ଫମ୍ପା ବୁଝାମଣା

ବାରାକ ବର୍‌ଫି

 

 

ନିକଟରେ ଇରାନ ଓ ସାଉଦି ଆରବ ମଧ୍ୟରେ କୂଟନୈତିକ ସମ୍ପର୍କ ପୁନଃ ସ୍ଥାପନ କରିବା ପାଇଁ ଚାଇନା ମଧ୍ୟସ୍ଥରେ ଏକ ଚୁକ୍ତି ବା ବୁଝାମଣା ହୋଇଛି। ଏହା ଅନ୍ତର୍ଜାତୀୟ କୂଟନୀତିରେ ଚାଇନାର ଶକ୍ତି ବୃଦ୍ଧିର ସଙ୍କେତ ଦେଉଛି। ଏହା ମଧ୍ୟ ଆମେରିକାର ଶକ୍ତି ଓ ପ୍ରଭାବ ହ୍ରାସ ଏବଂ ମଧ୍ୟପ୍ରାଚ୍ୟରେ ତା’ର ଦୁର୍ବଳତାକୁ ପ୍ରମାଣ କରୁଛି। ଦେଖିବାକୁ ଗଲେ ଏହି ଚୁକ୍ତିକୁ ଯେଭଳି ଗଢ଼ା ହୋଇଛି ସେଥିରେ ସେଭଳି ସଫଳତା ମିଳିବ ନାହିଁ । କାରଣ ସାଉଦି ଆରବ ଏବଂ ଇରାନ ଏକ ଶତାବ୍ଦୀ ଧରି ପରସ୍ପର ବିରୋଧୀ ହୋଇ ରହିଛନ୍ତି। ସେମାନଙ୍କ ମଧ୍ୟରେ ଶତ୍ରୁତା ଏବଂ ଅବିଶ୍ୱାସ ଲାଗିରହିଛି। ଏଣୁ ଏହି ଚୁକ୍ତି ବଳରେ ସେମାନେ ହଠାତ୍‌ ବନ୍ଧୁ ପାଳଟିଯିବା ସମ୍ଭାବନା ବହୁତ କମ୍‌ ।
କେତେଜଣ ବିଶ୍ଳେଷକଙ୍କ ମତରେ, ଅନ୍ୟ ଦେଶଗୁଡ଼ିକର ଆଭ୍ୟନ୍ତରୀଣ ବ୍ୟାପାରରେ ଚାଇନାର ହସ୍ତକ୍ଷେପ ନ କରିବା ନୀତିର ଏକ ପ୍ରମାଣ। କିନ୍ତୁ ଏହା ସତ ଯେ, ଆମେରିକା କେବେ ବି ଇରାନ ଓ ସାଉଦି ମଧ୍ୟରେ ମଧ୍ୟସ୍ଥତା କରିନାହିଁ। ଦେଖିବାକୁ ଗଲେ ବାସ୍ତବରେ ଏହା ଇରାନ ଉପରେ ଅନେକ ବର୍ଷ କଟକଣା ଲଗାଇ ତାହାକୁ ଏକଘରିଆ କରି ରଖିଆସିଛି। ଫଳରେ ଆମେରିକା ବିରୋଧରେ ଠିଆ ହୋଇ ତାହାର କ୍ଷତି କରିବା ଲାଗି ଏକ ପଦକ୍ଷେପ ନେବାକୁ ଇରାନୀୟଙ୍କୁ ସୁଯୋଗ ଦେଉଛି।
୧୯୬୮ରେ ପର୍ସିଆନ୍‌ ଗଲ୍ଫରୁ ବ୍ରିଟିଶ୍‌ ସେନା ପ୍ରତ୍ୟାହାର ଘୋଷଣା କରିବା ପରଠାରୁ ସାଉଦି ଆରବ ତା’ପକ୍ଷରୁ ଆମେରିକାର ମଧ୍ୟପ୍ରାଚ୍ୟ ନୀତିର ଏକ ଆଧାର ସ୍ତମ୍ଭ ଭାବେ ରହିଆସିଥିଲା। କିନ୍ତୁ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ (ଏମ୍‌ବିଏସ୍‌) କ୍ଷମତାକୁ ଆସିଲା ପରେ ସ୍ଥିତି ଅଧିକ ଜଟିଳ ହୋଇଗଲା। ଆମେରିକା ପ୍ରତି ତାଙ୍କ ଦୃଷ୍ଟିକୋଣ ସବୁବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ରିପବ୍ଲିକାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ରହିଥିବାବେଳେ ଜୋ ବାଇଡେନଙ୍କ ଭଳି ଡେମୋକ୍ରାଟଙ୍କ ପାଇଁ ଜଟିଳ ହୋଇଯାଇଛି। ୨୦୧୫ରେ ସାଉଦି ସହ ଆଲୋଚନା ନ କରି ଓବାମା ଇରାନ ସହ ଏକ ଆଣବିକ ଚୁକ୍ତି କରିବାକୁ ସବୁଜ ସଙ୍କେତ ହେବା ଫଳରେ ଡେମୋକ୍ରାଟ୍ସ ପ୍ରତି ଏଭଳି ଅବିଶ୍ୱାସ ସୃଷ୍ଟି ହୋଇଥିଲା। ଓବାମା ସେତେବେଳେ ସୂଚିତ କରିଥିଲେ ଯେ, ସାଉଦି ଆରବ ଏକ ପରଜୀବୀ। ଏଭଳି ମନ୍ତବ୍ୟ ସାଉଦିଙ୍କୁ ଉତ୍ତେଜିତ କରିଥିଲା।
ଏହା ଜଣାଶୁଣା ଯେ, ଏମ୍‌ବିଏସ୍‌ ବାଇଡେନ୍‌ଙ୍କୁ ତିରସ୍କାର କରନ୍ତି (ପୂର୍ବରୁ ସାଉଦି ଜନ୍ମିତ ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟା ଘଟଣାରେ ବାଇଡେନ୍‌ଙ୍କ ସହ ମୁହଁାମୁହିଁ ହୋଇଥିଲେ) ଓ ଟ୍ରମ୍ପ୍‌ ଓ ତାଙ୍କ ଜ୍ୱାଇଁଙ୍କ ସହ ନିବିଡ଼ ସମ୍ପର୍କ ରଖିଛନ୍ତି। ଉଭୟ ବ୍ୟକ୍ତିଗତ ଓ ରାଜନୈତିକ କାରଣ ପାଇଁ ଏମ୍‌ବିଏସ୍‌ ମଧ୍ୟ ବାଇଡେନ୍‌ ପ୍ରଶାସନକୁ ପ୍ରତ୍ୟେକ କ୍ଷେତ୍ରରେ ଅପମାନିତ ଓ ଉପେକ୍ଷା କରିଆସୁଛନ୍ତି। ତେବେ କେତେ ସମୟ ଯାଏ ଏମ୍‌ବିଏସ୍‌ ଏବକାର ଚୁକ୍ତିର ପ୍ରଶଂସା କରିବେ ତାହା ସ୍ପଷ୍ଟ ହୋଇନାହିଁ। ନୂଆ ଚୁକ୍ତି କ୍ୟାମ୍ପ ଡ୍ୟାଭିଡ୍‌ ବୁଝାମଣା (ଯାହା ଆରବ ରାଷ୍ଟ୍ର ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧର ପରିସମାପ୍ତି ଘଟାଇଥିଲା) ସହ ସମାନ ନୁହେଁ କି ଆବ୍ରାହମ୍‌ ଚୁକ୍ତି( ଯାହା ଇସ୍ରାଏଲ ଏବଂ ଆରବ ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କ ସ୍ଥାପନ କରିଥିଲା) ସହ ତୁଳନୀୟ ନୁହେଁ। ବରଂ ଏହି ଚୁକ୍ତି ଏକ କୂଟନୈତିକ ସମ୍ପର୍କର ପୁନଃ ସ୍ଥାପନ କରିବାର ପ୍ରତିଶ୍ରୁତି ଦିଏ। ବାସ୍ତବରେ ଏହା ବାହାରକୁ ଯେତିକି ଚମକଦାର ମନେ ହେଉଛି ବାସ୍ତବତା ତାହା ନୁହେଁ। ଏହା ମୂଲ୍ୟହୀନ ବା ଫମ୍ଫା ମନେ ହୁଏ। ପରସ୍ପର ମଧ୍ୟରେ ପୁନର୍ବାର ସମ୍ପର୍କ ସ୍ଥାପନ କରିବା ପାଇଁ ବାହାର ଗ୍ୟାରେଣ୍ଟି ସହ ଠୋସ୍‌ ପଦକ୍ଷେପ ନିଆ ନ ଗଲେ ଚାଇନା ମଧ୍ୟସ୍ଥରେ ହୋଇଥିବା ଏହି ଚୁକ୍ତି ପର ପର୍ଯ୍ୟାୟ ଦ୍ୱିପାକ୍ଷିତ ଉତ୍ତେଜନ ପୂର୍ବରୁ କେବଳ ଏକ ବିରାମ ଭାବେ ପ୍ରତିପାଦିତ ହେବ।
ସ୍ବାଧୀନତା ପାଇବା ପରେ ଇରାନ ଓ ସାଉଦି ମଧ୍ୟରେ ସମ୍ପର୍କ କେତେ ଖରାପ ରହି ଆସିଛି । ଇସ୍‌ଲାମର ପବିତ୍ର ପୀଠରେ ଏକ ପଥରକୁ ଅଜାଣତରେ ଅପବିତ୍ର କରିଥିବା ଅଭିଯୋଗରେ ଇରାନର ଜଣେ ତୀର୍ଥଯାତ୍ରୀଙ୍କୁ ସଉଦି ମୃତ୍ୟୁଦଣ୍ଡ ଦେବା ପରେ ୧୯୪୪ରେ ସାଉଦି ସହ ଇରାନ ଚୁକ୍ତି ଭଙ୍ଗ କରିଥିଲା। ୧୯୬୬ରେ ସେମାନଙ୍କ ମଧ୍ୟରେ ପୁନର୍ବାର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପିତ ହୋଇଥିଲା। କିନ୍ତୁ ୧୯୮୭ରେ ୪୦୨ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ହେବା ପରେ ୧୯୮୮ରେ ଇରାନ ସହ ସଉଦି ସମ୍ପର୍କ ଛିନ୍ନ କରିଥିଲା। ପୁନର୍ବାର ୧୯୯୧ରେ ସମ୍ପର୍କ ସ୍ଥାପନ ହେଲା। ୨୦୧୬ରେ ସଉଦି ଆରବ ଜଣେ ଶିହା ମୌଲବୀଙ୍କ ମୁଣ୍ଡକାଟ କରିବା ପରେ ଏହାକୁ କେନ୍ଦ୍ର କରି ଦୁହିଁଙ୍କ ସମ୍ପର୍କ ଛିନ୍ନ ହୋଇଥିଲା। ପୂର୍ବରୁ ସ୍ଥାପିତ ହୋଇଥିବା ଏହି ସବୁ ସମ୍ପର୍କ ମଧ୍ୟରୁ ଅଧିକାଂଶ ବୃହତ୍‌ ଆଞ୍ଚଳିକ ଏବଂ ବୈଶ୍ୱିକ କ୍ଷମତା ଦ୍ୱାରା କରାଯାଇଥିଲା। ଉଦାହରଣ ସ୍ବରୂପ, ୧୯୯୬ରେ ଇଜିପ୍ଟର ରାଷ୍ଟ୍ରପତି ଗାମାଲ ଆବଦେଲ୍‌ ନାସିରଙ୍କ ଆରବ ଦେଶର ଧର୍ମ ନିରପେକ୍ଷ ମନ୍ତବ୍ୟ ସାଉଦିକୁ ଇରାନ ସହ ଆଲୋଚନା କରିବାକୁ ପ୍ରେରିତ କରିଥିଲା।
ଆରବ ଓ ଇସ୍ରାଏଲ ମଧ୍ୟରେ ଆମେରିକା ମଧ୍ୟସ୍ଥରେ ହୋଇଥିବା ସ୍ଥାୟୀ ଚୁକ୍ତି ତୁଳନାରେ ସାଉଦି -ଇରାନ ଚୁକ୍ତି ଏକ ସାମୟିକ ଯୁଦ୍ଧବିରତି ପାଇଁ ଅଧିକ ଅନୁରୂପ ମନେହୁଏ। ଉଦାହରଣ ସ୍ବରୂପ, ୧୯୬୯ରେ, ନାସିର ଲେବାନନ୍‌ ଓ ପାଲେଷ୍ଟାଇନ ମୁକ୍ତ ସଂଗଠନ (ପିଏଲ୍‌ଓ) ମଧ୍ୟରେ ଚୁକ୍ତିରେ ମଧ୍ୟସ୍ଥ ଥିଲେ। କିନ୍ତୁ ଏହାର ୬ ବର୍ଷ ପରେ ପାଲେଷ୍ଟେନୀୟମାନେ ଲେବାନନ୍‌ର ଖ୍ରୀଷ୍ଟିଆନ ଗୋଷ୍ଠୀ ସହ ଯୁଦ୍ଧ କରିଥିଲେ। ସେହିଭଳି ଫେବୃୟାରୀ ୧୯୯୪ରେ ଜୋର୍ଡନର ରାଜା ହୁସେନ୍‌ ଝଗଡ଼ାରେ ଲିପ୍ତ ୟେମେନ ନେତାମାନଙ୍କ ମଧ୍ୟରେ ହୋଇଥିବା ଏକ ଚୁକ୍ତିରେ ମଧ୍ୟସ୍ଥ ଥିଲେ। ହେଲେ ସେହି ବର୍ଷ ମେ’ରେ ଗୋଟିଏ ଗୋଷ୍ଠୀ ତାହା ଉଲ୍ଲଂଘନ କରିବା ଦ୍ୱାରା ଗୃହ ଯୁଦ୍ଧ ଦେଖାଦେଇଥିଲା।
ଆଞ୍ଚଳିକ ପ୍ରତିଯୋଗୀ ଭାବେ ଚାଇନା ତା’ର ନୂଆ କୂଟନୈତିକ ପ୍ରଭାବ ବଳରେ ତା’ର ସେନା ଶକ୍ତି ବୃଦ୍ଧି କରିବାକୁ ଆଶାକରେ। କିନ୍ତୁ ପର୍ସିଆନ ଗଲ୍ଫ ଏବେ ବି ଆମେରିକାର ସାଗର ଭାବେ ରହିଛି। ଆମେରିକା ନ୍ୟାଭିର ସେଣ୍ଟ୍ରାଲ କମାଣ୍ଡ ବାହାରିନରେ ଅଛି ଏବଂ ଆମେରିକାର ଆଞ୍ଚଳିକ ସେନା କାର୍ଯ୍ୟକଳାପଗୁଡ଼ିକ କାତାରରୁ ସଞ୍ଚାଳନ ହେଉଛି। ବାଇଡେନ୍‌ଙ୍କ ପ୍ରତି ଥିବା ଏମ୍‌ବିଏସ୍‌ଙ୍କ ଶତ୍ରୁତା ସତ୍ତ୍ୱେ ବି ସଉଦି ଆରବ ଏବେ ସୁଦ୍ଧା ପାଖାପାଖି ୨,୭୦୦୦ ଆମେରିକୀୟ ସୈନ୍ୟଙ୍କୁ ସ୍ଥାନ ଦେଇଛି।
ଏଣୁ ଚାଇନା ସୈନ୍ୟଙ୍କୁ ସ୍ବାଗତ କରିବାର କୌଣସି ଯୋଜନା ଥିବା ଜଣାପଡ଼ୁନାହିଁ। ଏହି ସବୁ ଦେଶ ଆମେରିକା ପାଇଁ ସେମାନଙ୍କ ଦ୍ୱାରା ଖୋଲା ରଖିଛନ୍ତି। ସେମାନେ ଆମେରକାରୁ ଅତ୍ୟାଧୁୁନିକ ଅସ୍ତ୍ରଶସ୍ତ୍ର ପାଇାବା ଲକ୍ଷ୍ୟରେ ଏହା କରିଛନ୍ତି। ଏହା ସହ ଆମେରିକାର ସୁରକ୍ଷା ଗ୍ୟାରେଣ୍ଟି ଉପରେ ବି ସେମାନଙ୍କର ବିଶ୍ୱାସ ରହିଛି। ଯେତେଦିନ ଯାଏ ଆମେରିକା ଏହି ସବୁ ସୁବିଧା ଯୋଗାଇ ଦେଉଥିବା ସେତେଦିନ ଯାଏ ଏହା ଚାଇନାକୁ ସେହି ଅଞ୍ଚଳରୁ ଦୂରେଇ ରଖିବ।
କେତେଜଣ ବିଶେଷଜ୍ଞ ଭାବୁଛନ୍ତି ଯେ, ଆମେରିକୀୟଙ୍କୁ ସେମାନଙ୍କ ବିରୋଧୀ (ପ୍ରଥମେ ସୋଭିଏଟ୍‌ ଓ ଏବେ ଚାଇନିଜ) ବିପକ୍ଷରେ ଠିଆ କରାଇବାର ନାସିରଙ୍କ ନୀତିକୁ ଏବେ ଏମ୍‌ବିଏସ୍‌ ଅନୁସରଣ କରୁଛନ୍ତି। କିନ୍ତୁ ସାଉଦି ଥରେ ବାସ୍ତବତାକୁ ଅନୁଭବ କଲେ ଏମ୍‌ବିଏସ୍‌ କିମ୍ବା ତାଙ୍କ ଉତ୍ତରାଧିକାରୀମାନେ ଚାଇନାକୁ ଗ୍ରହଣ କରିବା ବଦଳରେ ଆମେରିକା ପକ୍ଷକୁ ଫେରିବେ।
ପୂର୍ବତନ ରିସର୍ଚ୍ଚ ଫେଲୋ, ନ୍ୟୁ ଆମେରିକା


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri