ଥାନା ପ୍ରତିଷ୍ଠା ନେଇ ତେଜୁଛି ଅସନ୍ତୋଷ

କୁଆମରା,୨୦।୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକରେ ଥାନା ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରି ଆସୁଛନ୍ତି। ରାଜ୍ୟରେ ନୂତନ ଭାବେ ୩୬ଟି ଥାନା ଖୋଲିବାକୁ ଘୋଷଣା ହୋଇଥିବା ବେଳେ ଗୋପବନ୍ଧୁନଗର ବ୍ଲକ ଏଥିରୁ ବାଦ୍‌ ପଡ଼ିଛି। ଜିଲାରେ ଏକମାତ୍ର ବାରିପଦା ନିକଟବର୍ତ୍ତୀ ଭଞ୍ଜପୁରଠାରେ ଥାନା ପ୍ରତିଷ୍ଠା ଲାଗି ଘୋଷଣା କରାଯାଇଛି। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସହ ପ୍ରଶାସନିକ ସ୍ଥାଣୁତା ଯୋଗୁ ଗୋପବନ୍ଧୁ ନଗର ବ୍ଲକରେ ଥାନା ପ୍ରତିଷ୍ଠା ହୋଇ ପାରି ନ ଥିବାରୁ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି।
ସୂଚନାଯୋଗ୍ୟ, ପ୍ରତି ବ୍ଲକରେ ଗୋଟିଏ ଥାନା ପ୍ରତିଷ୍ଠା ହେବ, ଆବଶ୍ୟକ ସ୍ଥଳେ ଅଧିକ ଲୋକସଂଖ୍ୟା ବିଶିଷ୍ଟ ବ୍ଲକମାନଙ୍କରେ ଦୁଇଟି ଥାନା ପ୍ରତିଷ୍ଠା ହୋଇ ପାରିବ ବୋଲି ଓଡ଼ିଶା ସରକାର ୨୦୦୮ରେ ଘୋଷଣା କରିଥିଲେ। ମାତ୍ର ଗୋପବନ୍ଧୁ ନଗର ବ୍ଲକରେ ଥାନା ପ୍ରତିଷ୍ଠା ହୋଇ ନ ପାରିବା ବିଡମ୍ବନାର ବିଷୟ। ତେବେ ବ୍ଲକର ମଧ୍ୟ ସ୍ଥଳୀ ସ୍ଥାନ କିମ୍ବା ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନରେ ଏକ ଥାନା ପ୍ରତିଷ୍ଠା କରାଯିବାକୁ ଦାବି ହୋଇ ଆସୁଛି। ବହୁ ପୂର୍ବରୁ ଗୋପବନ୍ଧୁ ନଗର ଓ ଖୁଣ୍ଟା ବ୍ଲକକୁ ନେଇ ଗୋଟିଏ ଥାନା ଖୁଣ୍ଟାଠାରେ ଅବସ୍ଥାପିତ। ଏହି ଦୁଇ ବ୍ଲକ ଅଧୀନ ମୋଟ ୨୭ଟି ପଞ୍ଚାୟତର ଏବେ ଲୋକ ସଂଖ୍ୟା ଦେଢ ଲକ୍ଷରୁ ଊଦ୍ଧର୍‌ବ ହୋଇଥିବା ବେଳେ ଗୋପବନ୍ଧୁ ନଗର ବ୍ଲକର ଲୋକ ସଂଖ୍ୟା ୮୦ ହଜାର ଟପିଲାଣି। ପ୍ରତିବର୍ଷ ଉକ୍ତ ଥାନାରେ ପାଖାପାଖି ୪୦୦ ମାମଲା ରୁଜୁ ହୋଇ ଆସୁଥିବା ବେଳେ ଗୋପବନ୍ଧୁ ନଗର ବ୍ଲକର ୭୦ ପ୍ରତିଶତ ମାମଲା ରୁଜୁ ହେଉଥିବା ରେକର୍ଡ କହୁଛି। ୨୦୧୦ରୁ ୨୦୨୦ ମଧ୍ୟରେ ସମୀକ୍ଷା କଲେ ଜଣାପଡ଼େ ହତ୍ୟା, ରାହାଜାନୀ, ଚୋରି, ଡକାୟତି ଭଳି ଅପରାଧ ଗୋପବନ୍ଧୁନଗର ବ୍ଲକରେ ବୃଦ୍ଧି ପାଇଛି। ଥାନାଠାରୁ ବ୍ଲକର ଶେଷ ସୀମା ୩୦/୪୦ କି.ମି. ଦୂରତ୍ୱ ହେଉଥିବାରୁ ଜରୁରୀକାଳୀନ ସମୟରେ ସେବା ମିଳିବାରେ ବିଳମ୍ବ ଘଟୁଛି। ପୁଣି ଏହି ବ୍ଲକର କୁଶଳଦା, ଜୟପୁର ଓ ବରଡିହି ପଞ୍ଚାୟତ ଉଦଳା ଥାନା ଅଧୀନରେ ରହିଥିବାରୁ ଏହି ୩ପଞ୍ଚାୟତର ଲୋକଙ୍କ ସମସ୍ୟା ବଢ଼ି ଚାଲିଛି। ଏହି ବ୍ଲକର କୁଶଳଦା ଓ କୁଆମରାରେ ଦୁଇଟି ଫାଣ୍ଡି ରହିଥିବା ବେଳେ ଯେ କୌଣସି ସ୍ଥାନରେ ଗୋଟିଏ ଥାନା ପ୍ରତିଷ୍ଠା କରାଯିବାକୁ ଜନ ସାଧାରଣଙ୍କ ପକ୍ଷରୁ ଦାବି ହୋଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?