‘ନିଯୁକ୍ତି, ସ୍ବାଭିମାନ ଓ ଅଧିକାର ଲଢେଇ ଜାରି ରହିବ’

ବଲାଙ୍ଗୀର ଅଫିସ, ୧୩ା୧ – ଜାତୀୟ ଯୁବ ଦିବସ ଅବସରରେ ବଲାଙ୍ଗୀରଠାରେ ଜିଲା କଂଗ୍ରେସର ଛାତ୍ର କମ୍ପନ ସମାବେଶ ଅନୁଷ୍ଠିତ ହୋଇଥିଲା। ଜିଲାର ଶତାଧିକ ଯୁବତୀ, ଯୁବକ କଲେଜ ଛକର ସରୋଜିନୀ ରେସିଡେନ୍ସିଠାରୁ ଏକ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ସ୍ଥାନୀୟ କଂଗ୍ରେସ ଭବନଠାରେ ପୂର୍ବତନ ଛାତ୍ର ସଭାପତି ଅଙ୍କିତ ସାହୁଙ୍କୁ ସଭାପତିତ୍ୱରେ ଆୟୋଜିତ ଛାତ୍ର କମ୍ପନ ସମାବେଶରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡିଶା ପ୍ରଭାରୀ ରୋଶନ୍‌ଲାଲ ବିଟୁ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଲ, ଯୁବନେତା ସମରେନ୍ଦ୍ର ମିଶ୍ର, ଜିଲା କଂଗ୍ରେସ ସଭାପତି ଦିଲୀପ ବେହେରା, ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲା ସେବାଦଳ ମୁଖ୍ୟ ଅସିତ କୁମାର ମିଶ୍ର, କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର ଉପସ୍ଥିତ ଥିଲେ ା ସଭାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ କାର୍ଯ୍ୟର ସମାଲୋଚନା କରାଯାଇଥିଲା। ନିଯୁକ୍ତି, ସ୍ବାଭିମାନ ଓ ଅଧିକାରର ଲଢ଼େଇ ଜାରି ରହିବ ବୋଲି ବକ୍ତାମାନେ କହିଥିଲେ। ସଭାରେ ବିଟୁ ତାଙ୍କ ବକ୍ତବ୍ୟରେ ଛାତ୍ରକଂଗ୍ରେସର ସ୍ବରକୁ ବଲାଙ୍ଗୀର ଜିଲାର ତୃଣମୂଳ ସ୍ତରରୁ ସୁଦୃଢ଼ କରାଯିବ ବୋଲି କହିଥିଲେ ା ସମରେନ୍ଦ୍ର ତାଙ୍କ ବକ୍ତବ୍ୟରେ ଛାତ୍ର କଂଗ୍ରେସ ସଙ୍ଗଠନକୁ ସୁଦୃଢ କରିବାକୁ ସମସ୍ତ ସାମର୍ଥ୍ୟ ଓ ସମର୍ଥନ ଦିଆଯିବ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ସଂକଳ୍ପ: ସାମିଲ ହେଲେ…

ଛତ୍ରପୁର, ୨୬।୬ (ଦିଲ୍ଲୀପ ସାମଲ): ଅନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ତସକରି ବିରୋଧ ଦିବସ-୨୦୨୬ ଅବସରରେ ଗଞ୍ଜାମ ଗିଲାରେ ଗତ ୧୭ ଜୁନରୁ ଆରମ୍ଭ ହୋଇଥିବା…

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

ରାଜନଗର,୨୬ା୬(ଭାସ୍କର ରାଉତରାୟ): ସମଗ୍ର ରାଜ୍ୟରେ କେଉଁଠି କେଉଁଠି ବେଆଇନ ବାଲି ଚାଲାଣକୁ ନେଇ ପୋଲିସ ପ୍ରଶାସନଙ୍କ ସହିତ ମାଫିଆଙ୍କର ମୁକାବିଲା ଏପରକି ଆକ୍ରମଣ ଭଳି ଅନେକ ଘଟଣା…

୩୦ ବର୍ଷ ସଂଘ ପରେ ୬୩ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା

ଥୁଆମୂଳ ରାମପୁର,୨୬ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପଞ୍ଚାୟତର ଅଣ-ସର୍ଭେ ଗ୍ରାମ ସେମେଲପଦରର ୬୩ଟି ବନବାସୀ ପରିବାରକୁ ବହୁ ପ୍ରତୀକ୍ଷିତ ବ୍ୟକ୍ତିଗତ ଜଙ୍ଗଲ…

କେସିଙ୍ଗା ଷ୍ଟେଶନ ପରିଦର୍ଶନ କଲେ ଜେନେରାଲ ମ୍ୟାନେଜର

କେସିଙ୍ଗା,୨୬।୬.(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନକୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ବିରଳ ଅସ୍ତ୍ରୋପଚାର: ଯୁବକଙ୍କୁ ନୂଆ ଜୀବନ ଦେଲେ ଡାକ୍ତର

ନୂଆପଡ଼ା,୨୬/୬(ମକାରୁ ବେମାଲ): ସୀମିତ ସମ୍ବଳ କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା । ପୁଣିଥରେ ନିଜର ଚମତ୍କାରିତା ଦେଖାଇଛନ୍ତି ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ…

ମାଛଧରା ଟ୍ରଲରରେ ଲାଗିଲା ନିଆଁ: ହୁ ହୁ ହୋଇ ଜଳିଗଲା…

ଭଦ୍ରକ, ୨୬। ୬(ସନାତନ ରାଉତ) : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତରଗତ ଧାମରା ମଧ୍ୟ ପୋତାଶ୍ରୟ ମଧ୍ୟରେ ଏକ ମାଛଧରା ଟ୍ରଲର ନିଆଁ ଲାଗି ଜଳିଯାଇଛି।…

ଅନିଶ୍ଚିତତାରେ ଆଖଡ଼ାଶାଳି ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର, ଭାଜପା ସରକାର ଗଠନ ପରେ ବି ରାଜନେତାମାନେ ଚୁପ୍‌

କେନ୍ଦ୍ରାପଡ଼ା,୨୬ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଆଖଡ଼ାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପିପିପି ମୋଡ୍‌ରେ ପାରାଦୀପ ପୋର୍ଟ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri