ସହାୟତାର ହାତ ବଢ଼ାଇଲା ଶତ୍ରୁ…

ଜେରୁଜେଲମ୍‌୍‌,୧୯।୬: କରୋନା ସଙ୍କଟରେ ଭେଦଭାବ ଭୁଲି ଜଣେ ଶତ୍ରୁ  ଅନ୍ୟ ଜଣଙ୍କୁ ସହାୟତାର ହାତ ବଢ଼ାଇଛି। ପାଲେଷ୍ଟାଇନ୍‌ ଏବଂ ଇସ୍ରାଏଲ୍‌ ମଧ୍ୟରେ ଦୀର୍ଘଦିନ ଧରି ଲଢ଼େଇ ଜାରି ରହିଛି। ତେବେ ଏବେ କରୋନା ମହାମାରୀ ସଂକ୍ରମଣ ସମୟରେ ପାଲେଷ୍ଟାଇନ୍‌କୁ ୧୪ ଲକ୍ଷ ଫାଇଜର ଭାକ୍ସିନ୍‌ ପଠାଇବାକୁ ଘୋଷଣା କରିଛି। ଏସବୁ ଭାକ୍ସିନ୍‌ କିଛି ଦିନ ପରେ ଏକ୍ସପାୟର ହୋଇଯିବ। ତେଣୁ ଏହାକୁ ନଷ୍ଟ ନ କରି ପଡୋଶୀ ପାଲେଷ୍ଟାଇନ୍‌ ଦେବା ପାଇଁ ଇସ୍ରାଏଲ୍‌ର ନୂଆ ସରକାର କହିଛନ୍ତି। ଇତିମଧ୍ୟରେ ଇସ୍ରାଏଲ୍‌ର ୮୦ ପ୍ରତିଶତ ଜନସଂଖ୍ୟାଙ୍କର ଟିକାଦାନ ଶେଷ ହୋଇଛି। ତେଣୁ ନୂଆ ସରକାର ପାଲେଷ୍ଟାଇନ୍‌ ପ୍ରତି ଉଦାର ମନୋଭାବ ପୋଷଣ କରିଛନ୍ତି। ୧୯୪୮ ରେ ଇଂରେଜମାନେ ପାଲେଷ୍ଟାଇନ୍‌ର ଦୁଇଭାଗ କରି ଦେଇଥିଲେ। ଏହାର ୫୫ ପ୍ରତିଶତ ପାଲେଷ୍ଟାଇନ୍‌କୁ ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ୪୫ ପ୍ରତିଶତ ଭୂଭାଗ ଇସ୍ରାଏଲ୍‌ ପାଖରେ ରହିଥିଲା। ୧୯୪୮ ମେ’ ୧୪ରେ ଇସ୍ରାଏଲ୍‌ ନିଜକୁ ଏକ ସ୍ବାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ତେବେ ଉଭୟ ଦେଶ ଜେରୁଜଲମ୍‌କୁ ନିଜର ରାଜଧାନୀ କରିବାକୁ ଚାହୁଁ ଥିବାରୁ ବିବାଦ ଲାଗି ରହିଥିଲା। ୧୯୫୬, ୧୯୬୭, ୧୯୭୩, ୧୯୮୨ରେ ଦୁଇଦେଶ ମଧ୍ୟରେ ଯୁଦ୍ଧ ହୋଇଛି। ଫଳରେ ପାଲେଷ୍ଟାଇନ୍‌ର ଭୂଭାଗ ୫୫ ପ୍ରତିଶତରୁ ୪୮ ପ୍ରତିଶତ ପରେ ୨୨ ଏବଂ ଏହାପରେ ୧୨ ପ୍ରତିଶତରେ ପହଞ୍ଚିଛି। ତେବେ ଜେରୁଜେଲମ୍‌କୁ ବାଦ୍‌ ଦେଇ ଇସ୍ରାଏଲ୍‌ ପାଲେଷ୍ଟାଇନ୍‌ର ୮୦ ପ୍ରତିଶତ ଜମି ଅଧିକାର କରିସାରିଛି। ପାଲେଷ୍ଟାଇନ୍‌ ପାଖରେ ଏବେ ଗାଜା ଏବଂ ଓ୍ବେଷ୍ଟ ବ୍ୟାଙ୍କ୍‌ ଅଞ୍ଚଳ ରହିଛି। ମାତ୍ର ଜମି ବିବାଦକୁ ଭୁଲି ଏବେ ଇସ୍ରାଏଲ୍‌ ପାଲେଷ୍ଟାଇନ୍‌ ପ୍ରତି ସହଯୋଗର ହାତ ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇଡେନ୍‌ଙ୍କୁ ନେଇ ଟିପ୍ପଣି ଦେଲା ଚାଇନା

ବେଜିଂ,୨୩ ।୧୧: ବାଇଡେନ୍ ଜଣେ ଦୁର୍ବଳ ରାଷ୍ଟ୍ରପତି । ତେଣୁ ଭବିଷ୍ୟତରେ ଆମେରିକା-ଚାଇନା ମଧ୍ୟରେ ସମ୍ପର୍କ ଭଲ ରହିବ ନାହିଁ ବୋଲି କହିଛି ଚାଇନା ।...

ନ୍ୟୁଜିଲାଣ୍ଡ ୨ପ୍ରଧାନମନ୍ତ୍ରୀଙ୍କୁ ଖବରଦାତାଙ୍କ ଅଜବ ପ୍ରଶ୍ନ

ଓ୍ବେଲିଂଟନ୍‌: ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମାରିନ (୩୭) ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରି ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ (୪୨)ଙ୍କୁ ଭେଟିଛନ୍ତି। ଏ ନେଇ...

ଉତ୍ତର ପ୍ରଦେଶ, କର୍ନାଟକ, ମୁମ୍ବାଇରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୩ ।୧୨: ଚାଇନାରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏବେ ଭାରତକୁ ଏହାର ଭୟ ଫେରିଛି । ଚାଇନାରେ ଓମିକ୍ରନର ସବ ଭାରିଏଣ୍ଟ ବିଏଫ.୭...

ଅକ୍ସିଜେନ୍‌ ଯୋଗାଣରେ ବାଧା ଦେଲେ ଦିଆଯିବ ଲଟକାଇ : ହାଇକୋର୍ଟ…

ନୂଆଦିଲ୍ଲୀ,୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ପ୍ରତିଦିନ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ...

ଆଜି ଖୋଲିଲା ୧୫୦ ବିଶ୍ୱବିଦ୍ୟାଳୟ

କାବୁଲ,୨ା୨: ଆଫଗାନିସ୍ତାନର ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, ଦେଶର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ବୁଧବାର (ଫେବୃୟାରୀ ୨)ରେ ଖୋଲିଛି। ଆଫଗାନିସ୍ତାନରେ ମିଳିତ ଜାତିସଂଘର ସହାୟତା ମିଶନ (ୟୁନାମା)...

ଆମେରିକାକୁ ଘାରିଛି ଚାଇନାର ଆମ୍ଫିବିୟସ୍‌ ବିମାନ ଚିନ୍ତା…

ଓ୍ବାଶିଂଟନ, ୧୩।୨ : ଆମ୍ଫିବିଆସ ବିମାନ ନିର୍ମାଣ କରିଛି ଚାଇନା। ଏହାକୁ ନେଇ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି। ଚାଇନାରୁ ଏକ ଭିଡିଓ ରିଲିଜ ହୋଇଛି...

ମେ’ ଶେଷ ସପ୍ତାହରେ ଜେଇଇ ମେନ୍‌

ଭୁବନେଶ୍ୱର,୧।୪(ବ୍ୟୁରୋ): ଆସନ୍ତା ଏପ୍ରିଲ ୫,୭ ଓ ୧୧ରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍‌କୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ମେ’ ଶେଷ ସପ୍ତାହରେ ଜେଇଇ...

ଅଗଷ୍ଟ ୨ ଯାଏ ଅତାବିରା ଶଟଡାଉନ୍‌

ସରଣ୍ଡା,୨୭।୭( ଡି.ଏନ୍‌.ଏ.): ବରଗଡ ଜିଲାରେ କରୋନା ହୁ ହୁ ହୋଇ ବଢ଼ିଚାଲିଛି। ଅତାବିରାରେ ଗୋଷ୍ଟି ସଂକ୍ରମଣ ଦିଗକୁ ଆଗଉ ଥିବାବେଳେ ସୋମବାର ୨୧ ଜଣଙ୍କ ରିପୋର୍ଟ...

Advertisement
Archives

Model This Week