ସହାୟତାର ହାତ ବଢ଼ାଇଲା ଶତ୍ରୁ…

ଜେରୁଜେଲମ୍‌୍‌,୧୯।୬: କରୋନା ସଙ୍କଟରେ ଭେଦଭାବ ଭୁଲି ଜଣେ ଶତ୍ରୁ  ଅନ୍ୟ ଜଣଙ୍କୁ ସହାୟତାର ହାତ ବଢ଼ାଇଛି। ପାଲେଷ୍ଟାଇନ୍‌ ଏବଂ ଇସ୍ରାଏଲ୍‌ ମଧ୍ୟରେ ଦୀର୍ଘଦିନ ଧରି ଲଢ଼େଇ ଜାରି ରହିଛି। ତେବେ ଏବେ କରୋନା ମହାମାରୀ ସଂକ୍ରମଣ ସମୟରେ ପାଲେଷ୍ଟାଇନ୍‌କୁ ୧୪ ଲକ୍ଷ ଫାଇଜର ଭାକ୍ସିନ୍‌ ପଠାଇବାକୁ ଘୋଷଣା କରିଛି। ଏସବୁ ଭାକ୍ସିନ୍‌ କିଛି ଦିନ ପରେ ଏକ୍ସପାୟର ହୋଇଯିବ। ତେଣୁ ଏହାକୁ ନଷ୍ଟ ନ କରି ପଡୋଶୀ ପାଲେଷ୍ଟାଇନ୍‌ ଦେବା ପାଇଁ ଇସ୍ରାଏଲ୍‌ର ନୂଆ ସରକାର କହିଛନ୍ତି। ଇତିମଧ୍ୟରେ ଇସ୍ରାଏଲ୍‌ର ୮୦ ପ୍ରତିଶତ ଜନସଂଖ୍ୟାଙ୍କର ଟିକାଦାନ ଶେଷ ହୋଇଛି। ତେଣୁ ନୂଆ ସରକାର ପାଲେଷ୍ଟାଇନ୍‌ ପ୍ରତି ଉଦାର ମନୋଭାବ ପୋଷଣ କରିଛନ୍ତି। ୧୯୪୮ ରେ ଇଂରେଜମାନେ ପାଲେଷ୍ଟାଇନ୍‌ର ଦୁଇଭାଗ କରି ଦେଇଥିଲେ। ଏହାର ୫୫ ପ୍ରତିଶତ ପାଲେଷ୍ଟାଇନ୍‌କୁ ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ୪୫ ପ୍ରତିଶତ ଭୂଭାଗ ଇସ୍ରାଏଲ୍‌ ପାଖରେ ରହିଥିଲା। ୧୯୪୮ ମେ’ ୧୪ରେ ଇସ୍ରାଏଲ୍‌ ନିଜକୁ ଏକ ସ୍ବାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ତେବେ ଉଭୟ ଦେଶ ଜେରୁଜଲମ୍‌କୁ ନିଜର ରାଜଧାନୀ କରିବାକୁ ଚାହୁଁ ଥିବାରୁ ବିବାଦ ଲାଗି ରହିଥିଲା। ୧୯୫୬, ୧୯୬୭, ୧୯୭୩, ୧୯୮୨ରେ ଦୁଇଦେଶ ମଧ୍ୟରେ ଯୁଦ୍ଧ ହୋଇଛି। ଫଳରେ ପାଲେଷ୍ଟାଇନ୍‌ର ଭୂଭାଗ ୫୫ ପ୍ରତିଶତରୁ ୪୮ ପ୍ରତିଶତ ପରେ ୨୨ ଏବଂ ଏହାପରେ ୧୨ ପ୍ରତିଶତରେ ପହଞ୍ଚିଛି। ତେବେ ଜେରୁଜେଲମ୍‌କୁ ବାଦ୍‌ ଦେଇ ଇସ୍ରାଏଲ୍‌ ପାଲେଷ୍ଟାଇନ୍‌ର ୮୦ ପ୍ରତିଶତ ଜମି ଅଧିକାର କରିସାରିଛି। ପାଲେଷ୍ଟାଇନ୍‌ ପାଖରେ ଏବେ ଗାଜା ଏବଂ ଓ୍ବେଷ୍ଟ ବ୍ୟାଙ୍କ୍‌ ଅଞ୍ଚଳ ରହିଛି। ମାତ୍ର ଜମି ବିବାଦକୁ ଭୁଲି ଏବେ ଇସ୍ରାଏଲ୍‌ ପାଲେଷ୍ଟାଇନ୍‌ ପ୍ରତି ସହଯୋଗର ହାତ ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri