Posted inଜାତୀୟ

ଭାରତରେ ନିଯୁକ୍ତିର ଉତ୍କଟ ସ୍ଥିତି, ବେରୋଜଗାରିର ୮୩% ଯୁବବର୍ଗ

ନୂଆଦିଲ୍ଲୀ,୨୯।୩: ଭାରତରେ ନିଯୁକ୍ତି ସ୍ଥିତି ଅତ୍ୟନ୍ତ ଉତ୍କଟ ବୋଲି ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ) ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହ୍ୟୁମାନ୍‌ ଡେଭେଲପ୍‌ମେଣ୍ଟ (ଆଇଏଚ୍‌ଡି)ର ଏକ ରିପୋର୍ଟରୁ ଜଣାପଡ଼ିଛି। ଉକ୍ତ ସଂଗଠନର ଇଣ୍ଡିଆ ଅନ୍‌ଏମ୍ପ୍ଲଏମେଣ୍ଟ ରିପୋର୍ଟ, ୨୦୨୪ ଅନୁଯାୟୀ ଦେଶର ବେରୋଜଗାରି ଶ୍ରମଶକ୍ତିର ୮୩ ପ୍ରତିଶତ ହେଉଛନ୍ତି ଯୁବବର୍ଗ। ମୋଟ ବେରୋଜଗାରି ଯୁବଗୋଷ୍ଠୀଙ୍କ ମଧ୍ୟରୁ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ଗ୍ରହଣ କରିଥିବା ପିଲାମାନଙ୍କ ହାର ୨୦୨୨ରେ ୬୫.୭ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ୨୦୦୦ରେ ୩୫.୨ ପ୍ରତିଶତ ରହିଥିଲା।

୨୦୦୦ରୁ ୨୦୧୯ ମଧ୍ୟରେ ଯୁବ ନିଯୁକ୍ତି ଏବଂ ସାମୟିକ ନିଯୁକ୍ତି ବଢ଼ିଥିବାବେଳେ ମହାମାରି ସମୟରେ ଏହା ହ୍ରାସ ପାଇଥିଲା ବୋଲି ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭି. ଅନନ୍ତ ନାଗେଶ୍ୱରନ୍‌ଙ୍କ ଦ୍ୱାରା ପ୍ରକାଶ ପାଇଥିବା ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି। ଏହି ସମୟରେ ଶିକ୍ଷିତ ଯୁବବର୍ଗଙ୍କ ମଧ୍ୟରେ ବେରୋଜଗାରି ସ୍ତର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଥିଲା। ସହରାଞ୍ଚଳରେ ଅଧିକ ସଂଖ୍ୟାରେ ଶିକ୍ଷିତ ବେରୋଜଗାର ଥିବା ରିପୋର୍ଟରେ କୁହାଯାଇଛି।

ଅନ୍ୟପକ୍ଷରେ ଆଇଏଲ୍‌ଓର ରିପୋର୍ଟକୁ ଭାରତ ବିବାଦୀୟ ତଥ୍ୟ କହି ବିରୋଧ କରିଛି। ନିଯୁକ୍ତି ସମ୍ପର୍କରେ ଭାରତୀୟ ସଂସ୍ଥାଗୁଡ଼ିକ ଭିନ୍ନ ତଥ୍ୟ ପ୍ରଦାନ କରିଥିବା ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ)ରେ ୬.୪ କୋଟି ଲୋକ ପଞ୍ଜୀକୃତ ହୋଇଛନ୍ତି, ଏହା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଅନ୍ୟ ଅନେକ ଦେଶର ଲୋକସଂଖ୍ୟାଠାରୁ ଅଧିକ ବୋଲି ଏକ ଗଣମାଧ୍ୟମର ଯୁବ ସମ୍ମିଳନୀରେ ଯୋଗଦେଇ ଠାକୁର କହିଛନ୍ତି। ସେ ଆହୁରି କହିଛନ୍ତି, ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୩୪ କୋଟି ମୁଦ୍ରା ଋଣ ଯୋଗାଇ ଦିଆଯାଇଛି। ଏବେ ସେମାନେ ବେରୋଜଗାରିଙ୍କୁ ନିଯୁକ୍ତି ଯୋଗାଉଛନ୍ତି।

ବହୁବର୍ଷ ଧରି ଭାରତ ଅନ୍ତର୍ଜାତୀୟ ରେଟିଂ ସଂସ୍ଥାଗୁଡ଼ିକୁ ଭରସା କରିଆସୁଛି। ସେମାନେ ଘରୋଇ ତଥ୍ୟ ଆଧାରରେ ରିପୋର୍ଟ ପ୍ରସ୍ତୁତ କରିବା ଆବଶ୍ୟକ। ଆମର ଦାସତ୍ୱ ମାନସିକତା ପାଇଁ ଆମେ ସବୁବେଳେ ବିଦେଶୀ ରେଟିଂ ଉପରେ ନିର୍ଭର କରୁଛୁ। ଏବେ ଏହାକୁ ଛାଡ଼ି ଆମ ଦେଶର ସଂଗଠନଗୁଡ଼ିକ ଉପରେ ବିଶ୍ୱାସ କରିବାକୁ ହେବ ବୋଲି ଠାକୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri