ଖାଲି ରାଜସ୍ଥାନ

ରାଜସ୍ଥାନ ବିଧାନସଭାରେ ଦେଖାଦେଇଥିବା ରାଜନୈତିକ ସଙ୍କଟର ସାମ୍ବିଧାନିକ ସମାଧାନ ଦିଗ ଖୋଜାଚାଲିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୩୧ ଜୁଲାଇରେ ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେହି ଦିଗରେ ଅଗ୍ରଗତି ଘଟୁ ନାହିଁ। କୋଭିଡ୍‌-୧୯ ସ୍ଥିତି ଲାଗି ରହିଥିବାରୁ ଏଭଳି ସମୟରେ ବିଧାନସଭା ଅଧିବେଶନ ଡାକିବା ଠିକ୍‌ ନୁହେଁ ବୋଲି ରାଜ୍ୟପାଳ କହୁଛନ୍ତି। ବାସ୍ତବରେ ଏହା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ ଅଭିଯୋଗ କରିଛନ୍ତି। ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ରାଜନୈତିକ ଏଜେଣ୍ଟ ଭଳି କାର୍ଯ୍ୟ କରୁଛନ୍ତି ବୋଲି ଏକାଧିକ କଂଗ୍ରେସ ନେତା ଓ ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରି ଦେଇଥିବା ବିବୃତି ଘଟଣାକୁ ଅଧିକ ଶାଣିତ କଲାଣି। ସେ କହିଛନ୍ତି, ‘କରୋନା ଭାଇରସ୍‌ ମହାମାରୀ ଯୋଗୁ ଦେଶ ଦୁର୍ଦ୍ଦିନ ଦେଇ ଗତି କରୁଛି। ଦେଶବାସୀ ଘୋର ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମ୍‌ଆଇଇ) ରିପୋର୍ଟ ଦେଇଛି ଯେ, ଇତିମଧ୍ୟରେ ଦେଶରେ ୧୪ କୋଟି ଚାକିରି ଗଲାଣି। ଚାଇନା ଭାରତ ସୀମାନ୍ତରେ ପଶିଗଲାଣି। ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା, ଅର୍ଥନୈତିକ ସଙ୍କଟ ଏବଂ ଚାଇନା ସହ ନ ଲଢ଼ି ତାଙ୍କ କଂଗ୍ରେସ ସରକାରଙ୍କୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଗେହଲଟ କହିବା ପରେ ଜାତୀୟ ସ୍ତରରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ରାଜସ୍ଥାନ ରାଜ୍ୟପାଳ ବିଧାନସଭା ଅଧିବେଶନ ଡାକିବାକୁ କ୍ୟାବିନେଟ ଦେଇଥିବା ପରାମର୍ଶକୁ ଅଗ୍ରାହ୍ୟ କରିଦେବା ସାମ୍ବିଧାନିକ ନିୟମ ଉଲ୍ଲଂଘନ କରିଥିବା ଆଲୋଚନା ହେଲାଣି।
ଘଟଣାକ୍ରମକୁ ଦେଖିଲେ ଗେହଲଟ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ସଚିନ ପାଇଲଟ ଓ ଅନ୍ୟ ୧୮ ବିଦ୍ରୋହୀ ବିଧାୟକ କଂଗ୍ରେସ ସରକାର ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସରକାରକୁ ଭାଙ୍ଗିଦେବାକୁ ଚେଷ୍ଟା କରୁଥିବା ଅନୁଭବ କରିବା ପରେ ବାଚସ୍ପତି ସି.ପି. ଜୋଷୀ ସେମାନଙ୍କୁ ଅଯୋଗ୍ୟ ଘୋଷଣା ଲାଗି ନୋଟିସ ପଠାଇଥିଲେ। କିନ୍ତୁ ୨୪ ଜୁଲାଇରେ ରାଜସ୍ଥାନ ହାଇକୋର୍ଟ ବାଚସ୍ପତି ପଠାଇଥିବା ନୋଟିସ ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ସ୍ଥିତାବସ୍ଥା ନିର୍ଦ୍ଦେଶର ତାତ୍ପର୍ଯ୍ୟ ହେଉଛି ଯେ, ବାଚସ୍ପତି ଅସନ୍ତୁଷ୍ଟ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସମ୍ବିଧାନର ୧୦ମ ପରିଚ୍ଛେଦ ପାରା (୧)(ଏ) ଅନୁସାରେ ଆଗକୁ କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ। ଏପରି କି ବିଦ୍ରୋହୀ ବିଧାୟକମାନେ ଉକ୍ତ ନୋଟିସ ଉପରେ ଜବାବ ଦାଖଲ ନ କଲେ ମଧ୍ୟ ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ। ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେବା ପରେ ପାଇଲଟ ଗୋଷ୍ଠୀଙ୍କୁ ଏହା ସୁହାଇଛି। ଫଳରେ ଏହାର ଫାଇଦା ନେବାକୁ କେନ୍ଦ୍ରର ଭାଜପା ସରକାର ଅଣ୍ଟା ଭିଡ଼ିଥିବା ପ୍ରତୀୟମାନ ହେଉଛି। ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହୀ ବିଧାୟକଙ୍କୁ କମଲନାଥ ସରକାରରୁ ନେବାରେ ସକ୍ଷମ ହେବା ପରେ ସେଠାରେ ଭାଜପା ସରକାର ଗଢ଼ିପାରିଥିଲା। ରାଜସ୍ଥାନରେ ସଚିନ ଓ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟ କମ୍‌ ଥିଲେ ମଧ୍ୟ ସମାନ ସମୀକରଣ ପ୍ରୟୋଗ କରି ଭାଜପା ରାଜନୈତିକ ଫଇଦା ଉଠାଇବା ଲକ୍ଷ୍ୟରେ ରହିଛି। ସମ୍ଭବତଃ ସେଥିପାଇଁ ରାଜ୍ୟପାଳଙ୍କୁ ଏହାର ମାଧ୍ୟମ କରାଯାଇଛି ବୋଲି ଆଲୋଚନା ହେଲାଣି। କେବଳ ଭାଜପା ସରକାର ନୁହେଁ, ଅତୀତରେ କେନ୍ଦ୍ରରେ ଗାଦିନସୀନ କଂଗ୍ରେସ ସରକାର ନିର୍ଦ୍ଦେଶ କ୍ରମେ ରାଜ୍ୟପାଳଙ୍କ ବିଶେଷ କ୍ଷମତା ବଳରେ ଅନେକ ରାଜ୍ୟ ସରକାରକୁ ଭାଙ୍ଗିଦିଆଯାଇଛି। ତେବେ ରାଜସ୍ଥାନ କ୍ଷେତ୍ରରେ ସେଠାକାର ହାଇକୋର୍ଟ ଯେଭଳି ବାଚସ୍ପତିଙ୍କ ଅଧିକାରରେ ହସ୍ତକ୍ଷେପ କଲେ ତାହା ଏକ ଖରାପ ପରମ୍ପରା ସୃଷ୍ଟି କରିଛି। ନ୍ୟାୟପାଳିକା ନିରପେକ୍ଷତା ଅବଲମ୍ବନ କରିବା ହେଉଛି ତା’ର ଧର୍ମ। ଏହାବ୍ୟତୀତ ସମ୍ବିଧାନର ତିନୋଟି ସ୍ତମ୍ଭ ବ୍ୟବସ୍ଥାପକ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା କେହି କାହାର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରିବା କଥା ନୁହେଁ। ଯଦି କରନ୍ତି, ତେବେ ତାହା ସମ୍ବିଧାନକୁ ଦୁର୍ବଳ କରିଦେବ। ଏହାବ୍ୟତୀତ କୁହାଯାଇପାରେ ଯେ, ବିଧାୟକମାନଙ୍କ ପଦକ୍ଷେପ ଗୃହ ବାହାରେ ହୋଇଥିବାରୁ ବାଚସ୍ପତିଙ୍କ କ୍ଷମତା ସେମାନଙ୍କ ଉପରେ ଲାଗୁ ହେବା ଉଚିତ ନୁହେଁ। ତେବେ ବିଧାୟକମାନଙ୍କ କାର୍ଯ୍ୟକଳାପ ଗୃହ ବାହାରେ ହେଉ ବା ଭିତରେ ସେମାନଙ୍କର ବିଧାନସଭାର ସଦସ୍ୟତା ଏବଂ ଯେଉଁ ଦଳ ଚିହ୍ନରେ ଜିଣିଛନ୍ତି, ତାହାର ସଂଖ୍ୟା ପ୍ରଭାବିତ ହେଲେ ସେଥିରେ ବାଚସ୍ପତିଙ୍କ ପଦକ୍ଷେପ ନେବାର ଅଧିକାର ରହିବା କଥା। କାରଣ ସେମାନେ ଯଦି ବିଧାନସଭାର ସଦସ୍ୟ ହୋଇ ନ ଥାନ୍ତେ, ତେବେ କୌଣସି ସମସ୍ୟା ଉଠି ନ ଥାଆନ୍ତା। ଉଦାହରଣ ସ୍ବରୂପ, ଆଇନ ଅଛି ଯେ ଜଣେ ସାଂସଦ ବା ବିଧାୟକ ଗିରଫ ହେବା ମାତ୍ରକେ ତାଙ୍କ ସ୍ଥିତି ସମ୍ପର୍କରେ ସମ୍ପୃକ୍ତ ବାଚସ୍ପତିଙ୍କୁ ୨୪ ଘଣ୍ଟା ମଧ୍ୟରେ ଜଣାଇବା ହେଉଛି ପୋଲିସର ଦାୟିତ୍ୱ। ଏହି ପ୍ରଚ୍ଛଦପଟରେ ଦେଖିଲେ ରାଜସ୍ଥାନ ହାଇକୋର୍ଟର ଏଭଳି ନିଷ୍ପତ୍ତି ସ୍ପଷ୍ଟ ରାଜନୈତିକ ଦୃଷ୍ଟିଭଙ୍ଗୀ ଥିବା ଭଳି ମନେହୁଏ। ସବୁ ସମୟରେ ବ୍ୟବସ୍ଥାକୁ ଏହିଭଳି ଯଦି ଭାଙ୍ଗି ଦିଆଯାଏ, ତେବେ ନ୍ୟାୟାଳୟ କିମ୍ବା ସରକାରଠାରୁ ନ୍ୟାୟ ପାଇବା ସାଧାରଣ ନାଗରିକ ପାଇଁ ସମ୍ଭବପର ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ପୃଶ୍ୟତାର ଅନ୍ତ କେବେ

ସମାଜ ସମୟକ୍ରମେ ଆଧୁନିକତା ଆଡ଼କୁ ଗତିଶୀଳ ହେଉଛି। କିନ୍ତୁ ଦିନକୁ ଦିନ ଲୋକଙ୍କ ଚିନ୍ତନଶକ୍ତିରେ ଅବନତି ଘଟୁଛି। ବେଶଭୂଷା ପରିଧାନରେ ଆଧୁନିକତାର ଛାପ ଦେଲେ ସୁଦ୍ଧା ଆଚରଣ…

ରକ୍ଷକ ଯେବେ ଭକ୍ଷକ ହୁଅନ୍ତି

ଦେଶ ସ୍ବାଧୀନ ହେବା ପୂର୍ବରୁ ଚାକିରିର ଉପର ପଦବୀରେ ପ୍ରାୟ ଇଂରେଜମାନେ ଥିବାରୁ ତାଙ୍କ ଅଧୀନରେ କର୍ତ୍ତବ୍ୟରତ କର୍ମଚାରୀଙ୍କ ସାମାନ୍ୟ ତ୍ରୁଟିବିଚ୍ୟୁତି ପାଇଁ କଠୋର ଦଣ୍ଡ ବ୍ୟବସ୍ଥା…

ସହଜରେ ମଦ

କାଚବୋତଲ ପରିବର୍ତ୍ତେ କାଗଜ ପ୍ୟାକେଟରେ ମଦ ବଜାରକୁ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ନିକଟରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ କହିଛନ୍ତି। ନୂଆ ଅବକାରୀ…

ଜୀବନ ପରୀକ୍ଷାର ଆନନ୍ଦମୟ ଆହ୍ବାନ

ପିଲାମାନେ, ମନେରଖିଥାଅ ଜୀବନ ଏକ ପରୀକ୍ଷା। ଜୀବନର ପ୍ରତିଟି ମୁହୂର୍ତ୍ତରେ ଆମେ ଦୈବ ଓ କର୍ମର ପରୀକ୍ଷାକୁ ସାମ୍ନା କରିଥାଉ। ମଣିଷର ଜୀବନ ସମ୍ପୂର୍ଣ୍ଣ ଧରାବନ୍ଧା ପରୀକ୍ଷା…

ଦୋଳପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ: ଏହି ସମୟରେ ଆରମ୍ଭ ହେବ ପାକତ୍ୟାଗ

କିଛିବର୍ଷ ତଳେ ପ୍ରାଥମିକ ସ୍ତରରେ ପଢାଯାଉଥିବା ସାହିତ୍ୟ ବହିର ଏକ କବିତାର କିୟଦଂଶ ସହିତ ଊଣା ଅଧିକେ ସମସ୍ତେ ପ୍ରାୟତଃ ପରିଚିତ ଥିବେ। ଆଜିର ଆଲୋଚ୍ୟ ପ୍ରସଙ୍ଗ…

ଡାଟା ସେଣ୍ଟର ନୁହେଁ ଏଆଇ

ନୂଆଦିଲ୍ଲୀରେ ୬ ଦିନ ଧରି ଚାଲିଥିବା ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬ ଉଦ୍‌ଯାପିତ ହୋଇଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ଉପରେ ଦିଲ୍ଲୀ…

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri