ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଘଟଣ: ମାନସିକ ଚାପ ପ୍ରତିବାଦରେ ଆତ୍ମହତ୍ୟା ଉଦ୍ୟମ କଲେ କର୍ମଚାରୀ

ସମ୍ବଲପୁର,୨୦।୪(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଘଟିଛି ଅଘଟଣ। ବିଶ୍ୱବିଦ୍ୟାଳୟର ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ବରିଷ୍ଠ ଅଧିକାରୀଙ୍କ ଚାପ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ଦୀନବନ୍ଧୁ। ମଙ୍ଗଳବାର ସକାଳେ କର୍ମଚାରୀଜଣଙ୍କ ହଠାତ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଚାକିରିକୁ ସ୍ଥାୟୀ କରିବା, ଦରମା ବଢ଼ାଇବା ସହ କାମର ଚାପ କମାଇବା ପାଇଁ ଦୀନବନ୍ଧୁ ଆଗରୁ କୂଳପତିଙ୍କୁ ଅନେକ ଥର ଗୁହାରି କରିଥିଲେ। ହେଲେ ତାଙ୍କ ଦାବି ପ୍ରତି କେହି କର୍ଣ୍ଣପାତ ନ କରିବାରୁ ସେ ଏକାଡେମୀର କାଉନସିଲ ବୈଠକ ଚାଲୁଥିବା ସମୟରେ ଏଭଳି କାଣ୍ଡ ଘଟାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଦୀନବନ୍ଧୁଙ୍କ ଶରୀରର ୯୦ ଭାଗ ପୋଡିଯାଇଥିବା ଜଣାପଡ଼ିଛି ।

ଘଟଣା ନେଇ ଦୀନବନ୍ଧୁ ଙ୍କ ପୁଅ ଅଭିଷେକ କହିଛନ୍ତି, ଯେତେ କହିଲେବି ଶୁଣିଲେନାହିଁ। ଶାରୀରିକ, ମାନସିକ, ଆର୍ଥିକ ଭାବେ ନିର୍ଯାତନା ଦେଲେ। କୋର୍ଟଙ୍କ ଆଦେଶ ବି ମାନିଲେ ନାହିଁ। ଦୀର୍ଘ ଦିନ କେହି ଗୁହାରି ନ ଶୁଣିବାରୁ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଶେଷରେ ସେଲ୍ପ ଡିମୋଲିସନ ପନ୍ଥା ଅବଲମ୍ବନ କରିଛନ୍ତି। ସେ ଘରେ, ବାହାରେ ସବୁବେଳେ ଅନ୍ୟମନସ୍କ ରହୁଥିଲେ। ତାଙ୍କର ଏଭଳି ଅବସ୍ଥା ପାଇଁ କେବଳ ବିଶ୍ୱବିଦ୍ୟାଳୟ ବରିଷ୍ଠ ଅଧିକାରୀ ଦାୟୀ ବୋଲି ସେ କହିଛନ୍ତି । ଜଣେ ତଳିଆ କର୍ମଚାରୀଙ୍କ କଥାକୁ ଗୁରୁତର ଭାବେ ନ ନେବାରୁ ଏଭଳି ଅଭାବନୀୟ ଘଟଣା ଘଟିଗଲା ବୋଲି ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘ ସମ୍ପାଦକ କହିଛନ୍ତି । କର୍ମଚାରୀ ସଂଘ ଘଟଣାକୁ ଗୁରୁତର ସହ ନେଇଛି ଓ ଏ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୂର୍ତ୍ତ ବିଭାଗ ଭୁବନେଶ୍ୱର ଡିଭିଜନ୍‌-୪ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କୁ ମଙ୍ଗଳବାର ଭିଜିଲାନ୍ସ ଗିରଫ କରିଛି।...

ସ୍ବାଧୀନତା ସଂଗ୍ରାମରେ ଭଦ୍ରକର ରହିଛି ଅତୁଳନୀୟ ଅବଦାନ: ଜିଲାପାଳ

ଭଦ୍ରକ ଅଫିସ,୨୬।୧: ଭଦ୍ରକଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳନ କରାଯାଇଛି। ଭଦ୍ରକ ନେହେରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ଏହି ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି...

ବିଡିଓଙ୍କୁ ବଦଳି ଦାବିରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ପତ୍ର

ଖଇରପୁଟ,୧୩ା୧୨(ଡି.ଏନ୍‌.ଏ: ମାଲକାନଗିରି ଜିଲା ଖଇରପୁଟ ବିଡିଓ ବିଶ୍ୱଜିତ୍‌ ବର୍ମନଙ୍କ ବିରୋଧରେ ଦୁନୀତି ଓ ଲୋକ ପ୍ରତିନିଧିଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ନେଇ ଅଭିଯୋଗ ହୋଇଛି। ତାଙ୍କୁ...

ତ୍ରୁଟିପୂର୍ଣ୍ଣ ନିର୍ମାଣ ସାଜିଛି ଦୁର୍ଘଟଣା କାରଣ

ରସୁଲପୁର,୧୧।୮(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଦେଇ ଅତିକ୍ରମ କରିଥିବା ୧୬ ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ଦିନକୁ ଦିନ...

ରାସ୍ତା ମରାମତି କଲେ ଯୁବଗୋଷ୍ଠୀ

ଭଦ୍ରକ ଅଫିସ, ୧।୬- ସରକାର ଗମନାଗମନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। କିନ୍ତୁ ଦୀପ ତଳ ଅନ୍ଧାର ଭଳି ଭଦ୍ରକ ବ୍ଲକ ମୁଖ୍ୟାଳୟଠାରୁ ୫...

ପିଲାଙ୍କ ରଥଯାତ୍ରା, ନିଆରା ପରମ୍ପରା

ବରଗଡ଼ ଅଫିସ୍‌,୫।୭-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ ହେଉଛି । ତେବେ ବରଗଡ଼ ନାଏକପଡ଼ାର ଶିଶୁଙ୍କ ରଥଯାତ୍ରା ପାଳନ ସମ୍ପୂର୍ଣ୍ଣ ନିଆରା । ପିଲାମାନେ...

ବିଷାକ୍ତ ହେଉଛି ମହାନଦୀ, ମିଳୁନି ମାଛ

ମହାକାଳପଡ଼ା,୩୧ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ପାରମ୍ପରିକ ମତ୍ସ୍ୟଜୀବୀମାନେ ପୂର୍ବରୁ ମହାନଦୀ ଓ ଶାଖା ନଦୀଗୁଡ଼ିକରେ ଜାଲ ବସାଇ ବିପୁଳ ଦେଶୀ ମାଛ...

ବ୍ଲକ୍‌ର ଅଧା ଜମି ପଡ଼ିଆ

ଛେଣ୍ଡିପଦା,୩୧ା୭(ସ୍ବ.ପ୍ର.) ଚଳିତବର୍ଷ ପାଣିପାଗ ଚାଷ ଅନୁକୂଳ ରହିବ ବୋଲି ପୂର୍ବାନୁମାନକୁ ନେଇ ଉତ୍ସାହିତ ହୋଇପଡ଼ିଥିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଚାଷୀମାନେ ଏବେ ଚିନ୍ତାରେ। ଶ୍ରାବଣ...

Advertisement
Archives

Model This Week