ଚାଉଳ ରିସାଇକ୍ଲିଂକୁ ପ୍ରୋତ୍ସାହନ

ଯାଜପୁର ଅଫିସ,୩୧ା୧: ଧାନ ସଂଗ୍ରହ ଓ ଚାଉଳ ଦାଖଲ ପ୍ରକ୍ରିୟାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଏକାଧିକ ନିର୍ଦ୍ଦେଶକୁ ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ)ମାନେ ଅବମାନନା କରୁଛନ୍ତି। ଚାଉଳ ରିସାଇକ୍ଲିଂ କିମ୍ବା କଳାବଜାରି ନିୟନ୍ତ୍ରଣ ପାଇଁ ରାଇସ୍‌ ରିସିଭିଂ ସେଣ୍ଟର (ଆର୍‌ଆର୍‌ସି) ଓ ମିଲ୍‌ଗୁଡିକରେ ଧାନ ଓ ଚାଉଳ ପରିମାଣ ଜାଣିବାକୁ ନିୟମିତ ବ୍ୟବଧାନରେ ଫିଜିକାଲ ଭେରିଫିକେଶନ କରିବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଯାଜପୁର ଜିଲା ସମେତ ୧୫ ଜିଲାରେ ପାଣିର ଗାର ହୋଇଛି। ଏହିମର୍ମରେ ବାଲେଶ୍ୱର, ବରଗଡ, ଭଦ୍ରକ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ ରାୟଗଡା ଜିଲା ସିଏସ୍‌ଓଙ୍କୁ ୨୦୨୦ ଜୁନରୁ ୭ ଥର ନିର୍ଦ୍ଦେଶ ହୋଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଏନେଇ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶନିବାର ଉଦ୍‌ବେଗ ପ୍ରକାଶ କରିବା ସହ ସମ୍ପୃକ୍ତ ସିଏସ୍‌ଓମାନଙ୍କୁ ୭ଦିନ ମଧ୍ୟରେ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି।
ସରକାର ଗରିବଙ୍କୁ ମୁଠାଏ ଅନ୍ନ ଯୋଗାଇ ଦେବା ପାଇଁ ୧ ଟଙ୍କିଆ ଚାଉଳ ଯୋଗାଣ ଆରମ୍ଭ କଲେ। ଏଥିରେ କୌଣସି ପ୍ରକାର ଖିଲାପୀ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି। ହେଲେ ଫଳ ଓଲଟା ହେଉଛି। ଏହାର ଫାଇଦା ନେଉଛନ୍ତି ଥିଲାବାଲା। ଦିନଦ୍ୱିପ୍ରହରରେ ହଜାର ହଜାର କୁଇଣ୍ଟାଲ ସରକାରୀ ଚାଉଳ ରିସାଇକ୍ଲିଂ ହେଉଛି। ଚାଉଳ ଗୋଦାମରୁ ଚାଉଳ ବଣ୍ଟନକାରୀ ସଂସ୍ଥାକୁ ଯାଉଛି। ଜାଲ ରାଶନକାର୍ଡ କିମ୍ବା ହିତାଧିକାରୀଙ୍କୁ ଉପଯୁକ୍ତ ଭାବେ ଚାଉଳ ବଣ୍ଟନ ନ କରି ସେହି ଚାଉଳ ପୁଣି ସେଠାରୁ ଅନ୍ୟ ଏକ ଟ୍ରକରେ ଚାଲିଯାଉଛି ମିଲର୍ସଙ୍କ ଗୋଦାମକୁ। ପରବର୍ତ୍ତୀ ମୁହୂର୍ତ୍ତରେ ସେହି ଚାଉଳ ଗୋଦାମରେ ପୁଣି ହାଜର। ଏହି ରିସାଇକ୍ଲିଂକୁ ନିୟନ୍ତ୍ରଣ କରିବାକୁ ୨୪ା୬ା୨୦୨୦ରୁ ଏଯାଏ ୮ ଥର ସିଏସ୍‌ଓମାନଙ୍କୁ ଆର୍‌ଆର୍‌ସି ଏବଂ ମିଲଗୁଡିକରେ ଥିବା ଧାନ ଓ ଚାଉଳ ପରିମାଣ ଜାଣିବାକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ହୋଇଛି। କିନ୍ତୁ ଏଯାଏ ନିଗମ ମୁଖ୍ୟ କାର୍ଯ୍ୟାଳୟରେ ଭେରିଫିକେଶନ ରିପୋର୍ଟ ଦାଖଲ ହୋଇନାହିଁ। ସୂଚନାଯୋଗ୍ୟ ଯେ, ୨୦୨୧-୨୨ ଧାନ ସଂଗ୍ରହ ବର୍ଷରେ ୧୦ ମିଲର୍ସଙ୍କୁ ନିୟୋଜିତ କରାଯାଇ ଗତ ୧୫ ତାରିଖ ସୁଦ୍ଧା ୧୯୩୯୪.୮୭୦ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି। ତଦନୁସାରେ ୧୩୧୫୦.୦୮ ମେଟ୍ରିକ ଟନ୍‌ ଚାଉଳ ଆରଆରସିରେ ଦାଖଲ ହେବା କଥା। କିନ୍ତୁ ମାତ୍ର ୭୮୦.୦୩୦ ମେଟ୍ରିକ ଟନ୍‌ ଚାଉଳ ଦାଖଲ ହୋଇଛି। ଏହି ଅନୁସାରେ ମିଲ୍‌ଗୁଡିକରେ ଆବଶ୍ୟକ ଧାନ ମହଜୁଦ ଅଛି କି ନାହିଁ ତାହା ଜାଣିବାକୁ ସିଏସ୍‌ଓମାନଙ୍କ ଆନ୍ତରିକତା ନ ଥିବା ମନେ ହେଉଛି।
ସୂଚନାଯୋଗ୍ୟ ଯେ, ଏଭଳି ଅବହେଳା ଯୋଗୁ ଯାଜପୁର, ଭଦ୍ରକ, ଗଞ୍ଜାମ ଓ ନବରଙ୍ଗପୁର ଜିଲାର ୨୩ ଜଣ ଯୋଗାଣ ବିଭାଗ ଅଧିକାରୀ ୨ କୋଟି ୨୧ ଲକ୍ଷ ୪୬ ହଜାର ୯୪୮ ଟଙ୍କାର ସରକାରୀ ଚାଉଳ ହଡପ କରିଥିବା ସ୍ବତନ୍ତ୍ର ଅଡିଟ ରିପୋର୍ଟରେ ଧରାପଡ଼ିଥିଲା। ଏଥିରେ ଯୋଗାଣ ନିରୀକ୍ଷକ(ଆଇଏସ୍‌), ମାର୍କେଟିଂ ଇନ୍ସପେକ୍ଟର(ଏମ୍‌ଆଇ) ଓ ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ)ଙ୍କ ସମ୍ପୃକ୍ତି ରହିଛି। ଏଥିରେ କେବଳ ଗଞ୍ଜାମ ଜିଲାର ୧୯ ଜଣ ଅଧିକାରୀଙ୍କ ନାମ ରହିଛି। ଗତ ୩ ବର୍ଷ ହେଲା ଏହି ଦୁର୍ନୀତିଖୋର ଅଧିକାରୀମାନଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜେସ୍‌ ଗ୍ରହଣ କରିବାକୁ ୧୦ରୁ ଊର୍ଦ୍ଧ୍ୱଥର ବିଭାଗୀୟ ନିର୍ଦ୍ଦେଶ ହୋଇଛି। ହେଲେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ତେଣୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ବିଶ୍ୱଜିତ୍‌ କେଶରୀ ଦାସ ଗତ ଅକ୍ଟୋବରରେ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ତାହା ଏଯାଏ କାର୍ଯ୍ୟକାରୀ ହୋଇପାରି ନ ଥିବା ସୂଚନା ମିଳିଛି। ଏଭଳି କୋହଳ ମନୋଭାବ ଯୋଗୁ ଧାନ ସଂଗ୍ରହ ଓ ଚାଉଳ ଯୋଗାଣରେ ସ୍ବଚ୍ଛତା ସ୍ବପ୍ନ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ସିଏସ୍‌ଓ ସଲାଉଦ୍ଦିନ ଖାଁଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri