ଜମ୍ମୁ,୩୧ ।୭: ବାରାମୂଳାର ବିନେର ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଶନିବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି । ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ସମାଚାର ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀର ପୋଲିସ କହିଛି ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ଇରଶାଦ ଅହମ୍ମଦ ଭଟ୍ଟଙ୍କର ମୃତ୍ୟୁ ହୋଇଛି । ସେ ମେ ୨୦୨୨ରୁ ଆତଙ୍କବାଦୀ ଭାବେ ସକ୍ରିୟ ଥିବା ପୋଲିସ କହିଛି । ନିହତ ଆତଙ୍କବାଦୀଙ୍କ ନିକଟରୁ ଏକେ ୪୭ ରାଇଫଲ, ୨ ମାଗାଜିନ ଓ ୩୦ ଗୁଳି ଜବତ କରାଯାଇଛି ।