କାଷ୍ଟ୍ରୋ ଯୁଗର ଅବସାନ

ହାଭାନା, ୧୮।୪ : କ୍ୟୁବା କମ୍ୟୁନିଷ୍ଟ ପାର୍ଟି (ପିସିସି)ର ନେତା ପଦରୁ ଅବସର ଘୋଷଣା କରିଛନ୍ତି ରାଉଲ କାଷ୍ଟ୍ରୋ। ଏଥିସହିତ କ୍ୟୁବାରେ କାଷ୍ଟ୍ରୋ ଯୁଗର ଅବସାନ ଘଟିଛି। ଦୀର୍ଘ ୬୨ ବର୍ଷ ଧରି କାଷ୍ଟ୍ରୋ ଭ୍ରାତା କ୍ୟୁବାକୁ ଶାସନ କରିଆସୁଥିଲେ।
କ୍ୟୁବା ବିପ୍ଳବର ନେତୃତ୍ୱ ନେଉଥିବା ଫିଡେଲ କାଷ୍ଟ୍ରୋ ଓ ତାଙ୍କ ସହଯୋଗୀ ଗୋଷ୍ଠୀ ୧୯୫୯ ଜାନୁୟାରୀ ୧ରେ ଫୁଲଗେନସିଓ ବାଟିଷ୍ଟା ସରକାରଙ୍କୁ କ୍ଷମତାଚ୍ୟୁତ କରିଥିଲେ। ଏହା ପରେ ଫିଡେଲ ଦେଶର ପ୍ରଧାନମନ୍ତ୍ରୀ ଭାବେ ୧୯୫୯ରୁ ୧୯୭୬ ପର୍ଯ୍ୟନ୍ତ ରହିଥିଲେ। ସେ ମଧ୍ୟ ୧୯୬୧ରୁ ୨୦୧୧ ପର୍ଯ୍ୟନ୍ତ କ୍ୟୁବା କମ୍ୟୁନିଷ୍ଟ ପାର୍ଟିର ପ୍ରଥମ ସମ୍ପାଦକ ରହିଥିଲେ, ଯାହା ସର୍ବୋଚ୍ଚ ପଦବୀ। ୧୯୭୬ରେ ଫିଡେଲ୍‌ କ୍ୟୁବାର ରାଷ୍ଟ୍ରପତି ହୋଇ ୨୦୦୮ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। ଏହା ପରେ ସେ ତାଙ୍କ ଭାଇ ରାଉଲ କାଷ୍ଟ୍ରୋଙ୍କୁ ରାଷ୍ଟ୍ରପତି ପଦବୀ ହସ୍ତାନ୍ତର କରିଥିଲେ ହେଁ ନିଜେ ୨୦୧୧ ପର୍ଯ୍ୟନ୍ତ କମ୍ୟୁନିଷ୍ଟ ପାର୍ଟିର ପ୍ରଥମ ସମ୍ପାଦକ ରହିଥିଲେ। ଫିଡେଲଙ୍କ ଶାସନ କାଳରେ କ୍ୟୁବାର ଅର୍ଥନୀତି, ରାଜନୀତି ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଥିଲା। ୨୦୧୬ରେ ଫିଡେଲଙ୍କର ପରଲୋକ ହୋଇଥିଲା।
୨୦୧୧ ଏପ୍ରିଲରେ ରାଉଲ୍‌ କ୍ୟୁବାର କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ହୋଇଥିଲେ। ସେ ୧୯୭୫ରୁ କମ୍ୟୁନିଷ୍ଟ ପାର୍ଟି ପଲିଟବ୍ୟୁରୋ ସଦସ୍ୟ ଥିଲେ ଏବଂ ୧୯୫୯ରୁ ୨୦୦୮ ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଫିଡେଲ ଅସୁସ୍ଥ ହେବା କାରଣରୁ ୨୦୦୬ ଜୁଲାଇ ୩୧ରୁ ସେ କ୍ୟୁବାର କାର୍ଯ୍ୟକାରୀ ରାଷ୍ଟ୍ରପତି ହୋଇଥିଲେ। ୨୦୦୮ ଫେବୃୟାରୀ ୨୪ରେ ତାଙ୍କୁ ରାଷ୍ଟ୍ରପତି ଘୋଷଣା କରାଯାଇଥିଲା। ୨୦୧୩ରେ ସେ ପୁନର୍ବାର ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୮ରେ ପୁନର୍ବାର ନିର୍ବାଚିତ ହେବାକୁ ରାଜି ନ ହୋଇ ସେହିବର୍ଷ ଏପ୍ରିଲ ୧୯ରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। କମ୍ୟୁନିଷ୍ଟ ପାର୍ଟି ମୁଖ୍ୟ ପଦରେ ରହିଥିବା ରାଉଲ ଶୁକ୍ରବାର ଇସ୍ତଫା ଘୋଷଣା କରିଛନ୍ତି।
ତାଙ୍କର ମିଶନ ପୂରଣ ହୋଇଛି ଏବଂ ଦେଶର ଭବିଷ୍ୟତ ଉପରେ ସେ ସମ୍ପୂର୍ଣ୍ଣ ଆସ୍ଥାବାନ ଅଛନ୍ତି ବୋଲି ଶୁକ୍ରବାର ପିସିସି ଅଷ୍ଟମ କଂଗ୍ରେସର ପ୍ରଥମ ଦିନରେ ଉଦ୍‌ବୋଧନ ଦେଇ ରାଉଲ କହିଛନ୍ତି। ସେ ଆଉ ଅଧିକ ଦିନ ସର୍ବୋଚ୍ଚ ପଦବୀରେ ରହିବାକୁ ଚାହୁଁ ନ ଥିବା ୮୯ ବର୍ଷୀୟ ରାଉଲ ନିଜର ଇଚ୍ଛାବ୍ୟକ୍ତ କରିଥିଲେ। ତେବେ ବଞ୍ଚତ୍ଥିବା ପର୍ଯ୍ୟନ୍ତ ବିପ୍ଳବୀ ଯୋଦ୍ଧା ଭାବେ ଦେଶ ପାଇଁ ଲଢ଼େଇ କରିବାକୁ ସେ ପ୍ରସ୍ତୁତ ବୋଲି କହିଥିଲେ। ସେଠାରେ ଉପସ୍ଥିତ ପ୍ରତିନିଧିମାନେ ଛିଡ଼ାହୋଇ ରାଉଲଙ୍କୁ ସମ୍ମାନ ଜଣାଇଥିଲେ। ପିସିସି ଅଷ୍ଟମ କଂଗ୍ରେସର ଶେଷ ଦିନ ସୋମବାର ଦଳର ନୂଆ ନେତା ନିର୍ବାଚନ କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri