ନିଯୁକ୍ତି ବିବାଦ

ନିକଟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୋମେଶ କୁମାରଙ୍କୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ଏହାକୁ ନେଇ ବିବାଦ ଦେଖାଯିବା ସହ ବାବୁ ଓ ରାଜନୈତିକ ପରିସରରେ ଚିନ୍ତା ପ୍ରକଟ କରାଯାଇଛି। ଆନ୍ଧ୍ରପ୍ରଦେଶର ୧୯୮୯ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଧିକାରୀ ଫେବୃୟାରୀରେ ଅବସର ନେଇଥିଲେ ବି ତାଙ୍କୁ କ୍ୟାବିନେଟ ର଼୍ୟାଙ୍କ୍‌ରେ ୩ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ଏହାକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରିଛି ଓ କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କ ରହିଛି। ଏହି କାରଣରୁ କାର୍ଯ୍ୟରତ ବରିଷ୍ଠ ବାବୁମାନଙ୍କ ମହତ୍ତ୍ୱ କମିଥିବା ଅନୁମାନ କରାଯାଉଛି ଏବଂ ମୁଖ୍ୟମନ୍ତ୍ରୀ କୁମାରଙ୍କ ଆଡ଼କୁ ଢ଼ଳିଥିବା ବିଷୟ ସାଧାରଣରେ ଦୃଷ୍ଟି ଆକର୍ଷଣ କରିଛି। ସୂତ୍ରରୁ ଜଣାପଡ଼ିଛି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ) ଅଧିକ ସଂଖ୍ୟକ ଅବସରପ୍ରାପ୍ତ ଆଇଏଏସ୍‌, ଆଇପିଏସ୍‌ ଏବଂ ଅଲ୍‌ଇଣ୍ଡିଆ ସର୍ଭିସେସ୍‌ ଅଧିକାରୀଙ୍କୁ ସାମିଲ କରିସାରିଲାଣି। ସିଏମ୍‌ଓର ସରକାରୀ ଓ୍ବେବ୍‌ସାଇଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କର ଏକ ଡଜନ ପରାମର୍ଶଦାତା ରହିଛନ୍ତି, ଯେଉଁମାନଙ୍କ ମଧ୍ୟରେ ୮ ଜଣ ହେଉଛନ୍ତି ପୂର୍ବତନ ଅମଲାତନ୍ତ୍ରୀ। ଏହି ପରାମର୍ଶଦାତାମାନେ ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ କାର୍ଯ୍ୟ ବଳରେ ପ୍ରଭାବିତ କରିବେ ବୋଲି ଅଧିକ ବିଶ୍ୱାସ କରାଯାଉଛି। ଏବେ ମୁଖ୍ୟ ପରାମର୍ଶଦାତା ଭାବେ ସୋମେଶ କୁମାରଙ୍କ ନିଯୁକ୍ତିକୁ ରାଜନୈତିକ ଓ ବାବୁ ପର୍ଯ୍ୟବେକ୍ଷକମାନେ ନିରୀକ୍ଷଣ କରୁଛନ୍ତି। ସିଏମ୍‌ଓରେ କୁମାର ସାମିଲ ହେବା ସରକାର ଏବଂ ବରିଷ୍ଠ ବାବୁମାନଙ୍କ ଭୂମିକାକୁ କିଭଳି ପ୍ରଭାବିତ କରିବ ତାହା ଦେଖିବାକୁ ପର୍ଯ୍ୟବେକ୍ଷକମାନେ ଅପେକ୍ଷାରେ ରହିଛନ୍ତି।

ସିସିଆଇର ନୂଆ ମୁଖ୍ୟ

କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ)ର ନୂଆ ଅଧ୍ୟକ୍ଷ ଭାବେ ରଭନିତ କୌରଙ୍କ ନିଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ହୋଇଛି। ଅନେକ ମାସ ବିଳମ୍ବ ପରେ କୌରଙ୍କ ନିଯୁକ୍ତି ଏହି ନିୟାମକ ସଂସ୍ଥାର ପୁନରୁଦ୍ଧାର ପାଇଁ ଆଶା ସଞ୍ଚାର କରିଛି। କୌରଙ୍କ ଅବସରର ୧୦ ମାସ ପୂର୍ବରୁ କେନ୍ଦ୍ର ଏହି ପଦକ୍ଷେପ ନେଇଛି। ବରିଷ୍ଠ ପଞ୍ଜାବ ଆଇଏଏସ୍‌ ଅଧିକାରୀ ଭାବେ କୌରଙ୍କର ବ୍ୟାପକ ଅଭିଜ୍ଞତା ଅଛି, ତାଙ୍କ କ୍ୟାରିୟର ରେକର୍ଡ ମଧ୍ୟ ଖୁବ୍‌ ଭଲ ଏବଂ ଏସବୁ ହିଁ ତାଙ୍କୁ ସିସିଆଇର ଜଣେ ଆଶାବାଦୀ ତଥା ସକାରାମତ୍କ ନେତୃତ୍ୱ ଭାବେ ପଦାସୀନ କରିଛି। କୌତୂହଳର ବିଷୟ, କର୍ନାଟକ ନିର୍ବାଚନ ପରେ ଉଚ୍ଚ ପଦବୀରେ ନିଯୁକ୍ତି ଘୋଷଣା କରିବାରେ ଏହା ହେଉଛି ତୃତୀୟ ଘଟଣା। ଏହା ପୂର୍ବରୁ ସରକାର ପ୍ରବୀଣ ସୁଦ୍‌ଙ୍କୁ ସିବିଆଇ ନିର୍ଦ୍ଦେଶକ ଏବଂ ଆଇଆର୍‌ଏସ୍‌ ଅଧିକାରୀ ସୁମନ ଶର୍ମାଙ୍କୁ ୟୁପିଏସ୍‌ସି ସଦସ୍ୟ ଭାବେ ନିଯୁକ୍ତ କରିଥିଲେ। ତେବେ ୨୫ ଅକ୍ଟୋବର ୨୦୨୨ରେ ଅଶୋକ କୁମାର ଗୁପ୍ତା ୪ ବର୍ଷ କାର୍ଯ୍ୟକାଳ ଶେଷ କରି ସିସିଆଇର ଶୀର୍ଷ ପଦବୀ ଛାଡ଼ିବା ପରେ ସେବେଠାରୁ ଏହା ଖାଲି ରହିଥିଲା। ପରେ ସରକାର ସିସିଆଇ ସଦସ୍ୟ ସଙ୍ଗୀତା ବର୍ମାଙ୍କୁ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ। କୌର ଗତ ଦୁଇ ଦଶନ୍ଧି ମଧ୍ୟରେ ସରକାରରେ ବିଭିନ୍ନ ପଦବୀରେ ରହିଛନ୍ତି। ସରକାରରେ ତାଙ୍କର ଅଭିଜ୍ଞତା ଏବଂ ସଫଳ କ୍ୟାରିୟର ରେକର୍ଡ ଥିବାରୁ କୌରଙ୍କ ନେତୃତ୍ୱ ସିସିଆଇର କାର୍ଯ୍ୟଧାରାକୁ ପୁନର୍ଗଠନ କରିବ ବୋଲି ଆଶା କରାଯାଏ। ଏହା ସହ ନିଷ୍ପକ୍ଷ କମ୍ପିଟିଶନ ନିଶ୍ଚିତ କରିବାରେ ଏହାର ଭୂମିକାକୁ ପୁନଃ ଶକ୍ତିଶାଳୀ କରିବ।

ପରିବର୍ତ୍ତନୀୟ ରୁଲ୍‌ବୁକ୍‌

ଦେଶ ଏକ ସରଳ ନୀତିରେ ଚାଲୁଛି ବୋଲି ସମସ୍ତେ ଜାଣନ୍ତି। ଏହି ନୀତିଟି ହେଉଛି – ମୋତେ ଲୋକ ଦେଖାଅ, ମୁଁ ତୁମକୁ ନିୟମ ଦେଖାଇବି; ଅର୍ଥାତ୍‌ ବ୍ୟକ୍ତି କେତେ ପ୍ରଭାବଶାଳୀ କିମ୍ବା ନିୟମ ଦ୍ୱାରା କେତେ ପ୍ରଭାବିତ ହେବାର ସମ୍ଭାବନା ରହିଛି, ତାହା ଉପରେ ନିୟମ ପରିବର୍ତ୍ତନ ନିର୍ଭର କରେ। ନିକଟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ନିର୍ଦ୍ଦେଶକ ଭାବେ କର୍ନାଟକ ଆଇପିଏସ୍‌ ଅଧିକାରୀ ପ୍ରବୀଣ ସୁଦ୍‌ଙ୍କ ନିଯୁକ୍ତିକୁ ନେଇ ପୁନର୍ବାର ଆଲୋଚନା ହେଉଛି। କେତେଜଣ ପର୍ଯ୍ୟବେକ୍ଷକ ଦର୍ଶାଇଛନ୍ତି ଯେ, ବରିଷ୍ଠ ହରିୟାଣା ଆଇଏଏସ୍‌ ଅଧିକାରୀ ତଥା ହ୍ବିସିଲ୍‌ବ୍ଲୋୟର ଅଶୋକ ଖେମ୍‌କାଙ୍କୁ କେନ୍ଦ୍ରରେ କାର୍ଯ୍ୟକରିବା ଅଭିଜ୍ଞତା ନ ଥିବାରୁ ସେଣ୍ଟ୍ରାଲ ଡେପୁଟେଶନ ପାଇଁ ବିଚାରକୁ ନିଆଯାଇ ନ ଥିବାବେଳେ ସୁଦ୍‌ଙ୍କ ଘଟଣାରେ କାର୍ମିକ ମନ୍ତ୍ରଣାଳୟ ଏହି ସର୍ତ୍ତକୁ ଲାଗୁକଲା ନାହିଁ। ଏହା ସ୍ପଷ୍ଟ ଯେ, ସୁଦ୍‌ଙ୍କର ସେଣ୍ଟ୍ରାଲ ଡେପୁଟେଶନରେ କାର୍ଯ୍ୟକରିବାର କୌଣସି ଅଭିଜ୍ଞତା ନ ଥାଇ କିମ୍ବା ଏଥିପାଇଁ କେବେ ବି ତାଲିକାଭୁକ୍ତ କରାଯାଇ ନ ଥିଲେ ବି ତାଙ୍କୁ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଏହାବାଦ୍‌ ସିବିଆଇ ମୁଖ୍ୟମାନଙ୍କ ନିଯୁକ୍ତିରେ ଏକ କୌତୂହଳପ୍ରଦ ଧାରା ରହିଛି। କେତେଜଣ ପର୍ଯ୍ୟବେକ୍ଷକ ସ୍ପଷ୍ଟ କରିଛନ୍ତି ଯେ, ଦୁଇଟି ଘଟଣାରେ ଭାଜପା ହାରିଥିବା ରାଜ୍ୟଗୁଡ଼ିକରୁ ପୋଲିସ ମୁଖ୍ୟଙ୍କୁ କେନ୍ଦ୍ରକୁ ଆଣି ସିବିଆଇ ମୁଖ୍ୟ ଭାବେ ନିଯୁକ୍ତି ଦେଇଛି। ମଧ୍ୟପ୍ରଦେଶରୁ ଆଇପିଏସ୍‌ ଅଧିକାରୀ ଋଷି ଶୁକ୍ଳା ଏବଂ ମହାରାଷ୍ଟ୍ରରୁ ସୁବୋଧ ଜୟସ୍ବାଲଙ୍କୁ ଏଭଳି ନିଯୁକ୍ତି ପ୍ରଦାନ କରାଯାଇଥିବା ଦୃଷ୍ଟାନ୍ତ ଅଛି। ଏଣୁ ଏକ ସମାନ ପ୍ରକାର ଯୁକ୍ତି ବି ଦେଖିବାକୁ ମିଳେ ଯେତେବେଳେ ଜେନେରାଲ ବି.ଏସ୍‌.ରାଓ୍ବତଙ୍କୁ ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ମୁଖ୍ୟ କରାଯାଇଥିଲା। ସେତେବେଳେ ଦୁଇ ବରିଷ୍ଠ ଜେନେରାଲଙ୍କର ଯୁଦ୍ଧ ଲଢିବା ଅଭିଜ୍ଞତା ନ ଥିବା କାରଣରୁ ରାଓ୍ବତଙ୍କୁ ଏଭଳି ନିଯୁକ୍ତି ମିଳିଥିଲା। ଏଥିରୁ ବୁଝାପଡ଼େ ଯେ,, ଅମଲାତନ୍ତ୍ରୀ ରୁଲ୍‌ବୁକ୍‌ ଏକ କଳ୍ପିତ ସାଧନ, ସର୍ବଦା ମାୟାବୀ ଓ ସଦା ପରିବର୍ତ୍ତନୀୟ ।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri