ଚାଉଳ ରିସାଇକ୍ଲିଂକୁ ପ୍ରୋତ୍ସାହନ

ଯାଜପୁର ଅଫିସ,୩୧ା୧: ଧାନ ସଂଗ୍ରହ ଓ ଚାଉଳ ଦାଖଲ ପ୍ରକ୍ରିୟାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଏକାଧିକ ନିର୍ଦ୍ଦେଶକୁ ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ)ମାନେ ଅବମାନନା କରୁଛନ୍ତି। ଚାଉଳ ରିସାଇକ୍ଲିଂ କିମ୍ବା କଳାବଜାରି ନିୟନ୍ତ୍ରଣ ପାଇଁ ରାଇସ୍‌ ରିସିଭିଂ ସେଣ୍ଟର (ଆର୍‌ଆର୍‌ସି) ଓ ମିଲ୍‌ଗୁଡିକରେ ଧାନ ଓ ଚାଉଳ ପରିମାଣ ଜାଣିବାକୁ ନିୟମିତ ବ୍ୟବଧାନରେ ଫିଜିକାଲ ଭେରିଫିକେଶନ କରିବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଯାଜପୁର ଜିଲା ସମେତ ୧୫ ଜିଲାରେ ପାଣିର ଗାର ହୋଇଛି। ଏହିମର୍ମରେ ବାଲେଶ୍ୱର, ବରଗଡ, ଭଦ୍ରକ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ ରାୟଗଡା ଜିଲା ସିଏସ୍‌ଓଙ୍କୁ ୨୦୨୦ ଜୁନରୁ ୭ ଥର ନିର୍ଦ୍ଦେଶ ହୋଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଏନେଇ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶନିବାର ଉଦ୍‌ବେଗ ପ୍ରକାଶ କରିବା ସହ ସମ୍ପୃକ୍ତ ସିଏସ୍‌ଓମାନଙ୍କୁ ୭ଦିନ ମଧ୍ୟରେ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି।
ସରକାର ଗରିବଙ୍କୁ ମୁଠାଏ ଅନ୍ନ ଯୋଗାଇ ଦେବା ପାଇଁ ୧ ଟଙ୍କିଆ ଚାଉଳ ଯୋଗାଣ ଆରମ୍ଭ କଲେ। ଏଥିରେ କୌଣସି ପ୍ରକାର ଖିଲାପୀ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି। ହେଲେ ଫଳ ଓଲଟା ହେଉଛି। ଏହାର ଫାଇଦା ନେଉଛନ୍ତି ଥିଲାବାଲା। ଦିନଦ୍ୱିପ୍ରହରରେ ହଜାର ହଜାର କୁଇଣ୍ଟାଲ ସରକାରୀ ଚାଉଳ ରିସାଇକ୍ଲିଂ ହେଉଛି। ଚାଉଳ ଗୋଦାମରୁ ଚାଉଳ ବଣ୍ଟନକାରୀ ସଂସ୍ଥାକୁ ଯାଉଛି। ଜାଲ ରାଶନକାର୍ଡ କିମ୍ବା ହିତାଧିକାରୀଙ୍କୁ ଉପଯୁକ୍ତ ଭାବେ ଚାଉଳ ବଣ୍ଟନ ନ କରି ସେହି ଚାଉଳ ପୁଣି ସେଠାରୁ ଅନ୍ୟ ଏକ ଟ୍ରକରେ ଚାଲିଯାଉଛି ମିଲର୍ସଙ୍କ ଗୋଦାମକୁ। ପରବର୍ତ୍ତୀ ମୁହୂର୍ତ୍ତରେ ସେହି ଚାଉଳ ଗୋଦାମରେ ପୁଣି ହାଜର। ଏହି ରିସାଇକ୍ଲିଂକୁ ନିୟନ୍ତ୍ରଣ କରିବାକୁ ୨୪ା୬ା୨୦୨୦ରୁ ଏଯାଏ ୮ ଥର ସିଏସ୍‌ଓମାନଙ୍କୁ ଆର୍‌ଆର୍‌ସି ଏବଂ ମିଲଗୁଡିକରେ ଥିବା ଧାନ ଓ ଚାଉଳ ପରିମାଣ ଜାଣିବାକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ହୋଇଛି। କିନ୍ତୁ ଏଯାଏ ନିଗମ ମୁଖ୍ୟ କାର୍ଯ୍ୟାଳୟରେ ଭେରିଫିକେଶନ ରିପୋର୍ଟ ଦାଖଲ ହୋଇନାହିଁ। ସୂଚନାଯୋଗ୍ୟ ଯେ, ୨୦୨୧-୨୨ ଧାନ ସଂଗ୍ରହ ବର୍ଷରେ ୧୦ ମିଲର୍ସଙ୍କୁ ନିୟୋଜିତ କରାଯାଇ ଗତ ୧୫ ତାରିଖ ସୁଦ୍ଧା ୧୯୩୯୪.୮୭୦ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି। ତଦନୁସାରେ ୧୩୧୫୦.୦୮ ମେଟ୍ରିକ ଟନ୍‌ ଚାଉଳ ଆରଆରସିରେ ଦାଖଲ ହେବା କଥା। କିନ୍ତୁ ମାତ୍ର ୭୮୦.୦୩୦ ମେଟ୍ରିକ ଟନ୍‌ ଚାଉଳ ଦାଖଲ ହୋଇଛି। ଏହି ଅନୁସାରେ ମିଲ୍‌ଗୁଡିକରେ ଆବଶ୍ୟକ ଧାନ ମହଜୁଦ ଅଛି କି ନାହିଁ ତାହା ଜାଣିବାକୁ ସିଏସ୍‌ଓମାନଙ୍କ ଆନ୍ତରିକତା ନ ଥିବା ମନେ ହେଉଛି।
ସୂଚନାଯୋଗ୍ୟ ଯେ, ଏଭଳି ଅବହେଳା ଯୋଗୁ ଯାଜପୁର, ଭଦ୍ରକ, ଗଞ୍ଜାମ ଓ ନବରଙ୍ଗପୁର ଜିଲାର ୨୩ ଜଣ ଯୋଗାଣ ବିଭାଗ ଅଧିକାରୀ ୨ କୋଟି ୨୧ ଲକ୍ଷ ୪୬ ହଜାର ୯୪୮ ଟଙ୍କାର ସରକାରୀ ଚାଉଳ ହଡପ କରିଥିବା ସ୍ବତନ୍ତ୍ର ଅଡିଟ ରିପୋର୍ଟରେ ଧରାପଡ଼ିଥିଲା। ଏଥିରେ ଯୋଗାଣ ନିରୀକ୍ଷକ(ଆଇଏସ୍‌), ମାର୍କେଟିଂ ଇନ୍ସପେକ୍ଟର(ଏମ୍‌ଆଇ) ଓ ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ)ଙ୍କ ସମ୍ପୃକ୍ତି ରହିଛି। ଏଥିରେ କେବଳ ଗଞ୍ଜାମ ଜିଲାର ୧୯ ଜଣ ଅଧିକାରୀଙ୍କ ନାମ ରହିଛି। ଗତ ୩ ବର୍ଷ ହେଲା ଏହି ଦୁର୍ନୀତିଖୋର ଅଧିକାରୀମାନଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜେସ୍‌ ଗ୍ରହଣ କରିବାକୁ ୧୦ରୁ ଊର୍ଦ୍ଧ୍ୱଥର ବିଭାଗୀୟ ନିର୍ଦ୍ଦେଶ ହୋଇଛି। ହେଲେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ତେଣୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ବିଶ୍ୱଜିତ୍‌ କେଶରୀ ଦାସ ଗତ ଅକ୍ଟୋବରରେ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ତାହା ଏଯାଏ କାର୍ଯ୍ୟକାରୀ ହୋଇପାରି ନ ଥିବା ସୂଚନା ମିଳିଛି। ଏଭଳି କୋହଳ ମନୋଭାବ ଯୋଗୁ ଧାନ ସଂଗ୍ରହ ଓ ଚାଉଳ ଯୋଗାଣରେ ସ୍ବଚ୍ଛତା ସ୍ବପ୍ନ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ସିଏସ୍‌ଓ ସଲାଉଦ୍ଦିନ ଖାଁଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଦ୍ୱାରଦେଶରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

ଥୁଆମୂଳ ରାମପୁର ବ୍ଲକ୍‌ରେ ଘରେ ଘରେ ତ୍ରିରଙ୍ଗା ପଦଯାତ୍ରା; ୧୦୦ ଫୁଟ୍‌ର ତ୍ରିରଙ୍ଗା ପାଲଟିଲା ମୁଖ୍ୟ ଆକର୍ଷଣ

ଥୁଆମୂଳ ରାମପୁର,୧୩।୮(ଦୁର୍ଗା କୀର୍ତ୍ତି): ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ପକ୍ଷରୁ ଗୁରୁବାର ‘ଘରେ ଘରେ ତ୍ରିରଙ୍ଗା’…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

କୋଇଡାରେ ଭୟଙ୍କର ଜଳପ୍ରଳୟ: କେର୍କେଟା ସାହିରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଟେନସା,୧୩ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ (Red Warning) ଜାରି କରିଛି ପାଣିପାଗ ବିଭାଗ । ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri