ସମ୍ବଲପୁର,୧୫।୧୦(ବ୍ୟୁରୋ): ସମ୍ବଲପୁର ରେଳମଣ୍ଡଳ ସଂସଦୀୟ ସ୍ତରୀୟ ବୈଠକ ଶୁକ୍ରବାର ସ୍ଥାନୀୟ ଏକ ହେଟେଲରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରତ କୁମାର ଶ୍ରୀବାସ୍ତବ, ପୂର୍ବତଟ ରେଳପଥ ପ୍ରମୁଖ ବିଭାଗୀୟ ଅଧିକାରୀ, ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକ ଭୀନତ ସିଂ ବୈଠକରେ ଯୋଗ ଦେଇଥିଲେ । ବରଗଡ଼ ଏମ୍ପି ସୁରେଶ ପୂଜାରୀ, ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, କୋରାପୁଟ ଏମପି ସପ୍ତଗିରି ଉଲକା, କଳାହାଣ୍ଡି ଏମ୍ପି ବସନ୍ତ ପଣ୍ଡା, ସମ୍ବଲପୁର ଏମ୍ପି ନିତେଶ ଗଙ୍ଗଦେବ ଯୋଗ ଦେଇଥିଲେ। ବଲାଙ୍ଗୀର ଏମ୍ପିଙ୍କ ପ୍ରତିନିଧି ରାଜେଶ ଅଗ୍ରୱାଲ, ରାଜ୍ୟସଭା ଏମପି ସୁଜିତ କୁମାରଙ୍କ ପ୍ରତିନିଧି ସୁମିତ କୁମାର ରାଉତ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ । ଏହି ବୈଠକରେ ସମ୍ବଲପୁର ରେଳମଣ୍ଡଳର ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଭିତ୍ତିଭୂମିର ବିକାଶ କରିବା ସହ ଅତ୍ୟାଧୁନିକ ବ୍ୟବସ୍ଥା ଶ୍ରୀଘ୍ର ଲାଗୁ କରିବାକୁ କମିଟିର ସଭ୍ୟମାନେ ପରାମର୍ଶ ନେଇଥିଲେ। ପ୍ରଥମେ ରେଲୱେ ସମ୍ବନ୍ଧିତ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା। ପ୍ରସ୍ତାବଗୁଡିକ ମଧ୍ୟରେ ବଲାଙ୍ଗୀର -ଖୋର୍ଦ୍ଧା ରେଲୱେ ଲାଇନର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବା, ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଟ୍ରେନ ଚଳାଚଳ ସୁନିଶ୍ଚିତ କରିବା, ବଲାଙ୍ଗୀର ନୂଆପଡ଼ା ଭାୟା ହାର୍ଡ଼ାଟାଲ ଚୂଡ଼ାପାଲି ଭଇଂସା ପାଟଣାଗଡ ଖପ୍ରାଖୋଲ ରେଲୱେ ଲାଇନର ଫାଇନାଲ ଲୋକେସନ ସର୍ଭେ କାର୍ଯ୍ୟ ତୁରନ୍ତ ସମାପ୍ତ କରି ରେଲୱେ ଲାଇନ ନିର୍ମାଣ କାର୍ଯ୍ୟ କରିବା, କଣ୍ଟାବାଞ୍ଜି ରେଲୱେ ଷ୍ଟେଶନରେ ଥିବା ୭୫୦ ଏକର ରେଲୱେ ଜମିରେ ରେଳ ୱାଗନ ଫାକ୍ଟ୍ରି, ହସ୍ପିଟାଲ କରିବା, ଟିଟିଲାଗଡ଼ ରେଲୱେ ପ୍ଲାଟଫର୍ମରେ ଯାତ୍ରୀମାନଙ୍କ ପ୍ରତୀକ୍ଷା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ତୁରନ୍ତ ଶୌଚାଳୟ, ବିଶ୍ରାମ କକ୍ଷ, ଲିଫ୍ଟ, ବେଟେରୀଚାଳିତ କାର, ଯାନବାହାନ ରଖିବା ସୁବିଧା କରିବା, ସମତା ଏକ୍ସପ୍ରେସ ଟ୍ରେନ ସପ୍ତାହରେ ପାଞ୍ଚ ଦିନ ପରିବର୍ତ୍ତେ ୭ ଦିନ ଚଳାଚଳ କରିବା , ବଲାଙ୍ଗୀର ରେଲୱେ ଷ୍ଟେଶନରେ ଲିଫ୍ଟର ବ୍ୟବସ୍ଥା, ପାନୀୟ ଜଳଯୋଗାଣ ନେଇ ଆଲୋଚନା ହୋଇଥିଲା। ଏହାଛଡା ବର୍ଷା ଦିନେ ଟିକେଟ କାଉଣ୍ଟରରୁ ପ୍ଲାଟଫର୍ମକୁ ଯିବା ପାଇଁ ୱାଟର ପ୍ରୁଫ ବ୍ୟବସ୍ଥା, ବେଟେରୀଚାଳିତ ଗାଡ଼ି ବ୍ୟବସ୍ଥା, କଣ୍ଟାବାଞ୍ଜିରୁ ଜୟପୁର ଭାୟା କୋକସରା ଧର୍ମଗଡ଼ ରେଲୱେ ଲାଇନ ନିର୍ମାଣ, ଭୁବନେଶ୍ୱର ବଲାଙ୍ଗୀର ଇଣ୍ଟରସିଟି ଟ୍ରେନ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ହୀରାକୁଦ ଏକ୍ସପ୍ରେସ ଟ୍ରେନକୁ ଟିଟିଲାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ବଲାଙ୍ଗୀର ବରଗଡ଼ର ଯାତ୍ରୀ ନୂଆଦିଲ୍ଲୀକୁ ଯାତାୟାତ ପାଇଁ ଟ୍ରେନ ଚଳାଚଳ ବ୍ୟବସ୍ଥା କରିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ସର୍ବୋଚ୍ଚ ବିଦ୍ୟୁତ ଯନ୍ତ୍ରୀ, ସର୍ବୋଚ୍ଚ ବାଣିଜ୍ୟ ଯନ୍ତ୍ରୀ, ମୁଖ୍ୟ ମାନବ ସମ୍ବଳ ଅଧିକାରୀ, ରେଲୱେ ପୋଲିସ ମହା ନିର୍ଦ୍ଦେଶକ, ଇଷ୍ଟକୋଷ୍ଟ ରେଲୱେ ଜୋନର ସମସ୍ତ ଅଧିକାରୀ, ଯନ୍ତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ ।
Posted inଆମ ଜିଲା ଖବର, ସମ୍ବଲପୁର View All
ରେଳ ଲାଇନ୍ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…
ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…
ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…
ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍. ଉଦୟଗିରି ଥାନା…
ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…
ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍। ମଙ୍ଗଳବାର ଅପରାହ୍ନ ପ୍ରାୟ…
ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’
ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…
ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…
ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…
ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍ପି ଶୁଭେନ୍ଦୁ କୁମାର ପାତ୍ର…
Archives

