ବିଲୁପ୍ତପ୍ରାୟ ହାତୀବଂଶ

ତା୧୪ା୩ା୨୦୨୩ ରିଖରେ ଓଡ଼ିଶା ବିଧାନସଭା ପ୍ରଶ୍ନୋତ୍ତର କାଳରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, ଗତ ଦଶ ବର୍ଷରେ ବିବିଧ କାରଣ ଯଥା ଶିକାରୀଙ୍କ ଗୁଳିଚୋଟ, ରେଳ ଲାଇନରେ ଦୁର୍ଘଟଣା ଓ ଇଲେକ୍ଟ୍ରି ତାର ଲାଗି ୭୮୪ ହାତୀ ମରିଛନ୍ତି ଓ ହାତୀ-ମଣିଷ ସଂଘର୍ଷରେ ୯୨୫ ମଣିଷଙ୍କର ମୃତ୍ୟୁ ହୋଇଛି। ଏଥିରୁ ଯାହା ପ୍ରତୀୟମାନ ହୁଏ ହାତୀବଂଶ ଧୀରେ ଧୀରେ ଲୋପ ପାଇଯିବ। ଆମ ପରପିଢ଼ିର ପିଲାମାନେ ପାଠ ବହିରେ ହାତୀ ଛବି ଦେଖି ଜାଣିବେ ଯେ ଏପରି ଏକ ବୃହତ୍‌କାୟ ପ୍ରାଣୀ ଥିଲା। ସେ ମଧ୍ୟ ଆମ ମହାନ୍‌ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ। ଗଜପତି ମହାରାଜା ଶ୍ରୀନଅରରୁ ଗଜାରୂଢ଼ ହୋଇ ପୃଥିବୀ ପ୍ରସିଦ୍ଧ ରଥଯାତ୍ରାରେ ରଥ ଉପରେ ଛେରାପହଁରା କରିବାକୁ ଆସନ୍ତି। କ୍ରମଶଃ ସମୟର ପ୍ରଭାବରେ ଗଜପତି ‘ତାମଜାନି’ରେ ବସି ଶ୍ରୀନଅରରୁ ବିଜେ ହେଉଛନ୍ତି ଓ ପବିତ୍ର ଛେରାପହଁରା ସମ୍ପନ୍ନ କରି ଫେରୁଛନ୍ତି। ଗଜପତି ଅଛନ୍ତି, ମାତ୍ର ଗଜ ନାହିଁ। ଏହା ହିଁ ଦୁଃଖଦ ଓ ବିଡମ୍ବନା।
ହାତୀଟିଏ ଖାଦ୍ୟ, ପାନୀୟ ଓ ବାସସ୍ଥଳୀ ଅଭାବରୁ ବାଧ୍ୟ ହୋଇ ସହର ଓ ଜନବସତିମୁହଁା ହେଉଛି ା କହିବା ବାହୁଲ୍ୟ ଯେ ହାତୀ ଏକ ବିଶାଳକାୟ ପ୍ରାଣୀ। ଜନବସତିମୁହଁା ହେବାରୁ ମୃତ୍ୟୁ ତା’ ପାଇଁ ଅନିବାର୍ଯ୍ୟ ହୋଇଯାଉଛି। ଏଇଠି ସୃଷ୍ଟି ହେଉଛି ହାତୀ-ମଣିଷ ଲଢ଼େଇ ଓ ମଣିଷ ହିଁ ପ୍ରାଣ ହରାଉଛି। ମନ୍ତ୍ରୀ କହିଥିଲେ, ୨୦୧୨-୧୩ରେ ୮୨ ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୦୧୩-୧୪ରେ ୭୦, ୨୦୧୪-୧୫ରେ ୫୪, ୨୦୧୫-୧୬ରେ ୮୬, ୨୦୧୬-୧୭ରେ ୭୬, ୨୦୧୭-୧୮ରେ ୭୮, ୨୦୧୮-୧୯ରେ ୯୩, ୨୦୧୯-୨୦ରେ ୮୨, ୨୦୨୦-୨୧ରେ ୭୭ ଏବଂ ୨୦୨୧-୨୨ରେ ୮୬ ହାତୀଙ୍କର ମୃତ୍ୟୁ ହୋଇଛି। ସେହିପରି ୨୦୧୨-୧୩ରେ ହାତୀ ଆକ୍ରମଣ ହେତୁ ୮୦ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୨୦୧୩-୧୪ରେ ୬୬, ୨୦୧୪-୧୫ରେ ୬୫, ୨୦୧୫-୧୬ରେ ୮୯, ୨୦୧୬-୧୭ରେ ୬୬, ୨୦୧୭-୧୮ରେ ୧୦୫, ୨୦୧୮-୧୯ରେ ୮୫, ୨୦୧୯-୨୦ରେ ୧୧୭, ୨୦୨୦-୨୧ରେ ୧୩୯ ଓ ୨୦୨୧-୨୨ରେ ୧୧୨ ଜଣ ମୃତ୍ୟୁବରଣ କରିଛନ୍ତି। ଏହି ସମୟରେ ହାତୀ ଆକ୍ରମଣରେ ମୋଟ ୨୧୨ ଜଣ ମଣିଷ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହୋଇଛନ୍ତି। ୨୦୨୧-୨୨ରେ ସର୍ବାଧିକ ୫୧ ଜଣ ଅକର୍ମଣ୍ୟ ହୋଇଛନ୍ତି। ହାତୀ ମୃତ୍ୟୁ ମାମଲାରେ ୫୦ ଜଣ ବ୍ୟକ୍ତିଙ୍କର ସମ୍ପୃକ୍ତି ନେଇ ମାମଲା ଓ ଚାର୍ଜଶିଟ ହୋଇଥିବା ମନ୍ତ୍ରୀ କହିଛନ୍ତି।
୨୦୧୭ ହସ୍ତିଗଣନା ଅନୁସାରେ ରାଜ୍ୟରେ ୧୯୭୬ ହାତୀ ଅଛନ୍ତି। ହାତୀ ସୁରକ୍ଷା ନିମନ୍ତେ ଜଙ୍ଗଲରେ ବୃକ୍ଷରୋପଣଠାରୁ ଆରମ୍ଭ କରି ଚାରଣଭୂମି ସୃଷ୍ଟି, ଜଳାଶୟ ଖନନ, ଶିକାରୀ ବିରୋଧ ଶିବିର କରିବା, ବୈଜ୍ଞାନିକ ଜ୍ଞାନକୌଶଳ ଦ୍ୱାରା ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଥିବା ବିଷୟ ମନ୍ତ୍ରୀ ଅମାତ କହିଛନ୍ତି। ସେ ମଧ୍ୟ କହିଛନ୍ତି, ବିଷ ପ୍ରୟୋଗ କରି ରାଉରକେଲା ଅଞ୍ଚଳରେ ଗୋଟିଏ ହାତୀକୁ ମରାଯାଇଛି। ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁବରଣ କରିଥିବାବେଳେ ୩୫ ହାତୀଙ୍କୁ ବିଭିନ୍ନ ଉପାୟରେ ମାରିଦିଆଯାଇଛି। ରେଳ ଦୁର୍ଘଟଣାରେ ୧୭ ଓ ସଡକ ଦୁର୍ଘଟଣାରେ ୪ହାତୀଙ୍କ ଜୀବନ ଯାଇଛି। ବିଭିନ୍ନ ରୋଗ ହେତୁ ଆନ୍ଥ୍ରାକ୍ସରେ ୨୪, ହରପିସ୍‌ରେ ୧୦ ହାତୀ ମରିଛନ୍ତି। ସେହିପରି ଅନ୍ୟାନ୍ୟ ବ୍ୟାଧିରେ ୧୨୪ ହାତୀଙ୍କ ପ୍ରାଣ ଯାଇଛି। ଏହା ବ୍ୟତୀତ ୩୬ ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ।
ଭବିଷ୍ୟତରେ ଆମ ପରପିଢ଼ି ଅଝଟିଆ ପିଲାମାନେ କେବଳ ମାଆ କୋଳରେ ଥାଇ ହାତୀକୁ ନେଇ ଗୀତ ଶୁଣି ଶୁଣି ଶୋଇପଡିବେ।
ସୁତରାଂ ଗଜରାଜଙ୍କ ସୁରକ୍ଷିତ ଜୀବନ ଆଜି ଆମ ଚିନ୍ତା ଓ ଚେତନାକୁ ସ୍ପନ୍ଦିତ କରୁ ଏତିକି ପ୍ରାର୍ଥନା। ଗଜରାଜ ବଞ୍ଚି ରହୁ। ସୁତରାଂ ଆଜିର ବିପଥଗାମୀ ମଣିଷ ନିଜକୁ ସଂଶୋଧନ କଲେ ଗଜରାଜ ଅକ୍ଷୁଣ୍ଣ ରହିବ- ଏତିକି ଆମର ଅନୁଚିନ୍ତା ହେଉ।

 

– ବିମଳ ପ୍ରସନ୍ନ ଦାସ
ମୋ : ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri