।”

ଜୟସୱାଲଙ୍କ ଏହି ଦୃଢ଼ ପ୍ରତିକ୍ରିୟା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ବୟାନ ପରେ ଆସିଛି। ପୁରୀ ରୁଟ୍ଟେଙ୍କ ଧମକକୁ ଗୁରୁତ୍ୱ ନ ଦେଇ କହିଛନ୍ତି ଯେ ଭାରତ ଗୁୟାନା ଏବଂ ବ୍ରାଜିଲ ଓ କାନାଡା ଭଳି ବର୍ତ୍ତମାନର ଉତ୍ପାଦକ ଦେଶମାନଙ୍କଠାରୁ ତୈଳ ଯୋଗାଣକୁ ବିବିଧୀକରଣ କରିପାରିବ।

ଏହା ପୂର୍ବରୁ ଚଳିତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ରୁଷିଆ ତୈଳ କିଣୁଥିବା ଦେଶମାନଙ୍କୁ ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ ଯଦି ମସ୍କୋ ୫୦ ଦିନ ମଧ୍ୟରେ ଇଉକ୍ରେନ ସହ ଶାନ୍ତି ଚୁକ୍ତିରେ ପହଞ୍ଚି ନ ପାରେ, ତେବେ ଏହି ଦେଶଗୁଡ଼ିକୁ ୧୦୦% ଅତିରିକ୍ତ କଟକଣାର ସାମ୍ନା କରିବାକୁ ପଡ଼ିପାରେ।

ବୁଧବାର ନାଟୋ ମହାସଚିବ ମାର୍କ ରୁଟ୍ଟେ ଆମେରିକାର ସିନେଟରମାନଙ୍କ ସହ ବୈଠକ ପରେ ବ୍ରାଜିଲ, ଚୀନ ଓ ଭାରତକୁ କଡ଼ା ଚେତାବନୀ ଦେଇଥିଲେ। ସେ କହିଥିଲେ, “ଯଦି ଆପଣ ଚାଇନାର ରାଷ୍ଟ୍ରପତି, ଭାରତର ପ୍ରଧାନମନ୍ତ୍ରୀ କିମ୍ବା ବ୍ରାଜିଲର ରାଷ୍ଟ୍ରପତି ହୋଇ ରୁଷିଆ ସହ ବାଣିଜ୍ୟ ଜାରି ରଖନ୍ତି ଏବଂ ସେମାନଙ୍କ ତୈଳ ଓ ଗ୍ୟାସ କିଣନ୍ତି, ତେବେ ଜାଣି ରଖନ୍ତୁ: ଯଦି ମସ୍କୋର ନେତା ଶାନ୍ତି ଆଲୋଚନାକୁ ଗୁରୁତ୍ୱ ନ ଦିଅନ୍ତି, ତେବେ ମୁଁ ୧୦୦% ଅତିରିକ୍ତ କଟକଣା ଲାଗୁ କରିବି।”

ରୁଟ୍ଟେ ଏହି ତିନି ଦେଶର ନେତାମାନଙ୍କୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସିଧାସଳଖ ଫୋନ କରି ଶାନ୍ତି ଆଲୋଚନା ପାଇଁ ଗୁରୁତ୍ୱ ଦେବାକୁ ଅନୁରୋଧ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “ଦୟାକରି ପୁଟିନଙ୍କୁ ଫୋନ କରନ୍ତୁ ଏବଂ ତାଙ୍କୁ କୁହନ୍ତୁ ଯେ ସେ ଶାନ୍ତି ଆଲୋଚନାକୁ ଗୁରୁତ୍ୱ ଦିଅନ୍ତୁ, ନଚେତ୍ ଏହା ଭାରତ, ଚାଇନା ଓ ବ୍ରାଜିଲ ଉପରେ ବଡ଼ ପ୍ରଭାବ ପକାଇବ।”


Enter your email to get our daily news in your inbox.

All Right Reserved By Dharitri.Com

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri