Posted inଫୁରସତ

ବିଲୁପ୍ତି ପଥେ ଡାଇଭିଂ ବାର୍ଡ

ଓ୍ବାଶିଂଟନ୍‌: ଜଳବାୟୁ ପରିବର୍ତ୍ତନ ପ୍ରତ୍ୟେକ ଜୀବକୁ ପ୍ରଭାବିତ କରିଛି। ଏପରି ଅନେକ ପ୍ରଜାତିର ଜୀବ ରହିଛନ୍ତି, ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ବଞ୍ଚିବାର ସାହାରା ଖୋଜି ପାଇଛନ୍ତି। ଆଉ କିଛିଜୀବଙ୍କ ପାଖରେ ଏହାର ମୁକାବିଲା ପାଇଁ କୌଣସି ବାଟ ନାହିଁ। ବର୍ତ୍ତମାନ ସମୟରେ ଏହି ସ୍ଥିତି ଦେଇ ଗତି କରୁଛନ୍ତି ଜଳପକ୍ଷୀ। ପେଙ୍ଗୁଇନ୍‌, ପଫିନ୍ସ ଏବଂ ପାଣିକୁଆ ଭଳି ପକ୍ଷୀ ଏବେ ବିଲୁପ୍ତ ହେବାକୁ ବସିଛନ୍ତି। ସ୍ଥଳଭାଗରେ ଗଛରୁ ଗଛକୁ ଉଡ଼ି ଖାଦ୍ୟ ସଂଗ୍ରହ କରୁଥିବା ପକ୍ଷୀଙ୍କ ତୁଳନାରେ ଗଭୀର ଜଳରେ ପହଁରି ଖାଦ୍ୟ ସଂଗ୍ରହ କରୁଥିବା ପକ୍ଷୀଙ୍କ ଜୀବନ ଅଧିକ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଆମେରିକାର ବାଥ୍‌ ୟୁନିଭର୍ସିଟି ମିଲନର ସେଣ୍ଟର ଫର୍‌ ଇଭୋଲ୍ୟୁଶନ୍‌ର ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ପ୍ରଜାତିର ପକ୍ଷୀ ଖାଦ୍ୟ ଅନ୍ବେଷଣରେ ଡାଇଭିଂ ବା ଗଭୀର ଜଳରେ ପହଁରି ଶିକାର କରନ୍ତି। ତେବେ ଏପ୍ରକାର ଜଳପକ୍ଷୀଙ୍କ ପାଇଁ ଡାଇଭିଂ କାଳ ସାଜିଥିବା ଇଭୋଲ୍ୟୁଶନ୍‌ ବୈଜ୍ଞାନିକ ଜୋଶୁଆ ଟାଇଲର ଏବଂ ଡା. ଜେନ୍‌ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଗବେଷକଙ୍କ ଅନୁସାରେ ଡାଇଭିଂ କରୁଥିବା ପ୍ରତ୍ୟେକ ପକ୍ଷୀଙ୍କ ପହଁରିବା ପ୍ରଣାଳୀ ସେମାନଙ୍କ ଶରୀର ଗଠନ ଉପରେ ନିର୍ଭରକରେ। ପେଙ୍ଗୁଇନ୍‌ ଓ ପଫିନ୍ସ ହେଉଛନ୍ତି ଓ୍ବିଙ୍ଗ୍‌ ଡାଇଭର୍ସ। ପାଣି ଭିତରେ ଖାଦ୍ୟର ସନ୍ଧାନବେଳେ ସେମାନେ ଡେଣା ସାହାଯ୍ୟରେ ଆଗକୁ ବଢ଼ିଥାନ୍ତି। ସେମାନଙ୍କର ଶରୀର ଅନ୍ୟ ପକ୍ଷୀଙ୍କ ଅନୁସାରେ ବଡ଼ ହୋଇଥାଏ। ସେହିପରି ଜଳକୁଆ ଡାଇଭିଂ ପାଇଁ ସେମାନଙ୍କ ଗୋଡ଼କୁ ବ୍ୟବହାର କରନ୍ତି। ପାଖପାଖି ୭୨୭ ପ୍ରକାର ପ୍ରଜାତିର ଜଳପକ୍ଷୀ ଏହି ପ୍ରଣାଳୀକୁ ବ୍ୟବହାର କରି ଜଳରୁ ଖାଦ୍ୟ ସଂଗ୍ରହ କରନ୍ତି। ଗବେଷଣାରେ ବ୍ୟବହାର କରାଯାଇଥିବା ପଦ୍ଧତି ଜରିଆରେ ଜୀବ ସଂରକ୍ଷଣକାରୀ ଗବେଷକମାନେ ବିଲୁପ୍ତପ୍ରାୟ ପକ୍ଷୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିପାରିବେ। ଉଭୟ ଜଳପକ୍ଷୀ ଏବଂ ସ୍ଥଳଭାଗରେ ରହୁଥିବା ବିହଙ୍ଗଙ୍କ ଗୁଣସୂତ୍ର ପ୍ରାୟତଃ ସମାନ। କିନ୍ତୁ ସେମାନଙ୍କ ଶାରୀରିକ ଗଠନ ପ୍ରଣାଳୀ ପରସ୍ପରଠାରୁ ଭିନ୍ନ ହୋଇଥାଏ। ପେଙ୍ଗୁଇନ୍‌ ଯେଉଁ ବେଗରେ ଜଳ ମଧ୍ୟରେ ପହଁରେ ସେହି ସ୍ପିଡ୍‌୍‌ରେ ପହଞ୍ଚିବା ସ୍ଥଳଭାଗରେ ରହୁଥିବା ପକ୍ଷୀଙ୍କ ପାଇଁ ସମ୍ଭବପର ହୋଇ ନ ଥିଲେ ମଧ୍ୟ ସେମାନେ ଜଳ ମଧ୍ୟରେ ଖାଦ୍ୟର ଅନ୍ବେଷଣ କରିପାରିବେ। କିନ୍ତୁ ଜଳପକ୍ଷୀମାନେ ସ୍ଥଳଭାଗରୁ ଆବଶ୍ୟକ ଅନୁସାରେ ଶିକାର କରିପାରିବେ ନାହିଁ। ସେହି ଦୃଷ୍ଟିରୁ ଜଳପକ୍ଷୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri