ଜନ୍ମଦିନରେ ପ୍ରଶଂସକଙ୍କୁ ବଡ ଉପହାର ଦେଲ ଇମ୍ରାନ

ମୁମ୍ବାଇ: ବଲିଉଡର ସିରିୟଲ କିସର ଇମ୍ରାନ ହାସମି ତାଙ୍କ ୪୩ ତମ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । ତେବେ ଜନ୍ମଦିନରେ ଇମ୍ରାନ ତାଙ୍କ ଫ୍ୟାନମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି । ପ୍ରଶଂସକଙ୍କୁ ସରପ୍ରାଇଜ ଦେବାକୁ ଯାଇ ଇମ୍ରାନ ତାଙ୍କ ନୂଆ ଗୀତ ‘ଇସ୍କ ନେହିଁ କରତେ’କୁ ରିଲିଜ୍ କରିଛନ୍ତି । ଏହି ଗୀତର ଟିଜର ଆସିବା ପରେ ଦର୍ଶକେ ଗୀତଟିକୁ ଖୁବ୍ ଉତ୍ସୁକତାର ସହ ଅପେକ୍ଷା ରଖିଥିଲେ । ଏବେ ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ଜନ୍ମଦିନରେ ଇମ୍ରାନ ଭେଟି ଦେଇଛନ୍ତି ତାଙ୍କ ନୂଆ ଗୀତ । ସୂଚନାଯୋଗ୍ୟ, ଇମ୍ରାନ ହାସମିଙ୍କ ନୂଆ ମ୍ୟୁଜିକ ଭିଡିଓରେ ପ୍ରେମ ଓ ପ୍ରେମରେ ମିଳୁଥିବା କଷ୍ଟକୁ ଚିତ୍ରିତ କରାଯାଇଛି । ଏଥିରେ ଅଭିନେତାଙ୍କର ଖୁବ୍ ସୁନ୍ଦର ଅଭିନୟ ଦେଖିବାକୁ ମିଳିଛି ।
ସିରିୟଲ କିସରଙ୍କ ନୂଆ ଗୀତ ଡିଆରଜେ ରେକର୍ଡସର ଅଫିସିୟାଲ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍ ହୋଇଛି । ଏଥିରେ ବି ପ୍ରାକ୍ କଣ୍ଠଦାନ କରିଛନ୍ତି । କେବଳ ଗୀତ ନୁହେଁ ଏହାର ମ୍ୟୁଜିକ ବି ଦେଇଛନ୍ତି ବି ପ୍ରାକ୍ । ଏଥିରେ ଇମ୍ରାନଙ୍କ ସହ ଶହର ବାମ୍ବା ବି ନିଜ ଅଭିନୟରେ ଦର୍ଶକଙ୍କୁ ଆକର୍ଷିତ କରୁଛନ୍ତି । ଖୁବଶୀଘ୍ର କିସିଙ୍ଗ ବୟ ଇମ୍ରାନ ମୁଭି ଟାଇଗର ୩ରେ ନଜର ଆସିବେ । ଏଥିରେ ସେ ସଲମାନ ଖାଁ ଓ କ୍ୟାଟ୍ରିନା କୈଫଙ୍କ ସହ ସ୍କ୍ରିନ୍ ଶେୟାର କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

ଅଣସର ଘରେ ଶ୍ରୀଜୀଉ, ପଟ୍ଟଦିଅଁଙ୍କୁ ପୂଜାର୍ଚ୍ଚନା

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉମାନେ ଅଣସର ଘରେ ବିରାଜମାନ ମନ୍ଦିର ସମ୍ମୁଖରେ ପଟ୍ଟଦିଅଁଙ୍କୁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଅଣସର ଘରେ…

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri