Posted inଜାତୀୟ

ଦେଶରୁ ଶେଷ ହେଉଛି ବଂଶବାଦ ରାଜନୀତି: ମୋଦି

ପୁଡୁଚେରୀ,୨୫।୨: ଦେଶରୁ କଂଗ୍ରେସର ସାମନ୍ତବାଦୀ, ବଂଶବାଦ ତଥା ସଂରକ୍ଷଣ ରାଜନୀତି ଶେଷ ହେବାରେ ଲାଗିଛି। ସମ୍ପ୍ରତି ଇତିହାସରେ ପ୍ରଥମଥର ପାଇଁ ଲୋକ ସଭାରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ଶହେରୁ କମ୍‌ ରହିଛି। କଂଗ୍ରେସକୁ ଦେଶବାସୀ ପ୍ରତ୍ୟାଖାନ କରିଛନ୍ତି। ଧୀରେଧୀରେ ବିଭିନ୍ନ ରାଜ୍ୟରେ କଂଗ୍ରେସ ସରକାରଙ୍କ ପତନ ଘଟି ଚାଲିଛି। ଏବେ ଲୋକେ ବିକାଶକୁ ଗୁରୁତ୍ୱ ଦେଉଛନ୍ତି। ଆଗାମୀ ଦିନରେ ଦେଶରେ କୃଷକଙ୍କ ଆର୍ଥିକ ବିକାଶ ଲାଗି ଗ୍ରାମୀଣ ଏବଂ ଉପକୂଳ କ୍ଷେତ୍ରରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି କରାଯିବ। ଏହା ଦ୍ୱାରା କୃଷକ ନିଜ ଉତ୍ପାଦକୁ ସହଜରେ ବଜାରରେ ପହଞ୍ଚାଇପାରିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଡୁଚେରୀର ଜବାହରଲାଲ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ପୋଷ୍ଟଗ୍ରାଜୁଏଟ୍‌ ମେଡ଼ିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଦେଶରେ ସ୍ବାସ୍ଥ୍ୟ ସେବାର ବିକାଶ ଜାରି ରହିଛି। ପ୍ରତିଟି ଲୋକଙ୍କ ପାଖରେ ଆବଶ୍ୟକ ସ୍ବାସ୍ଥ୍ୟ ସେବା ସୁବିଧା ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସ୍ବାସ୍ଥ୍ୟରେ ନିବେଶର ବହୁ ସୁଯୋଗ ସୃଷ୍ଟି ହୋଇଛି। ଏହାଯୋଗୁ ଭବିଷ୍ୟତରେ ହେଲଥ୍‌ କେୟାର ସେକ୍ଟର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିବାର ସମ୍ଭାବନା ଉଜ୍ୱଳ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚେତାବନୀ ଦେଲେ କୃଷକ ନେତା: ଘରୁ କୁକୁର ବି ବାହାରକୁ ଯିବା ପାଇଁ ଦେବୁ ନାହିଁ

ଚଣ୍ଡିଗଡ,୧।୧୦:କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ସରକାର ଏବଂ କୃଷକ ସଂଗଠନ ପୁଣି ସାମ୍ନା-ସାମ୍ନି ହୋଇଛନ୍ତି। ଧାନ କିଣାକୁ ନେଇ ପଞ୍ଜାବ ଏବଂ...

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୨୯ ।୧୧: କରୋନା ମହାମାରୀ ମଧ୍ୟରେ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳିନ ଅଧିବେଶନ । କେନ୍ଦ୍ର ସରକାର ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେବା...

ଭାରାକ୍ରାନ୍ତ ମନ ନେଇ ମନାଲି ଫେରିଲେ କଙ୍ଗନା

ମୁମ୍ବାଇ,୧୪ ।୯: ବଲିଉଡ୍‌ର ଚର୍ଚ୍ଚିତ ନାୟିକା କଙ୍ଗନା ରାନାୱତ ସୋମବାର ନିଜ ହୋମ ଟାଉନ ମନାଲି ଫେରିଛନ୍ତି । ସେପ୍ଟେମ୍ବର ୯ରେ ସେ ମୁମ୍ବାଇ ଗସ୍ତ...

ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ଘଟଣାରେ ଫିଲ୍ମ ନିର୍ଦ୍ଦେଶକଙ୍କୁ ସମନ ଜାରି କଲା ବାନ୍ଦ୍ରା ପୋଲିସ

ମୁମ୍ବାଇ,୨।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ, ସମ୍ପର୍କୀୟ ଓ ପ୍ରଶଂସକ ଏହାକୁ ଗ୍ରହଣ...

ଭଲ ସଡ଼କ ଦାବିରେ ଧାରଣା, ୧୫ କିମି ରାସ୍ତା ଜାମ୍‌ …

ରୋହତକ,୨୦।୯: ଭଲ ସଡ଼କ ଦାବିରେ ଦିଲ୍ଲୀର ରୋହତକରେ ଲୋକଙ୍କ ପ୍ରଦର୍ଶନ ଯୋଗୁ ୧୫ କିଲୋମିଟର ରାସ୍ତା ଜାମ୍‌ ହୋଇଛିି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କଠାରୁ ରାସ୍ତାରେ ସୁଧାର...

୯ଟି ଷ୍ଟାଡିୟମରେ ଅସ୍ଥାୟୀ ଜେଲ ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ,୨୭।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ଚାଷୀମାନେ ଦିଲ୍ଲୀ ଚାଲୋ ଅଭିଯାନ ଆରମ୍ଭ କରିଛନ୍ତି। ପଞ୍ଜାବ ଠାରୁ ଆରମ୍ଭ କରି କେରଳ...

କରୋନା ନେଲାଣି ୧୯୬ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ, ୯ା୮: ମହାମାରୀ କରୋନା ଉଗ୍ର ରୂପ ଧାରଣ କରିଥିବାବେଳେ ଦେଶରେ କରୋନା ଯୋଦ୍ଧା ସାଜି ରୋଗୀସେବା କରୁଥିବା ଡାକ୍ତରଙ୍କ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ରୋଗୀଙ୍କୁ...

ଟ୍ରେନ୍‌ ଟିକେଟରେ ବରିଷ୍ଠ ନାଗରିକଙ୍କୁ ଦିଆଯାଇଥିବା ରିହାତି ଏବେ ହେବନି ଲାଗୁ

ନୂଆଦିଲ୍ଲୀ,୧୪।୧୨: ଟ୍ରେନ୍‌ ଟିକେଟରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ରିହାତି ଉଠାଇ ଦେବାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ସମ୍ମୁଖୀନ ହେଉଥିବା ସତ୍ତ୍ୱେ ରେଳ ବିଭାଗ ଏହି...

Advertisement
Archives

Model This Week