ସରକାରୀ ଜମି ଜବରଦଖଲ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅଧିକାରୀଙ୍କ ଫୁ

ପଟ୍ଟାମୁଣ୍ଡାଇ, ୮ା୧୧ (କଳ୍ପତରୁ ନାୟକ):ସରକାରୀ ଜମିରୁ ଜବରଦଖଲ ଓ ଏହାର ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗକୁ ସରକାର ପ୍ରାଥମିକତା ଦେଇ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ଫଳପ୍ରଦ ପଦକ୍ଷେପ ନିଆଯାଉଛି ବୋଲି ଅକ୍ଟୋବର ୨୯ରେ ଏକ ଜନସ୍ବାର୍ଥ ମାମଲାରେ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଦର୍ଶାଯାଇଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର କେତେଜଣ ଦୁର୍ନୀତି ଖୋର ଅଧିକାରୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ବହୁ ମୂଲ୍ୟବାନ୍‌ ସରକାରୀ ଜମି ଜବରଦଖଲ କରାଯାଇ ବେଆଇନ ଭାବେ ଲୋକେ ନିଜ ନାମରେ କରି ନେଉଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅଧିକାରୀମାନେ ଫୁ କରି ଉଡ଼ାଇ ଦେଉଛନ୍ତି। ଜବରଦଖଲ ଥିବା ବିଭାଗୀୟ ଜାଗାକୁ ସରକାରୀ ଅଧୀନକୁ ଆଣିବାକୁ ମାଲି ମକଦ୍ଦମା ହେଉଥିଲେ ମଧ୍ୟ ପ୍ରମାଣ ଅଭାବରୁ ବାଦ୍‌ ଦିଆଯାଇ ଜବରଦଖଲକାରୀଙ୍କ ସପକ୍ଷରେ ଆଦେଶ ହେଉଛି। ଏପରି ପଟ୍ଟାମୁଣ୍ଡାଇ ସହରରେ ସରକାରୀ ଜମି ଜବରଦଖଲ ବଢ଼ି ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଓ ପଟ୍ଟାମୁଣ୍ଡାଇ ତହସିଲ କି ପୌର କାର୍ଯ୍ୟାଳୟର ଉଦାସୀନତା ପାଇଁ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ଜନ ଅସନ୍ତୋଷ ବୃଦ୍ଧି ପାଇଛି।
ଆଇନଜୀବୀ ଶତ୍ରୁଜିତ ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ବହୁ ମୂଲ୍ୟବାନ୍‌ ସରକାରୀ ଜମି ବିଭିନ୍ନ ସାମାଜିକ ସଂସ୍ଥା ଆଳରେ ଜମି ବ୍ୟବସାୟୀମାନେ କବ୍‌ଜା କରି ନେଉଛନ୍ତି। ପ୍ରଶାସନ ପକ୍ଷରୁ ଲଗାଯାଇଥିବା ସରକାରୀ ନିଷିଦ୍ଧାଞ୍ଚଳ ଫଳକକୁ ବି ଓପାଡ଼ି ଫୋପାଡ଼ି ଦେଉଛନ୍ତି। ସରକାରୀ ଜମିକୁ ଜବରଦଖଲ କଲା ପରେ ଘର କରି ବିକ୍ରି କରିଚାଲିଛନ୍ତି। ରାସ୍ତା ଉପରେ ବି ଘର କରି ଭଡ଼ା ଲଗାଯାଉଛି। ଯିଏ ପ୍ରତିବାଦ କରୁଛନ୍ତି ତାଙ୍କୁ ବିଭିନ୍ନ ପ୍ରକାର ଧମକ ଦିଆଯାଉଛି। ସାବିକ ନକ୍ସାରେ ବିଭାଗୀୟ କାର୍ଯ୍ୟାଳୟ ଓ ରାସ୍ତା ଅଛି। ମାତ୍ର ହାଲ୍‌ରେ କେତେଜଣ କୁଚକ୍ରୀ ଚକବନ୍ଦୀ ଓ ତହସିଲ ଅଧିକାରୀ ସରକାରୀ ଜାଗାଗୁଡିକୁ ଜମି ବ୍ୟବସାୟୀଙ୍କ ଅଧୀନକୁ ଟେକି ଦେଇଛନ୍ତି। ଅନ୍ୟପକ୍ଷରେ ସେ ଅଧିକାରୀ ନିଜନିଜ ନାମରେ ଜମି ଜବରଦଖଲ କରି ରଖିଛନ୍ତି। ଏ ନେଇ ପ୍ରଶାସନ ପାଖରେ ସବୁ ଖବର ରହିଥିଲେ ମଧ୍ୟ ସରକାରୀ ବାବୁମାନେ ଚୁପ୍‌ ହୋଇ ବସି ରହୁଛନ୍ତି। ପରିଣାମ ସ୍ବରୂପ ସରକାରୀ ଜମି ଶାଗମାଛ ଦରରେ ବିକ୍ରି ଚାଲିଛି। ସାମଜିକ କର୍ମୀ ଅନନ୍ତ ଦାଶ, କ୍ଷୀରୋଦ ମଲିକ, ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ୧୯୮୦ ମସିହାରେ ହୋଇଥିବା ବନ୍ଦୋବସ୍ତରେ କେତେଜଣ ପ୍ରଭାବଶାଳୀ ଲୋକ ସ୍ଥାନୀୟ ତହସିଲଦାର ଓ ଚକବନ୍ଦୀର ଜଣେ ଅମିନଙ୍କୁ ହାତକରି ବହୁ ଏକର ସରକାରୀ ଜମି ନିଜ ନାମରେ କରାଇ ନେଇଛନ୍ତି। ବିଶେଷକରି ପୋତା ଗୋବରୀ ନଦୀ କିସମ ଥିବାବେଳେ ଏହା କିପରି ନାମକୁ ଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷରେ ଅକ୍ଟୋବର ୨୯ରେ ଯାଜପୁରର ଦର୍ପଣ ତହସିଲ ଅଞ୍ଚଳର ହୋଇଥିବା ଏକ ଜନସ୍ବାର୍ଥ ମାମଲାରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ (ଏଜିଏ) ଦେବାଶିଷ ତ୍ରିପାଠୀ ଦର୍ଶାଇଥିଲେ, ସରକାରୀ ଜମି ଜବରଦଖଲ ପ୍ରସଙ୍ଗରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛନ୍ତି। ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଓ ଏହାର ନିରାକରଣ ପାଇଁ ସରକାର ନୂଆନୀତି ପ୍ରଣୟନ କରିଛନ୍ତି। ଆକ୍ସନ ପ୍ଲାନ୍‌ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସବୁ ଜିଲାପାଳଙ୍କୁ ଅଗଷ୍ଟ ୨୨ରେ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ସେ ଦର୍ଶାଇଥିଲେ। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପରିବହନ ବିଭାଗ ରାସ୍ତା, ପୂର୍ତ୍ତ ବିଭାଗ ଜାଗା, ବିଦ୍ୟୁତ୍‌, ରାଜସ୍ବ, ନଦୀ, ଜଳାଶୟ, ଅନାବାଦୀ, ଗୋଚର, ରଖିତ ଓ ଶ୍ମଶାନ ଜାଗା ଜବରଦଖଲରେ ଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାପାଳ କି ସ୍ଥାନୀୟ ତହସିଲ ଓ ପୌରପାଳିକା କୌଣସି ପଦକ୍ଷେପ ନ ନେଇ ବଡବଡିଆଙ୍କୁ ଅନୁକମ୍ପା ଦେଖାଇ ଛାଡ଼ି ଦେଉଛନ୍ତି। ହେଲେ ଦୁର୍ଗାପୂଜା ପୂର୍ବରୁ ପେଟପାଟଣା ପାଇଁ ବସିଥିବା କେତେଜଣ ଗରିବ ଉଠା ଦୋକାନୀଙ୍କ ଉପରେ ସରକାରୀ ବଳ ଜାହିର କରି ତାଙ୍କ ଦୋକାନ ଭାଙ୍ଗିଦେଇଛନ୍ତି। ଏହା ସରକାରୀବାବୁଙ୍କ ପାରିବା ପଣିଆକୁ ପଦାରେ ପକାଇଥିବା ବେଳେ ସରକାରଙ୍କ ଗରିବଙ୍କୁ ପ୍ରତାରଣା ନୀତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଉପଜିଲାପାଳ ଅରୁଣ କୁମାର ନାୟକଙ୍କୁ ପଚାରିବାରେ ଏ ପର୍ଯ୍ୟନ୍ତ କୌଣସି ପିଟିଶନ ହସ୍ତଗତ ହୋଇନାହିଁ, ହେଲେ ତଦନ୍ତ କରିବି ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?