‘ଗ୍ରାମୀଣ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୨୮।୨: ଆର୍ସେଲର ମିତ୍ତଲ-ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆ) ପକ୍ଷରୁ ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟକୁ ଆଡଭାନ୍ସଡ୍‌ ଲାଇଫ୍‌ ସପୋର୍ଟ (ଏଏଲ୍‌ଏସ୍‌) ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ବିଶେଷ କରି ଗ୍ରାମୀଣ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ଟ୍ରଷ୍ଟକୁ ଉକ୍ତ ଆମ୍ବୁଲାନ୍ସ ଦିଆଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆର କର୍ପୋରେଟ ସାମାଜିକ ଦାୟିତ୍ୱବୋଧତା (ସିଏସଆର) କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ଏବଂ ଝାଡଖଣ୍ଡଠାରେ ସମାଜର ଉନ୍ନତି ନିମନ୍ତେ କାର୍ଯ୍ୟ କରୁଥିବା ଉକ୍ତ ଟ୍ରଷ୍ଟ (ଏନ୍‌ଜିଓ)କୁ ଏଭଳି ଏକ ଏଏଲ୍‌ଏସ୍‌ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଉକ୍ତ ଆମ୍ବୁଲାନ୍ସଗୁଡିକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେବ ଏବଂ ଏହା ଦ୍ୱାରା ଓଡ଼ିଶା ଓ ଝାଡଖଣ୍ଡର ପ୍ରାୟ ୫୦ଟି ଗ୍ରାମରେ ବସବାସ କରୁଥିବା ବାସିନ୍ଦାଙ୍କୁ ନିଃଶୁଳ୍କ ସେବା ଯୋଗାଇ ଦିଆଯିବ। ସେହିଭଳି ଡାକ୍ତର ଏବଂ ପାରାମେଡିକାଲ୍‌ କର୍ମଚାରୀଙ୍କ ଏକ ଟିମ୍‌ ମଧ୍ୟ ନିୟମିତ ବ୍ୟବଧାନରେ ଉପରୋକ୍ତ ରାଜ୍ୟର ବିଭିନ୍ନ ଗ୍ରାମକୁ ଯାଇ ରୋଗୀମାନଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ ହେବା ସହ ଉନ୍ନତ ଚିକିତ୍ସା ସୁନିଶ୍ଚିତ କରିବେ। ଏହି ଅତ୍ୟାଧୁନିକ ଆଡଭାନ୍ସଡ୍‌ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସରେ ଆବଶ୍ୟକ ସମସ୍ତ ପ୍ରକାର ଉପକରଣ ଯେପରିକି ଡିଫାଇବ୍ରିଲେଟର, ଭେଣ୍ଟ୍ଟିଲେଟର, ସକ୍ସନ୍‌ ମେଶିନ୍‌, ନେବୁଲାଇଜର, ଅଟୋମେଟିକ୍‌ ବିପି ଆପାରାଟସ୍‌, ହେଡ୍‌ ଇମୋବିଲିଜର, ସର୍ଭିକାଲ କୋଲାର, ଅକ୍ସିଜେନ୍‌ ସିଲିଣ୍ଡର, ପୋର୍ଟେବଲ୍‌ ଏକ୍ସ-ରେ, ଇସିଜି, ପାଥୋଲୋଜି ସେଟଅପ୍‌ ଏବଂ ଅନ୍ୟାନ୍ୟ ଉପକରଣ ରହିଛି। ଉଲ୍ଲେଖଯୋଗ୍ୟ ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆର ମାଇନିଂ-ଅପରେଶନ୍‌ ମୁଖ୍ୟ ଶରଣାପ୍ପା କାମ୍ବଲି, ସିଏସ୍‌ଆର ମୁଖ୍ୟ ଡ. ବିକାଶ ୟାଦଭେନ୍ଦୁ ବଡବିଲଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ରୁପ୍‌ କୁମାର ସ୍ବାମୀଙ୍କୁ ଉକ୍ତ ଆମ୍ବୁଲାନ୍ସ ହସ୍ତାନ୍ତର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri