Posted inଜାତୀୟ

ଅପେକ୍ଷାର ଅନ୍ତ: ପାକିସ୍ତାନରୁ ଭାରତ ଆସିଲେ ଦୁଇ ବୋହୂ

ବାଡମେର,୯।୩: ପାକିସ୍ତାନରେ ରହୁଥିବା ଦୁଇ ନବବିବାହିତା ଭାରତ ଫେରିଛନ୍ତି। ଦୁଇ ବର୍ଷ ପୂର୍ବେ ବିବାହ ସତ୍ତ୍ୱେ ଭିସା ନ ପାଇ ପାକିସ୍ତାନରୁ ଭାରତ ଆସିପାରି ନ ଥିଲେ। ବାଡମେର ଏବଂ ଜୈସଲମେରର ଦୁଇ ବ୍ୟକ୍ତି ବିବାହ ପରେ ପାକିସ୍ତାନରେ ସ୍ତ୍ରୀଙ୍କୁ ଛାଡି ଭାରତ ଫେରିବାକୁ ପଡିଥିଲା। ବିବାହର ଦୁଇ ବର୍ଷର ପରେ, ଅନ୍ତର୍ଜାତୀୟ ମହିଳା ଦିବସରେ ଫେରିଥିବା ଏହି ଦୁଇ ମହିଳାଙ୍କ ସମ୍ପର୍କୀୟମାନେ ସେମାନଙ୍କୁ ପାରମ୍ପରିକ ଢଙ୍ଗରେ ଅଟ୍ଟାରୀ-ୱାଘା ସୀମାରେ ସ୍ବାଗତ କରିଥିଲେ। ସୂଚନାଯୋଗ୍ୟ, ଜୈସଲମେର ଜିଲାର ବଇୟା ଗାଁର ନେପାଳ ସିଂଙ୍କ ବିବାହ ପାକିସ୍ତାନର ସିନ୍ଧ ପ୍ରଦେଶରେ ହୋଇଥିଲା। ସେ ଦୁଇ ବର୍ଷ ପୂର୍ବେ ଥର ଏକ୍ସପ୍ରେସରେ ବରଯାତ୍ରୀ ଦଳ ଧରି ପାକିସ୍ତାନ ଯାଇଥିଲେ। ନେପାଳ ସିଂ ଜାନୁଆରୀ ୨୬, ୨୦୧୯ରେ ବିବାହ କରିଥିଲେ। ସେହିଭଳି ବାଡମେର ଜିଲାର ଗିରାବ ଅଞ୍ଚଳର ମହେନ୍ଦ୍ର ସିଂ ଏପ୍ରିଲ ୧୬ ୨୦୧୯ରେ ପାକିସ୍ତାନରେ ବିବାହ କରିଥିଲେ। ଉଭୟ ବିବାହ ପରେ କନ୍ୟାକୁ ନେଇ ପାକିସ୍ତାନରୁ ଭାରତ ଆସିବାକୁ ଚାହୁଁଥିଲେ। କିନ୍ତୁ ଭିସା ନ ମିଳିବାରୁ ନେପାଳ ଏବଂ ମହେନ୍ଦ୍ରଙ୍କୁ ସ୍ତ୍ରୀଙ୍କୁ ଛାଡି ଭାରତ ଆସିବାକୁ ପଡିଥିଲା। ଦୀର୍ଘ ଦୁଇ ବର୍ଷ ପରେ ଭିସା ମିଳିବାରୁ ସେମାନେ ଭାରତ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ବୟାନକୁ ନେଇ ନାରାଜ ଉଦ୍ଧବ, ଯୋଗ ଦେବେନାହିଁ ମଲ୍ଲିକାର୍ଜୁନଙ୍କ ଡିନର ପାର୍ଟିରେ

ମୁମ୍ବାଇ,୨୭ ।୩: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ବୀର ସାୱରକରଙ୍କୁ ନେଇ ଦେଇଥିବା ବୟାନ ଉପରେ ଏହାର ସହଯୋଗୀ ଦଳ ବି ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି...

ପାକିସ୍ତାନକୁ ଉଜାଗର ରଖିବାକୁ ବାଧ୍ୟ କରିଛି ଚନ୍ଦ୍ରୟାନ-୨

ନୂଆଦିଲ୍ଲୀ,୭।୯: ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଶୁକ୍ରବାର ରାତି ୨ଟା ୧୫ ମିନିଟ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ପାଦ ଥାପିବାର ଥିଲା। ହେଲେ...

କୋଭିଡ ନିୟମ ମାନି ଆରମ୍ଭ ହେଲା ଜେଇଇ ମୁଖ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧।୯: ବହୁ ବାଦ ବିବାଦ ପରେ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେଶନ (ଜେଇଇ)ମୁଖ୍ୟ ପରୀକ୍ଷା ମଙ୍ଗଳବାର ଆରମ୍ଭ କରାଯାଇଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି)ରେ ଦାଖଲ ହେବାକୁ...

କରୋନା ଭାଇରସ ପାଇଁ ରିଲିଫ୍‌ ଫଣ୍ଡକୁ ଗୋଟିଏ ମାସର ଦରମା ଦାନ କଲେ ଦୁଷ୍ୟନ୍ତ

ଚଣ୍ଡିଗଡ଼,୨୩।୩: କରୋନା କବଳରେ ଭାରତ। ବେଳକୁ ବେଳ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦେଖି ଏବେ ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲ ତାଙ୍କର...

ମମତା ଡାକିଲେ ଜରୁରୀ ବୈଠକ

କୋଲକାତା,୧୮ ।୧୨: ପଶ୍ଚିମବଙ୍ଗରେ କିଛିଦିନ ତଳେ ଭାରତୀୟ ଜନତା ପାର୍ଟି(ଭାଜପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରାଲି ଉପରେ ଆକ୍ରମଣ ହୋଇଥିଲା । ଏବେ ଏହାକୁ...

ଏସ୍‌ପିଓଙ୍କୁ ଗୁଳି ମାରିଲେ ଆତଙ୍କବାଦୀ

ଶ୍ରୀନଗର,୧୩।୫:ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ ଘଟଣା ବଢିବାରେ ଲାଗିଛି। ଗତକାଲି କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ପରେ ଆତଙ୍କବାଦୀମାନେ ଶୁକ୍ରବାର ପୋଲିସ କନଷ୍ଟେବଳ ରିୟାଜ ଅହମ୍ମଦ...

ସର୍ବଦଳୀୟ ବୈଠକ: ଗୃହରେ ବେରୋଜଗାରି ଉପରେ ଆଲୋଚନା ହେବାକୁ ଜୋର ଦେଲେ ମୋଦି

ନୂଆଦିଲ୍ଲୀ,୧୭।୧୧: ସଂସଦର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି। ଏହାପୂର୍ବରୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଗୃହରେ ସବୁ...

ଜ୍ଞାନବାପି ମସ୍‌ଜିଦ ପରିସରରେ ପହଞ୍ଚିଲା ଏଏସ୍‌ଆଇ ଟିମ୍‌: ସର୍ଭେ କାର୍ଯ୍ୟ ଆରମ୍ଭ

ପ୍ରୟାଗରାଜ,୪ା୮:ବାରାଣସୀର ଜ୍ଞାନବାପି ମସ୍‌ଜିଦ ପରିସରରେ ବିଜ୍ଞାନସମ୍ମତ ସର୍ଭେ ପାଇଁ ଆଲ୍ଲାହାବାଦ ହାଇକୋର୍ଟ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ଅନୁମତି ପ୍ରଦାନ କରିଛନ୍ତି। ଶୁକ୍ରବାରଏହି ସର୍ଭେ...

Advertisement
Archives

Model This Week